ଭୁଲ୍ ଜୀବ ସହ ପଙ୍ଗା ନେଇଗଲା ଜୀବନ… ଦେଖନ୍ତୁ ଭିଡିଓ

ଆଜିକାର ସମୟରେ ସୋସିଆଲ ମିଡ଼ିଆରେ ଅନେକ ଜିନିଷ ଦେଖିବାକୁ ମିଳିଥାଏ । ଆଉ ସେ ମଧ୍ୟରୁ ଅନେକ ମଜାଦାୟକ ଖବର ମଧ୍ୟ ରହିଥାଏ । ଯାହାକୁ ଦେଖିଲା ପରେ ହସି ହସି ପେଟ ଦରଜ ହୋଇଯାଏ । ତେବେ ପ୍ରାୟତଃ ସମସ୍ତଙ୍କୁ ଜୀବଜନ୍ତୁ ସମ୍ବନ୍ଧୀୟ ଭିଡ଼ିଓ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ । ଏହା ସମସ୍ତଙ୍କ ମୁହଁରେ ହସ ଫୁଟାଇଥାଏ । ଆଉ କେବେ ପୁଣି ଏଭଳି କିଛି ଭିଡ଼ିଓ ରହିଥାଏ , ଯାହାକୁ ଦେଖିଲା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଅନୁଭୂତ ହୋଇଥାଏ । ଅନେକ ଭିଡ଼ିଓରେ ଜୀବଜନ୍ତୁ ମାନଙ୍କର ଝଗଡା ଦେଖିବାକୁ ମିଳିଥାଏ । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା , ସେହି ଭିଡ଼ିଓ ଗୁଡିକ ବିଷୟରେ ଆସନ୍ତୁ ଜାଣିବା ।

ମାର୍ଚ୍ଚ ୨୦୨୧ ରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଋଷର ଗୋଟିଏ କୁକୁର ଗୋଟିଏ ବିଲେଇକୁ ଏକୁଟିଆ ଦେଖି ମାରିବାକୁ ଆସିଥାଏ । କିନ୍ତୁ ବିଲେଇ ଭୟରେ କାର ତଳେ ଲୁଚିଯାଏ । ତାପରେ କୁକୁର ତାର ଆଉ କିଛି ଜଣ ସାଙ୍ଗ ମାନଙ୍କୁ ସେହି ସ୍ଥାନକୁ ଡାକି ଆଣେ । ତେବେ ଏତେ କୁକୁରକୁ ଦେଖି ବିଲେଇ ବୁଝିଯାଏ ଯେ , ସେ କାର ତଳେ ଆଉ ବେଶୀ ସମୟ ରହିପାରିବ ନାହିଁ । ଏଭଳି ପରିସ୍ଥିତିରେ ବିଲେଇ ଭୟ ନ କରି କାର ତଳୁ ବାହାରି ଚକ୍ରି ଭଳି ଘୁରି ଘୁରି ପାଖରେ ଥିବା ଏକ ଟେବୁଲ ଉପରେ ଛିଡା ହୋଇଗଲା । ତେବେ ବିଳେଇର ଏତେ ସାହସ ଦେଖି କୁକୁର ଗୁଡିକ ଭୟଭୀତ ହୋଇ ସେହି ସ୍ଥାନରୁ ପଳାଇଲେ ।

ମା ଶବ୍ଦ ଏ ଦୁନିଆଁର ସବୁଠାରୁ ପବିତ୍ର ଶବ୍ଦ ଅଟେ । ନିଜ ପିଲା ପାଇଁ ସେ ଜମ ସହ ଲଢ଼ିବାକୁ ମଧ୍ୟ ପଛାଏ ନାହିଁ । ତେବେ ଏହି କଥାକୁ ସତ ପ୍ରମାଣିତ କରିଥିଲା , କେନିଆର ଏକ ଉଦ୍ୟାନରେ ରହୁଥିବା ହରିଣ । ନିଜ ପିଲାକୁ ଜନ୍ମ ଦେବା ପରେ ମା ହରିଣ ପିଲା ଚାରିପାଖରେ ଘୁରି ବୁଲୁଥାଏ । ତେବେ ହଠାତ ସେହି ସ୍ଥାନକୁ ବବୁଲ ନାମକ ଏକ ଭୟଙ୍କର ଜୀବ ଆସିଯାଏ ଆଉ ପିଲା ଉପରକୁ ଆକ୍ରମଣ କରିବାପାଇଁ ଚେଷ୍ଟା କରେ । ତେବେ ବବୁଲର ଧ୍ୟାନ ହଟାଇବା ପାଇଁ ମା ହରିଣ ତା ଚାରିପାଖରେ ବୁଲିଯାଏ । ତଥାପି ସେ ସେହି ସ୍ଥାନରୁ ଯାଏ ନାହିଁ । ତେବେ ବାଧ୍ୟ ହୋଇ ମା ହରିଣ ବବୁଲକୁ ତାର ଶିଙ୍ଗରେ ଏକ ଶକ୍ତ ଆକ୍ରମଣ କରେ । ଯାହାପରେ ବବୁଲ ସେହି ସ୍ଥାନରୁ ଭୟଭୀତ ହୋଇ ପଳାଏ ।

ଗୋଟିଏ ଭଲ ବନ୍ଧୁ ଆମକୁ ସବୁ ବିପଦରୁ ଉଦ୍ଧାର କରିପାରିବ । ଯେତେ ସମସ୍ୟା ଆସୁ ନା କାହିଁକି ଯଦି ସେ ଆମ ସାଙ୍ଗରେ ଥାଏ , ତେବେ ସବୁ ସମସ୍ୟା ସମାଧାନ ହୋଇଯାଏ । ତେବେ ଏହା ଜୀବଜନ୍ତୁ ମାନଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ଅଟେ । ଏହି ଭାଇରାଲ ହୋଇଥିବା ଭିଡ଼ିଓରେ ଗୋଟିଏ ସାପ ଗୋଟିଏ ଝିଟିପିଟିକୁ ଆକ୍ରମଣ କରିବାପାଇଁ ଚେଷ୍ଟା କରୁଥାଏ । ଆଉ ଆକ୍ରମଣ କରି ତାକୁ ଗୋଡ଼ାଇ ଦିଏ । କିନ୍ତୁ ଘଟଣାସ୍ଥଳରେ ଝିଟିପିଟିର ସାଙ୍ଗ ପହଞ୍ଚିଯାଏ ଆଉ ନିଜ ଜୀବନକୁ ବାଜି ଲଗାଇ ସାଙ୍ଗକୁ ରକ୍ଷା କରିବାପାଇଁ ଚେଷ୍ଟା କରିଥାଏ । ଆଉ ସାପ ଉପରେ ଆକ୍ରମଣ କରିଥାଏ । ସାପ ଝିଟିପିଟିକୁ ଛାଡି ଦେଇ କାନ୍ଥ ଉପରକୁ ଉଠିବା ପାଇଁ ଚେଷ୍ଟା କରେ କିନ୍ତୁ ବିଫଳ ହୋଇ ତଳେ ପଡ଼ିଯାଏ ।

ସଙ୍ଗଠନରେ ଶକ୍ତି ରହିଛି ଏହି କଥା ଆପଣ ଅନେକ ସ୍ଥାନରେ ଶୁଣିଥିବେ । ତେବେ ଏହା ପଶୁପକ୍ଷୀ ମାନଙ୍କ ପାଖରେ ଦେଖାଯିବ , ତାହା ଆପଣ ବିଶ୍ୱାସ କରିନଥିବେ । ଗୋଟିଏ ଭୋକିଲା ଭାଲୁ ଦୁଇଟି ଘୁଷୁରୀକୁ ଦେଖି ବାଡ଼ ଡେଇଁ ଭିତରକୁ ଚାଲିଯାଏ । କିନ୍ତୁ ଦୁଇଟି ଘୁଷୁରୀ ମିଶି ତାକୁ ଏଭଳି ପାନେ ଦିଅନ୍ତି କି , ସେ ଭୟଭୀତ ହୋଇ ସେହି ସ୍ଥାନରୁ ପଳାଇଯାଏ ।

ଅନ୍ୟ ଏକ ଭିଡ଼ିଓରେ ଗୋଟିଏ ଚିତାବାଘ ହନୀବେଜରର ଛୁଆକୁ ଶିକାର କରିବାପାଇଁ ଚେଷ୍ଟା କରୁଥିଲା କିନ୍ତୁ ସେ ଭୁଲି ଯାଇଥିଲା କି ହନିବେଜର ଦୁନିଆଁର ସବୁଠାରୁ ସାହସୀ ଏବଂ ଆକ୍ରମକ ଜୀବ ଅଟେ । କିନ୍ତୁ କଥା ଯେତେବେଳେ ନିଜ ଛୁଆ ଉପରକୁ ଆସେ , ସେ ଅତ୍ୟନ୍ତ ଭୟଙ୍କର ପାଲଟିଯାଏ । ତେବେ ସେ ନିଜ ଛୁଆକୁ ରକ୍ଷା କରିବାପାଇଁ ଚିତାବାଘ ଉପରକୁ ଆକ୍ରମଣ କରିଦିଏ ଆଉ ଚିତା ସେହି ସ୍ଥାନରୁ ପଳାଏ ।

ଆମେ ଜାଣିଛେ କଇଁଛ ଅତ୍ୟନ୍ତ ଅଳସୁଆ ଏବଂ ଧୀର ଗତିରେ ଚାଲୁଥିବା ଜୀବ ଅଟେ । କିନ୍ତୁ ଏହି ଭାଇରାଲ ହୋଇଥିବା ଭିଡ଼ିଓରେ କଇଁଛ ତାର ଅସଲ ରୂପ ଦେଖାଇଲା । ଗୋଟିଏ ପକ୍ଷୀ କଇଁଛକୁ ହଇରାଣ କରୁଥିଲା । ସେ ରାଗ ତମ ତମ ହୋଇ ପକ୍ଷୀର ମୁଣ୍ଡକୁ କାମୁଡି ଦେଇ ତାକୁ ଜୀବନରୁ ମାରିଦେଲା ।

Leave a Reply

Your email address will not be published. Required fields are marked *