ବିଳମ୍ବରେ ଗାଧଉଥିବା ମହିଳା ମାନେ ଭୋଗି ପାରନ୍ତି ଏପରି ସମସ୍ୟା, ନିଶ୍ଚୟ ଜାଣି ରଖନ୍ତୁ :-

ମନୁଷ୍ୟ ମାନଙ୍କର ଦୈନନ୍ଦିନ ଜୀବନର ଅଭ୍ୟାସ ମଧ୍ୟରେ ଖୁବ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ରହିଥାଏ । ସେଥିମଧ୍ୟରୁ ଭଜନ କରିବା ସ୍ନାନ କରିବା ଏହିପାରି ମୁଖ୍ୟ କାର୍ଯ୍ୟ ଗୁଡ଼ିକୁ କରିବାର ଏକ ନିର୍ଦିଷ୍ଟ ସମୟ ଏବଂ ଶୈଳୀ ରହିଥାଏ ଯାହାକି ଆମ ପୂର୍ବ ପୁରୁଷଙ୍କ ସମୟରୁ ହିଁ ରହି ଆସିଛି । ତେବେ ପ୍ରତ୍ୟେକ କାର୍ଯ୍ୟର ଠିକ ସମୟ ରହିବାର ଅନେକ ମହତ୍ତ୍ୱ ମଧ୍ୟ ରହିଛି । କିନ୍ତୁ ବର୍ତ୍ତମାନ ସମୟର ଲୋକେ ଏହାକୁ ଖୁବ ଅଣଦେଖା କରନ୍ତି ଏବଂ ସବୁ କାମକୁ ଠିକ ସମୟରେ କରନ୍ତି ନାହିଁ ।

ଯେମିତିକି ଆମ ଗରୁଡ଼ ପୁରାଣ ଅନୁସାରେ ଦୈନନ୍ଦିନ ଜୀବନର ମୁଖ୍ୟ କାର୍ଯ୍ୟ ସ୍ନାନ କରିବାର ଏକ ନିର୍ଦିଷ୍ଟ ସମୟ ଅଛି । ସେହି ସମୟରେ ସ୍ନାନ କଲେ ଅନେକ ଲାଭ ପ୍ରାପ୍ତ ହୋଇଥାଏ । କିନ୍ତୁ ଯଦି ସେହି ସମୟରେ ଲୋକେ ସ୍ନାନ ନକରି ଅନ୍ୟ ସମୟରେ ନିଜ ସୁବିଧା ଅନୁସାରେ କରନ୍ତି ତେବେ ଫାଇଦା ତ ମିଳି ନଥାଏ ତାସହିତ ଅନେକ କ୍ଷତି ମଧ୍ୟ ହୋଇଥାଏ । ବିଶେଷ କରି ଅନେକ ମହିଳା ଆଜିକାଲି ଠିକ ସମୟରେ ସ୍ନାନ କରୁ ନାହାଁନ୍ତି । ତେବେ ଗରୁଡ଼ ପୁରାଣ ଅନୁଯାୟୀ ଗାଧୋଇବାର ଉପଯୁକ୍ତ ସମୟ ଏବଂ ଠିକ ସମୟରେ ନଗାଧୋଇଲେ କଣ ସବୁ କ୍ଷତି ହୋଇଥାଏ ତାହା ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସ୍ନାନ ର ପ୍ରକାର :-

ଶାସ୍ତ୍ର ଅନୁସାରେ ସ୍ନାନ ପାଞ୍ଚ ପ୍ରକାରର ରହିଛି ଯଥା ବ୍ରହ୍ମସ୍ନାନ , ଦେବସ୍ନାନ , ଋଷିସ୍ନାନ , ମାନବସ୍ନାନ ଏବଂ ଦାନବସ୍ନାନ । ତେବେ ଏସବୁ ସ୍ନାନର ସମୟ ମଧ୍ୟ ଭିନ୍ନ ଭିନ୍ନ ।

୧ . ବ୍ରହ୍ମସ୍ନାନ :- ଗରୁଡ଼ ପୁରାଣ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ସ୍ନାନକୁ ଉପଯୁକ୍ତ ବୋଲି କୁହାଯାଏ । ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ ରାତ୍ରିର ଶେଷ ପ୍ରହାର କିମ୍ବା ସୂର୍ଯ୍ୟ ଉଦୟର ଠିକ ଦେଢ଼ ଘଣ୍ଟା ପୂର୍ବରୁ । ଶାସ୍ତ୍ର ଅନୁସାରେ ସ୍ନାନ ପାଇଁ ଏହା ଉପଯୁକ୍ତ ସମୟ କାରଣ ଏହି ସମୟରେ ଅଦ୍ଭୁତ ଶକ୍ତି ବ୍ୟାପ୍ତ ହୋଇଥାଏ । ତେଣୁ ଏହି ସମୟରେ ସ୍ନାନ କରି ସୂର୍ଯ୍ୟଙ୍କୁ ଅର୍ଘ ଦେଲେ ଜୀବନରେ ସୁଖ , ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ ।

୨ . ଦେବସ୍ନାନ :- ସକାଳ ୫ ରୁ ୬ ମଧ୍ୟରେ ହେଉଥିବା ସ୍ନାନକୁ ଦେବସ୍ନାନ କୁହାଯାଏ । ଏହି ସମୟରେ ସ୍ନାନ କଲେ ଶରୀରରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ସବୁ ପ୍ରକାରର ନକରାତ୍ମକତା ଶରୀରରୁ ବାହାରି ଯାଏ । ଏହି ସମୟରେ ସ୍ନାନ କଲେ ଆମ ମନ ସହିତ ଶରୀର ମଧ୍ୟ ଶୁଦ୍ଧ ହୋଇଥାଏ ।

୩ . ଋଷିସ୍ନାନ :- ସକାଳ ସମୟରେ ଆକାଶରେ ଯେଉଁ ସମୟରେ ତାରା ନଜର ଆସିଥାଏ ସେହି ସମୟରେ କରାଯାଉଥିବା ସ୍ନାନକୁ ଋଷିସ୍ନାନ କୁହାଯାଏ । ଏହା ମଧ୍ୟ ସ୍ନାନ କରିବାର ସର୍ବଶ୍ରେଷ୍ଠ ସମୟ ଅଟେ । ଏହି ସମୟରେ ସ୍ନାନ କଲେ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ ।

୪ . ମାନବ ସ୍ନାନ :- ସକାଳ ୬ ରୁ ୮ ମଧ୍ୟରେ କରାଯାଉଥିବା ସ୍ନାନକୁ ମାନବସ୍ନାନ କୁହାଯାଏ । ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ କିମ୍ବା ସୂର୍ଯ୍ୟ ଉଦୟ ପରେ କରାଯାଇଥାଏ । ଏହା ସ୍ନାନ ପାଇଁ ଉପଯୁକ୍ତ ସମୟ ଅଟେ । ଶରୀରରେ ଦିନସାରା ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ମନ ଲାଗିଥାଏ ।

୫ . ଦାନବ ସ୍ନାନ :- ଏହି ସମୟରେ ସ୍ନାନ କରିବା ଠିକ ନୁହେଁ । ଏହି ସମୟରେ ବାତାବରଣରେ ସକାରାତ୍ମକ ଶକ୍ତି ନଥାଏ । ଯାହାଦ୍ୱାରା ମଣିଷ ମଧ୍ୟରେ କାମ ପ୍ରତି ଉତ୍ସାହ କମିଯାଏ । ଯେଉଁ କାରଣରୁ ସେ ଦିନ ସାରା ଆଳସ୍ୟ ଅନୁଭବ କରେ । ତେଣୁ ସକାଳ ୮ ପରେ କେବେ ସ୍ନାନ କରିବା ଉଚିତ ନୁହେଁ ।

ଯେଉଁ ମହିଳା ମାନେ ସକାଳ ୮ ପରେ ସ୍ନାନ କରନ୍ତି ସେମାନଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ରହିଥାଏ ଏବଂ ଘରେ ସୁଖ ସମୃଦ୍ଧି ମଧ୍ୟ ରହେ ନାହିଁ ।

Leave a Reply

Your email address will not be published. Required fields are marked *