ମହିଶୂରର ଝିଅ ଆଉ ଓଡ଼ିଶାର ବୋହୂ , ନିଜ ପ୍ରେମ କାହାଣୀ କହିଲେ ମାୟା ଦାସ

ଓଡ଼ିଆ ଚଳଚିତ୍ର ଜଗତର ଜଣେ ବିଶିଷ୍ଟ ତଥା ଲୋକପ୍ରିୟ କଳାକାର ହେଉଛନ୍ତି ଅଜିତ ଦାସ । ଯିଏକି ବର୍ତ୍ତମାନ ସମୟରେ ଆମ ସହିତ ଆଉ ନାହାଁନ୍ତି । ଦୁଇ ବର୍ଷ ପୂର୍ବରୁ ପ୍ରାଣ ହରାଇ ସାରିଥିବା ଅଜିତ ଦାସଙ୍କୁ ଆଜି ମଧ୍ୟ ସାରା ପରିବାର ଝୁରି ହେଉଛି । କେବଳ ଏତିକି ନୁହେଁ , ପୁରା ଓଡ଼ିଆ ଚଳଚ୍ଚିତ୍ର ଜଗତ ସହିତ ଓଡ଼ିଶାରେ ରହିଥିବା ତାଙ୍କର ଶହ ଶହ ପ୍ରଶଂସକ ମାନଙ୍କ ହୃଦୟରେ ସେ ଆଜି ଯାଏଁ ଜୀବିତ ହୋଇ ରହିଛନ୍ତି। ତେବେ ଓଡ଼ିଆ ସିନେମା ଜଗତର ଏହି ବରିଷ୍ଟ ଅଭିନେତାଙ୍କ ବିଷୟରେ ଆପଣ ମାନେ ତ ସବୁକିଛି ଜାଣିଥିବେ।

କିନ୍ତୁ ଏପରି କିଛି କଥା ରହିଛି , ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣି ନଥିବେ । ଆଉ ତାହା ହେଉଛି ଅଜିତ ଦାସଙ୍କ ପ୍ରେମ କାହାଣୀ ବିଷୟରେ । ତେବେ ବର୍ତ୍ତମାନ ସମୟରେ ସେ ବିଷୟରେ ସବୁକିଛି ଖୋଲା ଖୋଲି ଭାବରେ କହିଛନ୍ତି ତାଙ୍କ ପତ୍ନୀ ମାୟା ଦାସ । ଆଜି ବି ଅନେକ ଦର୍ଶକ ମାନେ ତାଙ୍କୁ ଝୁରି ହେଉଥିବା ବେଳେ ଆଜି ବି ଅନେକ ପିଲା ନିଜ କ୍ୟାରିଅର ଗଢିବା ପାଇଁ ଅଜିତ ଦାସଙ୍କ ଦ୍ଵାରା ତିଆରି ହୋଇଥିବା କଳା ମଣ୍ଡପରେ ଅଭିନୟ ଶିଖିବାର ଲାଗିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ପତ୍ନୀ ମାୟା ଦାସ ନିଜ ଜୀବନରେ ଘଟି ଯାଇଥିବା ଅନେକ କଷ୍ଟ ଆଉ ପ୍ରେମ ପାଇଁ କରିଥିବା ସଂଘର୍ଷ ବିଷୟରେ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ , ଦିଲ୍ଲୀରେ ଦୁହେଁ ଭେଟ ହୋଇଥିଲେ । ଆଉ ସେଠାରୁ ହୋଇଥିଲା ପ୍ରେମ କାହାଣୀ ଆରମ୍ଭ । ମୟୂରଭଞ୍ଜର କରଞ୍ଜିଆ ମାଟିରେ ଜନ୍ମ ହୋଇଥିବା ଅଜିତ ଦାସ ଭଲ ପାଇ ବସିଥିଲେ ସୁଦୂର ମହୀଶୂରର ଝିଅ ମାୟାଙ୍କୁ । ତେବେ ଦିଲ୍ଲୀରେ ଅଭିନୟ ଶିକ୍ଷା କରୁଥିବା ବେଳେ ମାୟା ସେଠାରେ ଏକ ଚାକିରୀ କରିବାରେ ଲାଗିଥିଲେ । ତେବେ ମାତ୍ର କିଛି ମୁହୂର୍ତ୍ତର ଭଲ ପାଇବା ପରେ ଦୁହେଁ ବିବାହ କରି ନେବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଶେଷରେ ନିଜ ନିଜ ପରିବାରରେ ଯାଇ କଥା ପକାଇ ଥିଲେ ମାୟା ଏବଂ ଅଜିତ ଦାସ । ତେବେ ଘର ଓଡ଼ିଶାରେ ହୋଇଥିବା ଯୋଗୁଁ ଏବଂ ଏତେ ଦୂର ହୋଇଥିବା ଯୋଗୁଁ ପରିବାର ଲୋକ ପ୍ରଥମେ ମାୟାଙ୍କୁ ମନା କରି ଦେଇଥିଲେ । କିନ୍ତୁ ଏପଟେ ଅଜିତ ଦାସଙ୍କ ପରିବାର ହଁ କରି ଦେଇଥିଲେ । ତେବେ ଏହାପରେ ମାୟାଙ୍କ ପରିବାର ଓଡ଼ିଶା ବୁଲିବା ପାଇଁ ଆସିବା ସହିତ ଅଜିତ ଦାସଙ୍କ ପରିବାର ସହିତ ଭେଟି ଥିଲେ ।

ତାଙ୍କ ପରିବାର ଅତ୍ୟନ୍ତ ବଡ ପରିବାର ଆଉ ସବୁକିଛି ଠିକ୍ ଠାକ୍ ଦେଖିବା ପରେ ମାୟାଙ୍କ ପରିବାର ଲୋକ ହଁ ଭରି ଥିଲେ । ଆଉ ଶେଷରେ ସମସ୍ତ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ ପରିବାର ଲୋକ କରାଇ ଦେଇଥିଲେ । ତେବେ ଏ ବାବଦରେ ମାୟା କହିଛନ୍ତି କି , ସେମାନଙ୍କ ଭଲ ପାଇବା ବେଶୀ ଦିନ ପର୍ଯ୍ୟନ୍ତ ଚାଲି ପାରି ନଥିଲା । ବାସ୍ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଯାଇଥିଲେ । ଆଉ ତାକୁ ଶେଷରେ ସାକାର ମଧ୍ୟ କରିଥିଲେ । ତେବେ ଆଜି ବି ସ୍ବାମୀଙ୍କୁ ପ୍ରତିଟି ମୁହୂର୍ତ୍ତରେ ମନେ ପକାଇ ଥାଆନ୍ତି ମାୟା। ତାଙ୍କ ସହିତ କାଟି ଥିବା ପ୍ରତିଟି ମୁହୂର୍ତ୍ତକୁ ସ୍ଵତନ୍ତ୍ର ଭାବରେ ବିବେଚନା କରି ଥାଆନ୍ତି ମାୟା । ଆଉ କିଛି ସମୟ ତାଙ୍କ ପାଖରେ ଥିଲେ ଆହୁରି ଭଲ ହୋଇ ଥାଆନ୍ତା ବୋଲି ମାୟା କହିଛନ୍ତି ।

Leave a Reply

Your email address will not be published. Required fields are marked *