ଗତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ର ଅନେକ ଷ୍ଟାର ଙ୍କ ନିଧନ କାରଣରୁ ସାରା ଦେଶ ଦୁଃଖିତ ହୋଇଥିଲେ ଏବଂ ଏହି ପ୍ରାର୍ଥନା କରି ଆସୁଥିଲେ ଯେ ଚଳିତ ବର୍ଷ ସେପରି କିଛି ନହେଉ ବୋଲି । କିନ୍ତୁ ଚଳିତ ବର୍ଷ କରୋନା ର ଦ୍ୱିତୀୟ ପର୍ଯ୍ୟାୟ ଅନେକ ସାଧାରଣ ଲୋକଙ୍କ ସମେତ ଟିଭି ଅଭିନେତାଙ୍କର ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି । ବର୍ତ୍ତମାନ ଏହି ଖବର ଆସିଛି ଯେ କରୋନା କାରଣରୁ ଅଭିନେତା ରାହୁଲ ବୋହରା ରବିବାର ଦିନ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
ରାହୁଲ ବୋହରାଙ୍କ ବିଷୟରେ ତ ସମସ୍ତେ ଜାଣିଥିବେ । ସେ ଉତ୍ତରାଖଣ୍ଡ ରେ ଜନ୍ମ ହୋଇଥିଲେ । ସେ ଜଣେ ମୋଟୀଭେସନାଲ ସ୍ପିକର ଥିଲେ ଏବଂ ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହୁଥିଲେ । କିନ୍ତୁ ଗତ ରବିବାର ଦିନ କରୋନା କାରଣରୁ ତାଙ୍କର ମୃ-ତ୍ୟୁ ହୋଇଛି । ତେବେ ଘଟଣା ଅନୁଯାୟୀ ରାହୁଲ ଗତ ୪ ତାରିଖରେ କରୋନା ପୋଜିଟିଭ ଚିହ୍ନଟ ହେବା କଥା ସୋସିଆଲ ମିଡିଆରେ ଜଣାଇ ଥିଲେ । ସେହି ସମୟରେ ସେ ଲାଙ୍ଗଭାଙ୍ଗ ହସ୍ପିଟାଲରେ ଏଡ଼ମିଟ ହେବା କଥା ଦର୍ଶାଇଥିଲେ । କିନ୍ତୁ ସେଠାରେ ଉପଯୁକ୍ତ ଅକ୍ସୀଜେନ ବେଡ଼ ମିଳିବା ତାଙ୍କ ପକ୍ଷେ କଷ୍ଟକର ହୋଇଥିଲା ।ଯେଉଁ କାରଣରୁ ସେ ଚାରି ଦିନ ପରେ ବାଧ୍ୟ ହୋଇ ଏହି ସମ୍ବନ୍ଧରେ ସମସ୍ତଙ୍କୁ ଜଣାଇଥିଲେ ।
ତାଙ୍କର ଏହି ମେସେଜ ପରେ ପରେ ସେ ଯେତେବେଳେ ନିରାଶ ହୋଇ ଯାଇଥିଲେ ସେତେବେଳେ ସେ ଆଉ ଏକ ପୋଷ୍ଟ କରିଥିଲେ ଯେ ‘ ମୋତେ ଯଦି ଭଲ ଚିକିତ୍ସା ମିଳିଥାନ୍ତା ତେବେ ମୁଁ ହୁଏତ ବଞ୍ଚି ଯାଇଥାନ୍ତି ‘ ଯାହାକି ତାଙ୍କର ମୃ-ତ୍ୟୁ ପୂର୍ବର ପୋଷ୍ଟ ଅଟେ । ସେ ତାଙ୍କ ମୃ-ତ୍ୟୁ କୁ ଅତି ନିକଟରୁ ଅନୁଭବ କରି ପାରିଥିଲେ ଏବଂ ନିଜର କଷ୍ଟ ସମସ୍ତଙ୍କ ସାମ୍ନାରେ ଜଣାଇଥିଲେ ।
ତେବେ ତାଙ୍କ ଶେଷ ସମୟରେ ରାଜୀବଗାନ୍ଧୀ ହସ୍ପିଟାଲରୁ ଆୟୁଷ୍ମାନ ଦ୍ୱାରକା କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବହୁତ ବିଳମ୍ବ ହୋଇ ଯାଇଥିଲା ଏବଂ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
ତାଙ୍କର ଶେଷ ପୋଷ୍ଟ ଯିଏ ବି ଦେଖୁଛନ୍ତି ଦୁଃଖିତ ହେଉଛନ୍ତି । ସେ କିପରି ଅସହାୟ ହୋଇ ନିଜ ମୃ-ତ୍ୟୁ କୁ ଅପେକ୍ଷା କରିଥିଲେ ତାହା ସମସ୍ତେ ଅନୁଭବ କରି ପାରୁଥିବେ । ବର୍ତ୍ତମାନ ଦେଶରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅକ୍ସୀଜେନ ଅଭାବରୁ ହିଁ ଅଧିକାଂଶ ଲୋକଙ୍କର ମୃ-ତ୍ୟୁ ହେଉଛ । ଯଦି ଆମେ ରାହୁଲ ବୋହରା ଙ୍କ କ୍ୟାରିଅର ବିଷୟରେ କହିବୁ ତେବେ ସେ ସୋସିଆଲ ମିଡିଆରେ ଭିଡ଼ିଓ ବ୍ୟତୀତ ନେଟ ଫ୍ଲିକ୍ସ ରେ ଆସିଥିବା ଫିଲ୍ମ ଅନଫ୍ରିଡନ ରେ ଅଭିନୟ କରିଛନ୍ତି । ତାଙ୍କ ମୃ-ତ୍ୟୁ ଖବର କୁ ପ୍ରଥମେ ଜଣାଶୁଣା ଫିଲ୍ମ ନିର୍ମାତା ଅରବିନ୍ଦ ଗୌର ଫେସବୁକ ରେ ପୋଷ୍ଟ କରିଥିଲେ ।