ଏବେ ଦୁନିଆ କରୋନା ମହାମାରୀର ସାମ୍ନା କରୁଛି। ଏହି ଭାଇରସରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଏହି ଭାଇରସ ଦ୍ବାରା ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ଭାଇରସର ଆରମ୍ଭ ଚୀନର ବୁହାନରୁ ହୋଇଥିଲା। ଯେଉଁଠି ଚୀନ କହିଛି ବାଦୁଡି ମାଂସ ଖାଇବା ଦ୍ବାରା ମଣିଷଙ୍କ ଏହି ଭାଇରସ ହେଇଛି। ଅନ୍ୟ ପଟେ କୁହାଯାଇଛି ଚୀନ ଏହି ଭାଇରସକୁ ଜାଣିଶୁଣି ନିଜ ଲ୍ୟାବରେ ତିଆରି କରି ଛାଡିଛି। ଏବେ ଚୀନର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏବେ ବିଶେଷଜ୍ଞମାନେ ଦାବି କରିଛନ୍ତି ଚୀନ ସିଂହଙ୍କ ହାଡ଼ରୁ ଯେଉଁ ଔଷଧ ପ୍ରସ୍ତୁତ କରୁଛି ସେଥିରୁ ଭୟାନକ ମହାମାରୀ ବ୍ୟାପିବ। ଯଦି ସମୟ ଥିବା ଅବସ୍ଥାରେ ତାକୁ କଣ୍ଟ୍ରୋଲ ନ କରାଯାଏ ତାହା ଅନେକ କ୍ଷତି କରିବ।
ଚୀନରେ ଲମ୍ବା ସମୟରୁ ଔଷଧ ପାଇଁ ସିଂହଙ୍କ ହାଡ଼ ବ୍ୟବହାର ହୋଇଥାଏ। ଏଥିପାଇଁ ଦକ୍ଷିଣ ଆଫ୍ରିକାରେ ସିଂହ ମରାଯାଇ ତାର ହାଡ଼ ଚୀନକୁ ଆଣାଯାଇଥାଏ।
ଦକ୍ଷିଣ ଆଫ୍ରିକାରେ ୩୩୩ ଫାର୍ମରେ ଚୀନକୁ ହାଡ଼ ପଠାଇବା ପାଇଁ ହଜାର ସିଂହ ରଖାଯାଇଥାଏ। ପରେ ତାଙ୍କୁ ଗୁଳି ମାରି ତାଙ୍କ ହାଡ଼ ଚୀନ ପଠାଯାଇଥାଏ।
ଏହି କଥାର ସତ୍ୟତା ଲୋର୍ଡ ଅକ୍ରେପଟ ତାଙ୍କ ନୂଆ ବହିରେ ଲେଖିଛନ୍ତି। ସେ ଲେଖିଛନ୍ତି ସିଂହଙ୍କ ହାଡ଼ ପାଇଁ ଚୀନ ୨ ଲକ୍ଷ ୮୫ ହଜାର ଟଙ୍କା ଦିଏ। ଏହି ବ୍ୟବସାୟରେ ଦକ୍ଷିଣ ଆଫ୍ରିକାରେ ଅନେକ ଲାଭ ହୋଇଥାଏ।
ସିଂହଙ୍କ ହାଡ଼ରୁ ଚୀନ ଔଷଧ ସହିତ ମଦ ଓ ଗହଣା ତିଆରିରେ ବ୍ୟବହାର କରିଥାଏ। ଏବେ ଲୋର୍ଡ ଅକ୍ରେପଟ ଯେଉଁ ତଥ୍ୟ ଦେଇଛନ୍ତି ତାଙ୍କ ଅନୁସାରେ ଆଗକୁ ଆସୁଥିବା ଭାଇରସ ଏହି ହାଡ଼ ଯୋଗୁ ବ୍ୟାପିବ।
ଏକ୍ସ ବ୍ରିଟିଶ ଆର୍ମିର ସଦସ୍ୟ ଏକ ଟିମ ତିଆରି କରି ଦକ୍ଷିଣ ଆଫ୍ରିକାର ଏହି ସିଂହ ହାଡ଼ ବ୍ୟବସାୟର ଯାଞ୍ଚ ଅପରେସନ କରିଥିଲା। ଯେଉଁଥିରେ ସିଂହ ମାନଙ୍କୁ ଯେଉଁ ଅବସ୍ଥାରେ ରଖାଯାଇଛି ତାହା ଚିନ୍ତାର ବିଷୟ ଅଟେ।
ଲୋର୍ଡ ଅକ୍ରେପଟ ପାଇଛନ୍ତି କି ପାଖାପାଖି ୧୨ ହଜାର ସିଂହ ପ୍ରଜଜନ କରାଯାଇଛି। ଯାହାଙ୍କ ଶିକାର ପାଇଁ ପଇସା ନିଆଯାଇଥାଏ। ସେ ଏହି ସିଂହ ମାନଙ୍କୁ ମାରିଦେଇଥାଏ।ଏହାପରେ ତାଙ୍କ ହାଡ଼ ବାହାର କରାଯାଇଥାଏ।
ଲୋର୍ଡ ଅକ୍ରେପଟଙ୍କ କହିବା ଅଟେକି ଅପରିଷ୍କାର ଏବଂ ଖରାପ ପରିସ୍ଥିରେ ଥିବାରୁ ଏହା ମଣିଷ ମାନଙ୍କୁ ଭୟାନକ ରୋଗ କରାଇପାରେ। ଏକ ପିଞ୍ଜରାରେ ଅନେକ ସିଂହ ରଖାଯାଇଛି। ମରିବା ପରେ କିଛି ସିଂହ ନିଜ ସାଥୀଙ୍କ ହାଡ଼ ଖାଇଯାଇଥାନ୍ତି। ଯାହା ଦ୍ବାରା ସେମାନଙ୍କୁ ରୋଗ ହୋଇଯାଇଥାଏ।
ମରିବା ପରେ ତାଙ୍କ ଅନ୍ତିମ ସଂସ୍କାର ଏଠାରେ କରାଯାଇନଥାଏ। ସେମାନଙ୍କୁ ହାଡ଼ ପାଇଁ ସଢାଯାଇଥାଏ। ଯେଉଁ ଭଳି ଏହି କାମ ହୁଏ ତାହା ଭୟାନକ ଅଟେ। ଯଦି ଏହି ହାଡ଼ ଦ୍ବାରା ମହାମାରୀ ବ୍ୟାପିବ ଲୋର୍ଡ ଅକ୍ରେପଟ କହିଛନ୍ତି ତାକୁ ଅଟକାଇବା ଅସମ୍ଭବ।