ଭାଗବତ ଗୀତା ରେ ଲୁଚି ରହିଛି ଚିନ୍ତା ଦୂର କରିବାର ଉପାୟ , ଏହି ଶ୍ଳୋକ କୁ ଉଚ୍ଚାରଣ କରିଲେ ମୁଣ୍ଡ ଶାନ୍ତ ଲାଗିବ

ପ୍ରତିଦିନ ବ୍ୟସ୍ତବହୁଳ ଜୀବନରେ କାମ ଓ ଘର ପରିବାର ସହ ଯୋଡିତ କଥା ଆପଣଙ୍କୁ ମାନସିକ ଭାବେ ଥକାଇ ଦେଇଥାଏ ଓ ଚିନ୍ତା ର କାରଣ ହୋଇଥାଏ । ଯଦି ଆପଣ ମାନସିକ ଚିନ୍ତା ର ଶିକାର ହୋଇଛନ୍ତି ତେବେ ଆପଣ ଶ୍ରୀମଦ ଭାଗବତ ଗୀତା ପଢ଼ିବା ଆବଶ୍ୟକ । ଅଜ୍ଞାତ ଭୟ ବା ଅସୁରକ୍ଷିତ ଭାବନା ହେଲେ ଶ୍ରୀମଦ ଭାଗବତ ଅଧିକାର ରେ ଜ୍ଞାତି ଭଳି କାର୍ଯ୍ୟ କରିଥାଏ । ଗୀତାରେ ଜୀବନର ସାର କଥା ଲୁଚି ରହିଛି । ଏଥିରେ ଜୀବନ ସହ ଯୋଡିତ ସବୁ ସମସ୍ୟା ର ସମାଧାନ ଅଛି । ଯେବେ ଆପଣ ଅବସାଦ ଭାବନା ରେ ରହିଥିବେ ତେବେ ଶ୍ରୀମଦ ଭାଗବତ ର ଏହି ଶ୍ଳୋକ ନିହାତି ପଢନ୍ତୁ ଆପଣଙ୍କୁ ସବୁ ପ୍ରଶ୍ନ ର ଉତ୍ତର ମିଳିଯିବ ।

୧. ବର୍ତ୍ତମାନ ର ଆନନ୍ଦ ନିଅନ୍ତୁ

ପୂର୍ବ ଓ ପର ର କଥା ଚିନ୍ତା ନ କରିବା ଦରକାର କାହିଁକି ନା ଯାହା ହେବା କଥା ତାହା ହେବ । ଯାହା ହେଉଛି ଭଲ ହେଉଛି ଏଥିପାଇଁ ବର୍ତ୍ତମାନ ର ଆନନ୍ଦ ନିଅନ୍ତୁ ।

୨. ନାମ , ପଦ , ପ୍ରତିଷ୍ଠା , ସମ୍ପ୍ରଦାୟ , ଧର୍ମ , ସ୍ତ୍ରୀ କିମ୍ବା ପୁରୁଷ ଆମେ ନୁହେଁ ଓ ନା ଏ ଶରୀର ଆମର । ଏ ଶରୀର ଅଗ୍ନି , ଜଳ , ବାୟୁ , ପୃଥିବୀ , ଆକାଶ ରୁ ସୃଷ୍ଟି ହୋଇଛି ଓ ଏଥିରେ ମିଶିଯିବ । କିନ୍ତୁ ଆତ୍ମା ସ୍ଥିର ଅଟେ ଓ ଆମେ ଆତ୍ମା ଅଟୁ । ଆତ୍ମା କେବେ ମରେ ନାହିଁ , ନା ଏହାର ଜନ୍ମ ହୋଇଥାଏ ନା ମୃତ୍ୟୁ ! ଆତ୍ମଭାବ ରେ ରହିବା ହିଁ ମୁକ୍ତି ଅଟେ ।

୩. ଏଠାରେ ସବୁ ବଦଳିଥାଏ

ପରିବର୍ତ୍ତନ ସଂସାର ର ନିୟମ ଅଟେ । ଏଠାରେ ସବୁ କିଛି ବଦଳିଥାଏ । ଏଥିପାଇଁ ସୁଖଦୁଃଖ , ହାନିଲାଭ , ଜୟପରାଜୟ , ମାନଅପମାନ ଆଦି ରେ ରହି ଜୀବନ ର ଆନନ୍ଦ ନେଇପାରିବେ ।

୪. କ୍ରୋଧ ଶତ୍ରୁ ହୋଇଥାଏ

ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । କ୍ରୋଧ ରୁ ଭ୍ୟମ ସୃଷ୍ଟି ହୋଇଥାଏ ଓ ଭ୍ରମ ରୁ ବୁଦ୍ଧି ବିଚଳିତ ହୋଇଥାଏ । ଏହା ଦ୍ବାରା ସ୍ମୃତି ର ନାଶ ହୋଇଥାଏ ଓ ଏହି ପ୍ରକାର ବ୍ୟକ୍ତି ର ପତନ ହୋଇଥାଏ । କ୍ରୋଧ , କାମବାସନା ଓ ଭୟ ହିଁ ଆମର ଶତ୍ରୁ ହୋଇଥାଏ ।

୫. ଇଶ୍ଵର ପ୍ରତି ସମର୍ପଣ

ନିଜକୁ ଭଗବାନ ଙ୍କ ପାଇଁ ଅର୍ପଣ କରି ଦିଅନ୍ତୁ । ତା ପରେ ସେ ଆମର ରକ୍ଷା କରିବେ ଓ ଆମେ ଦୁଃଖ , ଭୟ , ଚିନ୍ତା , ଶୋକ ଓ ବନ୍ଧନ ରୁ ମୁକ୍ତ ହୋଇଥାଉ ।

୬. ନଜର କୁ ଶୁଦ୍ଧ କରନ୍ତୁ

ଆମକୁ ନିଜର ଦେଖୁଥିବା ନଜର କୁ ଶୁଦ୍ଧ କରିବା ଦରକାର ଓ ଜ୍ଞାନ ଓ କର୍ମ କୁ ଗୋଟେ ରୂପରେ ଦେଖିବାକୁ ପଡ଼ିବ , ଯାହା ଫଳରେ ଆମର ନଜର ବଦଳି ଯିବ ‌।

୭. ମନ କୁ ଶାନ୍ତ ରଖନ୍ତୁ

ଅଶାନ୍ତ ମନ କୁ ଶାନ୍ତ କରିବା ପାଇଁ ଅଭ୍ୟାସ ଓ ବୈରାଗ୍ୟ କୁ ଦୃଢ଼ କରିବା ଦରକାର , ଅନ୍ୟଥା ଅନିୟନ୍ତ୍ରିତ ମନ ଆମର ଶତ୍ରୁ ହୋଇଯାଇପାରେ ।

୮. କର୍ମ ଠାରୁ ପ୍ରଥମେ ବିଚାର କରନ୍ତୁ

ଆମେ ଯାହା ବି କର୍ମ କରୁଛୁ ଏହାର ଫଳ ଆମକୁ ହିଁ ଭୋଗିବାକୁ ପଡ଼ିବ । ଏଥିପାଇଁ କର୍ମ କରିବା ପୂର୍ବରୁ ବିଚାର କରିନେବା ଆବଶ୍ୟକ ।

୯. ନିଜର କାମ କରନ୍ତୁ

ଆଉ କିଏ ଆମ କାମ କରିବା ଠାରୁ ଆମେ ନିଜେ କରିବା ବହୁତ ଭଲ ତାହା ଅପୂର୍ଣ୍ଣ ରହିଲେ ମଧ୍ୟ ।

୧୦. ସମାନ ଭାବ ରଖନ୍ତୁ

ସମସ୍ତଙ୍କ ପ୍ରତି ସମାନ ଭାବ , ସବୁ କର୍ମ ରେ କୁଶଳତା ଓ ଦୁଃଖ ରୁପି ସଂସାର ରୁ ବିୟୋଗ ର ନାମ ୟୋଗ ଅଟେ ।

Leave a Reply

Your email address will not be published. Required fields are marked *