ବଲିଉଡର ଲୋକ ପ୍ରିୟ ଗାୟିକା ନେହା କକ୍କର ପୁଣିଥରେ ବିବାହ କରିବାର !

ମୁମ୍ବାଇ ; ଗାୟିକା ନେହା କକ୍କଡ କିଛି ମାସ ପୂର୍ବେ ରୋହନପ୍ରୀତ ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ ଏବେ ନିଜେ ନେହା କକ୍କଡ କହିଛନ୍ତି ଯେ ସେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ଫ୍ୟାନ୍ସ ମାନେ ଏହି ଖବର ଶୁଣି ବହୁତ ଆଶ୍ଚର୍ଯ୍ୟ କି ନେହା ପୁଣି ଥରେ କାହାକୁ ବିବାହ କରିବେ? କିନ୍ତୁ ନେହେ ଦ୍ବିତୀୟ ଥର ବିବାହ ଆଉ କାହା ସହ ନୁହେଁ ନିଜ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ କରିବେ। ବର୍ତ୍ତମାନ ସମୟରେ ଇଣ୍ଡିଆନ ଆଇଡିଆଲ ସିଜିନ – ୧୩ ରେ ନିଜେ ନିହା କକ୍କଡ ନିଜ ବିବାହ ବିଷୟରେ ଖୁଲାସା କରିଛନ୍ତି।

ଏହି ବଲିଉଡର ଗାୟିକା ବିବାହ ପରଠାରୁ ସୋଶିଆଲ ମିଡିଆ ଏବଂ ଲୋକମାନଙ୍କ ମୁହଁରେ ବହୁତ ଚର୍ଚ୍ଚାରେ ଆସୁଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଦ୍ବିତୀୟ ବିବାହ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ସେ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ କରିବା ପରେ ପୁଣିଥରେ ସେ ଖ୍ରୀଷ୍ଟିଆନ ଶାସ୍ତ୍ର ଅନୁସାରେ ବିବାହ କରିବାକୁ ଇଛା ପ୍ରକାଶ କରିଛନ୍ତି। ତାଙ୍କର ଇଛା ଯେ ସେ ଧଳା ରଙ୍ଗର ଗାଉନ ପିନ୍ଧି ପୁଣି ଥରେ ଖ୍ରୀଷ୍ଟଧର୍ମ ଅନୁସାରେ ରୋହନପ୍ରୀତ ସିଂହଙ୍କ ହାତ ଧରିବେ ବୋଲି। ସେ ପୂର୍ବରୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଲାଲ ରଙ୍ଗର ପୋଷାକ ପିନ୍ଧି ବିବାହ କରିଥିଲେ।

ବଲିଉଡ ଗାୟିକା ନେହା କକ୍କଡ ଗତ ଅକ୍ଟୋବର ୧୪ ତାରିଖରେ ହିନ୍ଦୁ ରିତିନିତୀ ଅନୁସାରେ ରୋହନପ୍ରୀତ ସିଂହଙ୍କୁ ବିବାହ କରି ଫ୍ୟାନସ୍ ମାନଙ୍କୁ ସପ୍ରାଇଜ ଦେଇଥିଲେ। ଏହି ବିବାହ ଖବର ହଠାତ୍ ଶୁଣି ଫ୍ୟାନସ୍ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସୋଶିଆଲ ମିଡିଆରେ ନେହା ଏବଂ ରୋହନପ୍ରୀତ ସିଂହଙ୍କ ବିବାହ ଫଟୋ ସୋଶିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *