ଭାଉଜ ପ୍ରେମରେ ପଡିଗଲା ଦିଅର, ଭାଇ ସମ୍ମୁଖରେ ଭାଉଜକୁ ବାହା ହେଲା ଦିଅର, ମା ଛୁଆଙ୍କୁ କହିଲେ “ଦାଦା ହିଁ ଆଜି ଠାରୁ ବାପା”

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ଆଜି ଆମେ ଏହିଭଳି ଏକ ଖବର କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରେମକୁ ସବୁବେଳେ ପବିତ୍ର ଓ ଶାଶ୍ଵତ ବୋଲି କୁହାଯାଏ। କିନ୍ତୁ ଏହା ସବୁବେଳେ ପବିତ୍ର ନୁହେଁ। ଏ ଭଳି କିଛି ସଂପର୍କ ପ୍ରେମ ସମ୍ପର୍କକୁ ଅପବିତ୍ର କରିଥାଏ। ଦିଅର ଭାଉଜ ମଧ୍ୟରେ ଥିବା ସମ୍ପର୍କ ମାଆ ପୁଅର ସମ୍ପର୍କ ରହିଥାଏ। ହେଲେ ପ୍ରେମରେ ଅନ୍ଧ ହୋଇ ଭାଇ ଥାଉ ଥାଉ ଭାଉଜ ପ୍ରେମରେ ଉବୁଟୁବୁ ହେଲା ଦିଅର। ସ୍ୱାମୀ ଆଗରେ ପ୍ରେମ ଧରା ପଡିଗଲା। ତେବେ ଏହିଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ହେଲେ ବର୍ତ୍ତମାନ ସମୟରେ ପ୍ରେମର ଆଉ କୌଣସି ପବିତ୍ରତା ନାହିଁ। ମୁଖ୍ୟକଥା ହେଉଛି ପିଲା ଛୁଆ ଥିବା ସତ୍ତ୍ୱ ଦିଅର ପ୍ରେମରେ ପଡି ଯାଇଛି ଭାଉଜ। ଏଭଳି କି ଶାରୀରିକ ସମ୍ପର୍କ ରଖିବାକୁ ପଛେଇ ନାହାଁନ୍ତି। ଯାହାକି ସାରା ସମାଜ ପାଇଁ କଳଙ୍କର କଥା ଅଟେ।

ପ୍ରେମରେ ପଡି ହିତାହିତ ଜ୍ଞାନ ଭୁଲ ଯାଇଥିଲେ ଉଭୟ ଭାଉଜ ଏବଂ ଦିଅର। ଦିଅର ମଧ୍ୟ ଭାବିବା କଥା ଯେ ସେ ଜଣେ ବିବାହିତା ନାରୀ ଏବଂ ସେ ଆଉ କାହାକୁ ବିବାହ କରି ନାହାନ୍ତି ବରଂ ନିଜ ଭାଇକୁ ବିବାହ କରିଛନ୍ତି। ତେବେ ଏହି ଲଜ୍ୟାଜନକ ଖବର ସାମ୍ନାକୁ ଆସିବା ପରେ ଦିଅର ଭାଉଜଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।

ସୂଚନା ଅନୁସାରେ, ପୱନ ଗୋସ୍ୱାମୀ ନାମକ ବ୍ୟକ୍ତି ଜଣକ ୪ ବର୍ଷ ତଳେ ପ୍ରିୟଙ୍କା ନାମକ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ତାଙ୍କର ଏକ ଦୁଇ ବର୍ଷର ଝିଅ ମଧ୍ୟ ଅଛି। ହେଲେ ଏହା ସତ୍ତ୍ୱେ ଭାଉଜକୁ ପ୍ରେମ ଜାଲରେ ଦିଅର ଫଶେଇ ଦେଇଥିଲା। ଦୀର୍ଘ ଦୁଇ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ। କେବଳ ସେତିକି ନୁହେଁ ଦୁହେଁ ଘର ଛାଡ଼ି ଚାଲି ଯାଇ ମନ୍ଦିରରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ହେଲେ ଏହି ବିଷୟରେ ପୱନ ଗୋସ୍ୱାମୀ ଜାଣିବା ପରେ ନିଜ ବିବାହକୁ ବଳିଦାନ ଦେଇଥିଲେ। ଅର୍ଥାତ ନିଜ ପତ୍ନୀର ହାତକୁ ଭାଇ ହାତକୁ ଟେକି ଦେଇଥିଲେ। କାରଣ ସେ ନିଜ ପତ୍ନୀ ପ୍ରିୟଙ୍କା କୁ ବହୁତ ଭଲ ପାଉଥିଲେ। ତେବେ ତାଙ୍କୁ ଆଘାତ ନ ଦେଇ ସାନ ଭାଇ ସାଙ୍ଗରେ ଏକ ଆଶ୍ରମରେ ପରିବାର ଏବଂ ଗ୍ରାମ ଲୋକଙ୍କ ସମ୍ମୁଖରେ ବିବାହ କରିଦେଇଥିଲେ।

ଏହି ସମୟ ମଧ୍ୟରେ ସେ ତାଙ୍କର ଦୁଇ ବର୍ଷର ଝିଅଙ୍କୁ ମଧ୍ୟ ତାଙ୍କ ସାନ ଭାଇକୁ ବାପା ବୋଲି କହିବା ପାଇଁ ବାଧ୍ୟ କରିଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ ତାର ମା ପିଲାକୁ କହିଲା ଯେ ତମ ଦାଦା ବର୍ତ୍ତମାନ ତମର ବାପା ହେବ। ପୱନଙ୍କ କହିବା ଅନୁଯାୟୀ, ଯେଉଁଠାରେ ପ୍ରିୟଙ୍କା ପତ୍ନୀ ରହିବାକୁ ଚାହାଁନ୍ତି, ସେ ତାଙ୍କୁ ସମର୍ଥନ କରିବେ ଏବଂ ଭାଇ ଏବଂ ପତ୍ନୀଙ୍କ ସୁଖ ପାଇଁ ଏହି ଅବିଶ୍ୱାସକୁ ବହନ କରିବେ। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଅଟେ।

Leave a Reply

Your email address will not be published. Required fields are marked *