କାଳକୁ କରୁବାକୁ କାଳ କାଳ ଧରି ଦିବ୍ୟଶ୍ରେଷ୍ଠ ମାନେ ସତ ସତ ପ୍ରଯତ୍ନ କରିଆସିଛନ୍ତି। ଅନାଗତ ଭବିଷ୍ୟତକୁ ଜାଣିବା ପାଇଁ ମଣିଷ ମନରେ ଅହେତୁକ ଦୁର୍ବଳତା ଅନ୍ତହୀନ, ଅଭିସ୍ମା, ମଣିଷର ବ୍ୟକ୍ତିଗତ ଭବିଷ୍ୟତ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସୃଷ୍ଟି ଏବଂ ସାମୁହିକ ଭାବେ ସୃଷ୍ଟିର ଭବିଷ୍ୟଶ୍ରେଷ୍ଠ ଭାବେ ମାଳିକା ସର୍ବମାନ୍ୟ। ବିଶେଷ କରି ଆଜିକାର ସମୟରେ ସମଗ୍ର ମାନବ ସୃଷ୍ଟିକୁ ବିଛନ୍ନ କରିଦେବାର ଦମ୍ଭ ନେଇ ଯେଉଁ ଘାତକ ଭୁତାଣୁ କୋରନା ତାର ଅକ୍ଟମ୍ବସ ପୋଝା ବିସ୍ତାର କରିବାରେ ଲାଗିଛି ସେଥିରେ ସମଗ୍ର ବିଶ୍ୱ ଆଜି ହାର ହାର। ବେଳେ ବେଳେ ମନୁଷ୍ୟ ମନରେ ଅଜଣା ଆଶଙ୍କା ସତରେ କଣ କୋରନା ମହାମାରିରେ ଏ ମାନବ ଜାତି ବୁଛିନ୍ନ ହୋଇଯିବ।
ଆଉ ଏମିତି ଘରେ ମାଳିକର ମହକରେ ମହକି ଉଠୁଛି। ଗାଁଦାଣ୍ଡ ପୁର ପଲ୍ଲୀ ସହର ବଜାର ସର୍ବତ ମାଳିକାକୁ ନେଇ ବିଚାର ଓ ଆଲୋଚନା। ତାର ଏକମାତ୍ର କାରଣ ହେଲା ମନୁଷ୍ୟର ଜୀବନ ପ୍ରତି ଅହେତୁକ ମହ ସେ ମରିବାକୁ ଚାହେଁନା। ତେଣୁ ସେ ଜାଣିବାକୁ ଉଦବିଗ୍ନ। ସତରେ କଣ କୋରନା ମହାମାରୀ ମହା ପ୍ରଳୟ ରୂପ ନେବ ଶେଷ ହୋଇଯିବ କଳିଯୁଗ। ତେବେ ଆସନ୍ତୁ ସମ୍ପୂର୍ଣ ବିଷୟ ବସ୍ତୁ ଜାଣିବା।
କେହି କେହି ଅନ୍ଧବିଶ୍ୱାସ କରୁଥିଲେ ମଧ୍ୟ ଏ କଥା ସତ୍ୟ ଯେ ଏହାର ଉତ୍ତର ଆଜିକୁ ପ୍ରାୟ ୬୦୦ ବର୍ଷ ତଳୁ ମହାପୁରୁଷ ଅଚ୍ୟୁତାନନ୍ଦ କହିଯାଇଛନ୍ତି। ଅଚ୍ୟୁତାନନ୍ଦଙ୍କ ସହିତ ଅନେକ ସିଦ୍ଧ ପୁରୁଷଗଣ ଯଥା ଜଗନାଥ,ବଳରାମ,ଯଶବନ୍ତ,ଶିଶୁ ଅନନ୍ତ ପ୍ରଭୁଙ୍କ ଦିବ୍ୟଦ୍ରଷ୍ଟା ସେମାନଙ୍କ ସାଧନା ଦ୍ୱାରା ଅବଗତ ଭବିଷ୍ୟତକୁ ଦେଇପାରିଥିଲେ ଏବଂ ମାନବ ସମାଜକୁ ଏ ସମ୍ବଦ୍ଧରେ ପୂର୍ବ ସୂଚନା ମାନ ସେମାନଙ୍କ ସାହିତ୍ୟ କୃତି ମାଧ୍ୟମରେ ଦେଇଯାଇଥିଲେ।
ମାଳିକାରେ ଆପଣଙ୍କ ଭବିଷ୍ୟତକୁ ନେଇ ଏପରି କେତୋଟି ଘଟଣାର ଉଲ୍ଲେଖ ଥିଲା ଯାହା ଏହା ଭିତରେ ଘଟି ଯାଇଥିଲା। ଯେପରି ଉତ୍ତର ଦିଗରୁ ଝିଣ୍ଟିକା ଦଳ ମାଡ଼ିଆସିବା ଶ୍ରୀମନ୍ଦିରରୁ ପଥର ଖସିବା ଚତୁର୍ଦିଗରେ ଲଞ୍ଜା ତାରା ପଡିବା ଜଗନ୍ନାଥଙ୍କ ରତ୍ନ ଚାନ୍ଦୁଆରେ ନିଆଁ ଲାଗିବା ଇତ୍ୟାଦି।ତେବେ ଏହି କୋରନା ମହାମାରି ସମ୍ବଦ୍ଧରେ ମାଳିକା କଣ କୁହେ ତାହା ଜାଣିଲେ ମଣିଷ ହରଚକିତ ହୋଇଯିବ ନିଶ୍ଚୟ। ମାଳିକା ବଚନରେ ପୋଷ୍ଟ ଉଲ୍ଲେଖ ଅଛି,””ବହୁ ମହାମାରୀ ଉଚ୍ଚାଟ ହୋଇଣ ଗ୍ରାସିବେ ସାରା ଅବନୀ।ସବୁ ବୁଦ୍ଧି ବଳ ବିଫଳ ହୋଇବ ପଥୀ ପଥ୍ୟ ମିଳିବନି।ଦୁଇ ବିଂଶ ଯେବେ ବର୍ଷ ବୋଳାଇବେ ବହୁ ବିତିପାତ ହେବ।
ଅଜଣା ବ୍ୟାଧିରେ ବହୁ ନାଶ ଯିବେ ହାହାକାର ପଡିଯିବ।” ହଁ ଆଜି ସେହି ଦୁଇ ବିଂଶ ୨୦୨୦ ମସିହାର ପାର୍ତ୍ତଳରେ କୋରନା ମହାମାରୀ କ୍ଷିପ୍ର ଗତିରେ ସମଗ୍ର ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଛି। ସବୁଆଡେ ଆତଙ୍କର ବାତାବରଣ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୧୯୯ ଟି ରାଷ୍ଟ୍ର କୋରନା କବଳିତ। ଏହାର ମୁକାବିଲା ପାଇଁ ମାନବ ଜାତି ଥଳ କୁଳ ପାଉନାହିଁ। ମଣିଷର ଏହି ଅସହାୟତା ସୁଯୋଗ ନେଇ ନୀତିଦିନ ମୃତ୍ୟର ତାଣ୍ଡବ ଲୀଳା ରଚି ଚାଲିଛି କୋରନା। କହିବାର କଥା ହେଲା ଏଥିପାଇଁ ଏତେ ବ୍ୟସ୍ତ ବିବ୍ରତ ଏବଂ ବିଚଳିତ ହେବାର କୌଣସି କାରଣ ନାହିଁ।
ପ୍ରତ୍ୟକ ସମସ୍ୟାର ସମାଧାନ ଥାଏ। କେବଳ ଧର୍ଯ୍ୟ ଏବଂ ସାହସ ଆବଶ୍ୟକ। ଯାହାର ଜନ୍ମ ଅଛି ତାର ମୃତ୍ୟ ନୁଶ୍ଚିତ ଅଛି। ସୃଷ୍ଟ ଅଛି ମାନେ ତାର ବିଲୟ ମଧ୍ୟ ଅଛି। ତେଣିକି ଯାହା ମଣିଷ ହେଉ ଅବା କୌଣସି ମହାମାରୀ। ଅତୀତରେ ଆତଙ୍କ ସୃଷ୍ଟି କରିଥିବା ହାଇଜା ଏବଂ ପ୍ଲେଗ ଭଳି ମହାମାରୀର ସ୍ଥିତି ଆଜି କେଉଁଠାରେ। କୋରନା ମଧ୍ୟ ସମୟ କ୍ରମେ ଏହି ଧରା ପୃଷ୍ଠରୁ ବିଲୀନ ହୋଇଯିବ। ମନେ ପକାନ୍ତୁ ପିଲା ବେଳେ ପଢ଼ା ଯାଇଥିବା ପାଠ। problemson is better there choir। ବର୍ତ୍ତମାନ ଏହି କୋରନା ଭୁତାଣୁରୁ ରକ୍ଷା ପାଇବା ପାଇଁ ଏବଂ ସର୍ବ ପରି ଏହାର ସଂକ୍ରମଣକୁ ରୋକିବା ପାଇଁ ଏକ ମାତ୍ର ଚାବିକାଠି ହେଲା। ଏକାନ୍ତ ବାସ ଏବଂ ମାସ ପିନ୍ଧିବା।
ଆପଣ ତାକୁ ସମ୍ବରଦ୍ଧ କୁହନ୍ତୁ ବା କରେଣ୍ଟାଇନ। ଏକାନ୍ତରେ ରହିଲେ ଭୁତାଣୁ ବ୍ୟାପିଯିବାର ସମ୍ଭାବନା ଦୁର୍ବଳ ହୋଇପଡେ। ଏହି କଥା ଅନୁସରଣ କରି ଏହି ଭୂତାଣୁର ଜନ୍ମ ଭୂମି ଚାଇନା ଆଜି ଅନେକାଂଶରେ ଏହାକୁ ରୋକିବାରେ ସମର୍ଥ ହୋଇଛି। ଆମେ ମାନେ ଭୁଲି ଗଲେ ଚଳିବ ନାହିଁ। ଆମ ଓଡ଼ିଶାର ଅର୍ଥାତ ଓଡ଼ିଆଙ୍କର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଜୀବନଦେଶରେ ଯେବେ ଯେବେ ନାନାଦି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେ ଏକାନ୍ତ ବାସରେ ଚାଲିଯାନ୍ତି। ତେଣିକି ତାହା ବାଲ୍ୟ ଶତ୍ରୁ ଆକ୍ର-ମଣ ଜନିତ ହେଉ ଅବା ଶାରୀରିକ ଅସୁସ୍ଥତା ଜନିତ ହେଉ।
ସ୍ନାନ ଯାତ୍ରା ପରେ ଜ୍ଵର ଜନିତ ୧୪ ଦିନର ଏକାନ୍ତ ବାସ ଠାରୁ ଆରମ୍ଭ କରି ଶତ୍ରୁ ଆକ୍ରମଣ ଜନିତ ୧୪୮ ବର୍ଷ ଧରି ସୋନପୁର ଠାରେ ହେବାର ନେଇ। ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ସ୍ପଷ୍ଟ କହିଛନ୍ତି, ଅଚିହ୍ନା ବ୍ୟାଧିଯେ ଜଗତେ ଘଟିବ ବଇଦ ବଣା ହୋଇଯିବେ,ରୋଗ ନ ଚିହିଁନ ବଣା ହେଉଥିବେ ଅନେକ ପ୍ରାଣୀ ମରିବେ। ତେବେ ଆଜିର ଏହି ବିପତି ସମୟରେ ଆଦୌ ଭୟଭୀତ ନହୋଇ ନବାଗତ ଭବିଷ୍ୟତକୁ ପ୍ରଭୁଙ୍କ ଇଛାରେ ଛାଡି ଦେଇ ଏକାନ୍ତ ମାସରେ କିଛି ଦିନ ରହିଯିବା। କୋରନା କବଳରୁ ମୁକ୍ତି ପାଇଁ ବୈଜ୍ଞାନିକ ପ୍ରୟାସ ତ ଜାରି ରଖିଛନ୍ତି। ଏବଂ ରହିଥିବ ମଧ୍ୟ। ହେଲେ କେବଳ ମାତ୍ର ପ୍ରୟାସ କକରିଦେଲେ ଚଳିବ ନାହିଁ ତାହା ସହିତ ଲଡା ମଣିଷର ପ୍ରାର୍ଥନା।
ପ୍ରୟାସ ଏବଂ ପାର୍ଥନାର ଶକ୍ତ ପ୍ରହାରରେ କୋରନାର ମୃତ୍ୟୁ ସୁନିଶ୍ଚିତ। ଶେଷରେ ଶ୍ରୀକ୍ଷେତ୍ରରେ କବି ଦେବୀଙ୍କ କଲମରୁ ଝରି ଥିବା ସେହି ଅମୃତ ବାଣୀ ଆସନ୍ତୁ ଜାଣିବା।କଡ଼ ନେଉଟାଣି ବେଳ ଏଇ ପରା ମାନବ ଜାତିର ବିଜ୍ଞାନ ଯେ ବାଟବଣା ଥଳ କୁଳ ମିଳେନା କାହାର ସମ୍ବଦ୍ଧ ସମ୍ପର୍କ ମଧୁର ଆପଣାଇ ହୋଇବ ଅଭ୍ୟାର। ଇଶ୍ଵର ଭରସା ଛଡା ଅନ୍ୟଗତି ନାହିଁ କି କାହାର।