ଆସନ୍ତୁ ଜାଣିବା ବୃହସ୍ପତି ବା ଗୁରୁଗ୍ରହଙ୍କର ଚଳନ ବିଷୟରେ। ଯାହାକି ୫ ଏପ୍ରିଲ ୨୦୨୧ ମସିହା ଚଇତ୍ର ମାସ ଶୁକ୍ଳପକ୍ଷ ମୀନ ୨୩ ଦିନ ସୋମବାର ଦିନ ବୃହସ୍ପତି ମହଗ୍ରହ ଘନିଷ୍ଠ ନକ୍ଷତ୍ର ରାତ୍ର ୧୨ମିନିଟ ୨୬ ମିନିଟ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ତ ଏହି ପୋଷ୍ଟଟି ବିଶେଷ ରୂପେ ବୃହସ୍ପତି ଚଳନ ଉପରେ ଆଧାରିତ ଅଟେ। ତ ଏହି ପୋଷ୍ଟଟିରେ ସମସ୍ତ ୧୨ ଟି ରାଶି ମାନଙ୍କ ପାଇଁ କିପରି ରହିବ ସମୟ କଣ ସବୁ ଦୁଃଖ ରହୁଅଛି ଏବଂ କଣ ସବୁ ଖୁସିର ସମାରହ ନେଇ ଆସୁଛି ଏହି ବୃହସ୍ପତି ଚଳନ ସମସ୍ତ ୧୨ ଟି ରାଶି ମାନଙ୍କ ପାଇଁ କଣ ସବୁ ରହିବ ପ୍ରଭାବ ଏହି ପୋଷ୍ଟଟିରେ ଆପଣ ଜାଣିପାରିବେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। କାରଣ ଏଥିରେ ବିଶେଷ ରୂପେ ପ୍ରତ୍ୟକ ରାଶି ମାନଙ୍କ ପାଇଁ କିପରି ରହିବ ସମୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।
ବୃହସ୍ପତି କୁମ୍ଭ ରାଶିକୁ ସଂଚାର କରିବେ ତ ସମସ୍ତ ରାଶି ଉପରେ କଣ ପ୍ରଭାବ ପକାଇବ କେଉଁ ରାଶି ମାନଙ୍କୁ ମିଳିବ ସୁଖ ଓ କେଉଁ ରାଶି ମାନଙ୍କ ପାଇଁ କିଛି ଦୁଃଖ ରହୁଅଛି ତ ସବୁ କିଛି ଜାଣିବା ଏହି ପୋଷ୍ଟ ମାଧ୍ୟମରେ। ତ ପ୍ରଥମେ ଜାଣି ନିଅନ୍ତୁ ବୃହସ୍ପତି ୫ ଏପ୍ରିଲ ରାତ୍ର ୧୨ ଘଂଟା ୨୬ ମିନିଟରେ କୁମ୍ଭ ରାଶିକୁ ଚଳନ କରିବେ। ଏହି ସମୟରେ ମେଷ, କର୍କଟ, ବିଛା, ମକର ଓ ମୀନ ରାଶିରେ ଚନ୍ଦ୍ର ଶୁଦ୍ଧି ହେତୁ ଏହି ରାଶି ମାନଙ୍କ ପାଇଁ ବୃହସ୍ପତି ଚଳନ ଶୁଭ ଫଳ ପ୍ରଦାନ କରିବ।
କିନ୍ତୁ ବିଶେଷ ରୂପେ ମେଷ ଓ ମକର ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ଏମାନଙ୍କ ପାଇଁ ସମୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଏମାନେ ଏମାନଙ୍କ ଜୀବନରେ। ବହୁତ ପରିବର୍ତ୍ତନ ଦେଖିବାକୁ ପାଇବେ। ଯାହାକି ଆଗକୁ ବିଶେଷ ଭାବରେ ଜାଣିବାକୁ ପାଇବେ। ଏମାନଙ୍କର ସମ୍ପୂର୍ଣ ଜୀବନ ବଦଳି ଯିବ। କିନ୍ତୁ ବୃଷ ରାଶି, କନ୍ୟା ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି ଏମାନଙ୍କ ପାଇଁ ବୃହସ୍ପତି ଚଳନ ଅତ୍ୟନ୍ତ ଅଶୁଭ ବିଚାର କରାଯାଉଅଛି।
ଏମାନଙ୍କୁ ନିଶ୍ଚିତ ରୂପେ ପ୍ରତିକାର ଓ କିଛି ଉପାୟ କରିବା ନିଶ୍ଚିତ ଭାବରେ ଆବଶ୍ୟକ। ନଚେତ ଏମାନେ ବହୁ ଅସୁବିଧାରେ ସମୁଖୀନ ହୋଇପାରନ୍ତି। ମକର ରାଶି ପାଇଁ ବୃହସ୍ପତି ଦୂତୀୟ ଭାବ ହେତୁ ଏମାନେ ଧନ ଧାନ୍ୟରେ ଲାଭବାନ ହେବେ। ଧନ ଜନିତ ସମସ୍ତ ସମସ୍ୟା ଦୂର ହେବ।ମେଷ ରାଶି ପାଇଁ ବୃହସ୍ପତି ଏକାଦଶ ଭାବ ହେତୁ ସମସ୍ତ ଶୁଭ ଫଳ ଏମାନଙ୍କୁ ପ୍ରାପ୍ତ ହେବ। ସବୁ ପ୍ରକାରର ଦୁଃଖ ଏମାନଙ୍କର ଦୂର ହେବାକୁ ଯାଉଛି। ମିଥୁନ ରାଶିଙ୍କ ପାଇଁ ବୃହସ୍ପତି ନବମ ଭାବ ହେତୁ ଅର୍ଥ ଲାଭର ଯୋଗ ପ୍ରବଳ ବନୁଅଛି ଓ ସନ୍ତାନ ସୁଖର ପ୍ରାପ୍ତି ଏବଂ ସନ୍ତାନ ମାନଙ୍କର ଖୁସି ଏମାନଙ୍କୁ ପ୍ରାପ୍ତ ହେବ।
ସିଂହ ରାଶି ପାଇଁ ବୃହସ୍ପତି ସପ୍ତମ ଭାବରେ ଅବସ୍ଥାନ ହେତୁ ବିପୁଳ ଲକ୍ଷ୍ମୀ ଓ ଧନର ପ୍ରାପ୍ତର ଅନେକ ସୁଯୋଗ ମାନ ଆସିବ। ତ ଏମାନଙ୍କର ଧନ ଜନିତ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି। ତୁଳା ରାଶି ପାଇଁ ବୃହସ୍ପତି ପଞ୍ଚମ ଭାବ ହେତୁ ଧନ, ଅର୍ଥ ଲାଭ, ଏବଂ ସନ୍ତାନ ସୁଖ ମଧ୍ୟ ଏମାନଙ୍କୁ ପ୍ରାପ୍ତ ହେବ। ତ ଏହି ରାଶି ମାନଙ୍କ ପାଇଁ ବୃହସ୍ପତିଙ୍କର ଚଳନ ଅତ୍ୟନ୍ତ ହିଁ ଶୁଭ ରହିବ।କିନ୍ତୁ ଏବେ ଆସନ୍ତୁ ଜାଣିବା ବୃହସ୍ପତି ଚଳନ କେଉଁ ରାଶି ମାନଙ୍କ ପାଇଁ ଅଶୁଭ ବିଚାର କରାଯାଉଅଛି। ଦେଖନ୍ତୁ କୁମ୍ଭ ରାଶି ପାଇଁ ବୃହସ୍ପତି ଜନ୍ମ ବୃହସ୍ପତି ହେତୁ ସ୍ଥାନ ନାଶ ଏବଂ ଦୁଃଖ ପ୍ରାପ୍ତିର ଯୋଗ ରହୁଅଛି।ଧନୁ ରାଶି ପାଇଁ ତୃତୀୟ ବୃହସ୍ପତି ହେତୁ ବନ୍ଧ୍ୟାର ଭୟ ଏବଂବିଭିନ୍ନ କଷ୍ଟର ସମୁଖିନ ହେବେ। ବିଛା ରାଶି ପାଇଁ ଚତୁର୍ଥ ବୃହସ୍ପତି ହେତୁ ତଥା ଗୃହ ଭୂମି ନାଶର ସମ୍ଭାବନା ବନୁଅଛି। ବୃଷ ରାଶି ପାଇଁ ଦଶମ ବୃହସ୍ପତି ହେତୁ ମୋହଗ୍ରସ୍ତ ଓ ବୁଦ୍ଧିନାଶ ହୋଇପାରେ। ତ ସଚେତନ ରୁହନ୍ତୁ। ମୀନ ରାଶି ପାଇଁ ବୃହସ୍ପତି ଦ୍ୱାଦଶ ଭାବ ହେତୁ ସ୍ୱାସ୍ଥ୍ୟ ହାନି ଓ ବିଭିନ୍ନ ଭୟ ଆପଣଙ୍କୁ ଦେଖାଦେବ। କର୍କଟ ରାଶି ପାଇଁ ଅଷ୍ଟମ ସ୍ଥିତ ବୃହସ୍ପତି ହେତୁ ପାରିବାରିକ ଦୁଃଖ ଓ ମୃତ୍ୟୁବତ ପୀଡା ଏପରି କିଛି ସମସ୍ୟା ଦେଖାଦେବ। କନ୍ୟା ରାଶି ପାଇଁ ଷଷ୍ଠ ବୃହସ୍ପତି ହେତୁ ମୃତ୍ୟୁବତ ପୀଡା ଅପମାନର ଯୋଗ ଓ ସ୍ୱାସ୍ଥ୍ୟ ହାନି ହେବାର ମଧ୍ୟ ଭୟ ରହୁଅଛି। ତ ଆପଣ ସାବଧାନର ସହିତ ସତର୍କ ରୁହନ୍ତୁ। ତ ଏବେ ଆସନ୍ତୁ ଜାଣିବା ଯେଉଁ ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଅତ୍ୟନ୍ତ ହିଁ ଶୁଭ ଫଳ ଆଣିକି ହିଁ ଆସୁଅଛି ତ ଆପଣଙ୍କ ପାଇଁ କଣ ସବୁ ଶୁଭ ରହୁଅଛି। ଆପଣଙ୍କ ରାଶିରେ ବିସ୍ତୃତ ଭାବରେ ଆସନ୍ତୁ ଜାଣିବା ଏବଂ ପରେ ପରେ ଯେଉଁ ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ କିଛି ଖରାପ ରହୁଅଛି ତ ଏହା କେଉଁ ପର୍ଯ୍ୟନ୍ତ ଆପଣଙ୍କୁ ଅଶୁଭ ପ୍ରଭାବ ପକାଇପାରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା। ସମସ୍ତ ୧୨ ଟି ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନର ବିଶେଷ ପ୍ରଭାବ।
ସର୍ବ ପ୍ରଥମେ ଆସନ୍ତୁ ଜାଣିବା କି କେଉଁ ରାଶି ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଖୁସିର ସମୟ ଆନନ୍ଦର ସମୟ ଓ ଜୀବନରେ କିଛି ପରିବର୍ତ୍ତନ ଆଣିକରି ଆସୁଅଛି।
ମେଷ ରାଶି: ଏହି ବୃହସ୍ପତି ଚଳନ ଆପଣଙ୍କ ପାଇଁ ବହୁତ ହିଁ ଅତ୍ୟନ୍ତ ହିଁ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ।ଯାହାବି କିଛି ସମସ୍ୟା ରହିଥିଲା ଯାହାବି କିଛି ଦ୍ଵନ୍ଦ ରହିଥିଲା ଯେଉଁଥି ପାଇଁ ଆପଣ ଚିନ୍ତାରେ ରହିଥିଲେ ତାହା ସବୁ ସମାପ୍ତ ହେବ।ଅପେକ୍ଷର ଅନ୍ତ ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। କର୍ମ କ୍ଷେତ୍ରରେ ଉନ୍ନତି କରିବେ। ବିଭିନ୍ନ ସୂତ୍ରରୁ ଉପକୃତ ହେବେ। କାର୍ଯ୍ୟ ସଫଳ ହେବ। ଆୟର ପଥ ଖୋଲା ରହିବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ନିର୍ମାଣ କାର୍ଯ୍ୟରେ ଆଗେଇବେ। ଚାକିରୀରେ ସ୍ୱାଧୀନତାର ଉପଯୋଗୀ ହେବେ ବା ଉପଭୋଗି ହେବେ। ବ୍ୟବସାୟ ଲାଭପ୍ରଦ ହେବ ଓ ବିଦ୍ୟାର୍ଥୀ ମାନେ ଅଧିକ ପରିଶ୍ରମ କରିବେ। ବିଦ୍ୟାର୍ଥୀ ମନେ ସଫଳତା ପ୍ରାପ୍ତ କରିବେ। ତ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ବହୁତ ହିଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ।
ମିଥୁନ ରାଶି:ଏହି ରାଶି ପାଇଁ ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭପ୍ରଦ ବିଚାର କରାଯାଉଅଛି। କର୍ମ କ୍ଷେତ୍ରରେ ଉନ୍ନତି ଘଟିବ। ଶୁଭ ଓ ମଙ୍ଗଳକାର୍ଯ୍ୟ ସମ୍ପାଦନା କରିବେ। ପାରିବାରିକ ଜୀବନରେ ସୁଖ ସମୃଦ୍ଧି ମିଳିବ। ଚାକିରୀରେ ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ। ଆଧିପତ୍ୟ ବଢିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଆପଣଙ୍କର ବହୁତ ଦିନର ଆଶା ପୂରଣ ହେବ। ଓ ବିଶେଷ କରି ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଧନ ଲାଭର ସୂଚନା ଦେଉଅଛି।
ସିଂହ ରାଶି: ଏହି ରାଶିର ବ୍ୟକ୍ତଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଆପଣ ମାସସାରା କର୍ମ ଚଞ୍ଚଳ ରହିବେ। ଦୂରର କାର୍ଯ୍ୟ ସାଧନ କରିବେ। ଆଦର ଅବ୍ୟର୍ଥନାର ଯୋଗ ବନୁଅଛି। ଆୟ ଉତ୍ତମ ହେବ। ଧର୍ମ କାର୍ଯ୍ୟରେ ଅଧିକ ସମୟ ବିତାଇବେ। ଚାକିରୀରେ ପଦ ମର୍ଯ୍ୟଦା ବଢିବ। ଆଶା ସଫଳ ହେବ। କଳା ପ୍ରତି ଆଗ୍ରହୀ ହେବେ। ଶିକ୍ଷାରେ ପ୍ରଶଂସିତ ହେବେ। ଆୟରେ ବୃଦ୍ଧି ହେବ। ବ୍ୟାପାରି ମାନଙ୍କ ପାଇଁ ମଧ୍ୟ ଆପଣଙ୍କୁ ଆଗକୁ ଉନ୍ନତିର ସମୟ ଆସୁଅଛି।
ତୁଳା ରାଶି:ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଖୁବ ଭଲ। କର୍ମ କ୍ଷେତ୍ରରେ ସାଫଲ୍ୟ ହେବାର ଯୋଗ ରହୁଅଛି। ଆଦର ସମ୍ମାନ ପାଇବେ। ସ୍ୱଜନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଆୟ ଉତ୍ତମ ହେବ। ପାରିବାରିକ ଜୀବନରେ ସୁଖୀ ହେବେ। ଚାକିରୀରେ ପ୍ରତିଷ୍ଠା ଅର୍ଜନ କରିବେ। ବ୍ୟବସାୟ ଖୁବ ଲାଭଦାୟକ ହେବ। ଉଚ୍ଚଶିକ୍ଷା ପାଇଁ ଉତ୍ସହିତ ହୋଇପାରନ୍ତି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ହିଁ ଶୁଭ ରହିବ।
ଆପଣଙ୍କ ପାଇଁ ଆଗକୁ ଆସୁଥିବା ସମୟ ବହୁତ ହିଁ ଭଲରେ ଯିବ। ଉଚ୍ଚ ଆଶା ଆପଣଙ୍କର ସଫଳ ହେବ। ସର୍ବଦା ତତ୍ପର ରହିବେ। ଦେହ ଓ ମନ ଭଲ ରହିବ।ଆଦର ସମ୍ମାନ ପାଇବେ। ଆୟ ଭଲ ହେବ। ଦ୍ରବ୍ୟ ଲାଭର ଯୋଗ ରହୁଅଛି। ପରିବାରରେ ପ୍ରୀତି ପୂର୍ଣ୍ଣତା ବଜାୟ ରହିବ। ଚାକିରୀରେ ପଦମର୍ଯ୍ୟଦା ଓ ବ୍ୟବସାୟରେ ଉନ୍ନତି କରିବେ। ପାଠ ପଢା ପାଇଁ ଆପଣଙ୍କର ସମୟ ଅନୁକୂଳ ରହିବ।
ମକର ରାଶି: ଯେପରିକି ଆଗରୁ ଆମେ କହିସାରିଛୁ ମେଷ ରାଶି ଏବଂ ମକର ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କ ଚଳନ ସବୁଠାରୁ ହିଁ ଅଧିକା ସୁଖ ପ୍ରଦାନ କରୁଅଛି। ସବୁଠାରୁ ହିଁ ଅଧିକ ଶୁଭ ଫଳ ଆପଣଙ୍କୁ ହିଁ ପ୍ରାପ୍ତ ହେବ। ତ ଆପଣଙ୍କ ଜୀବନରେ କିଛିନାଁ କିଛିନାଁ ବଡ଼ ପରିବର୍ତ୍ତନ ନିଶ୍ଚୟ କିଛି ନାଁ କିଛି ବଡ଼ ଲାଭ ଦେଖିବାକୁ ପାଇବେ। ଆୟ ଉତ୍ତମ ହେବ। ନେତୃତ୍ୱ ପ୍ରାପ୍ତି, ଶୁଭ କାର୍ଯ୍ୟ ସମ୍ପର୍ଣ୍ଣ, ପାରିବାରିକ ଆମଦ ପ୍ରମଦ ଓ ସମ୍ମାନିତ ହେବେ। ବ୍ୟବସାୟ ଓ ଶିକ୍ଷାରେ ଆଦର୍ଶତା ବୃଦ୍ଧି ହେବ। କାର୍ଯ୍ୟ ସଫଳ, ଦୂର ଭ୍ରମଣ ଓ ନିର୍ମାଣ ଆଦି କାର୍ଯ୍ୟ ସମ୍ପୂର୍ଣ କରିବେ। ପାରିବାରିକ ସୁଖ ଏବଂ ଚାକିରୀରେ ସମ୍ମାନ ବୃଦ୍ଧି ଓ ଧର୍ମ କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ।ତ ଆପଣଙ୍କ ପାଇଁ ସମୟ ସବୁ ଦୃଷ୍ଟିରୁ ଆର୍ଥିକ କ୍ଷେତ୍ରରେ ହେଉ ଅବା ପାରିବାରିକ କ୍ଷେତ୍ର, ଦାମ୍ଫତ୍ୟ ଜୀବନ ଯେଉଁବି କ୍ଷେତ୍ରରେ ହେଉନା କାହିଁକି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ବିଶେଷ ରୂପେ ମେଷ ରାଶି ଓ ମକର ରାଶି ଏହି ଦୁଇଟି ରାଶି ମାନଙ୍କ ପାଇଁ ଆପଣଙ୍କ ପାଇଁ ସମୟ ବହୁତ ହିଁ ଉଚ୍ଚ କଟିର ରହିବ।
ଏବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ କିଛି ଦୁଃଖ କିଛି ଅଶୁଭ ସମୟ ପରି ନିର୍ଦେଶ କରୁଅଛି।
ବୃଷ ରାଶି: ଅସ୍ଥିରତା ବୃଦ୍ଧି ପାଇବ। ସର୍ବଦା ବିବ୍ରତ ରହିବେ। ବହୁତ କଷ୍ଟ କଲେ ହିଁ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟରେ ଲାଭ କମ ରହିବ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ ପଢା ପ୍ରତି ମନ ଦୁର୍ବଳ ରହିବ।
କର୍କଟ ରାଶି: କର୍ମ କ୍ଷେତ୍ରରେ ବିଦ୍ରୋହର ସୂଚନା ପାଇବେ। ଶରୀର ଅସୁସ୍ଥ ରହିବ। ଆୟ ଠାରୁ ବ୍ୟୟ ଅଧିକ ହେବ। କୌଣସି ସ୍ଥାନରେ ଆବଦ୍ଧ ରହିପାରନ୍ତି। ଦ୍ରବ୍ୟ ନଷ୍ଟ, ଆଶଙ୍କା ଏବଂ ପାରିବାରିକ ଅଭାବ ଦେଖାଦେବ। ବ୍ୟବସାୟରେ କ୍ଷତିର ସମ୍ଭାବନା ରହୁଅଛି। କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସେତୋଟା ଅସୁବିଧା ରହୁନାହିଁ।
କନ୍ୟା ରାଶି: ଏହି ସମୟ ଏହି ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଅଶୁଭ। ନାନା ସମସ୍ୟା ଭିତର ଦେଇ ଗତି କରିବେ। ଦେହ ଓ ମନରେ ପୀଡା ଓ କଷ୍ଟ ପାଇବେ। ଆୟରେ ବାଧା ସୃଷ୍ଟି ହେବ। ଆୟ ଏବଂ ବ୍ୟୟ ମଧ୍ୟ ସମାନ ରହିବ। ଯାହା ଆୟ କରିବେ ତାହା ଖର୍ଚ୍ଚ ହୋଇଯିବ। ଆଶା ଅପୂର୍ଣ ରହିବ। ପାରିବାରିକ ବିତୃଷ୍ନା ଓ ଚାକିରୀରେ ଦୁଃଖ ବଢ଼ିପାରେ। ବ୍ୟବସାୟରେ ବ୍ୟୟ ବହୁଳର ଯୋଗ ରହୁଅଛି। ପଢ଼ାପଢୀରେ ବ୍ୟାଘାତ ଜନ୍ମିବ ଓ କ୍ଷଭ ବଢିବ।
ବିଛା ରାଶି: ଆପଣ ଅସମ୍ମାନିତ ହୋଇପାରନ୍ତି। କର୍ମ କ୍ଷେତ୍ର ବିଳମ୍ବିତ ହେବ। ସହକର୍ମୀ ଅସହଯୋଗ କରିବେ। ସମ୍ମାନ ହାନିର ଯୋଗ ବନୁଅଛି। ତ ଆପଣ ଖରାପ ମିତ୍ର ଓ ଖରାପ କୁସଙ୍ଗ ଠାରୁ ଦୁରେଇ ରୁହନ୍ତୁ। ଆୟରେ ହ୍ରାସ ପାଇବ। ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ। କର୍ମରେ ପରାଜୟ କିନ୍ତୁ ଚାକିରୀ କ୍ଷେତ୍ରରେ ସମସ୍ୟାକୁ ସମ୍ଭାଳି ନେବେ। ବ୍ୟବସାୟ ସାଧାରଣ ରହିବ। ପୋଢ଼ ପଢିରେ ମନ ଦୁର୍ବଳ ରହିବ। କୌଣସି ବ୍ୟକ୍ତି ଦ୍ୱାରା ପ୍ରତିଷ୍ଠିତ ହୋଇପାରନ୍ତି।
ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ସମୟ ସେତଟା ଭଲ ରହିବ ନାହିଁ। ଆପଣ ଦ୍ଵନ୍ଦରେ ପଡିବେ। ଦେହ ସାମାନ୍ୟ ଅସୁସ୍ଥ ରହିବ। ଆୟ ମଧ୍ୟମ ରହିବ। ଆୟ ଯେତିକି ଖର୍ଚ୍ଚ ମଧ୍ୟ ସେତିକି ରହିବ। ପାରିବାରିକ ଜୀବନ ସୁଖ ଓ ଦୁଃଖ ମିଶ୍ରିତ ଭାବେ ରହିବ। ଆପଣଙ୍କ ଠାରେ କୃପଣ ଭାବ ଅଧିକ ଦେଖାଯିବ।ଚାକିରୀରେ କେବଳ ଆଶାତୀତ ରହିବେ।ସଫଳତା ପ୍ରାପ୍ତି ପାଇଁ କଷ୍ଟ ହେବ। ବ୍ୟବସାୟୀ ମାନେ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଯାହାବି ଯୋଜନା କରିବେ ସେଥିରେ ଅସଫଳ ହେବେ। ପୋଢ଼ ପଢୀରେ ଛାତ୍ର ଛାତ୍ରୀଙ୍କ ମନ ସଠିକ ଭାବରେ ଲାଗିବ ନାହିଁ।
କୁମ୍ଭ ରାଶି: ଦେଖନ୍ତୁ ଏହି ବୃହସ୍ପତିଙ୍କର ଚଳନ ଆପଣଙ୍କ ପାଇଁ ଆଦୌ ଶୁଭ ରହିବ ନାହିଁ।ଦେହ ଅସୁସ୍ଥ ରହିବ। କର୍ମ କ୍ଷେତ୍ରରେ ବିଳମ୍ବର ଯୋଗ ରହିଛି। ଆୟ ଠାରୁ ବ୍ୟୟ ଅଧିକ ରହିବ। ପାରିବାରିକ ଜୀବନରେ ଦ୍ଵନ୍ଦ ଓ ଚାକିରୀରେ ଅନାଦରର ଯୋଗ ରହୁଅଛି। କୌଣସି ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇପାରନ୍ତି। ଗୁରୁଜନ ବିଦ୍ୟାର୍ଥୀଙ୍କ ପ୍ରତି ଅସନ୍ତୋଷ ରହିବେ। ନାନା ସମସ୍ୟା ଭିତରେ ଗତି କରିବେ। ଦେହ ଓ ମନରେ ପୀଡା ଏପରି କିଛି କଷ୍ଟ ମଧ୍ୟ ଆପଣ ପାଇପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। ଯାହାବି ଆଶା ଆପଣ କରିଛନ୍ତି ତାହା ଅପୂର୍ଣ ରହିପାରେ। ପାରିବାରିକ ବିତୃଷ୍ନା ଦେଖାଦେବ। ଚାକିରୀରେ ଦୁଃଖ ବଢ଼ିପାରେ।ତ ଆପଣଙ୍କ ପାଇଁ ବିଶେଷ ରୂପେ ପ୍ରତିକାର କରିବା ଅତ୍ୟନ୍ତ ହିଁ ଆବଶ୍ୟକ ଅଟେ ନାହିଁ ତ ଆପଣ କୌଣସି କ୍ଷତିରେ ପଡିପାରନ୍ତି।
ମୀନ ରାଶି: ଆପଣଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ ସେତଟା ଭଲ ରହୁନାହିଁ। କିଛି ସମ୍ବୋଦ୍ଧ ଆପଣଙ୍କର ଭାଙ୍ଗି ଯାଇପାରେ। ପାରିବାରିକ ଜୀବନରେ ବିଷାଦ ଯୋଗ ରହୁଅଛି।ଅଭିଯୁକ୍ତ ହୋଇ ନିରାଶ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ଘଟିବ। ଅତି ଦୁଃଖ ଏବଂ ଦୈନତା ଭିତରେ ଗତି କରିବେ। ଦେହ ପୀଡା ଲାଗିରହିବ। କୌଣସି ବ୍ୟକ୍ତି ପ୍ରତାରଣା କରିବେ। ପାରିବାରିକ ଅସନ୍ତୋଷ ବୃଦ୍ଧି ପାଇବ। ଚାକିରୀରେ ଅନାସକ୍ତ ରହିବେ। ମନରେ ଭୟ ରହିବ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ। ଛାତ୍ର ଛାତ୍ରୀ ମାନେ ପୋଢ଼ ପଢି ପ୍ରତି ଅବହେଳା ପ୍ରଦର୍ଶନ କରିବେ।
ଯେଉଁ ରାଶି ମାନଙ୍କ ପାଇଁ ବା ଯେଉଁ ୭ ଟି ରାଶି ମାନଙ୍କ ପାଇଁ ଏହି ବୃହସ୍ପତିଙ୍କର ଚଳନ କାରଣରୁ ଅଶୁଭ ରହିଛି ସେମାନେ କିଛି ଉପାୟ ବା ପ୍ରତିକାର ନିଶ୍ଚୟ କରନ୍ତୁ।ତେବେ ଆସନ୍ତୁ ସେହି ପ୍ରତିକାର ବିଷୟରେ ଜାଣିବା।
ଦେଖନ୍ତୁ ଯେଉଁ ମାନଙ୍କ ପାଇଁ ଏହି ବୃହସ୍ପତି ଚଳନ କିଛି ଅଶୁଭ ରହୁଅଛି ତ ସେମାନଙ୍କୁ ଅଶୁଭ ନିରାକରଣ ପାଇଁ ହଳଦିଆ ବସ୍ତ୍ର ପରିଧାନ ଏବଂ ହଳଦିଆ ରଙ୍ଗର କୌଣସିବି ଦ୍ରବ୍ୟର ଦାନ, ଲୁଣର ଦାନ କରିବା, ହଳଦିଆ ରଙ୍ଗର ପୁଷ୍ପ, ଏପରି କିଛି ହଳଦିଆ ରଙ୍ଗର ଯେକୌଣସି ବି ଜିନିଷ ଆପଣ କୌଣସି ବି ବ୍ୟକ୍ତିଙ୍କୁ ବା କାହାକୁ ବି ଆପଣ ଦାନ କରିପାରିବେ ଏବଂ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନ ସହିତ ଦକ୍ଷିଣା ପ୍ରଦାନ କରନ୍ତୁ। ଓ ହଳଦିଆ ବସ୍ତ୍ର ମଧ୍ୟ ଦାନ କରନ୍ତୁ। ଏହିପରି କରିବା ଦ୍ୱାରା ଆପଣଙ୍କର ବୃହସ୍ପତି ଜନିତ ଯାହାବି କିଛି କଷ୍ଟ ରହୁଅଛି ତାହା ଦୂର ହୋଇଥାଏ।