ମୋ ଭାଗ୍ୟ ଭଲ ଯେଉଁ ବସ୍ ଦୁର୍ଘ-ଟଣାଗ୍ରସ୍ତ ହେଇଛି ମୁଁ ସେ ବସ୍ ରେ ଯାଇନି: ମିଟୁ ମିଥୁନ

୨୦୨୧ ରେ ନିର୍ଦ୍ଦେଶକ ସୁକୁମାର ଏବଂ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସ୍ ର ସବୁ ରେ-କର୍ଡ କରିଦେଇଥିଲା। ଫିଲ୍ମ ରିଲିଜ ପରେ ଆପଣ ମାନେ ଯାହାକୁ ଦେଖିବେ ସମସ୍ତଙ୍କ ପାଟିରେ କେବଳ ଗୋଟେକଥା ପୁଷ୍ପା ଝୁକେଗା ନେହିଁ ସାଲା। ଫିଲ୍ମ ବକ୍ସ ଅଫିସରେ ୩୭୩ କୋଟି ଟଙ୍କା କମେଇ ସାରିବା ପରେ ନିର୍ଦ୍ଦେଶକ ସୁକୁମାର ପୁଷ୍ପା-୨ କଥା ଚିନ୍ତା କରିଥିଲେ। କିନ୍ତୁ ଏବେ ନିର୍ଦ୍ଦେଶକ ସୁକୁମାରଙ୍କୁ ମୁଭି ପାଇଁ ଆନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ପୁଷ୍ପାରେ ଅଲୁ ଅର୍ଜୁନଙ୍କ ଦମଦାର ଫାଇଟ ସହିତ ସେ କେମିତି ରକ୍ତ ଚନ୍ଦନ ଚୋରି କରି ସହରରେ ବିକ୍ରି କରୁଛନ୍ତି ସେ ବିଷୟରେ ଦେଖିବା ସହିତ ହିରୋଇନ୍ ରଶ୍ମିକାଙ୍କୁ ମଧ୍ୟ ଆପଣମାନେ ଦେଖିଥିବେ। ଗତ କିଛି ଦିନ ହେଲା ପୁଷ୍ପା-୨ ର ସୁଟିଂ ଆରମ୍ଭ ହେଇଛି। ସୁଟିଂ ପାଇଁ ତାଙ୍କୁ ଅନେକ ଜାଗାକୁ ଯିବାକୁ ପଡୁଛି। ସେଥିପାଇଁ ସେ କିଛି ଦିନ ତଳେ ଓଡ଼ିଶା ମଧ୍ୟ ଆସିଥିଲେ। ମିଟୁ ମିଥୁନ, ମାନସ ଭାଇଙ୍କ ପରି ଆମ ଓଡ଼ିଶାର କିଛି କଳାକାର ପୁଷ୍ପା-୨ରେ ଅଭିନୟ କରିଛନ୍ତି।

ମାଲକାନାଗିରି ପାଲେରୁ ନଦୀ କୂଳରେ ପୁଷ୍ପା-୨ ର ସୁଟିଂ ସାରିବା ପରେ ଗତ କାଲି ରାତିରେ ବସ୍ ହାଇଦ୍ରାବାଦ ସୁଟିଂ ପାଇଁ ଯାଉଥିଲା। ମୈତ୍ରୀ ମୁଭି ପ୍ରଡକ୍ସନ ବସ ରେ ପୁଷ୍ପା-୨ର କଳାକାର ମାନେ ସୁଟିଂ ପାଇଁ ଯିବାବେଳେ ତେଲେଙ୍ଗାନାର ନାଲକୋଣ୍ଡା ଜିଲ୍ଲାରେ ବସଟି ଆଉ ଗୋଟେ ବସ୍ ସହ ପିଟି ହେଇ ଆଗ ପଟ ଚୁନା ହେଇଛି। ଲୋକ ମାନେ କହୁଥିଲେ ସେଇ ବସ୍ ରେ କୁଆଡେ ମିଟୁ ମିଥୁନ ଏବଂ ମାନସ ଭାଇ ମଧ୍ୟ ସୁଟିଂ ପାଇଁ ଯାଉଥିଲା । ଏବଂ ସେଇ ବସ୍ ଧ-କ୍କାରେ ସେ ଗୁରୁ-ତର ଆ-ହତ ଅଛନ୍ତି। ମୈତ୍ରୀ ମୁଭି ପ୍ରଡକ୍ସନ ତରଫରୁ ଏ ପର୍ଯ୍ୟନ୍ତ କିଛି ସୂଚନା ମିଳିନି।

ବସ୍ ଧ-କ୍କାରେ ଓଡ଼ିଆ ଲୋକ ଗୁରୁ-ତର ଆ-ହତ ହେବା ସଂପୂର୍ଣ୍ଣ ମି-ଛ କଥା। ବସ୍ ଧ-କ୍କା ପାରେ ମିଟୁ ମିଥୁନ ନିଜେ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ବସ୍ ରେ ସେ ଯାଇନଥିଲେ। ତାଙ୍କ ଭାଗ୍ୟ ଭଲ ସେ ଅଲଗା ଗାଡ଼ି କରି ହାଇଦ୍ରାବାଦ ଯିବାକୁ ବାହାରି ଥିଲେ। ଏଇ ଦୁର୍ଘ-ଟଣାରେ ଅନେକ କଳାକାର ଆ-ହତ ହେବା ସହିତ ଦୁଇ ଜଣ ଗୁରୁ-ତର ଆ-ହତ ହେଇ ପାଖ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି।

Leave a Reply

Your email address will not be published. Required fields are marked *