ବିବାହ ସମୟରେ ଘଟିଲା ଏପରି ଘଟଣା, ଦେଖିବା ପରେ ଆପଣ ବି ନିଜ ହସକୁ ଅଟକାଇ ପାରିବେ ନାହିଁ :-

ଆମ ଭାରତରେ ଅନୁଷ୍ଠିତ ହେଉଥିବା ସବୁ ବିବାହ ଉତ୍ସବ ଖୁବ ସ୍ୱତନ୍ତ୍ର ଏବଂ ଭିନ୍ନ ଧରଣର ହୋଇଥାଏ । କାରଣ ଏହି ବିବାହରେ ଖୁବ ମଜା ମସ୍ତି ନାଚ ଗୀତ ହୋଇଥାଏ । ପ୍ରାୟ ସମସ୍ତେ ଖୁବ ଉପଭୋଗ କରିଥାନ୍ତି । କିନ୍ତୁ ସମୟ ସମୟରେ ସୋସିଆଲ ମିଡିଆରେ ବିବାହ ସମୟର କିଛି ଏପରି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ଆଜିକାର ଲେଖାରେ ଆମେ ସେହିପରି କିଛି ବିବାହର ମଜାଦାର ଦୃଶ୍ୟ ବିଷୟରେ କହିବୁ ।

୧ . ପ୍ରଥମ ମଜାଦାର ଭିଡ଼ିଓ ରେ ଆପଣ ମାନେ ଦେଖି ପାରିବେ ଯେ ବିବାହରେ ବରମାଳା ପରମ୍ପରା ସମୟରେ କନିଆ ଖୁବ କ୍ରୋଧରେ ଚାହିଁ ରହିଛି । ଯାହାକି ଦେଖିବାକୁ ଖୁବ ଅଦ୍ଭୁତ । ସେଥିରୁ ଏହା ଜଣା ଯାଉଛି ହୁଏତ କିନିଆର ବିବାହ କରିବାକୁ ଆଦୌ ଇଚ୍ଛା ନାହିଁ ।

୨ .ଆଉ ଏକ ଭାଇରଲ ଭିଡ଼ିଓ ଏକ ବିବାହ ସମୟରେ ବାଜୁଥିବା ବ୍ୟାଣ୍ଡ ପାର୍ଟି ର ଅଟେ । ତେବେ ବ୍ୟାଣ୍ଡ ପାର୍ଟି ଯେତେବେଳେ ବ୍ୟାଣ୍ଡ ବଜାଉଥିଲେ ସେହି ସମୟରେ ଏକ ଦୁଃଖ ଗୀତ ବାଜିଛି ଯାହାଦ୍ୱାରା ଶହାନାଇ ବଜାଉ ଥିବା ବ୍ୟକ୍ତି ମଧ୍ୟ ନିଜ ଇମୋସନ କୁ କଣ୍ଟ୍ରୋଲ କରି ପାରିନାହିଁ ଏବଂ କାନ୍ଦି ପକାଇଛି । ଲାଗୁଛି ଯେମିତି ତାର ପୁରୁଣା ପ୍ରେମ କଥା ମନେ ପଡ଼ି ଯାଇଛି ।

୩ . ବିବାହରେ ଝିଅ ଘରକୁ ଯୌତୁକ ମାଗିବା ଅନେକ ପୁରୁଣା କାଳରୁ ରହି ଆସିଛି । ଯେହେତୁ ଏହା ଆଇନ ଅନୁଯାୟୀ ଠିକ ନୁହେଁ ତଥାପି ଲୋକେ ନିଜର ଖରାପ ଗୁଣ କୁ ଛାଡ଼ି ପାରୁ ନାହାଁନ୍ତି । ଏକ ଭାଇରଲ ଭିଡ଼ିଓ ରେ କିନ୍ତୁ ଯାହା ହୋଇଛି ତାହା ଦେଖିଲେ ଆପଣ ଖୁସି ହେବେ । ଭଡ଼ିଓ ର ଜଣା ଯାଉଛି ଯେପରି ବର ବିବାହ ପାଇଁ ଆସିଛି । କିନ୍ତୁ ତାକୁ ଏପରି ଭାବରେ ଅତିଥି ସତ୍କାର କରାଯାଇଛି ଯେ ଆପଣ ବି ହସିବେ । ତେବେ ସେହି ବର ଏବଂ ତାର ବାପା କୁ ଚେୟାର ରେ ବସାଇ ବାନ୍ଧି ଦିଆଯାଇଥିଲା ଏବଂ ମାଡ଼ ମରା ଯାଇଥିଲା । କାରଣ ହେଉଛି ଯୌତୁକ ଦାବି ପୁଣି ତାହା ଲିମିଟ କ୍ରସ କରିଲେ ବା ଆଉ କଣ ହେବ ?

୪ . ବିବାହ ସମୟରେ ସ୍ମୃତି ପାଇଁ ଫୋଟ ଉଠାଇବା ଜରୁରୀ ଅଟେ କିନ୍ତୁ କିଛି ଫୋଟଗ୍ରାଫର ଏପରି ଥାନ୍ତି ଯେଉଁମାନେ ବର କନିଆ କୁ ଭିନ୍ନ ଭିନ୍ନ ପୋଜ ଦେବାକୁ କହିଥାନ୍ତି । ଏକ ଭାଇରଲ ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ଦମ୍ପତ୍ତି ଙ୍କୁ ଫୋଟ ଗ୍ରାଫର ଏକ ପୋଜ ଦେବାକୁ କହିଛି । ସେହି ପୋଜ ଅନୁଯାୟୀ ବର କନିଆ କୁ ନିଜ ବାହୁ ରେ ଉଠାଇ ଉପରକୁ ଫିଙ୍ଗି ପୁଣି ଧରିବାର ଥିଲା । କିନ୍ତୁ ଉପରକୁ ଫିଙ୍ଗିବା ପରେ ଝିଅ ତଳେ ପାଣିରେ ପଡ଼ି ଯାଇଛି । ଯେଉଁ ଦୃଶ୍ୟ କୁ ଦେଖିଲେ ଆପଣ ବି ନିଜ ହସକୁ ଅଟକାଇ ପାରିବେ ନାହିଁ ।

୫ . ବିବାହ ଉତ୍ସବରେ କିଛି ଲୋକ ଏପରି ଖାଇଥାନ୍ତି ଯେ ଯେପରି ଅନେକ ଦିନ ହେବ ଖାଇବାକୁ ପାଇ ନାହାଁନ୍ତି । ଏକ ସୋସିଆଲ ମିଡ଼ିଆ ଭିଡ଼ିଓ ଅନୁଯାୟୀ ଜଣେ ବ୍ୟକ୍ତି ବିବାହ ଉତ୍ସବକୁ ଯାଇ ନିଜେ ଖାଇଛନ୍ତି ସତ ବରଂ ଲୁଚାଇ ପଲିଥିନ ରେ ଖାଦ୍ୟ ପୁରାଇ ନିଜ ଘରକୁ ମଧ୍ୟ ନେଇ ଯାଇଛନ୍ତି ।

୬ . ଆଜିକାଲି ଫୋନ ରେ ଏପରି ଫିଲ୍ଟର କ୍ୟାମେରା ଆସିଛି ଯାହାକି ଲୋକଙ୍କ ଚେହେରାର ରଙ୍ଗକୁ ବଦଳାଇ ଦେଉଛି । ଫୋଟ ଦେଖି ବିବାହ କରିଥିବା ଏହି ବ୍ୟକ୍ତି କ୍ଷେତ୍ରରେ ଏହିପରି ହୋଇଛି । ବୋଧହୁଏ ସେ ଫୋଟ ଦେଖି ମହିଳାଙ୍କୁ ବିବାହ କରିଥିଲେ । ଗାଡ଼ି ରେ ବିବାହ କରି ଆସୁଥିବା ସମୟରେ ଯେତେବେଳେ ସେ ବଧୁର ଓଢଣା ଉଠାଇ ତାର ମୁଁହକୁ ଦେଖିଛନ୍ତି ଭୁତ ଦେଖିବା ଭଳି ଗାଡ଼ିରୁ ଡେଇଁ ପଳାଇ ଯାଇଛନ୍ତି । ଯାହା ଦେଖିବା ପରେ ଦେଖଣାହାରି ଙ୍କ ହସ ଆଉ ଅଟକି ନାହିଁ ।

୭ . ବିବାହ ସମୟରେ କେହି ବିବାହ କରିଥାଏ ତ କାହା ପାଇଁ ଏହି ସମୟ ମଦ ପାନ କରିବାର ସୁଯୋଗ ସାଜିଥାଏ । ଏକ ଭିଡ଼ିଓ ଅନୁଯାୟୀ ଆପଣ ମାନେ ଦେଖି ପାରିବେ ଯେ ଜଣେ ବ୍ୟକ୍ତି ନିଜ ବିବାହରେ ଏତେ ମଦ ପିଇ ଦେଇଛନ୍ତି ଯେ କନିଆ କୁ ବରମାଳା ପିନ୍ଧାଉ ପିନ୍ଧାଉ ପାଖରେ ଥିବା କନିଆ ର ସାନ ଭଉଣୀ କୁ ପିନ୍ଧାଇ ଦେଇଛି । କିନ୍ତୁ ଯେତେବେଳେ ଝିଅଟି ବରମାଳା କୁ ବର ମୁଁହକୁ ଫିଙ୍ଗି ଦିଏ ସେତେବେଳେ ଯାଇ ବର ର ହୋସ ଆସେ ।

୮ . ଆଉ ଏକ ଭାଇରଲ ଭିଡ଼ିଓ ଅନୁଯାୟୀ ବିବାହ ପରେ ବର କନିଆ ଫୋଟ ଉଠାଇବା ପାଇଁ ପୋଜ ଦେଇଛନ୍ତି । କିନ୍ତୁ ବୋଧହୁଏ ସେମାନଙ୍କ ଭାଗ୍ୟ ଖରାପ ଥିଲା । ଉଭୟ ବର କନିଆ ସେହି ସମୟରେ ସବୁ ଲୋକଙ୍କ ସାମ୍ନାରେ ଫୋଟ ଉଠାଉ ଉଠାଉ ତଳେ ପଡ଼ି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *