ପ୍ରେମରେ ପାଗଳ କରୀନା ବର୍ବାଦ କରି ଦେଇଥିଲେ ଏହି ଅଭିନେତାଙ୍କର କ୍ୟାରିୟର, ନିଜେ ଅଭିନେତା ପ୍ରକାଶ କରିଛନ୍ତି ଏହି ଯନ୍ତ୍ରଣାର କାହାଣୀ

ବଲିଉଡର ବେବୋ ଅର୍ଥାତ କରୀନା କପୁର ଏବର୍ଷ ଦୀପାବଳୀ ମୁମ୍ବାଇରେ ନୁହେଁ ବରଂ ହିମାଚଳର ସୁନ୍ଦର ପ୍ରାକୃତିକ ଦୃଶ୍ୟ ମଧ୍ୟରେ ଧର୍ମଶାଳାରେ ପାଳନ କରିଛନ୍ତି | କରୀନାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନଏବଂ ପୁଅ ତୈମୁରଙ୍କ ସହିତ ସେଠାରେ ପହଞ୍ଚି ସାରିଲେଣି | ୪୦ ବର୍ଷର କରୀନା ୨୦ ବର୍ଷ ପୂର୍ବରୁ ୨୦୦୦ ମସିହାରେ ଆସିଥିବା ଫିଲ୍ମ “ରିଫ୍ୟୁଜୀ”ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ | ତେବେ ଏହି ଫିଲ୍ମକୁ କିଛି ବିଶେଷ ସଫଳତା ମିଳି ନଥିଲା | କିନ୍ତୁ ୨୦୦୭ରେ ଆସିଥିବା ଫିଲ୍ମ “ଜବ ୱେ ମେଟ” କରୀନାଙ୍କ କ୍ୟାରିୟରର ମାଇଲ ଖୁଣ୍ଟ ପ୍ରମାଣିତ ହୋଇଥିଲା ଏବଂ ଏହି ଫିଲ୍ମରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା |

ଏହି ଫିଲ୍ମରେ କରୀନାଙ୍କର ହିରୋ ଶାହିଦ କପୁର ଥିଲେ | ତେବେ ଏକଥା ବହୁତ କମ ଲୋକ ଜାଣିଛନ୍ତି ଯେ ଏହି ଫିଲ୍ମ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଶାହିଦ କପୁର ନୁହେଁ ବରଂ ବବି ଦେୱଲ ଥିଲେ | ଏକ ସାକ୍ଷାତକାରରେ ବବି ଦେୱଲ ଖୁଲାସା କରି କହିଛନ୍ତି ଯେ “ଜବ ୱେ ମେଟ” ପାଇଁ କରୀନା ନିଜର ପୂର୍ବତନ ପ୍ରେମୀ ଶାହିଦ କପୁରଙ୍କର ନାମ ସୁପାରିଶ କରିଥିଲେ, ଯେଉଁ କାରଣରୁ ଏହି ଫିଲ୍ମ ତାଙ୍କ ହାତରୁ ଚାଲିଯାଇଥିଲା |

ପ୍ରଥମେ “ଗୀତ” ନାମରେ ତିଆରି ହେବାର ଥିଲା “ଜବ ୱେ ମେଟ”:

ବବି ଦେୱଲ ଏକ ସାକ୍ଷାତକାରରେ କହିଥିଲେ ଯେ ଯେବେଠାରୁ ସେ ଇମ୍ତିୟାଜ ଅଲ୍ଲୀଙ୍କର ଫିଲ୍ମ “ସୋଚା ନା ଥା” ଦେଖିଥିଲେ ସେବେଠାରୁ ସେ ଇମ୍ତିୟାଜଙ୍କର ଫ୍ୟାନ ହୋଇଯାଇଥିଲେ | ଯେତେବେଳେ ସେ ଫିଲ୍ମ “ଜବ ୱେ ମେଟ” କରିବାକୁ ଚାହୁଁଥିଲେ ତେବେ ତାହାର ନାଁ ଥିଲା “ଗୀତ” | ଏହି ଫିଲ୍ମ ପାଇଁ ବବି ଦେୱଲ, ଇମ୍ତିୟାଜ ଅଲ୍ଲୀ ଏବଂ ଫିଲ୍ମର ପ୍ରଡକ୍ସନ ହାଉସ ଅଷ୍ଟବିନାୟକ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ | ତେବେ ପ୍ରଡକ୍ସନ ହାଉସ ଏହାକୁ ଏକ ମହଙ୍ଗା ଫିଲ୍ମ କହି ପରେ ଏହି ଫିଲ୍ମ ତିଆରି କରିବାକୁ ମନା କରି ଦେଇଥିଲେ | ସେଠାରେ କରୀନା ମଧ୍ୟ ପରେ ଇମ୍ତିୟାଜଙ୍କ ଭେଟିନଥିଲେ |

୬ ମାସ ପରେ ଆରମ୍ଭ ହେଲା ଫିଲ୍ମ କିନ୍ତୁ ବବିଙ୍କ ସ୍ଥାନରେ ଥିଲେ ଶାହିଦ:

ପାଖାପାଖି ୬ ମାସ ପରେ ବବିଙ୍କୁ ସେ ସମୟରେ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ଏହି ଫିଲ୍ମ “ଜବ ୱେ ମେଟ” ର ନାମରେ ଆରମ୍ଭ ହୋଇଥିଲା କିନ୍ତୁ ଏଥିରେ ତାଙ୍କ ସ୍ଥାନରେ କରୀନାଙ୍କର ପୂର୍ବତନ ବୟଫ୍ରେଣ୍ଡ ଶାହିଦ କପୁରଙ୍କୁ ନିଆଯାଇ ସାରିଥିଲା | ବବି ଦେୱଲଙ୍କୁ ଆଜି ମଧ୍ୟ ଏହି କଥାର ଦୁଃଖ ରହିଛି ଯେ ଯଦି କରୀନା ତାଙ୍କୁ ସେହି ଫିଲ୍ମରୁ ବାହାର କରାଇ ନଥାନ୍ତେ ତେବେ ହୁଏତ ସେ ଆଉ କେଉଁଠିଥାନ୍ତେ |

ସଲମାନ ଖାନ ଠିକ କରିଥିଲେ ବବିଙ୍କର ପତନ ହେଉଥିବା କ୍ୟାରିୟର :

ଦୀର୍ଘ ସମୟ ପରେ ବବିଙ୍କର କ୍ୟାରିୟର ସମ୍ଭାଳିବାର ଦାୟିତ୍ୱ ସଲମାନ ଖାନ ନିଜ ହାତରେ ନେଇଥିଲେ ଏବଂ ତାଙ୍କୁ “ରେସ ୩” ରେ କାମ କରିବାକୁ ଅବସର ପ୍ରଦାନ କରିଥିଲେ | ଏହା ଅନ୍ୟ ଏକ କଥା ଯେ ବବିଙ୍କ ପାଇଁ ଏହି ଫିଲ୍ମ ମଧ୍ୟ ଅନଲକି ରହିଥିଲା | ତେବେ ବବି “ରେସ ୩” କୁ ନେଇ ଏତେ ଖୁସି ହୋଇଯାଇଥିଲେ ଯେ ସେ ନିଜ ପାଇଁ ୧.୨୦ କୋଟି ଟଙ୍କାର ରେଞ୍ଜ ରୋଭର କିଣି ନେଇଥିଲେ | ସଲମାନ, ବବିଙ୍କୁ ରେସ ୩ ଅଫର କରିବା ସମୟରେ ସର୍ତ୍ତ ରଖିଥିଲେ ଯେ ଟାଙ୍କି ସିଲଭର ସ୍କ୍ରିନରେ ସାର୍ଟଲେସ ଆସିବାକୁ ପଡିବ | ଏହି କଥା ପାଇଁ ବବି ତୁରନ୍ତ ମାନି ଯାଇଥିଲେ |

ଅଜନବୀ ରେ ଏକା ସାଙ୍ଗରେ କାମ କରି ସାରିଥିଲେ କରୀନା ଏବଂ ବବି :

ସୂଚନାଯୋଗ୍ୟ ଯେ, ବବି ଦେୱଲ ଏବଂ କରୀନା କପୁର ଫିଲ୍ମ “ଅଜନବୀ”(୨୦୦୧)ରେ ସାଙ୍ଗରେ କାମ କରି ସାରିଛନ୍ତି | ତେବେ ୨୦୦୫ରେ ଆସିଥିବା ଫିଲ୍ମ “ଦୋସ୍ତି”ରେ ମଧ୍ୟ ଉଭୟ ସାଙ୍ଗରେ ଅଭିନୟ କରିଥିଲେ କିନ୍ତୁ ଟଙ୍କାର ପେୟାର ନଥିଲା |

ଏହି ପ୍ରମୁଖ ଫିଲ୍ମ ଗୁଡିକରେ କାମ କରି ସାରିଛନ୍ତି କରୀନା:

କରୀନା ନିଜର ୨୦ ବର୍ଷର ଦୀର୍ଘ କ୍ୟାରିୟର ମଧ୍ୟରେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି | ଏଥିରେ ମୁଝେ କେହେନା ହେ, ଅଜନବୀ, କଭୀ ଖୁସି କଭୀ ଗମ, ଏତରାଜ, ହଲଚଲ, ଚୁପ ଚୁପକେ, ଓମକାର, ଜବ ୱେ ମେଟ, ଗୋଲମାଲ ରିଟର୍ନସ, ଥ୍ରୀ ଇଡିଆଟ୍ସ,, ବଡିଗାର୍ଡ, ବଜରଙ୍ଗୀ ଭାଇଜାନ, ଓଡ଼ତା ପଞ୍ଜାବ ଏବଂ ବୀରେ ଦି ୱେଡିଙ୍ଗ ପ୍ରମୁଖ ଅଟେ |

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ କରୀନା କପୁର ନିକଟରେ ହିଁ ଅମୀର ଖାନଙ୍କ ଆଗାମୀ ଫିଲ୍ମ “ଲାଲସିଂହ ଚଡ୍ଡା”ର ଶୁଟିଂ ସମାପ୍ତ କରିଛନ୍ତି | ସେହିପରି ବବି ଦେୱଲଙ୍କର ୱେବ ସିରିଜ ଆଶ୍ରମ ୨ ନିକଟରେ ହିଁ ରିଲିଜ ହୋଇଛି | ଆଶ୍ରମର ପ୍ରଥମ ପାର୍ଟ ମଧ୍ୟ ବହୁତ ହିଟ ହୋଇଥିଲା |

ବବି ୨୫ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର:

ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କ ସାନ ପୁଅ ବବି ନିଜର କ୍ୟାରିୟରର ଆରମ୍ଭ ୧୯୯୫ରେ ଫିଲ୍ମ “ବରସାତ”ରୁ କରିଥିଲେ | ପ୍ରଥମରୁ ହିଁ ଫିଲ୍ମ ପାଇଁ ତାଙ୍କୁ ଫିଲ୍ମଫେୟାର ବେଷ୍ଟ ଡେବ୍ୟୁ ଅଭିନେତାର ପୁରସ୍କାର ମିଳିଥିଲା | ବବି “ଗୁପ୍ତ”, “ସୋଲଜର”, “ବାଦଲ”, “ବିଚ୍ଛୁ”, “ଅଜନବୀ”, ଏବଂ “ହମରାଜ” ପରି ବହୁତ ଭଲ ଫିଲ୍ମରେ ନଜର ଆସି ସାରିଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *