ବଲିଉଡ଼ ର କୋରିୟୋଗ୍ରାଫର୍ ଧର୍ମେଶ ଏଲାନ୍ଦେ ଶନିବାର ଦିନ ନିଜର ୩୭ ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି। ଧର୍ମେଶ କୁ ଦୁନିଆ ଲୋକେ ସେବେ ଜାଣିଥିଲେ ଯେବେ ପ୍ରଥମ ଥର ପାଇଁ ସେ ଟିଭି ସିରିଏଲ ଡ୍ୟାନ୍ସ ଇଣ୍ଡିଆ ଡ୍ଯାନ୍ସ ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଆସିବା ପାଇଁ ସେ ବହୁତ ସଂଘର୍ଷ କରିଥିଲେ।କୋରିୟୋଗ୍ରାଫର ବନିବା ପାଇଁ ସେ କେବେ ଚପରାସି ତ କେବେ ବଡାପାଉଁ ବିକିଥିଲେ।
୧୮ ବର୍ଷ ପର୍ଯ୍ୟନ୍ତ ଡ୍ଯାନ୍ସର ହେବା ପାଇଁ କରିଥିଲେ ସଂଘର୍ଷ:
ଧର୍ମେଶ ଏକ ସାକ୍ଷାତକାର ରେ କହିଛନ୍ତି କି ୧୮ ବର୍ଷ ହେବା ପର୍ଯ୍ୟନ୍ତ ଡ୍ଯାନ୍ସର ହେବା ପାଇଁ ସଂଘର୍ଷ କରିଥିଲେ।କିନ୍ତୁ ଡ୍ଯାନ୍ସ ଇଣ୍ଡିଆ ଡ୍ଯାନ୍ସ ତାଙ୍କ ଜୀବନ ବଦଳେଇ ଦେଇଥିଲା।ତାଙ୍କୁ ଇଣ୍ଡଷ୍ଟ୍ରି ରେ ପସିବା ପାଇଁ ଏକ ପ୍ଲାଟଫର୍ମ ଦେଇଥିଲା।ସେ ବହୁତ ଶୀଘ୍ର କୋରିୟୋଗ୍ରାଫର୍ ବନି ଯାଇଥିଲେ।ଏବଂ ଏବେ ଡ୍ଯାନ୍ସ ପ୍ଲସ ରେ ଜର୍ଜ ଭାବରେ ଅଛନ୍ତି।
ଧର୍ମେଶ କହିଛନ୍ତି କି ପ୍ରତିଯୋଗୀ ରୁ ଜର୍ଜ ବନିବା ପର୍ଯ୍ୟନ୍ତ ତାଙ୍କର ଏହି ରାସ୍ତା କମାଲ ର ଥିଲା। ଧର୍ମେଶ କହିଥିଲେ କି ତାଙ୍କୁ ପଢ଼ିବା ଠାରୁ ଡ୍ଯାନ୍ସ ରେ ବେସି ଇଚ୍ଛା ଥିଲା। ସେଥିପାଇଁ ସେ ଏକ ମିଶାଲ ପାଉଁ ଷ୍ଟଲ ଚଳାଉଥିଲେ। ଷ୍ଟଲ ଚଳାଇବା ପୂର୍ବରୁ ଚପରାସି ର କାମ ମଧ୍ୟ କରୁଥିଲେ।
ଧର୍ମେଶ କହିଥିଲେ କି ସେ ଚପରାସି ର କାମ ଛାଡ଼ି ଦେଇଥିଲେ କାରଣ ତାଙ୍କୁ ସେମାନେ ରାତି ୯ ଟା ରେ ଛାଡୁଥିଲେ। ଏବଂ ତାଙ୍କ ଡ୍ଯାନ୍ସ କ୍ଲାସ ୬ ଟା ରୁ ଆରମ୍ଭ ହୋଇଯାଉଥିଲା। କୋରିୟୋଗ୍ରାଫର ତାଙ୍କ ପରିବାର କୁ କହିଥିଲେ କି ସେ ପଇସା କମେଇବେ କିନ୍ତୁ ସନ୍ଧ୍ୟା ଛଅ ଟା ପୂର୍ବରୁ ଫ୍ରି ହେବେ।
ଧର୍ମେଶ ‘ ABCD: AnyBody Can Dance ‘ ଏବଂ ‘ ABCD 2’ ରେ କାମ କରିସାରିଛନ୍ତି। ଧର୍ମେଶ ତିଶ ମାର ଖାଁ ଙ୍କ ଭଳି ଚଳଚ୍ଚିତ୍ର ରେ ଅକ୍ଷୟ କୁମାରଙ୍କ ସହ କାମ କରିସାରଛନ୍ତି।
ଧର୍ମେଶ ଙ୍କ ରିୟାଲିଟି ଶୋ ଡ୍ଯାନ୍ସ ଇଣ୍ଡିଆ ଡ୍ଯାନ୍ସ ରେ ଏଣ୍ଟ୍ରି ଏତେ ଦମଦାର ଥିଲା କି ଏବେ ମଧ୍ୟ ୟୁଟ୍ୟୁବ ରେ ଦେଖା ଯାଉଛି। ଧର୍ମେଶ ଙ୍କ ପୂର୍ବରୁ ତାଙ୍କର ତିନି ଜଣ ଙ୍କ ଛାତ୍ର ର ସିଲେକ୍ସନ ହୋଇସାରିଥିଲା।ଏବଂ ସେମାନେ ଷ୍ଟେଜ ରେ ଧର୍ମେଶ ଙ୍କ ନାମ କହୁଥିଲେ।
ଏଭଳି ପରିସ୍ଥିତି ହୋଇଥିଲା କି ଗୀତା ମାଆ, ଟେରେସ ଲୁଇସ ଏବଂ ରେମା ଡିସୁଜା ଧର୍ମେଶ ଙ୍କ ଆସିବା ପୂର୍ବରୁ ହିଁ ତାଙ୍କ ନାମ ମନେ ରହି ଯାଇଥିଲା। ଏବଂ କୋରିୟୋଗ୍ରାଫର ଭାବେ ଏଣ୍ଟ୍ରି ହୋଇସାରିବା ପରେ ସେ କହିଥିଲେ କି ଏବେ କହିବନି ଆମେ ଧର୍ମେଶ ଙ୍କ ଛାତ୍ର ଅଟୁ।
ଉତ୍ତର ରେ ସେ କହିଥିଲେ କି ସେ ନିଜେ ହିଁ ଧର୍ମେଶ ଅଟନ୍ତି। ସେ କହିଥିଲେ କି ନିତୁ ଏବଂ ତରଣ ତାଙ୍କ ଛାତ୍ର ଅଟନ୍ତି। କୋରିୟୋଗ୍ରାଫର ଙ୍କ ଏ କଥା ଶୁଣିକି ଗୀତା ମାଆ, ଟେରେସ ଲୁଇସ ଙ୍କ କାନ ଉପରେ ବିଶ୍ୱାସ ହୋଇନଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।