ମଧ୍ୟପ୍ରଦେଶର ବୈତୁଳରେ ମାନବିକତାର ଏମିତି ଉଦାହରଣ ଦେଖିବାକୁ ମିଳିଛି ଯେଉଁଠାରେ ଏକ ଯୁବତୀଙ୍କୁ ଏକଲକ୍ଷ କୋଡ଼ିଏ ହଜାର ଟଙ୍କାରେ ଭର୍ତି ବ୍ୟାଗ ମିଳିଥିଲା ଯାହାକୁ ଯୁବତୀ ଜଣକ ପୋଲିସକୁ ହସ୍ତାନ୍ତର କରି ଦେଇଛନ୍ତି। ପୋଲିସମାନେ ବି ଯେଉଁ କୃଷକଙ୍କର ଟଙ୍କା ଥିଲା, ତାଙ୍କୁ ଫେରାଇ ଦେଇଛନ୍ତି।
ଆପଣମାନେ ମାନବିକତାର ଉଦାହରଣ ଶୁଣି ଥିବେ ଏବଂ ଦେଖି ଥିବେ କିନ୍ତୁ ଯୁବତୀ ରୀତାଙ୍କର ମାନବିକତାର ଜବାବ ନାହିଁ। ସବୁବେଳେ ଲକ୍ଷ୍ମୀ ରୀତାଙ୍କ କବାଟକୁ ଠକଠକ କରୁଛନ୍ତି କିନ୍ତୁ ରୀତା ସବୁବେଳେ ତାଙ୍କୁ ଫେରାଇ ଦେଉଛନ୍ତି।ନୂଆ ଘଟଣା କୃଷକର ଟଙ୍କାରେ ଭର୍ତି ବ୍ୟାଗକୁ ପୋଲିସକୁ ଫେରାଇ ଦେଇଛନ୍ତି।
ବିରଳ ବଜାରରେ ବାସ କରୁଥିବା କୃଷକ ରାଜା ରମେଶ ସାହୁ ନିଜ କୋବି ଫସଲକୁ ଭୋପାଳରେ ବିକି ଫେରୁଥିଲେ। ତାଙ୍କର ଏହି ବ୍ୟାଗ, ବୈଷ୍ଣବୀ ବସରେ ଛାଡ଼ି ଯାଇଥିଲେ।ବସ ଆଗକୁ ଚାଲିଥିଲା ପୋହର ବାସ କରୁଥିବା ରୀତାଙ୍କୁ ଏହି ବ୍ୟାଗ ମିଳିଥିଲା ଯାହାକୁ ଦେଖିବା ପରେ ତା ଭିତରୁ ଏକ ଲକ୍ଷ ବାଇଶି ହଜାର ଟଙ୍କା ମିଳିଛି।
ରୀତା ତାଙ୍କ ମାନବିକତାର ପରିଚୟ ଦେବାକୁ ଯାଇ ସାଈଖେଡା ଥାନା ପୋଲିସକୁ ହସ୍ତାନ୍ତର କରିଦେଇଛନ୍ତି।ବସ ବାଲାଙ୍କ ସାହାଯ୍ୟରେ କୃଷକ ରାଜା ସାହୁଙ୍କୁ ପୋଲିସ ଏହି ଟଙ୍କାରେ ଭର୍ତି ବ୍ୟାଗକୁ ହସ୍ତାନ୍ତର କରିଦେଇଛନ୍ତି।
ସାଈଖେଡା ଥାନା ଅଧିକାରୀ ରତ୍ନାକର ହିଗ୍ବେଙ୍କ କହିଛନ୍ତି କି ରୀତା ଟଙ୍କା ଫେରାଇବା କାର୍ଯ୍ୟ ପ୍ରଥମ ଥର କରିନାହାନ୍ତି। ରୀତାଙ୍କ ବାପାଙ୍କ ଖାତାକୁ ଭୁଲରେ ୪୨ହଜାର ଟଙ୍କା ଆସିଥିଲା ଯାହାକୁ ସେ ଉଚିତ ବ୍ୟକ୍ତିଙ୍କୁ ଫେରାଇ ମାନବିକତାର ଉଦାହରଣକୁ ପ୍ରମାଣିତ କରିଛନ୍ତି।ଥାନା ଅଧିକାରୀ ଏହି ଘଟଣା ବିଷୟରେ ଜାଣି ତାଙ୍କ ବରିଷ୍ଠ ଅଧିକାରୀ ମାନଙ୍କୁ ଦେଉଥିବା ସମୟରେ ଯୁବତୀ ରୀତା ପବାରଙ୍କୁ ବି ସମ୍ନାନିତ କରିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।