୭ଫେରା ପରେ ମଧ୍ୟ କନିଆଁ ଯାଇ ପାରିଲେ ନାହିଁ ଶଶୁର ଘର, ଖାଲି ହାତରେ ଫେରିଲେ ବର, ଜାଣନ୍ତୁ କାରଣ

ଉତ୍ତରାଖଣ୍ଡ ଚମ୍ପାବତ ଜିଲ୍ଲାର ବେଲଖେତ ଗାଁରେ ୟୁଏସ ନଗରରୁ ଆସିଥିବା ବରଙ୍କୁ ବାହାଘରର ବିଧିବିଧାନ ପୂରା ହେବା ପରେ ମଧ୍ୟ କନିଆଁଙ୍କ ବିନା ଫେରିବାକୁ ପଡ଼ିଥିଲା। ବାସ୍ତବରେ କନିଆଁ ଜଣଙ୍କ ବାହାଘରର ଗୋଟିଏ ଦିନ ପୂର୍ବରୁ କୋରୋନା ପଜେଟିଭ ବୋଲି ଜଣା ପଡିଥିଲା। ୟୁଏସ ନଗର ପ୍ରଶାସନ କନିଆଁଙ୍କୁ ନିଜ ଜିଲ୍ଲାକୁ ଆସିବାକୁ ଅନୁମତି ଦେଲେ ନାହିଁ। ପରିଶେଷରେ କନିଆଁଙ୍କୁ ବାପଘରେ ହିଁ ୧୭ଦିନର ଆଇସୋଲେଶନରେ ରହିବାକୁ ପଡିବ।

କଣ ହେଉଛି ପୂରା ଘଟଣା

ଚମ୍ପାବତର ରାଜସ୍ୱ ଗ୍ରାମ ଦିୟୁରୀର ବେଲଖେତ ତୋକ ନିବାସୀ ସୀମା ବୋହରାଙ୍କ ବାହାଘର ଚକରପୁର ନିବାସୀ ଶିବରାଜ ଅଧିକାରୀଙ୍କ ପୁତ୍ର ପଙ୍କଜ ଅଧିକାରୀଙ୍କ ସହିତ ସ୍ଥିର ହୋଇଥିଲା। ଶୁକ୍ରବାର ଦିନ ବାହାଘରର ପୂର୍ବ ପର୍ବତୀୟ ଅଞ୍ଚଳରେ ହେବାକୁ ଥିବା ସବୁ ପାରମ୍ପରିକ ଧାର୍ମିକ ଅନୁଷ୍ଠାନ ମଧ୍ୟ ବର ଏବଂ କନିଆଁ ପକ୍ଷ ମଧ୍ୟ ପୂରା କରି ନେଇଥିଲେ। କିନ୍ତୁ ଡେରି ରାତିରେ ସୀମାଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିବାର ସୂଚନାରେ ପରିବାର ସଦସ୍ୟଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଏହାପରେ ବର ଏବଂ କନିଆଁ ପକ୍ଷର ଲୋକ ଫୋନରେ କଥା ହୋଇ ବିବାହର ବିଧି ସ୍ଥିର ସମୟରେ ପୂରା କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଶନିବାର ଦିନ ବର, ବରଙ୍କ ଦୁଇଭାଇ ଏବଂ ଜଣେ ପୁରୋହିତ ଅର୍ଥାତ ଚାରିଜଣ ଲୋକ ବରଯାତ୍ରୀ ରୂପରେ କନିଆଁଙ୍କ ଘରେ ପହଞ୍ଚିଥିଲେ। କନିଆଁଙ୍କ ପକ୍ଷରୁ ମଧ୍ୟ ତାଙ୍କ ପରିବାରର ପାଞ୍ଚ-ଛଅ ସଦସ୍ୟ ସାମିଲ ହୋଇଥିଲେ। ପୋ-ଲି-ସ, ରାଜସ୍ୱ ଏବଂ ସ୍ୱାସ୍ଥ୍ୟ ବିଭାଗର ଦେଖାଶୁଣାରେ ପୀପୀଇ କିଟ ପିନ୍ଧି ବାହାଘର କରା ଯାଇଥିଲା।

ଜିଲ୍ଲା ପ୍ରଶାସନ ଦେଲେ ନାହିଁ ଅନୁମତି

ଚମ୍ପାବତ ଜିଲ୍ଲା ପ୍ରଶାସନ ୟୁଏସ ନଗର ପ୍ରଶାସନଙ୍କୁ କନିଆଁଙ୍କୁ ତାଙ୍କ ଜିଲ୍ଲାରେ ପ୍ରବେଶ କରିବା ପାଇଁ ଅନୁମତି ମାଗିଥିଲେ, କିନ୍ତୁ ଏମିତି ପରିସ୍ଥିତିରେ ୟୁଏସ ନଗରରୁ ଅନୁମତି ମିଳିପାରିଲା ନାହିଁ। ପରିଶେଷରେ ବରଙ୍କୁ କନିଆଁଙ୍କ ବିନା ଘରକୁ ଫେରିବାକୁ ପଡ଼ିଥିଲା।

ବରଙ୍କ ବାପା ମଧ୍ୟ ହୋଇନଥିଲେ ବରଯାତ୍ରୀରେ ସାମିଲ

ବାହାଘର ହେବାପରେ ପ୍ରଶାସନ କନିଆଁଙ୍କୁ ୧୭ଦିନ ବାପଘରେ ହୋମ ଆଇସୋଲେଶନରେ ରହିବା ପାଇଁ ନୋ-ଟି-ସ ଦେଇଛନ୍ତି।ଆଇସୋଲେଶନର ଅବଧି ପୂରା କରିବା ପରେ ହିଁ କନିଆଁ ନିଜ ଶଶୁର ଘରକୁ ବିଦା ହେବେ। ବାହାଘର ଏତେ ସାଦାସିଧାରେ ହୋଇଥିଲା କି ବରଙ୍କ ବାପା ମଧ୍ୟ ବରଯାତ୍ରୀରେ ସାମିଲ ହୋଇନଥିଲେ।

କୋଭିଡ ପ୍ରୋଟୋକଲରେ ହୋଇଥିଲା ବାହାଘର

ଚମ୍ପାବତୀ ଏସଡୀଏମ ଅନିଲ ଗର୍ବ୍ୟାଲ କହିଛନ୍ତି ୟୁଏସ ନଗର ପ୍ରଶାସନ ଅନୁମତି ନ ମିଳିବାରୁ କନିଆଁଙ୍କୁ ବାପଘରେ ହିଁ ୧୭ଦିନର ହୋମ ଆଇସୋଲେଶନର ନୋଟିସ ଦେଇଛନ୍ତି। ଏହି ବିବାହ ସଂପୂର୍ଣ୍ଣ ଭାବରେ କୋଭିଡ ପ୍ରୋଟୋକଲ ଅନୁସାରେ କରା ଯାଇଥିଲା। ବର-କନିଆଁଙ୍କ ବ୍ୟତୀତ ପୁରୋହିତ ଏବଂ ଅନ୍ୟ ଲୋକ ମଧ୍ୟ ବିବାହ ସମାରୋହରେ ପୀପୀଇ କିଟ ପିନ୍ଧି ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *