ଚୀନର ପ୍ରସିଦ୍ଧ ଅଭିନେତ୍ରୀ କରିଲେ ନାକର ସର୍ଜରୀ, ହୋଇଗଲା ଏମିତି ଭୟ-ଙ୍କର ଅବସ୍ଥା

ଚୀନର ଲୋକପ୍ରିୟ ଅଭିନେତ୍ରୀ ଗାଓ ଲିୟୁ ବର୍ତ୍ତମାନ ନିଜ ସହିତ ହୋଇଥିବା ଦୁଃଖଦାୟକ ଘଟ-ଣାକୁ ନିଜ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି। ୨୪ବର୍ଷୀୟ ଲିୟୁ କିଛି ଦିନ ପୂର୍ବରୁ ନିଜ ନାକର ପ୍ଲାଷ୍ଟିକ ସର୍ଜରୀ କରିଥିଲେ କିନ୍ତୁ ଏହି ଅପରେଶନରେ ତାଙ୍କୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିଥିଲା। ଲିୟୁ ଚୀନର ଟୁଇଟର ଭଳି ପ୍ଲାଟଫର୍ମରେ ନିଜ ଫଟୋକୁ ଶେୟାର କରିଛନ୍ତି। ଏହି ପ୍ଲାଟଫର୍ମରେ ଅଭିନେତ୍ରୀଙ୍କର ୫ମିଲିୟନରୁ ଅଧିକ ଫୋଲଅର୍ସ ଅଛନ୍ତି।

ଡେଲୀମେଲର ରିପୋର୍ଟ ମୁତାବକ, ଚୀନର ଅନେକ ସିନେମା ଏବଂ ଟିଭି ଶୋରେ କାମ କରି ସାରିଥିବା ଅଭିନେତ୍ରୀ ନିଜ ପୋଷ୍ଟରେ ଲେଖିଥିଲେ କି ସେ ଚୀନର Guangzhou ସହରର ଏକ କ୍ଲିନିକରେ ନାକର ସର୍ଜରୀ କରିଥିଲେ ଏବଂ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏହି କ୍ଲିନିକରେ ପ୍ଲାଷ୍ଟିକ ସର୍ଜରୀ ପାଇଁ ଦେଖା କରିଥିଲେ। ଏହି ପ୍ଲାଷ୍ଟିକ ସର୍ଜରୀ ଅପରେଶନ ଚାରିଘଣ୍ଟା ପର୍ଯ୍ୟନ୍ତ ହୋଇଥିଲା, ହେଲେ ସେ ଯମାବି ଭାବି ନଥିଲେ କି ଏହି ଚାରିଘଣ୍ଟା ପରେ ତାଙ୍କ ପାଇଁ ନୂଆ ସମସ୍ୟା ଛିଡ଼ା ହୋଇଯିବ।

ସେ ସର୍ଜରୀ ଏହା ଭାବି କରିଥିଲେ କି ନାକର ପ୍ଲାଷ୍ଟିକ ସର୍ଜରୀ କରିବା ପରେ ତାଙ୍କ ଚେହେରା ସୁନ୍ଦର ହୋଇଯିବ ଯାହାଦ୍ଵାରା ତାଙ୍କୁ ସିନେମାରେ ଅଧିକ ସୁଯୋଗ ମିଳିବାର ସମ୍ଭାବନା ବଢିଯିବ। ହେଲେ ନିଜ ନାକ ସହିତ ବହୁତ ଛୋଟ ଆଡଜଷ୍ଟମେଣ୍ଟ କରିବା ବଦଳରେ ତାଙ୍କ ନାକରେ ଇମ୍ଫେକଶନ ହୋଇଗଲା ଯାହାପରେ ତାଙ୍କୁ ଅନେକ ଫଲୋଅପ ସର୍ଜରୀ କରିବାକୁ ପଡ଼ିଥିଲା। ଏମିତି ଚାଲିବା ଦ୍ଵାରା ତାଙ୍କ ନାକରେ ନେକ୍ରୋସିସର ସମସ୍ୟା ହୋଇ ଯାଇଛି ଏବଂ ବର୍ତ୍ତମାନ ତାଙ୍କ ନାକ ସାମ୍ନାର ଗୋଟିଏ ଅଂଶର ଅବସ୍ଥା ଖରାପ ହୋଇଯାଇଛି।

ଏହି ଅଭିନେତ୍ରୀଙ୍କୁ ପରେ ଜଣା ପଡିଥିଲା କି ପ୍ଲାଷ୍ଟିକ ସର୍ଜରୀର ଏହି ଡାକ୍ତରଖାନା ନାକର ସର୍ଜରୀ କରିବା ପାଇଁ ସମର୍ଥ ନଥିଲା। ଏହି କାରଣରୁ ତାଙ୍କୁ ଦୁଇମାସ ପର୍ଯ୍ୟନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇ ରହିବାକୁ ପଡ଼ିଥିଲା। ତାଙ୍କୁ ଏମିତି ଚାଲିବାରୁ ୪୫ହଜାର ପାଉଣ୍ଡର କ୍ଷତି ସହିବାକୁ ପଡିଥିଲା ଏହା ସହିତ ତାଙ୍କୁ ନିଜ କ୍ୟାରିୟରରେ କଣ୍ଟ୍ରାକ୍ଟ ଭାଙ୍ଗିବା କାରଣରୁ ୨ଲକ୍ଷ ପାଉଣ୍ଡର ମଧ୍ୟ କ୍ଷତି ପହଞ୍ଚିଛି।ପରିଶେଷରେ ଅଭିନେତ୍ରୀ ଏହି କ୍ଲିନିକରେ ନିଜ କ୍ଷତି ପାଇଁ ସଂଘର୍ଷ କରୁଛନ୍ତି।

ଚୀନର ମାର୍କେଟ ରିସର୍ଚ୍ଚ ଫର୍ମ ଆଇଆଇମିଡିଆ ମୁତାବକ, ପ୍ଲାଷ୍ଟିକ ସର୍ଜରୀର ମାର୍କେଟ ଚୀନର ବୁମରେ ରହିଛି ଏବଂ ପୂର୍ବବର୍ଷ ଏହି ଦେଶରେ ପାଖାପାଖି ଦେଢକୋଟି ଲୋକ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି। ହେଲେ ଚାହିଦା ବଢିବା କାରଣରୁ ଅନେକ କ୍ଲିନିକରେ ଏମିତି ମଧ୍ୟ ହେଉଛି କି ଯେଉଁମାନେ ବିନା ସାର୍ଟିଫିକେଟ ଏବଂ କ୍ବାଲିଫିକେଶନରେ ଏହି ସମ୍ବେଦନଶୀଳ ସର୍ଜରୀ କରି ଅନେକ ଲୋକଙ୍କୁ କ୍ଷତି ମଧ୍ୟ ପହଞ୍ଚାଉଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *