ସମୟଥିଲା ଖାଲି ପେଟରେ କାଟୁଥିଲେ ଥିଲେ ରାତି, ୧୦ବର୍ଷ ଭିତରେ କମେଡି କୁଇନ ବନିଗଲେ ଭାରତୀ ସିଂହ

କମେଡି କୁଇନ ଭାରତୀ ସିଂହ ତାଙ୍କର ପର୍ଫରମାନ୍ସ ଏବଂ ଜୋକ୍ସ ରେ ଜଣାନାହିଁ କେତେ ଚେହେରାରେ ହସ ଫୁଟାଇ ଛନ୍ତି। କିନ୍ତୁ ବହୁତ ଲୋକଙ୍କୁ ଏହି କଥା ଜଣା ନାହିଁ କି ଭାରତୀ ତାଙ୍କ ନିଜ ଜୀବନରେ କେତେ ସଂଘର୍ଷ କରିଛନ୍ତି ଏବଂ ଏହି ସ୍ଥାନରେ ପହଞ୍ଚିବା ପାଇଁ କେତେକଣ ସହିଛନ୍ତି । ଆସନ୍ତୁ ଆପଣଙ୍କୁ କହିବୁ ଭାରତୀ ସିଂହଙ୍କ ବିଷୟରେ |

भारती सिंह

ଭାରତୀଙ୍କ ଜନ୍ମ ୩ ଜୁଲାଇ ୧୯୮୪ ରେ ହୋଇଥିଲା। ସେ ଅମୃତସର ପଞ୍ଜାବରେ ରହୁଥିଲେ। ତାଙ୍କ ବାପା ନେପାଳୀ ଥିଲେ ଏବଂ ମାଆ ପଞ୍ଜାବୀ। ଭାରତୀ ସିଂହ ଜଣେ ଏମିତି କମେଡିୟନ୍ ଥିଲେ, ଯିଏ ତାଙ୍କ ଜୀବନରେ କେତେ ଉଠାଣି ଗଡାଣି ଦେଖିଛନ୍ତି। ଛୋଟଦିନୁ କଷ୍ଟ ଏବଂ ଆଖିରେ ଲୁହ ନେଇ ବଡ଼ ହୋଇଛନ୍ତି ଭାରତୀ ସିଂହ ଆଜି ସାରା ଦେଶରେ ଲୋକଙ୍କ ଚେହେରାରେ ହସ ଆଣିବା ପାଇଁ କାମ କରୁଛନ୍ତି।

भारती सिंह

ଏକ ଗରିବ ଘରେ ଜନ୍ମ ହୋଇଥିବା ଭାରତୀ ସିଂହ ତାଙ୍କ ପରିବାରରେ ସବୁଠାରୁ ଛୋଟ ଥିଲେ। ଭାରତୀ କୌଣସି ଏକ ଶୋରେ କହିଥିଲେ କି ଯେତେବେଳେ ସେ ତାଙ୍କ ମାଙ୍କ ପେଟରେ ଥିଲେ,ତ ଗରିବ ହେତୁ ତାଙ୍କ ମା ତାଙ୍କୁ ପେଟରେ ମାରି ଦେବାକୁ ଚାହିଁଥିଲେ। ଭାରତୀଙ୍କ ମା ପେଟରେ ତାଙ୍କୁ ମାରିଦେବା ପାଇଁ କେତେ ପ୍ରକାର ଚେଷ୍ଟା କରିଥିଲେ, କିନ୍ତୁ ଭାଗ୍ୟରେ ଆଉ କିଛି ଲେଖା ଥିଲା। ମାଙ୍କର ପୂରା ଚେଷ୍ଟା ପରେ ବି ଭାରତୀ ସୁରକ୍ଷିତରେ ଜନ୍ମ ହୋଇଥିଲେ। କିନ୍ତୁ ଭାରତୀ ଏହା ବି କହିଥିଲେ କି ସେ ଜନ୍ମ ହେବାପରେ ତାଙ୍କ ମା ବହୁତ ସ୍ନେହରେ ତାଙ୍କୁ ପାଳିଥିଲେ।

भारती सिंह

ଅମୃତସର ପଞ୍ଜାବରେ ରହୁଥିବା ଭାରତୀ ବିଷୟରେ ବହୁତ ଲୋକ ଏହି କଥା ଜାଣି ନ ଥିବେ କି ସେ କେବଳ ୨ ବର୍ଷର ହୋଇଥିଲେ ଯେତେବେଳେ ତାଙ୍କ ମୁଣ୍ଡ ଉପରୁ ତାଙ୍କ ବାପାଙ୍କର ଛାୟା ଉଠିଯାଇଥିଲା। ଯେତେବେଳେ ଭାରତୀଙ୍କ ବାପା ତାଙ୍କ ପୂର୍ବରୁ ତିନି ଛୁଆ ଏବଂ ପତ୍ନୀଙ୍କୁ ଛାଡି ଚାଲିଯାଇଥିଲେ। ଭାରତୀଙ୍କ ମା ଏକ ଫ୍ୟାକ୍ଟ୍ରି ରେ କାମ କରି ତାଙ୍କ ତିନି ଛୁଆଙ୍କୁ ପାଳିଥିଲେ।

भारती सिंह

ଭାରତୀ ଏ କଥା କହିଥିଲେ କି ଯେତେବେଳେ ତାଙ୍କ ମା ତାଙ୍କୁ ଏଇ ବିଷୟରେ କହିଥିଲେ ତ ତାଙ୍କ ଆଖି ଲୁହରେ ଭରି ଯାଏ। କି ଯେଉଁ ଝିଅ ଆମକୁ ଦୁନିଆ ଦେଖେଇ ଥିଲା ଏବଂ ଆମ ପାଇଁ ସବୁକିଛି କରିଥିଲା ମୁଁ ତାଙ୍କ ପାଇଁ ଏମିତି କରିବାକୁ ଚାହୁଁଥିଲି। ଭାରତୀ କହିଥିଲେ କି ତାଙ୍କ ମା ବେଳେ-ବେଳେ ଏହି ସବୁ ପାଇଁ ବହୁତ କଥା କୁହନ୍ତି ମୋତେ। ଭାରତୀ କହିଥିଲେ କି ତାଙ୍କ ବାପା ଯିବାପରେ କେତେଥର ଲୋକ ତାଙ୍କ ଘର ସାମ୍ନାରେ ଉଧାର ଦେଇଥିବା ଟଙ୍କା ପାଇଁ ତାଙ୍କ ମାଙ୍କୁ ବହୁତ ଗାଳି ଦିଅନ୍ତି ଯାହା ତାଙ୍କୁ ବହୁତ କଷ୍ଟ ହେଉଥିଲା।

भारती सिंह

କମେଡିୟାନ୍ ବି ଏମିତି ଦିନ ଦେଖିଥିଲେ, ଯେତେବେଳେ ତାଙ୍କୁ ଭୋକ ପେଟରେ ଶୋଇବାକୁ ପଡ଼ିଥିଲା।ଏ‌ହା ସହିତ ସିଲେଇ ମେସିନ କୁ ତାଙ୍କୁ ଏବେ ଡର ଲାଗୁଛି। ଭାରତୀ ଏକ ଇଣ୍ଟରବ୍ୟୁ ରେ କହିଥିଲେ,”ମୋ ମା ଫ୍ୟାକ୍ଟ୍ରି ରେ କାମ କରୁଥିଲା ଏବଂ ବଳକା କାମ ଘରେ ଆସି କରୁଥିଲା।ଘରେ ଦିନରାତି ମେସିନର ଆବାଜ ଶୁଣି ଶୁଣି ମୋ ପିଲାଦିନ କଟିଛି। ଯେତେବେଳେ ମୁଁ ରାସ୍ତାରେ ଏମିତି ଶବ୍ଦ ଶୁଣେ ତ ଆଜିବି ମୋତେ ସେ ବିରକ୍ତି କରାଏ |

भारती सिंह

ଭାରତୀ କ‌ହିଥିଲେ କି ଟଙ୍କା ରୋଜଗାର କରିବା ପାଇଁ ସେ ଆକ୍ଟିଙ୍ଗ ଲାଇନକୁ ବାଛିଥିଲେ। ତାଙ୍କ ପରିବାରରେ ଟଙ୍କା ର ଅସୁବିଧା ଚାଲିଥିଲା। ସେଥିପାଇଁ ସେ ଅମୃତସରକୁ ଛାଡ଼ି ମୁମ୍ବାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସଂପର୍କୀୟଙ୍କର ତାଙ୍କ ଉପରେ ସନ୍ଦେହ ଥିଲା। ଯେତେବେଳେ ଲୋକ ତାଙ୍କୁ ଷ୍ଟେଜରେ କମେଡି କରିବାର ଦେଖିଲେ ତ ତାଙ୍କର ମଜାଉଡାଇବାକୁ  ଲାଗିଲେ। ଏବେ ସେହି ଲୋକ ତାଙ୍କ ଛୁଆଙ୍କ ପାଇଁ ଗାଇଡେନ୍ସ୍ ମାଗୁଛନ୍ତି।

भारती सिंह

ଭାରତୀଙ୍କ ଜୀବନରେ ଦ ଗ୍ରେଟ ଇଣ୍ଡିଆ ଲାପ୍ଟର ଚ୍ୟାଲେଞ୍ଜ ଏକ ଟର୍ନିଙ୍ଗ୍ ପଏଣ୍ଟ ବୋଲି କୁହାଯାଏ। ଏହି ଶୋ ରୁ ଭାରତୀଙ୍କୁ କମେଡୀୟନ୍ ରୂପେ ପରିଚୟ ମିଳିଥିଲା ଏବଂ ଏଇ ଶୋ ତାଙ୍କ ନୂଆ ଜୀବନରେ ନୂଆ ରାସ୍ତା ଖୋଲି ଦେଇଥିଲା। ଶୋ ପରେ ଭାରତୀ କମେଡି ସର୍କସର କେତେ ସିଜନ୍ ରେ ସଦସ୍ୟ ଥିଲେ। ଏବେ ସେ ଟିଭି ରେ ନାମିଦାମୀ ରିଆଲିଟି ଶୋରେ ହୋଷ୍ଟ କରୁଛନ୍ତି । ତା ସହ କପିଳ ଶର୍ମା ଶୋ ରେ ଯୋଡା ‌ହୋଇଛନ୍ତି।

भारती सिंह

ଭାରତୀ ତାଙ୍କ ଜୀବନ ଏବଂ କ୍ୟାରିୟର ସହ ତାଙ୍କ ବଡ଼ି ଇମେଜ୍ କୁ ନେଇ ମଧ୍ୟ ଷ୍ଟର୍ଗଲ୍ କରୁଛନ୍ତି। ସେ ଏକ ଇଣ୍ଟରବ୍ୟୁ ରେ କହିଥିଲେ କି ଛୁଆ ବେଳେ ସବୁଲୋକ ତାଙ୍କର ବହୁତ ଓଜନ ହେତୁ ତାଙ୍କୁ ଚିଡାଉ ଥିଲେ। ତାଙ୍କୁ କେତେ ନାମରେ ଡାକୁଥିଲେ। ଏବେ ପର୍ଯ୍ୟନ୍ତ ବି ତାଙ୍କ ଘରଲୋକ ତାଙ୍କୁ ଓଜନ କମ୍ କରିବା ପାଇଁ ଉପଦେଶ ଦିଅନ୍ତି।

भारती सिंह

ଭାରତୀ କ‌ହିଥିଲେ କି ଆଜି ତାଙ୍କର ବହୁତ ଓଜନ ହିଁ ତାଙ୍କ ପରିଚୟ ହୋଇଯାଇଛି। ଭାରତୀ କହିଥିଲେ କି ଆଜି ସେ ତାଙ୍କ ସାଙ୍ଗ ଝିଅ ମାନଙ୍କ ଠାରୁ ସେ ବହୁତ ସଫଳ ଯିଏ ଦେଖିବାକୁ ପତଳା, ଦୁର୍ବଳ ଏବଂ ହାଡ ହେଇଛି। ଦେଶରେ ନୁହେଁ ବରଂ ଦୁନିଆ ସାରା ଲୋକ ତାଙ୍କୁ ବହୁତ ଭଲ ପାଉଛନ୍ତି। ଶନିବାର ଦିନ ଭାରତୀ ସିଂହଙ୍କୁ ଏନସିବି ଡ୍ରଗସ୍ କେସ୍ ରେ ଗିରଫ କରି ନେଇଛନ୍ତି।ଜଣା ପଡୁଛି କି କମେଡିୟନ୍ ଡ୍ରଗସ୍ ନେବା କଥା ଅଧିକାରୀଙ୍କ ସାମ୍ନାରେ ସ୍ଵୀକାର କରିଥିଲେ। ତାଙ୍କ ସ୍ବାମୀ ହର୍ଷ ଲିମ୍ବୋଚିୟା ଙ୍କୁ ପୁଣି ପଚରାଉଚରା କରାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

 

Leave a Reply

Your email address will not be published. Required fields are marked *