୧୭ ବର୍ଷର ୟୁଟ୍ୟୁବର ଭିଡିଓ ବନେଇବା ସମୟରେ ଧକ୍କା ହୋଇଥିଲା ବାପାଙ୍କ ୨୫ କୋଟିର କାର, ଜାଣନ୍ତୁ ଏହାପରେ କଣ ହେଲା

ଏହି ଦୁର୍ଘଟଣା ପରେ Gauge ଶୋଶିଆଲ୍ ମିଡ଼ିଆ ଉପରେ ଭିଡିଓ ବି ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ,”ସେଇଟା ଏକ ସୁନ୍ଦର ଏବଂ ଶକ୍ତିଶାଳୀ କାର୍ ଥିଲା। ଭୁଲ ମୋର ଥିଲା ଯାହାକି ମୋ ନିୟନ୍ତ୍ରଣ ବାହାରେ ହୋଇଗଲା ଯେଉଁ କାରଣରୁ ମୁଁ ଏବଂ ମୋର ବନ୍ଧୁ ଯାଇ ଦୁର୍ଘଟଣାର ଶିକାର ହୋଇଗଲୁ। ହେଲେ, ଆମେ ଦୁଇଜଣ ଭାଗ୍ୟଶାଳୀ ଥିଲୁ, ଯାହା ପାଇଁ ବଞ୍ଚିଗଲୁ।”

ଆମେରିକାରେ ଏକ ୧୭ ବର୍ଷର ୟୁଟ୍ୟୁବର ଭିଡିଓ ସୁଟ୍ କରିବା ସମୟରେ ତାଙ୍କ ବାପାଙ୍କ କାର୍ ଠକିଦେଲା। Gauge Gillian ନାମକ ଏହି ୟୁଟ୍ୟୁବରଙ୍କ ବାପା ବ୍ୟବସାୟୀ ଅଟନ୍ତି,ଯାହାଙ୍କର ମହଙ୍ଗା ସ୍ପୋଟର୍ସ କାର ରଖିବାର ସୌକିନ୍ ଅଛି। Gauge Gillian ତାଙ୍କ ବାପାଙ୍କ କାରର କଲେକସନର ଫଟୋକୁ ନିଜ ବନ୍ଧୁମାନଙ୍କ ସହ ଶେୟାର୍ କରିଥିଲେ। ସେଥିରେ ଏହି ଦୁର୍ଘଟଣା ହୋଇଥିଲା କାରର ଫୋଟବି ସେଶୋଶିଆଲ୍ ମିଡ଼ିଆ ରେ ଦେଇଥିଲେ। ଆସନ୍ତୁ ଜାଣିବା କଣ ହେଉଛି ପୂରା ଘଟଣା।

ଅନୀୟନ୍ତ୍ରଣ ହୋଇ ଗଛରେ ମାଡ ହେଲା କାର:

ବାସ୍ତବରେ ପୂର୍ବଦିନ Gauge ତାଙ୍କ ବାପାଙ୍କ କାରର କଲେକସନରୁ ୨୫ କୋଟି ଟଙ୍କାର ଦାମି Pagani Huayar Roadster କାର ଚଲାଇବାକୁ ଯାଇଥିଲେ।ସେ ତାଙ୍କ ବନ୍ଧୁଙ୍କ ସାଥିରେ ୟୁଟ୍ୟୁବପାଇଁ ଭିଡିଓ ସୁଟିଂ କରୁଥିଲେ ସେତେବେଳେ ଅଚାନକ କାର୍ ନିୟନ୍ତ୍ରଣରୁ ବାହାରକୁ ହୋଇଗଲା ଏବଂ ଗଛରେ ଯାଇ ଧକ୍କା ହେଲା। ଏହି ଦୁର୍ଘଟଣାରେ Gauge ଙ୍କ ହାତ ଭାଙ୍ଗି ଯାଇଥିଲା, ଯାହାର ଫୋଟ ସେ ଇନଷ୍ଟାଗ୍ରାମ୍ ରେ ବି ପୋଷ୍ଟ କରିଛନ୍ତି।ତାସହ ଏକ ଭିଡିଓ ବନେଇବି ୟୁଟ୍ୟୁବରେ ଶେୟାର କରିଛନ୍ତି।

ବାପାଙ୍କର ଏପରି ଥିଲା ପ୍ରତିକ୍ରିୟା:

ଏହି ଦୁର୍ଘଟଣା ପରେ Gauge ଶୋଶିଆଲ୍ ମିଡ଼ିଆ ରେ ଭିଡିଓ ବି ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ,”ସେଇଟା ଏକ ସୁନ୍ଦର ଏବଂ ଶକ୍ତିଶାଳୀ କାର୍ ଥିଲା। ଭୁଲ୍ ମୋର ଥିଲା ଯାହାକି ମୋ ନିୟନ୍ତ୍ରଣ ବାହାରେ ହୋଇଗଲା ଯେଉଁ କାରଣରୁ ମୁଁ ଏବଂ ମୋର ବନ୍ଧୁ ଯାଇ ଦୁର୍ଘଟଣାର ଶିକାର ହୋଇଗଲୁ। ହେଲେ, ଆମେ ଦୁଇଜଣ ଭାଗ୍ୟଶାଳୀ ଥିଲୁ, ଯାହା ପାଇଁ ବଞ୍ଚିଗଲୁ। ଏହି ଘଟଣାକୁ ନେଇ ପ୍ରଥମେ ମୋ ବାପା ବହୁତ ରାଗୀ ଯାଇଥିଲେ,କାରଣ ତାଙ୍କର କାର ଚଲାଇବାର ସୌକୀନ୍ ଅଛି। ହେଲେ ସେ ଖୁସି ଅଛନ୍ତି କି ତାଙ୍କ ପୁଅ ସୁରକ୍ଷିତ ଅଛି।”

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *