ଭାଗ୍ୟ ଖରାପ ଚାଲିଥିଲେ ତୁରନ୍ତ କରି ଦିଅନ୍ତୁ ଏହି ଚାରୋଟି କାମ : ଗାଧେଇବା ପାଣିରେ ମିଶେଇ ଦିଅନ୍ତୁ ଏହି ଜିନିଷ

ମନୁଷ୍ୟ ଜୀବନରେ ଉନ୍ନତି ଏବଂ ସୁଖ ସମୃଦ୍ଧି ପାଇଁ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରିବା ସତ୍ତ୍ୱେବି ଉନ୍ନତି ବଜାୟ ରଖି ପାରନ୍ତି ନାହିଁ । ଘରେ କଳହ କ୍ଳେଶ ଅଶାନ୍ତି ଦେଖା ଦେଇଥାଏ । ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେବେ ଏସବୁ ଘରେ ଥିବା ନକରାତ୍ମକ ଶକ୍ତି କାରଣରୁ ହୋଇଥାଏ ।

ତେଣୁ ନକରାତ୍ମକ ଶକ୍ତି ଠାରୁ ବର୍ତ୍ତିବା ପାଇଁ ଆପଣ କିଛି ଖାସ ଉପାୟ କରି ପାରିବେ । ନଅ ଗ୍ରହ ମଧ୍ୟରେ ଗୁରୁ ଗ୍ରହ ବୃହସ୍ପତିଙ୍କୁ ଉନ୍ନତି ସୁଖ ସୌହାର୍ଦ୍ଦ୍ୟର ଗ୍ରହ କୁହାଯାଏ । ହିନ୍ଦୁ ଧର୍ମର ଅଧିକାଂଶ ଶୁଭ କାର୍ଯ୍ୟରେ ହଳଦୀର ପ୍ରୟୋଗ ହୋଇଥାଏ । ତେଣୁ ଗୁରୁବାର ଦିନ ହଳଦୀର କିଛି ପ୍ରୟୋଗ କରି ଜୀବନର ତମାମ ସମସ୍ୟାକୁ ଦୂର କରାଯାଇ ପାରେ ।

ଗୁରୁବାର ଦିନଟି ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ । ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ଗୁରୁବାର ଦିନ ସ୍ୱଚ୍ଛ ବସ୍ତ୍ର ଧାରଣ କରି ଭଗବାନ ବିଷ୍ଣୁଙ୍କୁ ହଳଦୀ ଅର୍ପିତ କରିବା ଉଚିତ ଏବଂ ପୂଜା ଅର୍ଚ୍ଚନା କରିବା ଉଚିତ । ଭଗବାନ ବିଷ୍ଣୁଙ୍କୁ ହଳଦୀ ତିଳକ କରି ହଳଦିଆ ଫୁଲ ଏବଂ ଫଳ ଅର୍ପିତ କରନ୍ତୁ । ତେବେ ଏହିଦିନ କେବଳ ଭଗବାନ ବିଷ୍ଣୁଙ୍କର ନୁହେଁ ବରଂ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରନ୍ତୁ ।

ମାତା ଲକ୍ଷ୍ମୀଙ୍କ ଚରଣରେ ବେଲ ପତ୍ର ଅର୍ପଣ କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ପୂଜା କରି ନିଜ ହାତ ଏବଂ ବେକରେ ହଳଦୀ ତିଳକ କଲେ ମାନସମ୍ମାନରେ ବୃଦ୍ଧି ହୋଇଥାଏ । ଏହାବ୍ୟତୀତ ଗୁରୁବାର ଦିନ ପାଣିରେ ହଳଦୀ ମିଶାଇ ସ୍ନାନ କଲେ ବିବାହ ସମ୍ବନ୍ଧୀୟ ସମସ୍ୟା , ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ ।

ତେବେ ପୂଜାକରିବା ପରେ ଏକ ଲୋଟା ଜଳରେ ଏକ ଚିମୁଟା ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଗୁରୁବାର ଦିନ ପୋଛା ନଲଗାଇ ଝାଡୁ କରି ସାରିବା ପରେ ପାଣିରେ ହଳଦୀ ମିଶାଇ ଘର ସାରା ସିଞ୍ଚି ଦିଅନ୍ତୁ । ଘରର ମୁଖ୍ୟଦ୍ୱାରରେ ହଳଦୀ ରେଖା ଟାଣିଲେ ନକରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରିପାରେ ନାହିଁ ।

ଘରର ମୁଖ୍ୟଦ୍ୱାରର ବାହାର ପଟୁ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଗୃହ ଶାନ୍ତି , ଆର୍ଥିକ ସମୃଦ୍ଧି ଏବଂ ମାନସିକ ଶାନ୍ତି ପାପ୍ତ ହୋଇଥାଏ ଏବଂ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ବିବାହ ସମ୍ବନ୍ଧୀୟ ସମସ୍ୟା ଥିଲେ ତୁଳସୀ ପତ୍ରରେ ହଳଦୀ ଲଗାଇ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଅର୍ପିତ କରନ୍ତୁ । ଏବଂ ତାହାକୁ ପରେ ମାଟିରେ ଦବାଇ ଦିଅନ୍ତୁ ।

ଆପଣଙ୍କର ବିବାହ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଗୁରୁବାର ଦିନ ଶୁଦ୍ଧ ସାତ୍ଵିକ ଭୋଜନ କରିବ ଉଚିତ ଏବଂ ହଳଦିଆ କିମ୍ବା ଧଳା ବସ୍ତ୍ର ପରିଧାନ କରିବା ଉଚିତ । ଗୁରୁବାର ଦିନ ଭୁଲରେବି କାହାକୁ ଟଙ୍କା ଧାରରେ ଦିଅନ୍ତୁ ନାହିଁ । ଗୁରୁବାର ଦିନ ସନ୍ଧ୍ୟାରେ ଦିଅ ଜାଣିଲେ ସେଥିରେ ନିଶ୍ଚୟ ଲବଙ୍ଗ ପକାଇ ଜଳାନ୍ତୁ । ଏହାବ୍ୟତୀତ ଘିଅ ଦୀପ ମଧ୍ୟ ପ୍ରଜ୍ଜ୍ୱଳନ କରନ୍ତୁ । ଗୁରୁବାର ଦିନ ହଳଦୀ ଦାନ କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଭାଗ୍ୟ ସାଥ ଦେଉ ନଥିଲେ ପ୍ରତ୍ୟେକ ଗୁରୁବାର ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ହଳଦୀ ତିଳକ ଲଗାନ୍ତୁ । ଆର୍ଥିକ ସମସ୍ୟା ଥିଲେ ଏକ ନାଲି ମୋୖଲି ସୂତାରେ ଏକ ହଳଦୀ ଗଣ୍ଠିକୁ ବାନ୍ଧି ଦିଅନ୍ତୁ । ତାପରେ ତାହାକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ଦିଅନ୍ତୁ । ତାପରେ ପ୍ରାର୍ଥନା କରନ୍ତୁ ଏବଂ କାର୍ଯ୍ୟସ୍ଥଳ କିମ୍ବା ଧନ ରଖାଯାଉଥିବ ସ୍ଥାନରେ ରଖି ଦିଅନ୍ତୁ । ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

Leave a Reply

Your email address will not be published. Required fields are marked *