ହସୁଥିବା ଖେଳୁଥିବା ଝିଅର ଜୀବନ ହୋଇଗଲା ନଷ୍ଟ, ପୂର୍ବତନ ପ୍ରେମିକ ଅପହରଣ କରି କରିଥିଲା ଖରାପ ଅବସ୍ଥା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର:-

ସମ୍ପର୍କରେ ସାମାନ୍ୟ ଭୁଲ୍ ବୁଝାମଣା ହେଲେ ଅତ୍ୟନ୍ତ ଖରାପ ପରିଣାମ ସହିବାକୁ ପଡିଥାଏ । ଠିକ୍ ଏହିପରି କିଛି ବ୍ରିଟେନରେ କିଶୋରମାନଙ୍କ ସମ୍ପର୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ସଂପର୍କ ଭାଙ୍ଗିଯିବା ପରେ ଯୁବକ ଜଣକ ଗର୍ଲଫ୍ରେଣ୍ଡକୁ ଅପହରଣ କରିନେଇଥିଲେ । ଯାହାଫଳରେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ନଷ୍ଟ ହୋଇଯାଇଥିଲା । ଆପଣଙ୍କୁ ଜାଣିବା ଯୁବକ ଜଣକ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ସହିତ କ’ଣ କରିଥିଲେ ।

ଏହି ଘଟଣା ବ୍ରିଟେନର ଏମ୍ପିଙ୍ଗହମ୍ ଡ୍ରାଇଭ୍ ର ଅଟେ । ପ୍ରାୟ ଦେଢ ବର୍ଷ ପୂର୍ବେ 19 ବର୍ଷିୟ ବାଉସ୍କିଲ ଏବଂ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ 18 ବର୍ଷିୟ ଆଞ୍ଜେଲ ଲିନଙ୍କ ମଧ୍ୟରେ ଝଗଡା ହୋଇଥିଲା । ତା’ପରେ ଆଞ୍ଜେଲ ବାଉସ୍କିଲଙ୍କ ସହ ଝଗଡ଼ା କରି ତାଙ୍କ ଘରକୁ ଯାଉଥିଲେ ।

ଝଗଡା ପରେ ବାଉସ୍କିଲ ତାଙ୍କ ସାଙ୍ଗଙ୍କ ସହ ଆଞ୍ଜେଲଙ୍କୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ତାଙ୍କର ଏହି ଯୋଜନାର ଫଳାଫଳ ଅତ୍ୟନ୍ତ ଖରାପ ହୋଇଥିଲା ।

‘ଦି ମିରର’ର ରିପୋର୍ଟ ଅନୁଯାୟୀ, ଆଞ୍ଜେଲ୍ ରାସ୍ତାରେ ଯାଉଥିବା ସମୟରେ ଵାଉସ୍କିଲ ତାଙ୍କୁ ଅନୁସରଣ କରି ଜୋରଜବରଦସ୍ତି ଭ୍ୟାନକୁ ନେଇ ଯାଇଥିଲେ । ଆଞ୍ଜେଲଙ୍କୁ ଅପହରଣ କରି ବାଉସ୍କିଲ ଏବଂ ତାଙ୍କ ସାଙ୍ଗମାନେ ସେଠାରୁ ପଳାଇ ଯାଇଥିଲେ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଅପହରଣ ପରେ ରାସ୍ତାରେ ଆଞ୍ଜେଲ ଗୁରୁତର ଅବସ୍ଥାରେ ମିଳିଥିଲେ । ତାଙ୍କୁ ବୋଧହୁଏ ଏକ ଗାଡି ଧକ୍କା ଦେଇଥିଲା କିମ୍ବା ସେ ଚଳନ୍ତା ଭ୍ୟାନରୁ ଡେଇଁପଡିଥିଲେ । ଏହି ଦୁର୍ଘଟଣା ପରେ, ଆଞ୍ଜେଲ ଆଉ ଚାଲିପାରୁନାହାଁନ୍ତି । ସେ କଥାବାର୍ତ୍ତା ମଧ୍ୟ କରିପାରୁନାହାନ୍ତି ଏବଂ ନିଜ ହାତରେ ଖାଇପାରୁନାହାନ୍ତି । 24 ଘଣ୍ଟା ତାଙ୍କ ଯତ୍ନ ନିଆଯାଉଛି ।

ଏହି ମାମଲାରେ କୋର୍ଟ ଆଞ୍ଜେଲଙ୍କ ପୂର୍ବତନ ପ୍ରେମିକଙ୍କୁ ସାଢ଼େ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ଏହି ଘଟଣାରେ ତାଙ୍କୁ ସମର୍ଥନ କରିଥିବା ସାଙ୍ଗଙ୍କୁ 21 ମାସ ନଜରବନ୍ଦୀରେ ରଖିବାକୁ ଆଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *