ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇ ଦେଉଛୁ ଯେ ଡିସେମ୍ବର ମାସରେ ଏହି ୫ ଟି ରାଶିରେ ଲାଗିବ ଲଟେରୀ। ତେବେ ଆସନ୍ତୁ ଜାଣିବା ସେହ ୫ ଟି ରାଶି ମାନଙ୍କ ବିଷୟରେ।
ବନ୍ଧୁଗଣ ବର୍ଷର ୨୦୨୦ର ଶେଷ ମାସ ଅର୍ଥାତ ଡିସେମ୍ବର ମାସ ଆରମ୍ଭ ହୋଇଛି। ଅନେକ ରାଶିଙ୍କ ପାଇଁ ଏହି ମାସଟି ଖାସ ମଧ୍ୟ ରହିବ। ଡିସେମ୍ବର ମାସରେ ବିଶେଷ କରି ୫ ଟି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଧନ ଲାଭର ସୁଯୋଗ ରହିଛି। ଏହା ସହିତ ସେମାନେ ଅନେକ ସଂମାନୀୟ କାର୍ଯ୍ୟ ମଧ୍ୟ କରିବେ। ହେଲେ ଅନ୍ୟ ରାଶି ଏହି ମାସରେ ଅଧିକ ଖର୍ଚ୍ଚ କରିବେ। ତେଣୁ ସେମାନଙ୍କୁ ଦେଖି ଚାହିଁ ଖର୍ଚ୍ଚ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିନେବା କଣ ସେହି ୫ ଗୋଟି ରାଶି ଯାହାର ଭାଗ୍ୟ ଏହି ଡିସେମ୍ବର ମାସରେ ଖୋଲିବା ପାଇଁ ଯାଉଛି। ଯେଉଁ ୫ ଟି ରାଶିର ଭାଗ୍ୟରେ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସ୍ୟହ ଏହି ମାସରେ ଭରିଯିବ। ତେବେ ଆସନ୍ତୁ ଜାଣିନେବା କଣ ସେହି ୫ ଗୋଟି ରାଶି ଯାହାର ଭାଗ୍ୟ ଏହି ଡିସେମ୍ବର ମାସରେ ଖୋଲିବା ପାଇଁ ଯାଉଛି।
ମେଷ ରାଶି:
ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଧିକ ରହିଛି। ନୂତନ ଆୟର ଉତ୍ସ ସୃଷ୍ଟି ହେବ। ନୂତନ ଚାକିରୀରେ ଭଲ ଦରମା ମିଳିବ। ଜରୁରୀ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ସମ୍ପର୍କୀୟ ବନ୍ଧୁ କିମ୍ବା ବନ୍ଧୁଙ୍କର ବିବାହରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ଅଧିକ ରହିଛି। ତଥାପି ଏହି ମାସରେ ଆପଣଙ୍କର ଆୟ ମଧ୍ୟ ଭଲ ରହିବ।
କର୍କଟ ରାଶି:
ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ଦିଗ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ। କାରଣ ଡିସେମ୍ବରରେ ଗ୍ରହ ନକ୍ଷେତ୍ର ଆପଣଙ୍କୁ ସମର୍ଥନ କରିବ। ଆର୍ଥିକ ଦିଗ ଶକ୍ତିଶାଳୀ ହେତୁ କିଛି ବିନିଯୋଗ ମଧ୍ୟ କରିପାରିବେ। ବେବସାୟୀ ଇଛାକୃତ ଫଳ ପାଇବେ। ବାକି ଟଙ୍କା ଫେରସ୍ତ ପାଇବେ। ଏହା ବ୍ୟତୀତ ଯଦି ବେବସାୟୀ ନୂଆ କିଛି କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ସେଥିରେ ମଧ୍ୟ ଆପଣ ସଫଳ ରହିବେ।
ସିଂହ ରାଶି:
ଏହି ରାଶିର ବ୍ୟକ୍ତି ବିଶେଷ ଟଙ୍କା ସଞ୍ଚୟ କରିବେ। ଦୈନନ୍ଦିନ ଖର୍ଚ୍ଚ ପାଇଁ ଜୀବନସାଥିଙ୍କର ସହଯୋଗ ମିଳିବ। ନିୟମିତ ଆୟ ଛଡା ଅନ୍ୟ ଆୟ ମଧ୍ୟ ମିଳିବ। ଖର୍ଚ୍ଚ ଅଧିକ ହେବ ନାହିଁ। ତେବେ ଏହି ମାସରେ କୌଣସି ବନ୍ଧୁ ଅଥବା ସମ୍ପର୍କୀୟଙ୍କୁ ଆର୍ଥିକ ସାହାର୍ଯ୍ୟ ମିଳିପାରନ୍ତି।
ମକର ରାଶି:
ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚେଷ୍ଟା କରୁଥିଲେ ନିଶ୍ଚୟ ଶୁଭ ଫଳ ପାଇବେ। ଏହି ମାସରେ ଅଧିକ ଧନ ପ୍ରାପ୍ତର ସୁଯୋଗ ରହିବ। ତେବେ ଖର୍ଚ୍ଚ ମଧ୍ୟ ବଢିଯିବ। ଜୀବନସାଥୀଙ୍କର ନୂଆ ବେବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ। ବିନିଯୋଗ କରିଥିବା ଟଙ୍କାରେ ଲାଭ ଆପଣ ପାଇପାରିବେ।
ମୀନ ରାଶି:
ଏହି ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ଏହି ମାସରେ ସଞ୍ଚୟ କରିବାକୁ ସମର୍ଥ ହେବେ। ଅତୀତରେ କରିଥିବା ବିନିଯୋଗ ଲାଗି ଆଶା ରହିଛି। ସରକାରୀ ଖାତାରେ ଅଟକି ରହିଥିବା ଟଙ୍କା ଫେରି ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ ବାପାଙ୍କ ଠାରୁ ସାହାର୍ଯ୍ୟ ମିଳିପାରେ।