ସୂର୍ଯ୍ୟ ଙ୍କର ଗୋଟେ ରାଶି ରୁ ଅନ୍ୟ ରାଶି କୁ ଚଳନ ହେବାକୁ ସଂକ୍ରାନ୍ତି କହନ୍ତି। ଏହିଥର ପବିତ୍ର କୁମ୍ଭ ସଂକ୍ରାନ୍ତି ୧୨ ଫେବ୍ରୁଆରୀ ୨୦୨୧, ଶୁକ୍ରବାର କୁ ପାଳନ କରାଯାଉଛି । ୧୨ ଫେବ୍ରୁଆରି ଦିନ ସୂର୍ଯ୍ୟ ଦେବ ଅପରାହ୍ନ ୨.୩୮ ପି.ଏମ ରେ କୁମ୍ଭ ରାଶି ରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥିପାଇଁ ଏହି ଦିନକୁ ପବିତ୍ର କୁମ୍ଭ ସଂକ୍ରାନ୍ତି ନାମରେ ପାଳନ କରାଯାଇଥାଏ। ଏହି ସଂକ୍ରାନ୍ତି ଉପଲକ୍ଷେ ଆପଣ କରିନିଅନ୍ତୁ ୩ଟି ଉପାୟ ଯାହାକି ଆପଣଙ୍କୁ ଆପଣଙ୍କ ଦୋ-ଷ ରୁ ମୁ-କ୍ତି ମିଳିଯିବ।
ପ୍ରଥମ କଥା: ଏହିଦିନ ଆପଣ ସକାଳୁ ବ୍ରହ୍ମ ମୁହୂର୍ତ୍ତ ରେ ଉଠିଯିବେ। ପରେ ଘର ର ସଫା କରି ସ୍ନାନ କରିନେବେ। ଯଦି ଆପଣଙ୍କ ଘର ପାଖରେ ଶୁଦ୍ଧ, ପବିତ୍ର ନଦୀର ଜଳ ଅଛି, ତେବେ ସେଥିରେ ଗାଧୋଇଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ପାଖରେ ସେଭଳି ନଦୀ ନାହିଁ ତେବେ ଆପଣ ଘରେ କୂଅ,ନଳକୂପ, ପାଇପ ଆଦିରେ ଗାଧୋଇ ପାରିବେ। ଏବଂ ପରେ ସ୍ଵଚ୍ଛ ହୋଇ ସୂର୍ଯ୍ୟ ଦେବଙ୍କ ଉପାସନା କରିବେ। ସୂର୍ଯ୍ୟଙ୍କ ମନ୍ତ୍ର ଅନୁସାରେ ଅର୍ଘ୍ୟ ଦେବେ। ପରେ ସୂର୍ଯ୍ୟଙ୍କର କୌଣସି ବି ମନ୍ତ୍ର କୁ ଶୁଦ୍ଧ, ଶାନ୍ତ ମନରେ ଉପାସନା କରିବେ।
ଆପଣ ଏହି ଉପାସନା କଲେ, ଜୀବନରେ ସମସ୍ତ ଆଶାର ଶୁଭଫଳ ପାଇପାରିବେ। ଏହା କରିବା ଦ୍ୱାରା ଆପଣଙ୍କ ପରିବାର ର କୌଣସି ସଦସ୍ୟ ଉପରେ ବି-ପଦ ଆସିପାରି ନଥାଏ। ଏହାସହ ଭଗବାନ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯାହା ଦ୍ୱାରା ଜୀବନ ର ଅନେକ ଦୋ-ଷ ଦୁର ହୋଇଯାଇଥାଏ। କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କ ସହ ଯେଉଁ ବ୍ୟକ୍ତି ଏହି ସଂକ୍ରାନ୍ତି ଦିନରୁ ଲାଗିରହି ପରଦିନ ଯାଏଁ ବି ତାଙ୍କୁ ଉପାସନା କରିଥାଏ, ତେବେ ତାହାର ଜୀବନର ଦୋ-ଷ କୁ କ୍ଷ-ମା କରିଦିଅନ୍ତି।
ଦ୍ଵିତୀୟ କଥା: ଆପଣଙ୍କୁ ଅମାବାସ୍ୟା, ପୂର୍ଣ୍ଣମି ରେ ଦାନ ଧର୍ମ କରିବାରୁ ବିଶେଷ ଲାଭଦାୟକ ଫଳ ମିଳିଥାଏ। ଏହି ଅମାବାସ୍ୟା ପ୍ରତି ମାସରେ ଯେପରି ଆସିଥାଏ, ସେଭଳି ସଂକ୍ରାନ୍ତି ମଧ୍ୟ ପ୍ରତି ମାସରେ ଆସିଥାଏ। ତେଣୁ ସଂକ୍ରାନ୍ତି ରେ ମଧ୍ୟ ଆପଣ ଦାନ, ଧର୍ମ କଲେ ଆପଣଙ୍କୁ କୋଟି କୋଟି ଗୁଣ ର ପୁଣ୍ୟ ଫଳ ମିଳିଥାଏ। ଆପଣଙ୍କ ଦ୍ୱାରା ଯେତିକି ସମ୍ଭବ ଯଥା- ଜଳ, ଚାଉଳ, ପରିବା, ପୋଷାକ ଆଦି ବଣ୍ଟନ ଅଥବା ଦାନ କରବାଦ୍ୱାରା ଲାଭ ଦାୟକ ହୋଇଥାଏ। ଆମେ ଆଜି ଦାନ କଲେ ପରେ ଆମ ବି-ପଦ ସମୟରେ ଭଗବାନ ଅନ୍ୟ କାହା ଦ୍ୱାରା ଆମକୁ ସାହାଯ୍ୟ କରିବେ। ଅଥବା ଆମକୁ ଦାନ କରିଥିବା ଫଳ ଅବଶ୍ୟ କୌଣସି ଦିନ ମିଳିବ। ଏହି ଦାନ ଧର୍ମ କରିବା ଦ୍ୱାରା ଆପଣଙ୍କୁ ଶେଷ ରେ ବା ଅନ୍ତକାଳ ପରେ ଉତ୍ତମ ଧାମ ମିଳିଥାଏ।
ତୃତୀୟ କଥା: ଆପଣ ଏହି ଦିନରେ ଆମିଷ ଭକ୍ଷଣ କରିବେ ନାହିଁ। କିମ୍ବା ଘରକୁ ମଧ୍ୟ ଆମିଷ ଆଣିବେ ନାହିଁ। ଏହା ସହିତ ଆପଣ ପିଆଜ, ରସୁଣ ମଧ୍ୟ ତରକାରୀ ରେ ପକାଇ ଖାଇପାରିବେ ନାହିଁ। କାରଣ ପିଆଜ, ରସୁଣ ଆମିଷ ରେ ଗଣା ହୋଇଥାଏ। ଯଦି ଆପଣ ଏହିଦିନ ଆମିଷ ଗ୍ରହଣ କରନ୍ତି। ତେବେ ଆପଣଙ୍କୁ କରିଥିବା ପୂଜା ର କୌଣସି ବି ଫଳ ମିଳିନଥାଏ। ତେଣୁ ଏହି ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି , ଭୋଗ ଦେଇଥିବା ଅରୁଆ ଚାଉଳ ରେ ବର୍ଣ୍ଣିତ ବ୍ୟଞ୍ଜନ, ତଥା ଶୁଦ୍ଧ ଦ୍ରବ୍ୟ ଗ୍ରହଣ କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର କୁ ଭି ଶାନ୍ତି ମିଳିଥାଏ।
ମାନ୍ୟତା ଅଛି କୌଣସି ଶୁଦ୍ଧ ନଦୀ ଅଥବା ଗଙ୍ଗା ଜଳରେ ସ୍ନାନ କଲେ ଆପଣଙ୍କୁ ଅଧିକ ଗୁଣରେ ପୁଣ୍ୟଫଳ ମିଳିଥାଏ। ଗାଧୋଇସାରିଲା ପରେ ଆପଣ ସୂର୍ଯ୍ୟଙ୍କୁ ନଦୀ ସରବରରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ସୂର୍ଯ୍ୟ ଦେବଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ। ସେ ତାଙ୍କ କିରଣ ରେ ଆମ ଜୀବନର ପଥକୁ ଆଲୋକିତ କରି ଆଶୀର୍ବାଦ ଦେଇଥାଆନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।