ଚୁଡ଼ି କିପରି ପିଦ୍ଧିଲେ ସ୍ୱାମୀ ଏବଂ ବାପା ଭାଇଙ୍କୁ ପଡ଼ିଥାଏ କାଳ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ ଚୁଡ଼ି ପିନ୍ଧିବା ଉଚିତ ଓ କେଉଁ ଚୁଡ଼ି ପିଦ୍ଧିବା ଅନୁଚିତ। ଏବଂ କେଉଁ ସମୟରେ ଚୁଡ଼ି ପିନ୍ଧିବା ଉଚିତ ଓ କେଉଁ ସମୟରେ ଚୁଡ଼ି ପିନ୍ଧିବା ଅନୁଚିତ ହୋଇଥାଏ ବା ଅଶୁଭ ଅଶୁଭ ହୋଇଥାଏ। ବିବାହିତ ମହିଳା ମାନେ ବା ସାଧବା ମହିଳାମାନେ ତମ୍ବାର କୌଣସି ବି ଚୁଡ଼ି ପିନ୍ଧିବା ଅନୁଚିତ ଅଟେ ଏବଂ ରୂପାର ଚୁଡ଼ି ମଧ୍ୟ ପିନ୍ଧିବା ଅନୁଚିତ ଅଟେ। ଯଦି ସେତିକି ଆବଶ୍ୟକତା ପଡେ ପୁଜା ପର୍ବାଣିରେ ହେଉ ଅବା ହୋମ ଜଜ୍ଞରେ ହେଉ ଅବା ଗ୍ରହ ଶାନ୍ତି ନିମନ୍ତେ ହେଉ ଯଦି ସେତିକି ଆବଶ୍ୟକତା ପଡେ ରୂପାର ଚୁଡ଼ି ପିଦ୍ଧିବା ପାଇଁ କିମ୍ବା ରୂପାର କଡ଼ା ପିଦ୍ଧିବା ପାଇଁ ଅବା ରୂପାର କଙ୍କଣ ପିଦ୍ଧିବା ପାଇଁ ସେତିକି ଆବଶ୍ୟକ ପଡେ ତେବେ ଆପଣ ଗୋଟିଏ ହାତରେ ପିଦ୍ଧି ପାରିବେ। ଆଦୌ ଦୁଇଟି ହାତରେ ରୂପାର ଚୁଡ଼ି ପିଦ୍ଧନ୍ତୁ ନାହି। ଏହା ଅଶୁଭ ହୋଇଥାଏ।

ଯଦି କୌଣସି କାରଣରୁ ଚୁଡ଼ି ଆପଣଙ୍କର ତୁଟି ଯାଏ ବା ଭାଙ୍ଗିଯାଏ ଅବା ପିଦ୍ଧିବା ସମୟରେ ତୁଟି ଗଲେ ବା ଭାଙ୍ଗି ଗଲେ ସେହି ଚୁଡ଼ିକୁ ଆପଣଙ୍କର ପଣତରେ ରଖି ତାକୁ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ରଖି ଦିଅନ୍ତୁ ବା ଡସ୍ଟପିନରେ ରଖି ଦିଅନ୍ତୁ। ଏବଂ ପରେ ସୁବିଧା ଦେଖି ସେହି ଚୁଡ଼ି ଗୁଡିକୁ ପାଣିରେ ପକେଇ ଦିଅନ୍ତୁ ବା ଜଳ ସ୍ରୋତରେ ପକେଇ ଦିଅନ୍ତୁ। ଭଙ୍ଗା ଚୁଡ଼ିକୁ ଏଣେ ତେଣେ ପୋକାଇବା ଅଶୁଭ ହୋଇଥାଏ। ଏଥି ପ୍ରତି ଧ୍ୟାନ ଦେବେ।

ଚଡକା ଫଟା ଚୁଡ଼ି ଆଦୌ ପିଦ୍ଧନ୍ତୁ ନାହିଁ। କୌଣସି କାମ କଲା ବେଳେ ହେଉ ଅବା ଚୁଡ଼ି ପିଦ୍ଧିବା ସମୟରେ ହେଉ ଯଦି ଚୁଡ଼ିଟି ଭାଙ୍ଗି ଯାଏ ଅବା ଚଡକୀ ଯାଏ ତେବେ ସେହି ଚୁଡ଼ିଟିକୁ ତୁରନ୍ତ କାଢି ଦିଅନ୍ତୁ। ଏବଂ ତାକୁ ୩ ଥର ଚୁମ୍ବନ ଦେଇ କୌଣସି ଏକ ଜାଗାରେ ଅବା ଡସ୍ଟପିନରେ ରଖି ଦିଅନ୍ତୁ। କାରଣ ଚଡକା ଫଟା ଚୁଡ଼ି ପିଦ୍ଧିବା ଦ୍ବାରା ନିଜର ଭାଇ ଏବଂ ବାପା କରଜରେ ବୁଡି ରୁହନ୍ତି। ଏହି ପରି ମାନ୍ୟତା ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ଅଛି କି ଚୁଡ଼ି ପିଦ୍ଧିବା ସମୟରେ ଧ୍ୟାନ ଦିଅନ୍ତୁ କି ଦୁଇ ହାତରେ ସମାନ ଭାବରେ ବା ସମାନ ପରିମାଣରେ ଚୁଡ଼ି ଆଦୌ ପିଦ୍ଧନ୍ତୁ ନାହିଁ।

ଡାହାଣ ହାତରେ ବା ଦକ୍ଷିଣ ହାତରେ ପଟେ କିମ୍ବା ଦୁଇପଟ ଅଧିକ ପିଦ୍ଧନ୍ତୁ ଏବଂ ବାମ ହାତରେ ପଟେ କିମ୍ବା ଦୁଇ ପଟ କମ ପିଦ୍ଧନ୍ତୁ। କେବେବି ସମାନ ପରିମାଣର ଚୁଡ଼ି ପିଦ୍ଧନ୍ତୁ ନାହିଁ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ମଙ୍ଗଳବାର ଏବଂ ଗୁରୁବାରରେ ଆଦୌ ଚୁଡ଼ି ପିଦ୍ଧନ୍ତୁ ନାହିଁ ବା ଆଦୌ ଚୁଡ଼ି ସିତାଳନ୍ତୁ ନାହିଁ। ପୁରୁଣା ଚୁଡିକୁ ସିତାଳନ୍ତୁ ନାହିଁ ଅବା ନୁଆ ଚୁଡ଼ିକୁ ପିଦ୍ଧନ୍ତୁ ନାହିଁ। ପୁରାଣ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କେଶ ମୁକୁଳା କରି ଚୁଡ଼ି ପିଦ୍ଧନ୍ତୁ ନାହିଁ। ପ୍ରଥମେ କେଶକୁ ବାନ୍ଧି ଦିଅନ୍ତୁ ତା ପରେ ଚୁଡ଼ି ପିନ୍ଧନ୍ତୁ।

ଯଦି କୌଣସି ମହିଳା ଛୋଟ ଛୋଟ କେଶ ରଖି ଥାନ୍ତି ତେବେ ସେମାନେ ଯଦି ବାନ୍ଧି ନପାରନ୍ତି ତେବେ କେଶ ଉପରେ ଓଢ଼ଣି ପକାଇ ଦିଅନ୍ତୁ ତା ପରେ ଚୁଡ଼ି ପିନ୍ଧନ୍ତୁ। ଏହା ଅଧିକ ଶୁଭ ଦାୟକ ହୋଇଥାଏ। କେଶ ମୁକୁଳା କରି ଚୁଡ଼ି ପିନ୍ଧିଲେ ନାକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ। ଏବଂ ଘରର ବହୁତ ପ୍ରକାରର ଅନିଷ୍ଠ ମଧ୍ୟ ହୋଇଥାଏ। ଗୃହରେ ଅନେକ ପ୍ରକାରର ଅନିଷ୍ଠ ମଧ୍ୟ ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛିକି ଚୌକାଠ ବା ଘରର ଦୁଆର ମୁହଁରେ ବସି ଆଦୌ ଚୁଡ଼ି ପିନ୍ଧିବା ଉଚିତ ନୁହେଁ।

ଆଜିକାଲି ତ ପ୍ରାୟତଃ ଅନେକଙ୍କ ଘରେ ଚୌକାଠ ବ୍ୟବହାର କରାଯାଉନାହିଁ। କବାଟ ଟାଙ୍ଗିବା ପାଇଁ ୩ ଟି କାଠର ପ୍ରୟୋଗ କରାଯାଉଛି ବା ବ୍ୟବହାର କରାଯାଉଛି। ତେବେ କବାଟର ବନ୍ଧ ତଳେ ବସି ଆଦୌ ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା କରିବା ଦ୍ବାରା ଗୃହକୁ ଦୁଃଖ,କଷ୍ଟ, ଯନ୍ତ୍ରଣା ପ୍ରବେଶ କରିଥାଏ। ଗୃହ ଅଶାନ୍ତିରେ ଭରି ଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ସନ୍ଧ୍ୟା ସମୟରେ ବା ସୁର୍ଯାସ୍ତ ସମୟରେ ଚୁଡ଼ି ପିନ୍ଧିବା ଅଶୁଭ ଦାୟକ ହୋଇଥାଏ। ଏଣୁ ସନ୍ଧ୍ୟା ସମୟରେ ବା ସୁର୍ଯାସ୍ତ ସମୟରେ ଆଦୌ ଚୁଡ଼ି ସୀତାଳନ୍ତୁ ନାହିଁ ବା କାଢନ୍ତୁ ନାହିଁ ଏବଂ ନୁଆ ଚୁଡ଼ି ପିନ୍ଧନ୍ତୁ ନାହିଁ।

ଆପଣଙ୍କର ସେତିକି ଆବଶ୍ୟକ ପଡ଼ିଲେ ଆପଣ ସୁର୍ଯାସ୍ତ ପରେ ବା ସନ୍ଧ୍ୟା ପରେ ବା ରାତ୍ରି ସମୟରେ ଚୁଡ଼ି ପିନ୍ଧି ପାରିବେ ବା ସିତାଳି ପାରିବେ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ଯଦି କାହାରି ଚୁଡ଼ି ଫାଟି ଯାଇଥିବାର ଦେଖିବେ ବା ଚଡକି ଯାଇଥିବାର ଦେଖିବେ ତାକୁ ଏପରି କୁହନ୍ତୁ ନାହିଁ କି ଆପଣଙ୍କର ଚୁଡ଼ି ଫାଟି ଯାଇଛି ଅବା ଚଡକି ଯାଇଛି ଆପଣ ତାକୁ ସିତାଳି ଦିଅନ୍ତୁ। କିମ୍ବା ମୋର ଚୁଡ଼ିଟି ଫାଟି ଯାଇଛି କିମ୍ବା ଚଡକି ଯାଇଛି କିମ୍ବା ପୁରୁଣା ହୋଇଗଲାଣି ମୁଁ ଏହାକୁ ସିତାଳି ଦେବି ଏହି ପ୍ରକାରର ଭାଷାର ପ୍ରୟୋଗ କରନ୍ତୁ ନାହିଁ। କାରଣ ସେ ପ୍ରକାରର ଭାଷାର ପ୍ରୟୋଗ ବହୁତ ଅଶୁଭ ଦାୟକ ହୋଇଥାଏ ବା ଅଶୁଭ ସୂଚକ ହୋଇଥାଏ।

ବହୁତ ସମୟରେ ଏହା ଦେଖାଯାଏ କି ମହିଳା ମାନେ ଚୁଡ଼ି ପିନ୍ଧିବା ସମୟରେ ସମ୍ପୂର୍ଣ ଚୁଡ଼ି ଗୁଡିକୁ ଖୋଲି କି ତଳେ ରଖି ଦିଅନ୍ତି ଏବଂ ନୁଆ ଚୁଡ଼ି ପିନ୍ଧି ଥାନ୍ତି। ଏପରି କରିବା ସମ୍ପୂର୍ଣ ଅନୁଚିତ। ଏହା ଅଶୁଭ ଦାୟକ ମଧ୍ୟ ହୋଇଥାଏ। ଚୁଡ଼ି ପିନ୍ଧିବା ପୁର୍ବରୁ ବା ଚୁଡ଼ି ସିତାଳିବା ପୁର୍ବରୁ ଆପଣ ପ୍ରଥମେ ହାତରେ ଏକ ଲାଲ କିମ୍ବା ହଳଦୀ ରଙ୍ଗର ସୂତାଟିଏ ବାନ୍ଧି ଦିଅନ୍ତୁ ଏବଂ ଆପଣଙ୍କର ଚୁଡ଼ି ସିତାଳି ଦିଅନ୍ତୁ।

ତା ପରେ ନୁଆ ଚୁଡ଼ି ପିନ୍ଧି ସାରିଲା ପରେ ସେହି ସୂତାକୁ ଖୋଲି ଦିଅନ୍ତୁ। ହାତକୁ କେବେ ଖାଲି କରି ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା ବହୁତ ଅଶୁଭ ଦାୟକ ହୋଇଥାଏ। ଏହାର କୁପ୍ରଭାବ ନିଜର ସ୍ୱାମୀଙ୍କ ଉପରେ ପଡ଼ିଥାଏ। ଏଥି ପ୍ରତି ଧ୍ୟାନ ଦେବେକି ଯଦି ଆପଣଙ୍କର ଚୁଡ଼ି କାହାରିକୁ ପସନ୍ଦ ଆସିଯାଏ ଏବଂ ସେ ସେହି ଚୁଡିକୁ ନବା ପାଇଁ ଚାହାନ୍ତି ତେବେ ତାଙ୍କୁ ସେହି ଚୁଡ଼ି ବା ପିନ୍ଧିଥିବା ଚୁଡ଼ିକୁ ଆଦୌ ଦିଅନ୍ତୁ ନାହିଁ।

ସେହି ପ୍ରକାରର ଚୁଡ଼ି ନୁଆ କିଣି ଆପଣ ଦେଇଦିଅନ୍ତୁ। କିନ୍ତୁ ପିନ୍ଧିଥିବା ଚୁଡ଼ିକୁ ଆଦୌ ଦିଅନ୍ତୁ ନାହିଁ। ଏହା କରିବା ଦ୍ବାରା ଆପଣଙ୍କର ସ୍ୱାମୀଙ୍କର ଆୟୁଷ କ୍ଷୀଣ ହୋଇଥାଏ। ଏବଂ ଆପଣଙ୍କର ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ କ୍ଷୀଣ ହୋଇଥାଏ। ତେଣୁ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କାହାରି ପିନ୍ଧିବା ଚୁଡ଼ିକୁ ଆପଣ ନିଅନ୍ତୁ ନାହିଁ ଏବଂ ଆପଣଙ୍କର ପିନ୍ଧିବା ଚୁଡ଼ିକୁ କାହାରିକୁ ଦିଅନ୍ତୁ ନାହିଁ। ଏହା ବହୁତ ଅଶୁଭ ଦାୟକ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି ଆପଣ କେବେବି ଚୁଡ଼ି ପିନ୍ଧିବା ସମୟରେ ଦକ୍ଷିଣ ମୁଖ ହୋଇ ବା ଦକ୍ଷିଣକୁ ମୁହଁ କରି ଚୁଡ଼ି ପିନ୍ଧନ୍ତୁ ନାହିଁ। ଏହା କରିବା ଦ୍ବାରା ଗୃହକୁ ଦରିଦ୍ରତା ପ୍ରବେଶ କରିଥାଏ ଏବଂ ଦୁଃଖ ଦୁରଦଶା ମାଡ଼ି ଆସିଥାଏ ଏବଂ ସ୍ବାମୀଙ୍କ ଆୟୁଷ ଉପରେ ପ୍ରଭାବ ପିକାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛିକି ଆପଣ ଚୁଡ଼ି ପିନ୍ଧି ସାରିବା ପରେ ତୁରନ୍ତ ହାତ ଧୁଅନ୍ତୁ ନାହିଁ। ପ୍ରଥମେ ଚୁଡ଼ି ପିନ୍ଧି ସାରିବା ପରେ ପ୍ରଥମେ ଆପଣଙ୍କ ପଣତରେ ୩ ଥର ଚୁଡିକୁ ସାଉଣି ଦିଅନ୍ତୁ ବା ପୋଛି ଦିଅନ୍ତୁ ଏବଂ ତା ପରେ ଆପଣ ହାତ ଧୋଇ ଦିଅନ୍ତୁ।

ଯଦି ଆପଣଙ୍କର ଅଜାଣତରେ ଆପଣଙ୍କ ହାତରୁ ଚୁଡ଼ି ତୁଟି ତଳେ ପଡ଼ିଯାଇଥାଏ ସେହି ଚୁଡିକୁ ଗୋଟାଇ ସୁଧା ସଳଖ ଡସ୍ଟପିନରେ ବା ବାହାରେ ଏଣେ ତେଣେ ପକାଇ ଦିଅନ୍ତୁ ନାହିଁ। ସେହି ଭଙ୍ଗା ଚୁଡ଼ି ଗୁଡିକୁ ହାତରେ ଉଠାଇ ୩ ଥର ଚୁମ୍ବନ ଦେଇ ତାକୁ ଏକ ସ୍ଥାନରେ ରଖି ଦିଅନ୍ତୁ ବା ଏକ ପାତ୍ରରେ ରଖି ଦିଅନ୍ତୁ। ପରେ ତାକୁ ଜଳାଶୟରେ ପକେଇ ଦିଅନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ ଏବଂ ପୁରାଣ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି ଯଦି ଆପଣ କେବେ ନୁଆ ଚୁଡ଼ି ପିନ୍ଧନ୍ତି ତେବେ ଗୁରୁଜନ ମାନଙ୍କୁ ବା ଘରର ବୟସ୍କ ବ୍ୟକ୍ତି ମାନଙ୍କୁ ପ୍ରଣାମ କରନ୍ତୁ ଏବଂ ତାଙ୍କର ଆଶୀର୍ବାଦ ନିଅନ୍ତୁ। ଏବଂ ନୁଆ ଚୁଡ଼ି ପିନ୍ଧି ସାରିବା ପରେ କାହାରିକୁ ଦେଖାଁନ୍ତୁ ନାହିଁ କିମ୍ବା ପଚାରନ୍ତୁ ନାହିଁ କି ଦେଖ ମୋର ଏହି ଚୁଡ଼ି କିପରି ଲାଗୁଛି କେତେ ସୁନ୍ଦର ହୋଇଛି ଅବା ମତେ ମାନୁଛି କି ନାହିଁ।

ଏପରି କେବେବି କରନ୍ତୁ ନାହିଁ। କାରଣ ଏମିତି କରିବା ଦ୍ବାରା ଆପଣଙ୍କୁ ଆପଣଙ୍କର ପରିବାରକୁ ଆପଣଙ୍କର ସ୍ବାମୀଙ୍କୁ ନଜର ଦୋଷ ଲାଗିଥାଏ। ବା ଖରାପ ଦୃଷ୍ଟି ପଡ଼ିଥାଏ। ଯାହା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି ଯଦି ଆପଣଙ୍କ ଘରକୁ ଆପଣଙ୍କ ନଣନ୍ଦ ବା ସ୍ବାମୀଙ୍କ ଭଉଣୀ ଘରକୁ କେବେ ଆସନ୍ତି ତେବେ ଆପଣ କିଛି ଦିଅନ୍ତୁ ଅବା ନଦିଅନ୍ତୁ କିନ୍ତୁ ତାଙ୍କୁ ନୁଆ ଚୁଡ଼ି ନିଶ୍ଚୟ ଦିଅନ୍ତୁ।

କାରଣ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ଏବଂ ଗୃହକୁ ସୁଖ ଶାନ୍ତି ଆସିବାର ମାର୍ଗ ମଧ୍ୟ ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ମଧ୍ୟ ଗୃହ ଉପରେ ପଡ଼ିଥାଏ। ଯଦି କୌଣସି ଜାଗାରେ ଚୁଡ଼ି ପୋଡିଥିବାର ଆପଣ ଦେଖନ୍ତି ତେବେ ସେହି ଚୁଡ଼ି ଯେତେ ସୁନ୍ଦର ହେଉନା କାହିଁକି ଯେତେ ଦାମିକା ହେଉନା କାହିଁକି ଆପଣ ସେ ଚୁଡ଼ିକୁ ଉଠାଇକି ଆଣନ୍ତୁ ନାହିଁ। ଆଉ ଯଦି ବା ଆଣନ୍ତି ତାକୁ ବ୍ୟବହାର କରନ୍ତୁ ନାହିଁ ବା ପିନ୍ଧନ୍ତୁ ନାହିଁ କାରଣ ଏହା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ। ଏବଂ ହୁଏତ କାହାରି ତନ୍ତ୍ର ମନ୍ତ୍ରର ଚୁଡ଼ି ହୋଇଥାଇପାରେ। ଆପଣଙ୍କୁ କ୍ଷତି କରିପାରେ। ଏଣୁ ଏପରି କୌଣସି ଜାଗାରେ ପଡ଼ିଥିବା ଚୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ ବା ପିନ୍ଧନ୍ତୁ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *