ଆଜି ମଧ୍ୟ ଏପରି ଅନ୍ଧ ବିଶ୍ୱାସ ରହିଛି ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ଆଜିର ବିଜ୍ଞାନ ଯୁଗରେ ମଣିଷର ଏପରି ଅନ୍ଧବିଶ୍ୱାସ ପାଗଳାମି ପରି ଲାଗିଥାଏ। ଝାଡ଼ଖଣ୍ଡର ଜାମସେଦପୁରରୁ ଏମତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସୁଛି ଯେଉଁଠାରେ ବୋହୂ ଘରୁ ପଳାଇଯିବାରୁ ଜଣେ ଶାଶୁ ନିଜ ଜିଭ ଭଗବାନଙ୍କ ଫୋଟୋ ଆଗରେ ଚଢାଇ ଦେଇଛନ୍ତି। ଶାଶୁଙ୍କର ମାନିବା କଥା ଯେ, ଏମିତି କରିବା ଦ୍ୱାରା ବୋହୂ ଘରକୁ ଫେରି ଆସିବେ।
ତେବେ ବାସ୍ତବରେ ଏହି ସମ୍ପୂର୍ଣ୍ଣ ଘଟଣା RIT ପୋଲିସ୍ ଷ୍ଟେସନର NIT କ୍ୟାମ୍ପସର ଅଟେ। ଯେଉଁଠାରେ ଜଣେ ଶାଶୁ ନିଜ ବୋହୂର ଘର ଛାଡ଼ି ଚାଲିଯିବାରୁ ନିଜର ଜିଭ ଭଗବାନ ଭୋଳା ଶଙ୍କରଙ୍କ ଫୋଟୋ ଉପରେ ଅର୍ପଣ କରିଦେଇଛନ୍ତି। ଏହା ପରେ ଅତି ଶୀଘ୍ରତା ସହିତ ଶାଶୁଙ୍କୁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମହିଳାଙ୍କ ସ୍ୱାମୀଙ୍କର କହିବା କଥା ଯେ, ମାନ୍ୟତା ରହିଛି ଯେ ଗାଁରେ ଯେତେବେଳେ କୌଣସି ବ୍ୟକ୍ତି ପଳାଇ ଯାଇଥାନ୍ତି ସେତେବେଳେ ଯଦି ଅନ୍ୟ କୌଣସି ବ୍ୟକ୍ତି ତାଙ୍କ ପାଇଁ ନିଜ ଜିଭ କାଟି ଭଗବାନଙ୍କୁ ଚଢାଇ ଦିଅନ୍ତି ତେବେ ଚାଲି ଯାଇଥିବା ବ୍ୟକ୍ତି ଜଣକ ଫେରି ଆସିଥାଏ। ସେଥିପାଇଁ ମହିଳା ଜଣକ ମଧ୍ୟ ନିଜ ବୋହୂକୁ ଫେରାଇ ଆଣିବା ପାଇଁ ନିଜ ଜିଭ କାଟି ଶଙ୍କର ଭଗବାନଙ୍କ ଫୋଟୋରେ ଅର୍ପଣ କରିଦେଇଥିଲେ।
ହସ୍ପିଟାଲରେ ଭର୍ତ୍ତି ମହିଳାଙ୍କ ସ୍ୱାମୀ କହିଥିଲେ ଯେ, ତାଙ୍କ ବୋହୂ ଶୌଚ କରିବା ପାଇଁ ବାହାରିଥିଲେ ଏବଂ ନିଜ ଦେଢ଼ ବର୍ଷର ଝିଅକୁ ନେଇ ଫେରାର ହୋଇଯାଇଥିଲେ। ସୂଚନା ମୁତାବକ ମହିଳା ଜଣକ ନିଜ ପ୍ରେମୀ ସହିତ ଫରାର ହୋଇଯାଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ଜିଭ କାଟି ଦେଇଥିବା ମହିଳାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। ମହିଳା ଜଣଙ୍କୁ ଏପର୍ଯ୍ୟନ୍ତ ମଧ୍ୟ ବିଶ୍ୱାସ ରହିଛି ଯେ, ତାଙ୍କ ବୋହୂ ଖୁବଶୀଘ୍ର ଘରକୁ ଫେରି ଆସିବେ କାରଣ ସେ ନିଜର ଜିଭ କାଟି ଭଗବାନଙ୍କ ପାଦରେ ଅର୍ପଣ କରିଦେଇଛନ୍ତି।