ଧନବାନ ହେବା ପାଇଁ ଏହି ସମସ୍ତ ଜିନିଷର ଧ୍ୟାନ ରଖନ୍ତୁ , ଜୀବନରେ କେବେବି ଟଙ୍କା ପଇସାର ଅଭାଵ ଦେଖା ଦେବ ନାହିଁ

ଜୀବନରେ ଧନ ସମ୍ପତ୍ତି ବହୁତ ଜରୁରୀ ହୋଇ ଥାଏ ଯେଉଁ କାରଣରୁ ଲୋକମାନେ ଧନ ରୋଜଗାର କରିବାକୁ ଦିନ ରାତି ପରିଶ୍ରମ କରନ୍ତି । ଏହି ପରି ବହୁତ ଲୋକ ଅଛନ୍ତି ଯାହା ପାଖରେ ଟଙ୍କା ବେଶି ସମୟ ରହେ ନାହିଁ । ଯଦି ଆପଣଙ୍କ ସହିତ ମଧ୍ୟ ଏହି ପରି ହେଉଛି ତେବେ ଆପଣ ଆମର ଏହି ଲେଖାଟିକୁ ନିଶ୍ଚିତ ପଢନ୍ତୁ । ତେବେ ଆଜି ଆମେ ଆପଣଙ୍କୁ କିଛି ଏହି ପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁ କାରଣରୁ ଲୋକଙ୍କ ପାଖରେ ପଇସା ରାହେ ନାହିଁ । ବାସ୍ତୁ ଶାସ୍ତ୍ରରେ ଧନ ସହିତ ଜଡ଼ିତ କିଛି କଥା ଉଲ୍ଲେଖ କରାଯାଇଛି । ଯଦି ଆପଣ ସେହି ସବୁ ଜିନିଷ ଉପରେ ଧ୍ୟାନ ନଦିଅନ୍ତି ତେବେ ଆପଣଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଏହି କଥାର ଧ୍ୟାନ ରଖନ୍ତୁ , କେବେ ହେଲେ ଟଙ୍କା ପଇସାର ଅଭାଵ ହେବ ନାହିଁ । ପର୍ସ କେବେ ହେଲେ ଛିଡା ନହେବା ଉଚିତ :

ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ହେଲେ ଛିଡି ଯାଇଥିବା ବା ଖାଲି ପର୍ସ ପକେଟ ରେ ରଖନ୍ତୁ ନାହିଁ। କାହିଁକି ନାଁ ଛିଡା ପର୍ସ ରେ ଟଙ୍କା ଖୁବ ଶିଘ୍ର କ୍ଷୟ ହୋଇଯାଏ । ପର୍ସକୁ କେବେ ହେଲେ ଖାଲି ରଖନ୍ତୁ ନାହିଁ । କାରଣ ଖାଲି ପର୍ସ କୁ ଅଶୁଭ ମାନାଯାଇଥାଏ । ସବୁବେଳେ କିଛି ଟଙ୍କା ନିଶ୍ଚିତ ପର୍ସ ରେ ରଖନ୍ତୁ । ଛିଡା ପର୍ସ ଜାଗାରେ ଗୋଟିଏ ନୂଆ ପର୍ସ ନିଅନ୍ତୁ ।

ଭଲ କପଡା ପିନ୍ଧନ୍ତୁ :

ସୁବେଳେ ଭଲ କପଡା ପିନ୍ଧନ୍ତୁ । ଛିଡା ଓ ଅପରିସ୍କାର କପଡା ପିନ୍ଧିବା ଦ୍ୱାରା ମଣିଷ ସର୍ବଦା ଗରିବ ହୋଇରହିଥାଏ । ଟଙ୍କା ପଇସା ଶୀଘ୍ର କ୍ଷୟ ହୋଇଥାଏ ବେଶି ସମୟ ପାଖରେ ରହେ ନାହିଁ । ଛିଡ଼ା କପଡ଼ାରେ ଦୁର୍ଭାଗ୍ୟ ଯୋଡି ହୋଇରଥାଏ ।

ଘରର ଛାତ ସଫା ରହିବା ଉଚିତ :

କେତେକ ଲୋକଙ୍କ ଘରର ଛାତ ବହୁତ ଅପରିସ୍କାର ହୋଇଥାଏ ଏବଂ ଲୋକମାନେ ନିଜ ଛାତରେ ଆବର୍ଜନା ରଖିଦିଅନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଛାତ ଉପରେ ଅଳିଆ ଆବର୍ଜନା ରହିବା ଦ୍ୱାରା ଲୋକଙ୍କ ପାଖରେ ଧନ ରହେ ନାହିଁ । ତେଣୁ ଘରର ଛାତକୁ ସଫା ରଖନ୍ତୁ ଯାହା ଦ୍ୱାରା ଛାତ ଉପରେ ଆବର୍ଜନା ଜମା ହେବ ନାହିଁ ।

ବନ୍ଦ ହୋଇ ଯାଇଥିବା ଘଡ଼ି :

ଯଦି ଆପଣଙ୍କ ଘଡ଼ି ଖରାପ ହୋଇଯାଏ ତେବେ ଏହାକୁ ତୁରନ୍ତ ବାହାର କରିଦିଅନ୍ତୁ ନଚେତ ତା ସ୍ଥାନରେ ନୂଆ ଘଡି ଲଗାଇ ଦିଅନ୍ତୁ । ବନ୍ଦ ହୋଇ ଯାଇଥିବା ଘଡିକୁ ନକାରାତ୍ମକତା ବା ଦୁର୍ଭାଗ୍ୟର ପ୍ରତୀକ ହୋଇଥାଏ । ଏବଂ ଏହା ଆସୁଭତା ର ପ୍ରତୀକ ହୋଇଥାଏ ।

ଏହି ଜିନିଷ ରଖନ୍ତୁ ନାହିଁ :

ଆପଣଙ୍କ ଘରେ କଣ୍ଟା ଗଛ , ନାଟରାଜ ମୂର୍ତ୍ତି, ମାହାଭାରତ ଯୁଧ୍ୟ ର ଚିତ୍ର ବା କୌଣସି ଯୁଦ୍ଧର ଚିତ୍ର , ତାଜମହଲର ଚିତ୍ର,ଜଙ୍ଗଲୀ ଜନ୍ତୁଙ୍କ ଚିତ୍ର ଏବଂ ବୁଡି ଯାଉଥିବା ଡ଼ଙ୍ଗାର ଚିତ୍ର ରଖନ୍ତୁ ନାହିଁ । ଏହି ସମସ୍ତ ଜିନିଷ ଅଶୁଭ ହୋଇଥାଏ ଏବଂ ଧନ ହାନିର କାରଣ ହୋଇଥାଏ ।

ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ :

ମନେ ରଖନ୍ତୁ ମହାଲକ୍ଷ୍ମୀ ସର୍ବଦା ସେହି ଘରେ ବାସ କରନ୍ତି । ଯେଉଁ ଘରେ ପରିଷ୍କାର ପରିଛନ୍ନତା ରାହିଥାଏ । ଏବଂ ଘରେ ଭଙ୍ଗା ବାସନ କୁସନ , ଭଙ୍ଗା ଆଇନା , ଖଣ୍ଡିତ ହୋଇଥିବା ଭଗବାନଙ୍କ ମୂର୍ତ୍ତି ଭଙ୍ଗା ଆସବାଵ ପତ୍ର ରଖନ୍ତୁ ନାହିଁ । ଘରର ଜୋତା ଗୋଟିଏ ଜାଗାରେ ରଖନ୍ତୁ ଏଵଂ ସଜାଇ ରାଖନ୍ତୁ ଏଣେତେଣେ ପକାନ୍ତୁ ନାହିଁ । ଆପଣଙ୍କ ଘର ଯେତେ ପରିଷ୍କାର ପରିଛନ୍ନ ରହିବ ଆପଣ ସେତେ ଧନବାନ ହେବେ ।

ଏହି ଜିନିଷ ସବୁ ପର୍ସ ରେ ରଖନ୍ତୁ ନାହିଁ :

ଆପଣଙ୍କ ପର୍ସରେ ଟଙ୍କା ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ । ପର୍ସରେ ବେକାର କାଗଜ ଟୁକୁଡ଼ା ଓ ବିଲ ରଖିବା ଦ୍ଵାରା ଫାଲତୁ ଖର୍ଚ୍ଚ ବଢ଼ିଥାଏ । ଏବଂ ଆପଣ ସଞ୍ଚୟ କରିପାରିବେ ନାହିଁ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟେ ଲାଇକ ସହିତ ସେୟାର କରିବାକୁ ଅନୁରୋଧ | ଏବଂ ଭକ୍ତି ମନରେ ଲେଖି ଦିଅନ୍ତୁ ” ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *