କେବେ କବାଟ ଭାଙ୍ଗିବା ପାଇଁ ପ୍ରସିଦ୍ଧି ଲାଭ କରିଥିଲେ CIDର ଦୟା, ଜାଣନ୍ତୁ ଆଜି କ’ଣ କରିଛନ୍ତ ?

ଶୋରେ ଦୟାଙ୍କର କବାଟ ଭାଙ୍ଗିବାର ରୂପ ବହୁତ ଲୋକପ୍ରିୟତା ହାସଲ କରିଥିଲା ଏବଂ ଶୋରେ କିଛି ଯାଦୁକର ଏବଂ ଆନନ୍ଦଦାୟକ ଦୃଶ୍ୟ ଏବଂ ଡାଇଲଗ୍ସ ମଧ୍ୟରେ ଥିଲା ଦୟାଙ୍କର କବାଟ ଭାଙ୍ଗିବାର ଦୃଶ୍ୟ।

ବଲିଉଡ ଅଭିନେତା ଦୟାନନ୍ଦ ଶେଠୀ ଶୁକ୍ରବାର ଦିନ ନିଜର ୫୧ତମ ଜନ୍ମଦିନ ଉତ୍ସବ ପାଳନ କରୁଛନ୍ତି।ଦିଲଜଲେ,ଜାନୀ ଗଧାର,ରନବେ ଏବଂ ସିଂଘମ ରିର୍ଟନ୍ସ ଭଳି ସିନେମାରେ ସଦସ୍ୟ ରହିଥିବା ଦୟାନନ୍ଦ ସେଠୀଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟତା ମିଳିଥିଲା ଟିଭି ଶୋ CIDରେ। ସୋନୀ ଏଣ୍ଟରଟେନମେଣ୍ଟ ଟିଭିରେ ପ୍ରସାରିତ ‌ହେଉଥିବା ଏହି ଶୋରେ ଦୟାନନ୍ଦ ଶେଠୀ ଦୟା ଚରିତ୍ରରେ ଅଭିନୟ କରୁଥିଲେ।

ବର୍ଷ ୧୯୯୮ରେ ଆରମ୍ଭ ହୋଇଥିବା ଏହି ଶୋ ଦୟାନନ୍ଦ ଶେଠୀଙ୍କର ପ୍ରଥମ ଶୋ ଥିଲା ଏବଂ ଏଥିରେ ସେ ବର୍ଷ ୨୦୦୫ ପର୍ଯ୍ୟନ୍ତ କାମ କରିଛନ୍ତି।ଶୋରେ ଦୟାଙ୍କର କବାଟ ଭାଙ୍ଗିବାର ଦୃଶ୍ୟ ବହୁତ ଲୋକପ୍ରିୟ ହୋଇଥିଲା ଏବଂ ଶୋରେ କିଛି ଯାଦୁକର ଏବଂ ଏଣ୍ଟରଟେନିଂ ସିନ୍ସ ଏବଂ ଡାଇଲଗ୍ସ ମଧ୍ୟରେ ଥିଲା କବାଟ ଭାଙ୍ଗିବାର ଦୃଶ୍ୟ।

ଦୟାଙ୍କୁ ଯେବେ ଏକ ଇଣ୍ଟରବ୍ୟୁରେ ପଚରା ଯାଇଥିଲା କି ସେ ଆଜି ପର୍ଯ୍ୟନ୍ତ କେତେ କବାଟ CIDରେ ଭାଙ୍ଗିଛନ୍ତି ତ ସେ କହିଥିଲେ, “ଏହାରତ ମୁଁ କୈାଣସି ହିସାବ ରଖିନି କିନ୍ତୁ ଏହା ଗିନୀଜ ବହିରେ ରହିବା ଉଚିତ। ମୁଁ କବାଟ ୧୯୯୮ରୁ ଭାଙ୍ଗି ଆସୁଛି। ଯେତେବେଳେ ମୁଁ ଆରମ୍ଭ କରିଥିଲି ତ ଏକ କ୍ରମ କରାଯାଇଥିଲା ଯେଉଁଥିରେ ଗେଟ ବନ୍ଦ ଥିଲା ତ ମୋତେ କବାଟ ଭାଙ୍ଗିବା ପାଇଁ କୁହାଯାଇଥିଲା।

“ଏହି କଥା ଲୋକଙ୍କ ମସ୍ତିଷ୍କରେ ରହିଯାଇଛି।କବାଟତ ଆହୁରି ବି ଲୋକମାନେ ଭାଙ୍ଗୁଛନ୍ତି।ଫ୍ରେଡୀ ବି କବାଟ ଭାଙ୍ଗିଛନ୍ତି କିନ୍ତୁ ଜଣାନାହିଁ କାହିଁକି ଲୋକମାନଙ୍କୁ ଦୟାଙ୍କ କବାଟ ଭାଙ୍ଗିବାର ଦୃଶ୍ୟ ଭଲ ଲାଗୁଛି।” ଦୟା ସାଆଇଡି ପରେ ଗୁଟୁର ଗୁ, ଅଦାଲତ ଏବଂ ସିଆଈଏଫ ଭଳି ଶୋରେ କାମ କରିଛନ୍ତି।‌ହେଲେ ବର୍ଷ ୨୦୧୯ ପରେ ତାଙ୍କର କୈାଣସି ନୂଆ ପ୍ରୋଜେକ୍ଟ ଆସିନାହିଁ।

ଦୟାନନ୍ଦ ଶେଠୀଙ୍କର ଯେଉଁ ଫ୍ୟାନ୍ସ ତାଙ୍କର ଆଗାମୀ ଶୋର ଅପେକ୍ଷା କରିଛନ୍ତି ତାଙ୍କ ପାଇଁ ଶୁଭ ଖବର ହେଉଛି କି ବହୁତ ଶୀଘ୍ର ସେ MX ପ୍ଳେୟାରରେ ଏକ କ୍ରାଇମ ଥ୍ରିଲର ବେବସୀରୀଜରେ କାମ କରିବାର ନଜର ଆସିବେ। ହେଲେ ଏହି କଥାର ଘୋଷଣା ହେବା ଏବେବି ବାକି ରହିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *