ବିବାହର ମେହେନ୍ଦି ହାତରୁ ଛାଡ଼ିନି ନିଜ ସମ୍ପର୍କୀୟ ଭାଇଙ୍କ ସହ ଶାଶୁଘରୁ ଲୁଚିପଳେଇଲେ କନ୍ୟା…

ବିହାରର ଶେଖପୁର ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।ଜଣେ କନ୍ୟା ତାଙ୍କ ବୌବହିକ ସମ୍ପର୍କକୁ ନଷ୍ଟ କରି ବିବାହର ୫ ଦିନ ପରେ ବରକୁ ଛାଡି ଶଶୁରଘରୁ ପଳାଇ ଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି

ଏହି ଘଟଣାଟି ବରବିଗା ଥାନା ଅନ୍ତର୍ଗତ ସାମସ ଗାଁ ରେ ଘଟିଛି। ୫ ଫେବୃଆରୀ ୨୦୨୨ ରେ ବର- କନ୍ୟା ବିବାହ କରିଥିଲେ। ରାମକୃଷ୍ଣ ପୋଲିସ ଷ୍ଟେସନ ଅଞ୍ଚଳର ଗୋଟେ ଝିଅ ଶେଖପୁରାର ବରବିଗା ପୋଲିସ ଷ୍ଟେସନର ଜଣେ ବ୍ୟକ୍ତିକୁ ବିବାହ କଲେ। ଉଭୟଙ୍କ ପରିବାର ଲୋକଙ୍କ ଇଚ୍ଛା ଅନୁସାରେ ବାହାଘର ହେଇଥିଲା।ବିବାହର ଚାରିଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଥିଲା କିନ୍ତୁ ପଞ୍ଚମ ଦିନ ସେ ନିଜ ପ୍ରେମିକ ସହିତ ପଳାଇ ଗଲେ।

ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଅନ୍ୟ କାହା ସହିତ ନୁହେଁ ବରଂ ନିଜ ସମ୍ପର୍କୀୟଙ୍କ ସହ ଲୁଚି ପଳାଇ ଯାଇଛନ୍ତି । ବରର ବାପା ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଲା। ବାସ୍ତବରେ ବରର ପିତା ତାଙ୍କ ଝିଅର ଅପହରଣ ହୋଇଚଛି ବୋଲି କହି ମାମଲା ରୁଜୁ କରିଛନ୍ତି ଏବଂ ଝିଅକୁ ଘରକୁ ଫେରାଇ ଆଣିବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୧୦ ରେ କନ୍ୟା ହଠାତ୍ ତାଙ୍କ ଶାଶୁଘରୁ ଅଦୃଶ୍ୟ ହେଇଗଲା। ଏହା ପରେ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟ ଝିଅକୁ ସବୁଆଡେ ଖୋଜିଲେ। ତା’ପରେ ସେ ଦେଖିଲେ ଯେ ରୁମରେ ଥିବା ସୁନା ରୂପା ଅଳଙ୍କାର ମଧ୍ୟ ହଜିଯାଇଛି । ସ୍ୱାମୀ ସଙ୍ଗେ ସଙ୍ଗେ ଝିଅର ବାପାଙ୍କୁ ସବୁ କଥା କହିଲେ। ତାପରେ ଝିଅର ବାପା ଶୀଘ୍ର ଝିଅର ଶାଶୁଘରେ ପହଞ୍ଚିଲେ । ଅନୁସନ୍ଧାନ ବେଳେ ଜଣାପଡିଛି ଯେ ଝିଅଟି ନିଜ ସମ୍ପର୍କୀୟ ଭାଇଙ୍କ ସହଲୁଚି ପାଲାଇଛି।

Leave a Reply

Your email address will not be published. Required fields are marked *