ଦୀପିକା ଖୋଲିଲେ ରଣବୀରଙ୍କ ମୁଖା, କହିଲେ- ମୁଁ ତାଙ୍କୁ ରଙ୍ଗେହାତ ଧରିଥିଲି, କିନ୍ତୁ ମୋ ପାଇଁ ସେକ୍ସ..

ବଲିଉଡରେ ଆଜିର ସମୟରେ ସବୁଠାରୁ ବଡ଼ ଅଭିନେତ୍ରୀ ରୂପରେ ଦୀପିକା ପାଦୁକନକୁ ଜଣା ଯାଉଛି। ବର୍ଷ ୨୦୦୭ରେ ଅଭିନେତା ଶାହାରୁଖ ଖାନଙ୍କ ସହିତ ସିନେମା ଓମ ଶାନ୍ତି ଓମରେ ବଲିଉଡରେ ପାଦ ରଖିଥିବା ଦୀପିକା ବଲିଉଡ ଠାରୁ ନେଇ ହଲିଉଡ ପର୍ଯ୍ୟନ୍ତ ସାରା ଦୁନିଆରେ ନିଜ ନାମ ଏବଂ ପରିଚୟକୁ ପ୍ରଦର୍ଶିତ କରିଛନ୍ତି।ସେ ଆଜି ପର୍ଯ୍ୟନ୍ତ କେତେ ହିଟ ସିନେମା ଦେଇ ସାରିଛନ୍ତି ଏବଂ ଏବେବି ସେ ତାଙ୍କ କାର୍ଯ୍ୟକୁ ଜାରି ରଖିଛନ୍ତି।

ଦୀପିକା ପାଦୁକନ ନିଜର ୩୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ତାଙ୍କ ଜନ୍ମ ୫ଜାନୁଆରୀ ୧୯୮୬ରେ ଡେନମାର୍କରେ ହୋଇଥିଲା। ଦୀପିକା ପାଦୁକୋନ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣିତ ହୋଇଥାନ୍ତି। ଦୀପିକା ପାଦୁକୋନ ନିଜ ସିନେମା ଏବଂ ନିଜର ବହୁତ ଭଲ ଅଭିନୟ ସହିତ ସେ ନିଜ ଜୀବନକୁ ନେଇ ମଧ୍ୟ ବହୁତ ସୁଖରେ ରହୁଛନ୍ତି।

ଏହି କଥା ସହିତ ଯେ କେହି ବି ଅବଗତ ଅଟନ୍ତି କି,ଦୀପିକା ପାଦୁକୋନ ବର୍ଷ ୨୦୧୮ରେ ଦମଦାର ଅଭିନେତା ରଣବୀର ସିଂହଙ୍କ ସହିତ ବାହା ହୋଇଛନ୍ତି। ଦୁଇଜଣ କେତେ ସିନେମାରେ ବି ସାଥି ହୋଇ କାମ କରିଛନ୍ତି ଏବଂ ବାହାଘର ପୂର୍ବରୁ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ସଂପର୍କ ଥିଲା। କିନ୍ତୁ ଦୀପିକାଙ୍କ ନାମ କେବଳ ରଣବୀରଙ୍କ ସହିତ ନୁହେଁ ଆହୁରି ବି ଅନେକ ଅଭିନେତାଙ୍କ ସହିତ ଯୋଡା ହୋଇଛି। ତାଙ୍କର ସବୁଠାରୁ ଚର୍ଚ୍ଚିତ ସଂପର୍କ ଅଭିନେତା ରଣବୀର କପୂରଙ୍କ ସହିତ ଥିଲା।

ରଣବୀର କପୂରଙ୍କ ସହିତ ବ୍ରେକଅପ ହେବା ପରେ ଦୀପିକା ପାଦୁକୋନଙ୍କୁ ବହୁତ ବଡ଼ ଝଟକା ଲାଗିଥିଲା ଏବଂ ସେ ମାନସିକ ସ୍ତରରେ ମଧ୍ୟ ଦୁର୍ବଳ ହୋଇଯାଇଥିଲେ। ଥରେ ଦୀପିକା ଗୋଟିଏ ଶୋରେ ରଣବୀର କପୂରଙ୍କ ନାମ ନନେଇ ବ୍ରେକଅପ କଥା କହିଥିଲେ।ସେ ରଣବୀର କପୂରଙ୍କୁ ଲକ୍ଷ କରି ତାଙ୍କୁ ବ୍ରେକଅପ ପାଇଁ ଦୋଷୀ ବୋଲି ଜଣାଇଥିଲେ।

ଦୀପିକା ଏହା ବି କହିଥିଲେ କି,ସେ ରଣବୀରଙ୍କୁ ଆଉ ଜଣଙ୍କ ସହିତ ସିଧା ଧରି ନେଇଥିଲେ, ଏହା ପରେ ବି ସେ ତାଙ୍କୁ କ୍ଷମା କରି ଦେଇଥିଲେ। କିନ୍ତୁ ପୁଣି ବି ସେ ଭୁଲ କରିଥିଲେ ଏବଂ ଏହା ପରେ ତାଙ୍କ ଭରଷାର ବନ୍ଧ ଭାଙ୍ଗି ଯାଇଥିଲା। ଦୀପିକା ପରେ ନିଜେ ରଣବୀରଙ୍କ ଠାରୁ ଅଲଗା ହୋଇଯିବାଟା ଠିକ ହେବ ବୋଲି ଭାବିଥିଲେ। ଜଣା ଯାଉଛି କି ରଣବୀରଙ୍କ ଠାରୁ ଅଲଗା ହେବା ପରେ ଦୀପିକା ଏବଂ ରଣବୀର ସିଂହଙ୍କ ମଧ୍ୟରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ବଢ଼ିବାକୁ ଲାଗିଥିଲା।

ଗୋଟେଥର ଗୋଟିଏ ଶୋରେ ଦୀପିକା ପାଦୁକୋନ ଜଣାଇଥିଲେ କି ସେ ପ୍ରଥମେ ଧୋକା ଦେଇଥିଲେ ଏବଂ ପୁଣି ସେ ମୋତେ କ୍ଷମା ମାଗିବାକୁ ଲାଗିଥିଲେ। ଅଭିନେତ୍ରୀ କହିଥିଲେ କି,’ମୋ ପାଇଁ ସେକ୍ସ ମାନେ କେବଳ ଶାରୀରିକ ସମ୍ପର୍କ ରଖିବା ନୁହେଁ,ବରଂ ଏଥିରେ ନିଜର ଭାବନାବି ଯୋଡ଼ି ହୋଇ ରହିଥାଏ। ମୁଁ ଯେତେବେଳେ ବି କୈାଣସି ସଂପର୍କରେ ରହିଛି, ମୁଁ କେବେବି ତାଙ୍କୁ ଧୋକା ଦେଇନାହିଁ। ମୁଁ ଯଦି ଧୋକା ଦେବି କିମ୍ବା ଛଳନା କରିବି ତାହେଲେ ମୁଁ ସଂପର୍କରେ କଣ ପାଇଁ ରହିବି ? ଏହାଠାରୁ ଭଲ କି ମୁଁ ଏକା ରହିବି ଏବଂ ମସ୍ତି କରିବି। କିନ୍ତୁ ସମସ୍ତେ ଏମିତି ନୁହଁନ୍ତି, ଏଥିପାଇଁ ମୋତେ ପ୍ରଥମେ ବହୁତ ଦୁଃଖ ସହିବାକୁ ପଡିଥିଲା। ମୁଁ ଏତେ ବୋକା ଥିଲି କି ମୁଁ ତାଙ୍କୁ ଦ୍ଵିତୀୟ ଥର ପାଇଁ ମଧ୍ୟ ସୁଯୋଗ ଦେଇଥିଲି, ଯେତେବେଳେ କି ମୁଁ ତାଙ୍କୁ ଘଟଣା ସ୍ଥଳରୁ ସିଧା ଧରି ନେଇଥିଲି।’

ପୁଣି ଅଭିନେତ୍ରୀ ଦୀପିକା କହିଥିଲେ କି,’ପରେ ସେ ମୋତେ କ୍ଷମା ମାଗିଥିଲେ ଏବଂ ବନ୍ଧୁ ହେବାକୁ କହିଥିଲେ,ତ ମୁଁ ତାଙ୍କୁ କ୍ଷମା କରି ଦେଇଥିଲି କିନ୍ତୁ ଏହା ମୋର ବୋକାମୀ ଥିଲା। ମୋତେ ଏହି ସବୁ କଥାରୁ ବାହାରକୁ ଆସିବାକୁ ବହୁତ ସମୟ ଲାଗିଥିଲା। କିନ୍ତୁ ଏବେ ଯେତେବେଳେ ମୁଁ ଏହି ସବୁ କଥାରୁ ବାହାରକୁ ଆସି ସାରିଛି ତ କେହି ବି ମୋତେ ଏହି ସମୟରୁ ଫେରେଇ ନେଇ ଯାଇ ପାରିବେ ନାହିଁ।ସେ ଯେତେବେଳେ ମୋତେ ପ୍ରଥମଥର ଧୋକା ଦେଇଥିଲେ ସେତେବେଳେ ମୋତେ ଲାଗିଥିଲା କି ଏହି ସଂପର୍କରେ କିମ୍ବା ମୋ ଭିତରେ କୈାଣସି ଅସୁବିଧା ଅଛି। କିନ୍ତୁ ଯେତେବେଳେ ଧୋକା ଦେବା ଜଣଙ୍କର ଅଭ୍ୟାସ ଅଟେ ତ ସେ ଏହା ହିଁ କରିଥାଏ।’

ଦୀପିକା ନିଜ ବ୍ରେକଅପ ବିଷୟରେ କଥା ହେଉଥିବା ସମୟରେ ଜଣାଇ ଥିଲେ କି, ‘ମୁଁ ମୋ ସଂପର୍କକୁ ବହୁତ କିଛି ଦେଇଛି, କିନ୍ତୁ ମୋତେ ଏହା ବଦଳରେ କିଛି ବି ମିଳିନାହିଁ। ଧୋକା ଯେ କୌଣସି ସଂପର୍କକୁ ଭାଙ୍ଗି ଦେଇଥାଏ। ଯେତେବେଳେ ସଂପର୍କକୁ ଧୋକା ଆସିଯାଇ ଥାଏ ତ ଇଜ୍ଜତ ଚାଲିଯାଇ ଥାଏ, ଭରସା ତୁଟି ଯାଇଥାଏ, କାରଣ ଏହା ଆପଣଙ୍କ ସଂପର୍କ ମଝିରେ ଫାଟ ହୋଇଯାଏ ଯାହାକୁ ଆପଣ ଭାଙ୍ଗି ପାରିବେ ନାହିଁ।’

କାର୍ଯ୍ୟକ୍ଷେତ୍ରର କଥା କହିବା ତ ଦୀପିକା ଏବଂ ରଣବୀର ସିଂହଙ୍କ ଆଗାମୀ ସିନେମା ’83’ ଅଟେ। ଏଥିରେ ରଣବୀର କପିଳ ଦେବ ଅଛନ୍ତି। ଯେତେବେଳେ କି ଦୀପିକା କପିଳଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *