ଯେତେବେଳେ ଶାର୍ଦ୍ଦୁଲ କଦମ କହିଥିଲେ ଯେ ସେ ତାଙ୍କ ବିବାହ ଦିନ ମଙ୍ଗଲସୁତ୍ର ପିନ୍ଧିବେ, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ମଙ୍ଗଲସୁତ୍ର ହେଉଛି ଏକ ପବିତ୍ର ସୂତା ଯାହାକି ପାରମ୍ପାରିକ ଭାବରେ ବର ଦ୍ୱାରା ବିବାହ ଦିନ କନ୍ୟାର ବେକରେ ବନ୍ଧା ହୋଇଥାଏ । ହ୍ୟୁମାନ୍ସ ଅଫ୍ ବମ୍ବେ ସହ କଥାବାର୍ତ୍ତା ବେଳେ ଶାର୍ଦ୍ଦୁଲ କହିଲେ ଫେରେ ପରେ ଯେତେବେଳେ ତନୁଜା ଏବଂ ମୁଁ ପରସ୍ପରକୁ ମଙ୍ଗଳାସୁତ୍ର ପିନ୍ଧିଇଥିଲୁ, ସେତେବେଳେ ମୁଁ ବହୁତ ଖୁସି ଥିଲି। ସେ କହିଲେ ଯେ କାହିଁକି ସେମାନେ ଏହି ନିଷ୍ପତ୍ତି ନେଲେ ଏବଂ କିପରି ଏହି ନିଷ୍ପତ୍ତି ଯୋଗୁ ଦମ୍ପତିଙ୍କୁ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଲା।
ଶାର୍ଦ୍ଦୁଲ ଏବଂ ତନୁଜାଙ୍କ ସାକ୍ଷାତ କଲେଜରେ ହୋଇଥିଲା, କିନ୍ତୁ ସ୍ନାତକୋତ୍ତର ଚାରି ବର୍ଷ ପରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଶାର୍ଦ୍ଦୁକ କହିଛନ୍ତି, ‘ଆମେ ଦୁହେଁ ଅତ୍ୟଧିକ ଅପ୍ରତ୍ୟାଶିତ ଢ଼ଙ୍ଗରେ ଭେଟ ହେଲୁ। ମୁଁ ଇନଷ୍ଟାଗ୍ରାମରେ ହିମେଶ ରେଶମିଆଙ୍କ ଏକ ଗୀତ ସେୟାର କରି କ୍ୟାପସନରେ ଲେଖିଥିଲି – ‘ନିର୍ଯାତନା’, ଯେଉଁଥିରେ ତନୁଜା ପ୍ରତିକ୍ରିୟା କରି ଲେଖିଥିଲା, ‘ମହା ନିର୍ଯାତନା’। ଏହା ପରେ ଆମର ବାର୍ତ୍ତାଳାପ ଆରମ୍ଭ ହେଲା ।
କିଛି ସପ୍ତାହ ପରେ ଯେତେବେଳେ ସେମାନେ ଚା ପିଇବା ପାଇଁ ଭେଟିଥିଲେ ଏବଂ ନାରୀବାଦୀଙ୍କ ବିଷୟରେ କଥାବାର୍ତ୍ତା ଆରମ୍ଭ କଲେ, ଶାର୍ଦ୍ଦୁଲ ନିଜକୁ ଜଣେ “ନାରୀବାଦୀ” ବୋଲି ଘୋଷଣା କଲେ । ସେ କହିଲେ ସେ ମୋତେ ଏମିତି ଚାହିଁଲା ଯେପରି ସେ ମୋ ଠାରୁ ଏପରି କହିବି ବୋଲି ଆଶା କରିନଥିଲା।
ଶାର୍ଦ୍ଦୁଲ ଏବଂ ତନୁଜା ପରସ୍ପରକୁ ଏକ ବର୍ଷ ପର୍ଯ୍ୟନ୍ତ ଡେଟ କଲେ ଏବଂ ତା’ପରେ ସେମାନଙ୍କ ପରିବାରକୁ କହିଥିଲେ, ଯାହା ଶୁଣି ସେମାନେ ବହୁତ ଖୁସି ହୋଇଥିଲେ । ସେପ୍ଟେମ୍ବର ୨୦୨୦ରେ କରୋନାଭାଇରସ୍ ମହାମାରୀର ପ୍ରଥମ ତରଙ୍ଗ କମିଯିବା ପରେ ସେମାନେ ତାଙ୍କର ବିବାହ ଯୋଜନା ଆରମ୍ଭ କଲେ ।
ଶାର୍ଦ୍ଦୁଲ ହ୍ୟୁମାନ୍ସ ଅଫ୍ ବମ୍ବେଙ୍କୁ କହିଥିଲେ,ତା’ପରେ ମୁଁ ତନୁଜାଙ୍କୁ କହିଲି ଏମିତି କାହିଁକି କେବଳ ଜଣେ ଝିଅ ହିଁ ମଙ୍ଗଳାସୁତ୍ର ପିନ୍ଧି ପାରିବ ? ଏହାର କୌଣସି ଅର୍ଥ ଅଛି ? ଆମେ ଦୁହେଁ ଏକା ସମାନ। ତେଣୁ ମୁଁ ଘୋଷଣା କରି କହିଲି ଯେ ବିବାହ ଦିନ ମୁଁ ବି ତୁମ ସହିତ ମଙ୍ଗଳାସୁତ୍ର ପିନ୍ଧିବି ।
ତାଙ୍କ ପିତାମାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସମ୍ପର୍କୀୟମାନେ ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ତେଣୁ ଶାର୍ଦ୍ଦୁଲ କହିଲେ ଯେ ମଙ୍ଗଳାସୁତ୍ର ପିନ୍ଧିବା ତାଙ୍କ ପାଇଁ ସମାନତାର ପ୍ରତିନିଧିତ୍ୱ କରୁଛି। ଏଥି ସହିତ ସେ ମଧ୍ୟ କହିଲେ ‘ବିବାହର ସମସ୍ତ ଖର୍ଚ୍ଚ ଝିଅର ପରିବାର କରିଥାଏ। କିନ୍ତୁ ମୁଁ ତନୁଜାଙ୍କ ପରିବାରକୁ ଭେଟି କହିଲି ଯେ ସେମାନେ ଉଭୟ ମିଶି ଏହି ଖର୍ଚ୍ଚ ବହନ କରିବେ।
ବିବାହର ଗୋଟିଏ ଦିନ ପୂର୍ବରୁ ତନୁଜା ତାଙ୍କୁ ବିବାହ ପରେ ମଧ୍ୟ ମଙ୍ଗଲସୁତ୍ର ପିନ୍ଧିବେ କି ନାହିଁ ବୋଲି ପଚାରିଥିଲେ – ଏବଂ ଶାର୍ଦ୍ଦୁଲ କହିଥିଲେ ଯେ ସେ ଏହା କରିବେ। ତାଙ୍କର ବିବାହ ସହଜରେ ହୋଇଗଲା। ମଙ୍ଗଲସୁତ୍ରର ଆଦାନପ୍ରଦାନ ବିଷୟରେ ଶାର୍ଦ୍ଦୁଲ କହିଛନ୍ତି ଯେ ଯଦିଓ କିଛି ପୁରୁଷ ସମ୍ପର୍କୀୟ ଏଥିରେ ଖୁସି ନଥିଲେ କିନ୍ତୁ ସେମାନେ ଆମକୁ କିଛି କହି ନଥିଲେ।
ତେବେ ପରଦିନ ନବ ଦମ୍ପତ୍ତି ସୋସିଆଲ ମିଡିଆରେ କିଛି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିଲେ। ଲୋକମାନେ ସେମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ । ଶାର୍ଦ୍ଦୁଲ କୁହନ୍ତି ଏକ ଡିଜିଟାଲ୍ ଖବରକାଗଜ ଆମ କାହାଣୀ ଉଠାଇଥିଲା।
ସେ କହିଲେ, ‘ଲୋକମାନେ ତାଙ୍କୁ କମେଟ କରିବା ଆରମ୍ଭ କରିଦେଇଥିଲେ। ଜଣେ ୟୁଜର ଲେଖିଥିଲେ, ‘ବର୍ତ୍ତମାନ ତୁମେ ମଧ୍ୟ ଏକ ଶାଢି ବି ପିନ୍ଧ ।’ ଆଉ ଜଣେ କହିଲେ, ‘କଣ ମାସକୁ ତୁମର ପିରିୟଡ଼ ହେଉଛି?’ ୩ୟ ୟୁଜର ଲେଖିଥିଲେ, ‘ଏହା ଲିଙ୍ଗଗତ ସମାନତାକୁ ସମର୍ଥନ କରିବା ପାଇଁ ଠିକ୍ ଉପାୟ ନୁହେଁ’।
ଶାର୍ଦ୍ଦୁଲ କହିଛନ୍ତି ଯେ ସେ ଆଶା କରିଥିଲେ ଯେ ତାଙ୍କ ରାସ୍ତାରେ କିଛି ଟ୍ରୋଲ ଆସିବ ବୋଲି କିନ୍ତୁ ଏମିତି ଟ୍ରୋଲିଂ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ସେ କୁହନ୍ତି, ‘ପ୍ରଥମେ ତନୁଜା ଏହାକୁ ନେଇ ଅତ୍ୟନ୍ତ ବିରକ୍ତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ବିବାହର ଚାରି ମାସ ହୋଇଗଲାଣି। ଆମେ ଏବେ କୌଣସି ଫରକ ପଡୁନାହିଁ।
ଶାର୍ଦ୍ଦୁଲ ଶେଷରେ କୁହନ୍ତି, ‘କାରଣ ତନୁଜା ଏବଂ ମୁଁ ଅନ୍ୟମାନଙ୍କ ତୁଳନାରେ ଆମର ସମ୍ପର୍କକୁ ଭଲ ଭାବରେ ବ୍ୟାଖ୍ୟା କରିପାରିବୁ; ଆମେ ପରସ୍ପରର କାର୍ଯ୍ୟକୁ ସମର୍ଥନ କରୁ, ପରସ୍ପରର ସ୍ୱପ୍ନରେ ବିଶ୍ଵାସ କରୁ ଏବଂ ଆମେ ଦୁହେଁ ଏକତ୍ର ଏହି ଯାତ୍ରା ରେ ଅଛୁ । ତେବେ ଦୁନିଆ କ’ଣ ଭାବୁଛି କିଏ ଚିନ୍ତା କରେ? ‘
ଶାର୍ଦ୍ଦୁଲ ଏବଂ ତନୁଜାଙ୍କ କାହାଣୀ ଇଣ୍ଟରନେଟରେ ଏକ ଧୁମ୍ ସୃଷ୍ଟି କରିଛି, ଇନଷ୍ଟାଗ୍ରାମରେ ୮୨,୦୦୦ ରୁ ଅଧିକ ଲାଇକ ଏବଂ ହଜାର ହଜାର ଲୋକ ଫେସବୁକରେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଜଣେ ଫେସବୁକ ୟୁଜର ଲେଖିଛନ୍ତି, ତୁମର ନିଷ୍ପତ୍ତି ପାଇଁ ଗର୍ବିତ ଏବଂ ଭଗବାନ ଆପଣଙ୍କୁ ବହୁତ ଶକ୍ତି ଏବଂ ସୁଖ ଦିଅନ୍ତୁ ।
ଅନ୍ୟ ଜଣେ କହିଛନ୍ତି, ‘ମୁଁ ବରର ଭାବନାକୁ ସମ୍ମାନ କରେ। ମୁଁ ଭାବୁନାହିଁ ଯେ ସେ କିଛି ଭୁଲ କରିଛନ୍ତି । ସେ ସମାନତାର ପ୍ରତୀକ ଭାବରେ ମଙ୍ଗଲସୁତ୍ର ପିନ୍ଧିଛନ୍ତି ଏବଂ ନିଜର ଚିନ୍ତାଧାରାକୁ ଚିତ୍ରଣ କରିଛନ୍ତି ।