ବଲିଉଡ ଏମିତି ଜାଗା ଅଟେ ଯେଉଁଠାରେ କେତେ ଚେହେରା ରାତାରାତି ଷ୍ଟାର ହୋଇଯାଇଥାନ୍ତି, କିନ୍ତୁ ଏହି ତାରକାମାନଙ୍କର କଠିନ ପରିଶ୍ରମର ପଛରେ ଏମିତି ବହୁ ସତ୍ୟ ଘଟଣା ରହିଥାଏ ଯେଉଁ ବିଷୟରେ କେବେ କାହାକୁ ଜଣା ପଡିନଥାଏ। ଇଣ୍ଡଷ୍ଟ୍ରିର କିଛି ଏମିତି ତାରକା ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଲିଙ୍ଗ ପରିବର୍ତ୍ତନ କରି ସଫଳତାର ଉଚ୍ଚତାକୁ ଛୁଇଁ ପାରିଛନ୍ତି। ଆମେ ଆପଣଙ୍କୁ ଜଣାଇବୁ ଏମିତି ହିଁ ୪ଜଣ ବ୍ୟକ୍ତିବିଶେଷଙ୍କ ବିଷୟରେ। ଯେଉଁମାନେ ଲିଙ୍ଗ ପରିବର୍ତ୍ତନ କରିବା ମାତ୍ରେ ହିଁ ପାଲଟିଥିଲେ ମୁଖ୍ୟ ଖବର।
ଗଜଲ ଧାଲୀବାଲ
ସିନେମା ‘ଏକ ଲଡକି କୋ ଦେଖା ତୋ ଏସା ଲଗା’ର କାହାଣୀ ଲେଖିଥିବା ଗଜଲ ଧାଲୀବାଲ ଏବେ ବଲିଉଡର ଚର୍ଚ୍ଚିତ ନାମ ଅଟନ୍ତି। ସେ ‘ଲିପଷ୍ଟିକ ଅଣ୍ଡର ମାୟ ବୁରଖା’, କରିବ କରିବ ସିଙ୍ଗଲ ଏବଂ ବଜୀର ଭଳି ସିନେମା ପାଇଁ ମଧ୍ୟ କାମ କରିଛନ୍ତି। ଗଜଲଙ୍କ ପିଲାଦିନର ନାମ ଗୁନରାଜ ଥିଲା। ସେ ଜଣେ ଲାଜକୁଳୀ ପୁଅଙ୍କ ପରି ହେଉଥିଲେ। ଯେତେ ତାଙ୍କୁ ତାଙ୍କ ପରିବାର ଲୋକ କିମ୍ବା ତାଙ୍କ ବନ୍ଧୁ ପୁଅ ରୂପରେ ଦେଖୁଥିଲେ ମଧ୍ୟ, ସେତିକି ହିଁ ତାଙ୍କୁ ଲାଗୁଥିଲା କି ସେମାନେ ଭୁଲ ଅଟନ୍ତି, କାରଣ ସେ ତ ଜଣେ ଝିଅ ଅଟନ୍ତି। ସେ ନିଜ ଘର ଲୋକଙ୍କୁ ଏହି ବିଷୟରେ କହିଥିଲେ ଏବଂ ଏହାପରେ ତାଙ୍କର କେତେ ଅପରେଶନ ହୋଇଥିଲା ଏବଂ ପରେ ସେ ଜଣେ ଝିଅ ରୂପରେ ଦୁନିଆ ସାମ୍ନାକୁ ଆସିଥିଲେ।
ଶିନାତା ସାଙ୍ଘା
ବଲିଉଡର ପ୍ରସିଦ୍ଧ ମାଗାଜିନ କଭର ପେଜ ଉପରେ ନିଜର ପରିଚୟ ବନେଇ ଥିବା ଷ୍ଟାର ଶିନାତା ସାଙ୍ଘାଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଶିନାତା ଲିଙ୍ଗ ପରିବର୍ତ୍ତନ କରିଛନ୍ତି। ସେ ଦକ୍ଷିଣ ଏସିଆର ଜଣେ ପ୍ରସିଦ୍ଧ ଟ୍ରାନ୍ସଜେଣ୍ଡର ମଡେଲ ଅଟନ୍ତି।, ଯିଏ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। ବର୍ଷ ୨୦୧୦ ରୁ ୨୦୧୨ ପର୍ଯନ୍ତ ଲଗାତର ତିନିଥର ବିଶ୍ଵର ସବୁଠାରୁ ସୁନ୍ଦର ଟ୍ରାନ୍ସଜେଣ୍ଡର ହୋଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ବର୍ତ୍ତମାନ ଶିନାତା ଜଣେ ବ୍ରିଟିଶ ମଡେଲ ଅଟନ୍ତି।
ବାର୍ବୀ ଡାର୍ଲିଂ
ବାର୍ବୀ ଡାର୍ଲିଂ ବଲିଉଡର ପ୍ରସିଦ୍ଧ କଳାକାର ଅଟନ୍ତି। ବର୍ତମାନ ସେ ଜଣେ ସଫଳ ଅଭିନେତ୍ରୀ ଏବଂ ମଡେଲ ଅଟନ୍ତି। ଯେବେ ଜନ୍ମ ହୋଇଥିଲେ ସେତେବେଳେ ସେ ପୁଅ ଥିଲେ। ତାଙ୍କ ପିଲା ଦିନର ନାମ ପଙ୍କଜ ଶର୍ମା ଥିଲା।୧୦ବର୍ଷ ବୟସ ପର୍ଯ୍ୟନ୍ତ ପଙ୍କଜ ପୁଅଙ୍କ ପରି ବ୍ୟବହାର କରିଥୁଲେ କିନ୍ତୁ ଏକ-ଦୁଇ ବର୍ଷ ପରେ ତାଙ୍କ ଚାଲି-ଚଳଣିରେ ପରିବର୍ତ୍ତନ ଆସିଥିଲା। ବର୍ତମାନ ପଙ୍କଜ ନିଜର ଅଧିକ ସମୟ ଝିଅମାନଙ୍କ ସହିତ ବିତାଉଛନ୍ତି। ପଙ୍କଜଙ୍କ ବ୍ୟବହାରରେ ହେଉଥିବା ପରିବର୍ତ୍ତନକୁ ଦେଖି ତାଙ୍କ ବାପା-ମାଆ ଅଳ୍ପ ଚିନ୍ତିତ ହୋଇପଡ଼ିଥିଲେ। ବର୍ଷ ୨୦୧୦ରେ ବାର୍ବୀ ଡାର୍ଲିଂ ବ୍ରେଷ୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ ଏବଂ ସେ ପଙ୍କଜରୁ ପଖୀ ହୋଇ ଯାଇଥିଲେ।
ସ୍ବପ୍ରିଲ ଶିନ୍ଦେ
ସେଲିବ୍ରେଟୀ ଡିଜାଇନର ସ୍ବପ୍ରିଲ ଶିନ୍ଦେ ବର୍ତ୍ତମାନ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି। ସ୍ବପ୍ରିଲ ଶିନ୍ଦେଙ୍କ ମୁତାବକ ଛଅବର୍ଷ ପୂର୍ବରୁ ତାଙ୍କର ଏହି କଥା ଅନୁଭବ ହେବା ଆରମ୍ଭ ହୋଇଯାଇଥିଲା କି ତାଙ୍କ ଶରୀର ପୁରୁଷ ପରି ଦେଖିବାକୁ ହେଲେ ମଧ୍ୟ ଏକୁଟିଆ ଅବସ୍ଥାରେ ତାଙ୍କୁ ଏହି ଶରୀରର ସରଂଞ୍ଚନା ପୁରୁଷ ପରି ଲାଗେନାହିଁ। ଏହାପରେ ଏବଂ ମନ୍ଥନ ପରେ ହି ସ୍ବପ୍ରିଲ ବୁଝିପାରିଥିଲେ କି ତାଙ୍କ ଦୈହିକ ଅନୁଭୂତି କୈାଣସି ସ୍ତ୍ରୀ ପରି ଅଟେ ଏବଂ ତାଙ୍କ ଗୁଣ ମଧ୍ୟ ସ୍ତ୍ରୈଣ ଅଟେ। ଏହାପରେ ସ୍ବପ୍ରିଲ ନିଜ ଭିତରେ ଲୁଚିଥିବା ଏହି ସ୍ତ୍ରୀକୁ ଖୋଜିବା ଆରମ୍ଭ କରି ଦେଇଥିଲେ ଏବଂ ଚିକିତ୍ସକଙ୍କ ସହିତ ଦେଖା ହୋଇଥିଲେ। ତାଙ୍କର ସନ୍ଧାନ ପୂରା ହୋଇଥିଲା ଏବଂ ସେ ଦୁନିଆକୁ ନିଜର ନୂଆ ପରିଚୟ ଦେଇଥିଲେ। ନିଜେ ଶୋଶିଆଲ ମିଡ଼ିଆରେ ତାଙ୍କ ନିଜର ପୂରା ପରିବର୍ତ୍ତନର କାହାଣୀ କହିଥିଲେ ଏବଂ ନିଜର ନୂଆ ନାମ ମଧ୍ୟ ଜଣାଇଥିଲେ, ‘ସାୟଶା’।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।