ଧନ ତୁମେ ଠିକ ଅଛ ତ ? ହଁ ଠିକ ଅଛି ହେଲେ ମତେ ଭାରି କ-ଷ୍ଟ ଲାଗୁଛି। କଥା ହେଲେ ଆହୁରି ଅଧିକ କ-ଷ୍ଟ ଲାଗୁଛି। ତୁମେ ଡାକ୍ତର ଦେଖାଇ ଥିଲ କି ଜଗୁ। ହଁ ଡାକ୍ତର ଦେଖାଇ ଚିକିତ୍ସାରେ ଥିଲି ହେଲେ କିନ୍ତୁ ଏଇ କୋଠରୀ ଭିତରେ ରହିଲେ ସବୁ ଠିକ ହୋଇଯିବ ଏ ଆଶା ଆଉ ମୋର ନାହିଁ। ଜଗୁ ତୁମେ ସେମିତି କହିଲେ ମୋ ହୃଦୟ କୋରି ହୋଇ ଯାଉଛି। ମୁଁ କେବେ ବି ଭାବି ନଥିଲି ଆମ ସହ ଦିନେ ଏମିତି ଘ-ଟିବ ବୋଲି। ଛାଡ଼ ଅର୍ଚ୍ଚନା ତୁମେ ମନ ଦୁ-ଖ କର ନାହିଁ।
ସମୟ ପୁଣି ଥରେ ସବୁକିଛି ଠିକ କରିଦେବ। ହେଲେ ଜାଣିଛ ଅର୍ଚ୍ଚନା ମୁଁ ଏ ବନ୍ଦ କଠୋରି ଭିତରେ ଅଣ ନି-ଶ୍ୱାସୀ ହୋଇ ଗଲିଣି। ତୁମେ ଠିକ ଅଛ ତ । ଅର୍ଚନା କା-ନ୍ଦି କା-ନ୍ଦି ଜଗବନ୍ଧୁଙ୍କୁ କହୁଛନ୍ତି ମୁଁ କଣ ଠିକ ହେବି ମତେ ଏ ଅନ୍ଧାର କଠୋରି ଭାରି କ-ଷ୍ଟ ଦେଉଛି। ମୁଁ ଆଉ ସହି ପାରୁନି। ତୁମେ ଆସିଲା ପରେ ତୁମ ଅନୁପସ୍ଥିତ ହୁଏତ ମତେ ଆଉ କ-ଷ୍ଟ ଦେଉନି ସତ ହେଲେ କିନ୍ତୁ ମୁଁ ବହୁତ କ-ଷ୍ଟ ପାଇ ସାରିଲିଣି। ମତେ ସବୁ ଅନ୍ଧାର ଅନ୍ଧାର ଲାଗୁଛି। ହଉ ତୁମେ ବ୍ୟସ୍ତ ହୁଅନି ଆମେ ଖୁବ ଶୀଘ୍ର ବାହାରି ଯିବାକୁ ଚେଷ୍ଟା କରିବା। ତୁମେ ତୁମର ଯତ୍ନ ନେଉଥିବ ଅର୍ଚ୍ଚନା। ଦେହକୁ ଜଗି ରହୁଥିବ। ଆଉ ଖାଇବା ବି ଠିକ ସମୟରେ ଖାଉଥିବ।
ଜଗବନ୍ଧୁ ଆଉ ଅର୍ଚ୍ଚନା ଜେଲ ଭିତରେ ରହି ଏମିତି ଆଲୋଚନା କରୁଥାନ୍ତି। ସେମାନଙ୍କୁ ଆଉ ଭଲ ଲାଗୁନି ସେ ଜେଲର ଅନ୍ଧାର କଠୋରି। ଜେଲର ଅନ୍ଧାର କଠୋରି ଭିତରେ ରହି ଦୁହେଁ ଅଣନିଶ୍ୱାସୀ ହୋଇ ପଡିଲେଣି । ଅର୍ଚ୍ଚନା ସବୁବେଳେ ଜଗବନ୍ଧୁଙ୍କୁ ପଚାରୁଛନ୍ତି ପୁଅ କେମିତି ଅଛି। ଆଉ ଜଗବନ୍ଧୁ ଅର୍ଚନାଙ୍କୁ କହୁଛନ୍ତି ପୁଅ ଭଲ ଅଛି ସେ ମା ପାଖରେ ଅଛି। ଅର୍ଚ୍ଚନା ଖୁବ ଜୋରେ କା-ନ୍ଦି ଜଗବନ୍ଧୁଙ୍କୁ ପଚାରୁଛନ୍ତି ଏସବୁ କାହିଁକି ହେଲା।
ଜଗବନ୍ଧୁ ଅର୍ଚନାଙ୍କୁ କହୁଛନ୍ତି ଭାଗ୍ୟରେ ଯାହା ଥିଲା ତାହା ହେଇଗଲା। ହେଲେ ଓକିଲଙ୍କ ସହ କଥା ହୋଇଛି ଖୁବ ଶୀଘ୍ର ବାହାରିବାକୁ ଚେଷ୍ଟା କରିବା। ତୁମେ ଧର୍ଯ୍ୟ ଧର ବ୍ୟସ୍ତ ହୁଅ ନାହିଁ। ମୁଁ ଏବେ ତୁମ ପାଖରେ ଅଛି। ଜାଣିଛ ଜଗୁ ମୁଁ କେବେ ବି ସ୍ୱପ୍ନରେ ଭାବି ନଥିଲି ଏମିତି ହେବ ବୋଲି ।ଛାଡ଼ ଯାହା ହେବାର ଥିଲା ହୋଇଯାଇଛି। ଏବେ ଆଉ ପଛ କଥା ଭାବି ନିଜକୁ କ-ଷ୍ଟ ଦିଅ ନାହିଁ।
ଅର୍ଚ୍ଚନା ପଚାରି ଥିଲେ ଆମ ମୋବାଇଲ ଆଉ ପେନ ଡ୍ରାଇଭ। ଜଗବନ୍ଧୁ କହିଥିଲେ ସେସବୁ ଆଉ କିଛି ନାହିଁ ସବୁ ପୋ-ଲିସ ପାଖରେ। ହଁ ଟିଭିରେ କିଛି କିଛି ଦେଖିଛି। ଜାଣିଛ ମିଡିଆ ବାଲାଙ୍କୁ ଯେମିତି ଆଉ କିଛି ନ୍ୟୁଜ ନାହିଁ ସବୁବେଳେ ଏଇ ଆମ କଥା ଟିଭିରେ ଦେଖାଉଛନ୍ତି। ତୁମେ ଟିକେ ଶୀଘ୍ର ବନ୍ଦୋବସ୍ତ କରିଥିଲେ ଆମେ ଏହି ଜେଲ ଭିତରୁ ବାହାରି ଯାଇଥାନ୍ତୁ। ଶୁଣ ଏଠି ଖଟ ନାହିଁ। ତଳେ ସୋଇଲେ ରାତି ସାରା ମତେ ନିଦ ହେଉ ନାହିଁ।
କଣ କରିବି ଏ ସବୁ ମତେ ବହୁତ କ-ଷ୍ଟ ଦେଉଛି। ମତେ ଆମ ଘର କଥା ବହୁତ ମନେ ପଡୁଛି। ଆମେ ପଲଙ୍କ ଉପରେ ଶୋଉଥିଲେ କେତେ ମସ୍ତି କରୁଥିଲେ। ହେଲେ ସବୁକିଛି ଖୁବ କମ ଦିନ ଭିତରେ ଏପଟ ସେପଟ ହୋଇଗଲା। ରୁପା ଗ୍ଲାସ,ରୁପା ଥାଳି,ଦାମୀ ରେଷ୍ଟୁରାଣ୍ଟ ଖାଇବା ଏସବୁ ମୋର ବହୁତ ମନେ ପଡୁଛି।ଆରେ ତୁମେ ବ୍ୟସ୍ତ ହେଲେ ଚଳିବ। ପୁଣି ଆମେ ଅତୀତକୁ ଫେରିବା। ପୁଣି ଆମେ ଦୁହେଁ ମିଶି ରୁପା ଗ୍ଲାସ,ଆଉ ରୁପା ଥାଳିରେ ଖାଇବା। ଦାମୀ ପଲଙ୍କରେ ଶୋଇବା। ଦାମୀ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା। ତୁମେ ଆଦୌ ମନ ଦୁଖ କର ନାହି। ସବୁକିଛି ଠିକ ହୋଇଯିବ ଧର୍ଯ୍ୟ ଧର।
ଜେଲର ଗୋଟିଏ କୋଠରିରେ ବସି ଜଗବନ୍ଧୁ କିଛି ଏମିତି ଭାବୁଥିବା ବେଳେ ଅର୍ଚ୍ଚନା ଗୁମୁରି ଗୁମୁରି କା-ନ୍ଦି ବିତେଇ ଥିବା ସୁନ୍ଦର ମୁହୂର୍ତ୍ତକୁ ମନେ ପକାଉଛନ୍ତି। କିପରି ସବୁକିଛି ହଟାତ ପରିବର୍ତ୍ତନ ହେଇଗଲା ସେ କଥା ଭାବୁଛନ୍ତି। ଜେ-ଲ ଖାଇବା ଦୁହିଁଙ୍କୁ ପସନ୍ଦ ଆସୁ ନଥିବା ବେଳେ ବାଧ୍ୟ ହୋଇ ଖାଉଛନ୍ତି। ଆଉ ଅର୍ଚ୍ଚନା ଦିନ ଗଣୁଛନ୍ତି କେବେ ସେମାନେ ଜେ-ଲରୁ ବାହାରି ତାଙ୍କ ଦୁନିଆକୁ ଫେରିବେ। ହେଲେ ଏମିତି ଭାବନା ଭିତରେ ରାତି ଯାଇ ଦିନ ଆସୁଛି। କିନ୍ତୁ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଭାବନାର ଶେଷ ହେଉ ନାହିଁ। ତେବେ ଦେଖିବାକୁ ବାକି ରହିଲା କେବେ ଅର୍ଚ୍ଚନା ଓ ଜଗବନ୍ଧୁ ଜେଲ ରୁ ବାହାରି ରଙ୍ଗୀନ ଦୁନିଆକୁ ଆସୁଛନ୍ତି।