ସୋସିଆଲ ମିଡିଆ(social media)ରେ ଗୋଟିଏ ବ୍ଲାକ ପାନ୍ଥର (black panther)ର ଭିଡିଓ ଜୋରରେ ଭାଇ-ରଲ ହେଉଛି। ଗୋଟିଏ ବ୍ଲାକ ପାନ୍ଥରର ଭିଡିଓ (black panther video) ଇଣ୍ଟରନେଟରେ ଛାଇ ହୋଇ ରହିଛି। ଚିତାବାଘ ପଲକ ପଡ଼ିବା ମାତ୍ରେ ହିଁ ଗଛ ଉପରେ ଚଢ଼ି (leopard climbs tree) ଗଲା।
ସୋସିଆଲ ମିଡ଼ିଆ (social media)ରେ ଗୋଟିଏ କଳା ପାନ୍ଥର (black panther)ର ଭିଡିଓ ଜୋରରେ ଭାଇ-ରଲ ହେଉଛି। ଆପଣମାନେ ଅନେକ ପଶୁକୁ ଗଛରେ ଚଢିବାର ଦେଖିଥିବ। ଆପଣମାନେ ସିଂହ ଏବଂ ବାଘଙ୍କର ଅନେକ ଭିଡିଓ ଦେଖିଥିବେ। କିନ୍ତୁ ଏଥର ଗୋଟିଏ ବ୍ଲାକ ପାନ୍ଥରର ଭିଡିଓ (black panther video) ଇଣ୍ଟରନେଟରେ ଛାଇ ହୋଇ ରହିଛି। ଚିତାବାଘ ପଲକ ପଡ଼ିବା ମାତ୍ରେ ହିଁ ଗଛ ଉପରେ ଚଢ଼ି (leopard climbs tree) ଗଲା। ସେଠାରେ ଜିପରେ ବସିଥିବା ଲୋକମାନେ ଦେଖି ହିଁ ରହିଗଲେ। ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ଟୁଇଟରରେ ସେୟାର କରିଛନ୍ତି।
ଭିଡ଼ିଓରେ ଦେଖା ଯାଉଛି କି ବ୍ଲାକ ପାନ୍ଥର ଜଙ୍ଗଲରେ ବୁଲୁଛି। ସେଠାରେ ଯାତ୍ରା ଜିପରେ ଲୋକ ବସିଛନ୍ତି ଏବଂ ତାକୁ ଦେଖୁଛନ୍ତି। ପାନ୍ଥରଟି ରାସ୍ତା ପାରି ହେଉଛି ଏବଂ ଗଛ ପାଖରେ ଆସି ଛିଡାହୋଇ ଯାଉଛି। ପୁଣି ସେ ଗୋଟିଏ ଝଟକାରେ ଗଛ ଉପରେ ଚଢି ଯାଇଥାଏ ଏବଂ ଦୌଡ଼ିଦୌଡ଼ି ଉପରେ ଠିଆହୋଇ ଯାଇଛି।ଦେଖିକି ସେଠାରେ ଉପସ୍ଥିତ ଲୋକମାନଙ୍କର ହୋଶ ଉଡିଯାଇଛି।
ସୁଶାନ୍ତ ନନ୍ଦା ଭିଡିଓ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ଯଦି ଆପଣ ଦେଖିନାହାନ୍ତି କି ଚିତାବାଘ କେତେ ଜୋରରେ ଚଢିପାରେ…’
If you haven’t seen how fast a leopard climbs…
That too a Melanistic one pic.twitter.com/zPE3QRYNzF— Susanta Nanda IFS (@susantananda3) March 7, 2021
ସୁଶାନ୍ତ ନନ୍ଦା ଏହି ଭିଡିଓକୁ ୭ମାର୍ଚ୍ଚ ରାତିରେ ସେୟାର କରିଥିଲେ, ଯାହାର ଏ ପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଭ୍ୟୁ ହେଇସାରିଛନ୍ତି। ଏହା ସହିତ ୫ହଜାରରୁ ଅଧିକ ଲାଇକ ଏବଂ ୮୦୦ରୁ ଅଧିକ ରି-ଟୁଇଟ ହେଇସାରିଛି। ଲୋକମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସିଛି। ଲୋକମାନେ କମେଣ୍ଟ ସେକ୍ସନରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…
Simply wow. Nature keeps humbling us
— Sujatha Ramanathan (@IndivasSujatha) March 7, 2021
That's just amazing….
— vilakshan (@vilakshanbanga) March 7, 2021
Amazing tree climbing (on this Hight of tree)
— गौरव गौड़ (@igauravgaud) March 8, 2021