ନିଜ ଘର ସମସ୍ତଙ୍କର ସ୍ବପ୍ନ ହୋଇଥାଏ।ମନେକର ଭୁଲ ନିର୍ମାଣ କାରଣରୁ ଆପଣ ଆପଣଙ୍କ ଘରେ ହିଁ ବର୍ଷ ବର୍ଷ ଧରି ବନ୍ଦ ହୋଇଯିବେ ତାହେଲେ ଆପଣ କ’ଣ କରିବେ? ଚିନ୍ତାରେ ପଡ଼ି ଗଲେ ନାଁ… ବାସ୍ତବରେ, ଲଣ୍ଡନରେ ରହୁଥିବା ଜଣେ ଭିନ୍ନକ୍ଷମ ମହିଳାଙ୍କ ସହିତ କିଛି ଏମିତି ହିଁ ହୋଇଛି।ଏହି ମହିଳା ଜଣଙ୍କ ୯ବର୍ଷରୁ ନିଜ ଘରେ ବନ୍ଦୀ ହୋଇ ଅଛନ୍ତି, କାରଣ ନିର୍ମାଣ କମ୍ପାନୀର କାରିଗର ସ୍ଲୋପ ବନେଇ ନଥିଲେ,ଯାହା ମାଧ୍ୟମରେ ମହିଳା ଜଣଙ୍କ ବାହାରକୁ ବାହାରି ପାରିଥାନ୍ତେ। ବର୍ତମାନ ମହିଳା ଜଣଙ୍କ କମ୍ପାନୀ ଉପରେ ମେଣ୍ଟେନାନ୍ସ ପାଇଁ କେସ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି
ଡେଲୀ ଷ୍ଟାରର ରିପୋର୍ଟ ମୁତାବକ,୫୮ବର୍ଷର ଡନ ଷ୍ଟିଲ ନିଜ ଗଳାର ଅପରେସନ ପରେ ୨୦୧୩ରୁ ହ୍ବିଲଚେୟାରର ବ୍ୟବହାର କରୁଛନ୍ତି।ବର୍ମିଘମର ସୋଲିହୁଲରେ ଘର ଶିପ୍ଟ କରିବାର କିଛି ଦିନପରେ ସେ ହ୍ବିଲଚେୟାରକକୁ ଆସି ଯାଇଥିଲେ ଏବଂ ସେବେଠାରୁ ନିଜ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି।ଏହି କଥାକୁ ନେଇ ତାଙ୍କର ଏବଂ ତାଙ୍କ ସମ୍ପତ୍ତିର ଦେଖାଶୁଣା କରୁଥିବା କମ୍ପାନୀ ମଧ୍ୟରେ ବିବାଦ ଚାଲିଛି।
ଜିନିଷ ପତ୍ର କିଣିବା ପାଇଁ ସେ ହୋମ ଡେଲିଭରୀ ସୁବିଧା ଏବଂ ଡାକ୍ତରଖାନାକୁ ଯିବାପାଇଁ ଆମ୍ବୁଲାନ୍ସ ସର୍ଭିସ ଉପରେ ନିର୍ଭର ଅଟେ।ଡନ ନିଜ ଘର ବାହାରେ ଗୋଟିଏ ହ୍ବିଲ ଚେୟାର ରୈମ୍ପ ବନେଇବା ପାଇଁ କହିଥିଲେ, ଯାହାଦ୍ଵାରା ସେ ନିଜେ ଭିତର ଏବଂ ବାହାରକୁ ବାହାରି ପାରିବେ।ବିଲ୍ଡିଙ୍ଗର ଦେଖାଶୁଣା କରିବା ବାଲା କମ୍ପାନୀକୁ ସେ ପ୍ରତିବର୍ଷ ୨୦୦୦ ପାଉଣ୍ଡ ଦେୟ କରୁଛନ୍ତି।ସେ କଂପାନୀ ଉପରେ ଏହାର ନିର୍ମାଣରେ ବିଳମ୍ବ କରିବାର ଆରୋପ ଲଗାଇଛନ୍ତି। କଂପାନୀର ଅବହେଳା ଯୋଗୁଁ ସେ ବର୍ତ୍ତମାନ ୨୪ଘଣ୍ଟା ଘର ଭିତରେ ରହିବା ପାଇଁ ବାଧ୍ୟ ଅଟନ୍ତି।
ଡନ କହିଛନ୍ତି କି ମୁଁ ନିଜ ଘରେ ଏକୁଟିଆ ଅନୁଭବ କରୁଛି। ଲୋକମାନେ କୋଭିଡ କାରଣରୁ ଗୋଟିଏ କିମ୍ବା ଦୁଇମାସ ଘର ଭିତରେ ରହିବା ଯୋଗୁଁ ଅଭିଯୋଗ କରିଥାନ୍ତି। କିନ୍ତୁ ଗୋଟିଏ ଘରେ କାହାକୁ ନଦେଖି ୯ବର୍ଷ ପର୍ଯ୍ୟନ୍ତ ରହିବା ପାଇଁ ଚେଷ୍ଟା କରି ଦେଖିଛି।ସେ କହିଛନ୍ତି କି ଏହା କେମିତି ଜୀବନ ଅଟେ?ଡନ ନିଜ ଅବସ୍ଥାକୁ ନେଇ ଏତେ ଅଧିକ ବିରକ୍ତ ହୋଇ ଯାଇଛନ୍ତି କି ସେ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ଏବଂ ଓକିଲଙ୍କ ଫିସ ପାଇଁ ସେ କ୍ରାଉଡଫଣ୍ଡିଙ୍ଗ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି।
ତାଙ୍କର ବିଶ୍ବାସ ରହିଛି କି ସେ ଫିସ ପାଇଁ ୧୫୦୦ ପାଉଣ୍ଡ ଏକଜୁଟ କରିନେବେ ଏବଂ ତାଙ୍କର କେସ ଏହି ପ୍ରକାରର ସ୍ଥିତିରେ ପଶିଥିବା ଅନ୍ୟ ମାନଙ୍କ ସାହାଯ୍ୟ କରି ପାରିବେ।ଡନ କହିଛନ୍ତି କି ବାକି ସମସ୍ତ ଲୋକ ବାହାରକୁ ବାହାରି ପାରିବେ କିନ୍ତୁ ମୋର କଣ? ମୁଁ କେବଳ ଶାରୀରିକ ଏବଂ ଭାବନାତ୍ମକ ରୂପରେ ଜଣେ ଆବର୍ଜନା ଅଟେ। ତାଙ୍କ ଝିଅ ଲୌରାଙ୍କର କହିବା କଥା ହେଉଛି କି ଏହି ଘଟଣାରେ ତାଙ୍କ ମାଆଙ୍କ ଉପରେ ଭାବନାତ୍ମକ ରୂପରେ ଗଭୀର ପ୍ରଭାବ ପକେଇଛନ୍ତି, ଯିଏ ନିଜକୁ ‘ଫଶି ଥିବାର’ ଅନୁଭବ କରୁଛନ୍ତି।