ବୃଦ୍ଧା ଶାଶୁଙ୍କୁ ଗାଧୋଇ ଦେବା ସମୟରେ ନିର୍ଧୁମ ପି-ଟିଲା ବୋହୂ

ଝିଅ ଯେତେବେଳେ ବାଢୁଅ ଥାଏ ସେତେବେଳେ ବାପା ମାଆ ହିଁ ତା’ ପାଇଁ ଚଳନ୍ତି ଠାକୁର ହୋଇଥାନ୍ତି। ହେଲେ ସେ ଯେତେବେଳେ ବାପ ଘର ଛାଡ଼ି ପର ଘର ଅବା ଶାଶୁ ଘରକୁ ଆସେ ତେବେ ସେତେବେଳେ ଶାଶୁ ଶଶୁରଙ୍କୁ ତା’ ପାଇଁ ଚଳନ୍ତି ଠାକୁର ହୋଇଥାନ୍ତି। ଯଦି ବୋହୂ ଶାଶୁ ଶଶୁରଙ୍କୁ ନିଜ ବାପା ମାନଙ୍କ ଭଳି ସ୍ନେହ ଓ ଭଲ ପାଇବା ଦେଇଥାଏ ତେବେ ସେମାନଙ୍କ ମଧ୍ୟରେ ଭଲ ସଂପର୍କ ଗଢି ଉଠେ।

ଯେତେବେଳେ ବୋହୂଟିଏ ଘରକୁ ଆସେ ସେତେବେଳେ ସେ ନିଜ ଶାଶୁ ଶଶୁରଙ୍କୁ ନିଜ ବାପା ଓ ମାଆ ଙ୍କ ଭଳି ସମ୍ମାନ ଏବଂ ଭଲ ପାଇବା ଦେଇଥାଏ। ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହୋଇଥାଏ। ଯାହାଫଳରେ ଆଉ ପାରିବାରିକ କୋଳାହଳ ସୃଷ୍ଟି ହୋଇ ନଥାଏ। ହେଲେ ବର୍ତ୍ତମାନ ସମୟରେ ଏକ ଲଜ୍ୟା-ଜନକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଶାଶୁକୁ ବୋହୂର ଅକର୍ଥନୀୟ ନିର୍ଯ୍ୟା-ତନା ଦେଉଥିବାର ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ପାଇବେ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଘର ଭିତରେ ଶାଶୁ ଘମା-ଘୋଟ ମା-ଡ଼ ଖାଉଛି। ଶାଶୁ ତଳେ ପଡିଥିବା ବେଳେ କଳିଯୁଗର ବୋହୂ ଉପରେ ଚଢ଼ି ଶାଶୁକୁ ଗୋଇଠା ବିଧା ମା-ଡ଼ ମା-ରି ଚାଲିଛି। ତେବେ ଏହି ସମସ୍ତ ଦୃଶ୍ୟକୁ ଜଣେ ପଡୋଶୀ ନିଜ ମୋବାଇଲ ଫୋନରେ କଏଦ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।

ତେବେ ଏଭଳି ଘଟଣା କାନପୁରର ଖେଡା ଗାଁରେ ଘଟିଛି। ତେବେ ସେହି ପରିବାରରେ ଶାଶୁ ବୋହୂ ବୋଲି ଦୁଇ ଜଣ ସଦସ୍ୟ ପରିବାରରେ ରହୁଛନ୍ତି। ବୃଦ୍ଧା ମହିଳାଙ୍କ ସ୍ୱାମୀର ମୃତ୍ୟୁ ଘଟି ସାରିଛି। ବୃଦ୍ଧା ମହିଳା ଜୟରାମ ଦେବୀ ନିଜ ପୁଅ ଭଗବାନ ବଲୀ ଓ ବୋହୂ ଆରତୀ ଗୁପ୍ତାଙ୍କ ସହ ରହୁଛନ୍ତି। ତେବେ ଜୟରାମ ଦେବୀଙ୍କ ବୟସ ୧୦୫ ବର୍ଷ ହେଲାଣି। ଏହି କାରଣରୁ ସେ ବିଂଛଣାରୁ ଉଠି ପାରୁ ନାହାଁନ୍ତି। ତେବେ ଶାଶୁଙ୍କ ଏଭଳି ଅବସ୍ଥା ସମୟରେ ବୋହୂ ସେବା କରିବା ପରିବର୍ତ୍ତେ ଶାଶୁକୁ ନିର୍ଯ୍ୟାତନା ଦେବା ସହ ମା-ଡ ମା-ରୁଛନ୍ତି। ଗର୍ବ ଓ ଅଂହକାର ବୋହୂକୁ ଏତେ ମାତ୍ରାରେ ଘାରିଛି ଯେ, ଶାଶୁକୁ ସେ ମଣିଷ ବୋଲି ଭାବୁ ନାହିଁ।

ପୁଅ କାମ କରିବାକୁ ଗଲା ପରେ କେବଳ ଶାଶୁ ଓ ବୋହୂଙ୍କ ବ୍ୟତୀତ ଘରେ ଅନ୍ୟ କେହି ନଥାନ୍ତି। ତେବେ ଶେଯରୁ ଉଠି ପାରୁ ନଥିବା ଏବଂ ପାଟି ଖୋଲି କଥା କହି ପାରୁ ନଥିବା ଶାଶୁ ପାଇଁ କାଳ ସାଜିଥାଏ ବୋହୂ। ଉଠିବା, ବସିବା, ଖାଇବା ପିଇବା ସମୟରେ ଶାଶୁଙ୍କୁ ଖୁବ୍‌ ନିର୍ଦୟ ଭାବେ ବୋହୂ ପି-ଟିଥାଏ। ତେବେ ଏହି ସମସ୍ତ ଦୃଶ୍ୟକୁ କେହି ଜଣେ ଫୋନରେ ରେକର୍ଡ଼ କରିବା ପରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ତେବେ ଭିଡ଼ିଓ ଭାଇରାଲ ହେବା ପରେ ଭିଡ଼ିଓକୁ ଆଧାର ପୋଲିସ ବୋହୂକୁ ଗିରଫ କରି ଜେଲ ପଠେଇ ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *