ଯେତେବେଳେ ଅମୀର ଏବଂ କରିସ୍ମା କରିଥିଲେ ଚୁମ୍ବନର ଦୃଶ୍ୟ ଦିଲୀପ କୁମାର ମଧ୍ୟ କରିଥିଲେ ତାଙ୍କ ପ୍ରଶଂସା, ତିନିଦିନ ଲାଗିଥିଲା ଶୁଟିଂ

ବଲିଉଡର ଏପରି ଫିଲ୍ମ ଅଟେ ଯାହାର ଚର୍ଚ୍ଚା ବର୍ଷ ବର୍ଷ ପର୍ଯ୍ୟନ୍ତ ହୋଇଥାଏ | ଯେଉଁଥିରୁ ଗୋଟିଏ ଅମୀର ଖାନ ଏବଂ କରିସ୍ମା କପୁରଙ୍କ ଫିଲ୍ମ “ରାଜା ହିନ୍ଦୁସ୍ତାନୀ” ମଧ୍ୟ ଅଟେ | ନିକଟରେ ଏହି ହିନ୍ଦୀ ସିନେମା ୨୪ ବର୍ଷ ପୁରା କରିଛି, କିନ୍ତୁ ଆଜି ମଧ୍ୟ ଏହି ଫିଲ୍ମର ଚୁମ୍ବନ ଦୃଶ୍ୟର ବହୁତ ଚର୍ଚ୍ଚା ହୋଇଥାଏ | ଫିଲ୍ମ “ରାଜା ହିନ୍ଦୁସ୍ତାନୀ” ୧୯୯୬ ମସିହାରେ ଆସିଥିଲା, ସେହି ସମୟରେ ଫିଲ୍ମର ଚୁମ୍ବନ ଦୃଶ୍ୟକୁ ବହୁତ ବୋଲ୍ଡ ବୋଲି କୁହାଯାଉଥିଲା | ଏପରି ଦୃଶ୍ୟ ଫିଲ୍ମରେ ଦେଖାଇବାକୁ ନିର୍ଦେଶକ ମଧ୍ୟ ଦୂରେଇ ରହୁଥିଲେ | କିନ୍ତୁ ସେସମୟରେ ଏହି ଦୃଶ୍ୟକୁ ଦିଲୀପ କୁମାର ମଧ୍ୟ ବହୁତ ପ୍ରଶଂସା କରିଥିଲେ |

ଗୋଟିଏ ସମୟ ଥିଲା ଯେତେବେଳେ ଫିଲ୍ମରେ ଚୁମ୍ବନ ଦୃଶ୍ୟକୁ ବହୁତ ଦେଖାଉଥିଲେ, କିନ୍ତୁ ରାଜା ହିନ୍ଦୁସ୍ତାନୀର ନିର୍ଦେଶକ ଧର୍ମେଶ ଦର୍ଶନ “ରାଜା ହିନ୍ଦୁସ୍ତାନୀ”ରେ ଯେଉଁ ଚୁମ୍ବନ ଚୁମ୍ବନ ଦୃଶ୍ୟ କରାଯାଇଥିଲା ତାହା ସବୁବେଳେ ବହୁତ ଚର୍ଚ୍ଚାରେ ରହିଥାଏ | ନିକଟରେ ହିଁ ଧର୍ମେଶ ଦର୍ଶନ ଏକ ଇଂରାଜୀ ୱେବସାଇଟକୁ ଇଣ୍ଟରଭ୍ୟୁ ଦେଇଥିଲେ | ଏହି ଅବସରରେ ସେ ଅଭିନୀତ ଚୁମ୍ବନ ଦୃଶ୍ୟ ବିଷୟରେ ବିସ୍ତାରର ସହିତ କଥା ହୋଇଥିଲେ |

ଧର୍ମେଶ ଦର୍ଶନ କହିଥିଲେ ଯେ, “ଯାହା ଆପଣ ଚାହୁଁଛନ୍ତି ତାହା ଦୁଇଜଣ ବଡ କଳାକାରଙ୍କ ଦ୍ୱାରା ସେପର୍ଯ୍ୟନ୍ତ କରାଯାଇ ପାରିବ ନାହିଁ ଯେପର୍ଯ୍ୟନ୍ତ କଳାକାର ନିଜେ ସହଜ ଅନୁଭବ କରିବାକୁ ନଲାଗେ | ଏପରି ଦୃଶ୍ୟ ବନ୍ଧୁକ ମୁନରେ ଶୁଟିଂ କରାଯାଇ ପାରିବ ନାହିଁ | ଏପରି ଦୃଶ୍ୟ ପାଇଁ ତାରକା ମାନଙ୍କୁ ମଧ୍ୟ ନିଜର ନିର୍ଦେଶକଙ୍କ ଉପରେ ବିଶ୍ୱାସ କରିବା ଉଚିତ ଏବଂ ସେମାନେ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଥିଲେ |

ଧର୍ମେଶ ଦର୍ଶନ ଆଗକୁ ଆହୁରି କହିଛନ୍ତି ଯେ “ଶୁଟିଂକୁ ନେଇ ସେସମସ୍ତଙ୍କର ଦୃଷ୍ଟିକୋଣରେ କୌଣସି ଅନ୍ତର ନଥିଲା | କରିସ୍ମା ଏବଂ ଅମୀର ଚୁମ୍ବନ ଦୃଶ୍ୟକୁ ନେଇ ବହୁତ ସହଜରେ ପ୍ରସ୍ତୁତ ଥିଲେ | ଚୁମ୍ବନ ଦୃଶ୍ୟକୁ ଅନେକ କ୍ୟାମେରାରେ ଶୁଟିଂ କରାଯାଇଥିଲା | ଏହି କାରଣରୁ ଦୃଶ୍ୟକୁ ଶୁଟିଂ କରିବାରେ ବହୁତଥର ରିଟେକ ନେବାକୁ ପଡୁଥିଲା |

ଧର୍ମେଶ ଦର୍ଶନ ସେସବୁ ଗୁଜବକୁ ମଧ୍ୟ ଖଣ୍ଡନ କରିଥିଲେ ଯେଉଁଥିରେ ଏହା କୁହାଯାଉଛି ଚୁମ୍ବନ ଦୃଶ୍ୟର ତିନିଦିନ ପରେ ମଧ୍ୟ ବହୁତ ଚିନ୍ତିତ ଥିଲେ | ଧର୍ମେଶ ଦର୍ଶନ କହିଛନ୍ତି ଯେ କରିସ୍ମା ଏହି ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭନେତ୍ରୀଙ୍କର ପୁରସ୍କାର ଜିତିଥିଲେ, ସେ ବହୁତ ଖୁସିଥିଲେ |

ଧର୍ମେଶ ଦର୍ଶନ ଏହା ମଧ୍ୟ କହିଥିଲେ ଯେ ଫିଲ୍ମରେ କେଉଁଠାରୁ ମଧ୍ୟ ସେ ଚୁମ୍ବନ ଦୃଶ୍ୟ ଖରାପ ଦେଖାଯାଉ ନଥିଲା | ସେ ଭେଟେରାନ ଅଭିନେତା ଦିଲୀପ କୁମାରଙ୍କର ଉଲ୍ଲେଖ କରି କହିଛନ୍ତି ଯେ “ଅନେକ ଲେଖକ ରାଜା ହିନ୍ଦୁସ୍ତାନୀ ଚୁମ୍ବନ ଦୃଶ୍ୟକୁ ବେଷ୍ଟ ଚୁମ୍ବନ ଦୃଶ୍ୟ ବୋଲି କହିଥିଲେ |

କେବଳ ଏତିକି ନୁହେଁ ଦିଲୀପ କୁମାର ଏହି ଫିଲ୍ମର ଚୁମ୍ବନ ଦୃଶ୍ୟର ତୁଳନା ନିଜ ଫିଲ୍ମ “ମୁଗଲ-ଏ-ଆଜମ”ର ସେହି ଦୃଶ୍ୟ ସହିତ କରିଥିଲେ, ଯେଉଁଥିରେ ସଲିମ, ଅନାରକଲିଙ୍କ ମୁହଁରେ ଏକ ପଙ୍ଖ ବୁଲାଉଥିଲେ | ସେ ରାଜା ହିନ୍ଦୁସ୍ତାନୀର ପ୍ରଶଂସା କରିବାକୁ ଯାଇ କହିଥିଲେ ଯେ ଏହି ଦୃଶ୍ୟ ବହୁତ କୋମଳ ଥିଲା ଯାହାକୁ ସେତିକି ହିଁ ସହଜ ଉପାୟରେ ଶୁଟିଂ କରାଯାଇଥିଲା | ଦିଲୀପ କୁମାର ଏହି ପ୍ରଶଂସାରେ ସେ ବହୁତ ଖୁସି ହୋଇଥିଲେ |

Leave a Reply

Your email address will not be published. Required fields are marked *