ସୌମ୍ୟ ଆତ୍ମ-ହତ୍ୟା ମାମଲାର ଆଉ ଏକ ରହସ୍ୟ , କଲ ରେକର୍ଡ ହେଲା ଭାଇରଲ , ସୋନାଲି କହିଲେ ‘ ଭୋକିଲା କୁକୁର ମରିବନି ‘ ।

ଆଜିକୁ ସୌମ୍ୟଙ୍କ ଆତ୍ମହତ୍ୟା କୁ ୧୨ ଦିନ ବିତି ଗଲାଣି । ତଥାପି ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ସୋନାଲି ଙ୍କୁ ଗିରଫ କରାଯାଇ ନାହିଁ । ସୌମ୍ୟ ଙ୍କ ମା ଗତକାଲି କହିଛନ୍ତି ଯେ ଯଦି ଆଜି ସୁଦ୍ଧା ସୋନାଲି ଏବଂ ତାଙ୍କ ମା ଙ୍କୁ ଗିରଫ କରାନଯାଏ ତେବେ ସେ ପୋଲିସ ସାମ୍ନାରେ ଆତ୍ମହୁତି ଦେବେ । ତେବେ ଆଜି ଆଉ ଏକ ରହସ୍ୟ ଉପରୁ ପରଦା ଉଠିବାରେ ଦେଖାଯାଇଛି । ସୋନାଲି ଏବଂ ସୌମ୍ୟ ଙ୍କର ଆଉ ଏକ କଲ ରେକର୍ଡ଼ିଂ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସୋନାଲି ସୌମ୍ୟ ଙ୍କୁ ବର୍ବର ବ୍ୟବହାର କରିବାରେ ଦେଖା ଯାଇଛି । ଏହାକୁ ନେଇ ସୌମ୍ୟ ଙ୍କ ମା ପୁଣିଥରେ ମୁଁହ ଖୋଲିଛନ୍ତି ।

ଆଜି ସୌମ୍ୟ ଙ୍କ ମା ପୁଣିଥରେ ପୋଲିସ ଷ୍ଟେସନ ରେ ଏକ ଲିଖିତ ଦେଇଛନ୍ତି ଏବଂ ସୋନାଲି ଏବଂ ତାଙ୍କ ପରିବାରର ଯେଉଁମାନେ ସୌମ୍ୟ ଙ୍କ ଆତ୍ମହତ୍ୟା ପାଇଁ ଦାୟୀ ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ପୁଣି ସୌମ୍ୟ ଙ୍କ ମା କହିଛନ୍ତି ଯେ ଏକ କଲ ରେକର୍ଡ ରେ ଏହି ଘଟଣାର ସବୁକିଛି ସତ୍ୟତା ର ପର୍ଦାଫାସ ହେଉଛି । ଏକ କଲ ରେକର୍ଡ଼ ରେ ଏହା ଶୁଣିବାକୁ ମିଳିଛି ଯେ ସୋନାଲି ଏବଂ ତାଙ୍କ ମା ଙ୍କ ସମେତ ତାଙ୍କ ଭଉଣୀ ମଧ୍ୟ ସୌମ୍ୟ ଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିଲେ ଥିଲେ ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସୋନାଲି ଏପରି ବି ଶବ୍ଦ ବ୍ୟବହାର କରି କହିଛନ୍ତି ଯେ ‘ ଭୋକିଲା କୁକୁର ମରିବନି ‘ । ତେବେ ଏପରି ଭାବରେ ଜଣେ ମଣିଷ ପ୍ରତି ସେହି ମଣିଷ ବ୍ୟବହାର କରିଛି ଯାହାକୁ ସୌମ୍ୟ ଅଧିକ ଭଲ ପାଉଥିଲେ । ଏବଂ ତାଙ୍କ ପାଇଁ ହିଁ ସୌମ୍ୟ ଆଜି ଦୁନିଆରେ ନାହାଁନ୍ତି । ଭଉଣୀ ଏବଂ ମା ଏପରି ଭାବରେ ସୌମ୍ୟ ଙ୍କୁ ପ୍ରବର୍ତ୍ତାଇବା ପରେ ସୌମ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ସୌମ୍ୟ ଙ୍କ ମା କହିଛନ୍ତି ।

ତେବେ ସୌମ୍ୟ ଙ୍କ ମା କହିଛନ୍ତି ଯେ ସେ ପୋଲିସ ଉପରେ ଖୁବ ବିଶ୍ୱାସ ରଖିଛନ୍ତି । ଯେହେତୁ ତାଙ୍କ ସ୍ୱାମୀ ବି ଜଣେ ପୋଲିସ କର୍ମଚାରୀ ଥିଲେ । ତେଣୁ ସେ ଖୁବ ଭରସା ର ସହିତ କହିଛନ୍ତି ଯେ କାଲି ସୁଦ୍ଧା ପୋଲିସ ନିଶ୍ଚିତ ଭାବରେ ପ୍ରମାଣ ଆଧାରରେ ସୋନାଲି ଏବଂ ତାଙ୍କ ମା ଙ୍କ ସମେତ ତାଙ୍କ ଭଉଣୀ କୁ ବି ଗିରଫ କରିବେ । ସୌମ୍ୟଙ୍କ ପୁରା ପରିବାର ଅଭିଯୁକ୍ତ ଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଅଭିଯୁକ୍ତ ଙ୍କୁ ଗିରଫ କଲେ ସୌମ୍ୟଙ୍କ ଆତ୍ମା ଶାନ୍ତି ପାଇବ । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି ନାହିଁ ?

Leave a Reply

Your email address will not be published. Required fields are marked *