ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାକୁ ଭାରତରେ ଅନେକ ରୂପ ଦିଆଯାଇଥିଲା। ଏଥିରେ ଡିପ୍ରେସନ ମଧ୍ୟ ଗୋଟିଏ ଅଂଶ ରହିଥିଲା। ଯେତେବେଳେ ମଣିଷ ଡିପ୍ରେସନରେ ଚାଲିଯାଇଥାଏ ସେତେବେଳେ ତା’ର ଅବସ୍ଥା କଣ ହୋଇଥାଏ ତାହା କେବଳ ଆମେ କଳ୍ପନା ହିଁ କରି ପାରିବା। ଡିପ୍ରେସନ ଦ୍ୱାରା ମଣିଷ ମନରେ ନିଜକୁ ମାରିଦେବାର ଭାବନା ମଧ୍ୟ ଆସିଯାଇଥାଏ।
ନିକଟରେ ହିଁ ଓଜ୍ବେକିସ୍ତାନରେ ଜନ୍ମ ଗ୍ରହଣ କରିଥିବା ଜଣେ ଫୋଟୋଗ୍ରାଫର ଆର୍ସେନିୟ ନିସ୍ଖୋଦିମୋବ ଡିପ୍ରେସନରେ ଥିବା ଲୋକ ମାନଙ୍କ ଅବସ୍ଥାକୁ ଦର୍ଶାଇ ନିଜର ଏକ ଫୋଟୋ ସିରିଜ ଜାରି କରିଥିଲେ। ତାଙ୍କର ଫୋଟୋକୁ ଇଜିପ୍ଟରେ ସମ୍ମାନ ଦିଆଯିବା ସହିତ ତାଙ୍କର ପାଞ୍ଚଟି ବିଜେତା ଫୋଟୋ ଜରିଆରେ ମୋଟ ୧୪ ଲକ୍ଷ ୭୭ ହଜାର ଟଙ୍କା ଜିତିଥିଲେ। ଯେଉଁ ପାଞ୍ଚଟି ଫୋଟୋର ସଂଗ୍ରହ ଏହିସବୁ ଜିତିଥିଲା ତାକୁ ଫୋଟୋଗ୍ରାଫର ଜଣକ ପ୍ରୋଜାକ ନାମ ଦେଇଛନ୍ତି। ଏଥିରେ ସେ ଡିପ୍ରେସନ ସମୟରେ ମଣିଷର ଅବସ୍ଥା ଏବଂ ସେହି ମଣିଷର ମନରେ ଉଠୁଥିବା ଝଡ଼କୁ ଦର୍ଶାଇଛନ୍ତି।
ଓଜ୍ବେକିସ୍ତାନରେ ଜନ୍ମ ଗ୍ରହଣ କରିଥିବା ଏହି ପ୍ରତିଭାଶାଳୀ ଫୋଟୋଗ୍ରାଫର ଜଣକ ୱେଳକମ ଫୋଟୋଗ୍ରାଫି ଚ୍ୟାଲେଞ୍ଜରେ ନିଜର କେତେକ ଫୋଟୋ ସେୟାର କରିଥିଲେ। ଏକ ହୋଟେଲରେ ବସିଥିବା ଆର୍ସେନିୟ ନିସ୍ଖୋଦିମୋବଙ୍କ ଏହି ଫୋଟୋ ବହୁତ ଚର୍ଚ୍ଚାର ପାତ୍ର ହୋଇଛି। ଡିପ୍ରେସନରେ ମଣିଷ ଏହିପରି ଭାବରେ ଏକୁଟିଆ ହୋଇଯାଇଥାଏ।
ଆର୍ସେନିୟ ନିସ୍ଖୋଦିମୋବ ପାଞ୍ଚଟି ଫୋଟୋର ଏକ ସଂଗ୍ରହ ବନାଇଥିଲେ ଯାହାର ନାମ ସେ ପ୍ରୋଜାକ ରଖିଥିଲେ। ଏଥିରେ ଡିପ୍ରେସନର ଭିନ୍ନ ଭିନ୍ନ ଷ୍ଟେଜ ଦର୍ଶାଯାଇଛି। ଏଥିରେ ଏକ ଟେବଲ ଟେନିସ ସହିତ ଆର୍ସେନିୟ ନିସ୍ଖୋଦିମୋବଙ୍କର ଫୋଟୋ ରହିଛି। ଡିପ୍ରେସରେ ମଣିଷ ସମସ୍ତ ପ୍ରକାରର ପ୍ରୟାସ କରିଥାଏ ଲୋକଙ୍କ ନଜରରୁ ନିଜକୁ ଦୂରେଇ ରଖିବା ପାଇଁ।
ଆର୍ସେନିୟ ନିସ୍ଖୋଦିମୋବଙ୍କ ଜନ୍ମ ୧୯୮୧ରେ ଓଜ୍ବେକିସ୍ତାନର ସମରକନ୍ଦରେ ହୋଇଥିଲା। ସେ ମାନସିକ ସ୍ୱାସ୍ଥ୍ୟ ସିରିଜରେ ପୁରଷ୍କାର ଜିତିଥିଲେ।
ପାଣି ମଧ୍ୟରେ କିଛି ଏହି ପ୍ରକାରର ଡିପ୍ରେସନର ଛାୟା ଦେଖାଇଥିଲେ ଆର୍ସେନିୟ ନିସ୍ଖୋଦିମୋବ। ସେ ପ୍ରତିଯୋଗିତାରେ ମାନସିକ ଅସୁସ୍ଥ ବା ଡିପ୍ରେସନରେ ଥିବା ଲୋକଙ୍କ ବିଭିନ୍ନ ପରିସ୍ଥିତିକୁ ଦର୍ଶାଇବାକୁ ଯାଇ ନିଜର ହିଁ କିଛି ଫୋଟୋ ବିଭିନ୍ନ ଭଙ୍ଗିରେ ଉଠାଇ ସେୟାର କରିଥିଲେ।
ପ୍ରତିଯୋଗିତା ପରେ ଆର୍ସେନିୟ ନିସ୍ଖୋଦିମୋବ ନିଜ ଫୋଟୋକୁ ଇଜିପ୍ଟରେ ତାଙ୍କ ମାତାପିତାଙ୍କ ଘରେ ପ୍ରଦର୍ଶିତ କରିଥିଲେ। ହୋଟେଲରେ କିଛି ଏହିପରି ନିଜ ଅବସ୍ଥାକୁ ଦର୍ଶାଇଥିଲେ ଫୋଟୋଗ୍ରାଫର।
ଏହି ପ୍ରତିଯୋଗିତାରେ ୨୫ ଫୋଟୋଗ୍ରାଫରଙ୍କର ଫୋଟୋ ଗୁଡିକ ଶାମିଲ ହୋଇଥିଲା। ଏହି ସମସ୍ତ ଫୋଟୋଗ୍ରାଫର ୧୩ ଗୋଟି ଦେଶର ଥିଲେ। ମରିଜୀନ କାର୍ଡ଼ସ ନାମକ ଫୋଟୋ ସାମାଜିକ ଦୃଷ୍ଟିକୋଣରୁ ପୁରସ୍କାର ଜିତିଥିଲା।
୧୯ ଅଗଷ୍ଟକୁ ଅନଲାଇନରେ ହିଁ ଏହି ପ୍ରତିଯୋଗିତାର ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା। ୱାର୍ଲଡ଼ ଫୋଟୋଗ୍ରାଫି ଦିବସ ଅବସରରେ ଏହି ଫୋଟୋଗ୍ରାଫର ମାନଙ୍କ ପାଇଁ ବହୁତ ଭଲ ଉପହାର ରଖାଯାଇଥିଲା। ଫୋଟୋଗ୍ରାଫର ଜେନେବିଏବ ଏକେନ୍ ହିଡେନ ୱାର୍ଲଡ୍ସ ଶ୍ରେଣୀରେ ପୁରସ୍କାର ପାଇଥିଲେ।
ଜୁଲିୟା ଗୁଂଥର ଏବଂ ସୋଫିୟା ମୋହମ୍ମଦଙ୍କ ଏହି ଫୋଟୋଟିକୁ ମେଡିସିନ ଇନ ଫୋକସ ଶ୍ରେଣୀରେ ପୁରସ୍କାର ଦିଆଯାଇଥିଲା।
ବିଂଜି ରେଡଙ୍କ ଏହି ଫୋଟୋକୁ ମେଣ୍ଟାଲ ହେଲ୍ଥ ସିଙ୍ଗଲ ଇମେଜ ଶ୍ରେଣୀରେ ପ୍ରାଇଜ ଦିଆଯାଇଥିଲା। ଏହି ଫିଟିଟିର ନାମ ହୋଲଡିଙ୍ଗ ଅନ ଡେଡି ରଖା ଯାଇଛି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |