ନିଶା ମହାରଣା ପ୍ରସଙ୍ଗ ଉପରେ ମୁହଁ ଖୋଲିଲେ ନିର୍ଦ୍ଦେଶକ ବିଶ୍ୱଜିତ୍ ସାହୁ , କହିଲେ ପୁଅ ଝିଅକୁ ଛୁଇଁଲେ ….

ସାରା ଓଡ଼ିଶାର ମାହୋଲକୁ ବର୍ତ୍ତମାନ ସମୟରେ ଗୋଟିଏ ଘଟଣା ଗରମ କରି ଦେଇଛି ଆଉ ତାହା ହେଉଛି ନିଶା ମହାରଣା ମାମଲା । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ , ଆଉ ତାହା ହେଉଛି ନିଶା ମହାରଣା । ସମସ୍ତେ ନିଶା ମହାରଣା ବିଷୟରେ ଅତ୍ୟନ୍ତ ଆଲୋଚନା କରିବାରେ ଲାଗିଛନ୍ତି ଆଉ ସମସ୍ତେ ତାଙ୍କ ଉପରକୁ ଆଙ୍ଗୁଠି ଦେଖାଇବାରେ ଲାଗିଛନ୍ତି ।

ସମସ୍ତେ ତାଙ୍କ ଦ୍ଵାରା କୁହା ଯାଇଥିବା କଥାକୁ ନେଇ ଅନେକ ନୂଆ ନୂଆ କଥା କହିବାରେ ଲାଗିଛନ୍ତି । କିନ୍ତୁ କେହି ବି ତାଙ୍କୁ ସଠିକ୍ ବୋଲି କହୁ ନାହାଁନ୍ତି । କିଛି ଦିନ ପୂର୍ବରୁ ଗଣମାଧ୍ୟମ ଆଗରେ ନିଜ ମନର କଥା ଖୋଲି କହି ଦେଇଥିଲେ ନିଶା ମହାରଣା । ଆଉ ତା ପର ଠାରୁ ତାଙ୍କୁ ନେଇ ଚର୍ଚ୍ଚା।

ତେବେ ଯେଉଁ ଭଳି ଭାବରେ ଗଣମାଧ୍ୟମ ଦ୍ଵାରା ତାଙ୍କୁ ପଚରା ଯାଇଥିଲା କି , ସେ କାହାକୁ ଅଧିକ ପସନ୍ଦ କରନ୍ତି ଆଉ କାହା ଭଳି ହେବା ପାଇଁ ଆଶା ରଖିଛନ୍ତି । ତେବେ ଏହି କଥା ଉପରେ ସେ ନିଜ ମନ୍ତବ୍ୟ ରଖିଥିଲେ । ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ପସନ୍ଦ ରହିଛି ଆଉ ସେହି କଥାକୁ ସେ କହି ପକାଇ ଥିଲେ ।

ତାଙ୍କ କହିବା ଅନୁଯାୟୀ , ସନୀ ଲିଓନୀ ତାଙ୍କର ଆଦର୍ଶ ଅଟନ୍ତି ଆଉ ଜୀବନରେ ସେ ତାଙ୍କ ଭଳି ହେବାର ଆଶା ରଖିଛନ୍ତି । ସେ ଓଡ଼ିଶାର ସନୀ ଲିଓନୀ ହେବେ ବୋଲି କହି ପକାଇ ଥିଲେ । ଆଉ ଯାହା ପର ଠାରୁ ସମସ୍ତେ ତାଙ୍କୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି । ତାଙ୍କ କଥାକୁ ସମସ୍ତେ ସମାଲୋଚନା କରିବାରେ ଲାଗିଛନ୍ତି । କେହି ବି ତାଙ୍କ ସପକ୍ଷରେ ନାହାଁନ୍ତି ।

ତେଣୁ ଏ ସବୁ ମଧ୍ୟରେ ଓଡ଼ିଶାର ଜଣେ ଜଣାଶୁଣା ନିର୍ଦ୍ଦେଶକ ବିଶ୍ୱଜିତ୍ ସାହୁ ମୁଁହ ଖୋଲିଛନ୍ତି ଆଉ ଏପରି କିଛି କଥା କହିଛନ୍ତି । ତେବେ ତାଙ୍କ କହିବା ଅନୁଯାୟୀ , ଆଜିକାର ଦୁନିଆଁରେ ସମସ୍ତେ ନିଜ ଇଚ୍ଛା ଅନୁସାରେ କାମ କରୁଛନ୍ତି ଆଉ ସମସ୍ତଙ୍କ ପାଖରେ ନିଜ ସ୍ଵାଧୀନତା ମଧ୍ୟ ରହିଛି। ତେଣୁ ଏପରି କାହାକୁ କିଛି କହିବାର ଅଧିକାର ନାହିଁ । ଝିଅ ମାନେ ନିଜ ଇଚ୍ଛା ଅନୁସାରେ ପୋଷାକ ପିନ୍ଧି ପାରିବେ ।

ତେଣୁ ତାଙ୍କୁ କାହାର କମେଣ୍ଟ କରିବାର ଅଧିକାର ନାହିଁ । ସେମାନଙ୍କୁ ନିଜ ଭଉଣୀ ଦୃଷ୍ଟିରେ ଦେଖିବା ଉଚିତ୍ ବୋଲି ସେ କହିଛନ୍ତି । ଯାହା ଫଳରେ କାହାକୁ ଆକ୍ଷେପ କରିବା କଥା ମନକୁ ଆସିବ ନାହିଁ । ଠିକ୍ ସେହି ଭଳି ନିଶା ମହାରଣା ମଧ୍ୟ ନିଜ ମନର କଥା ଖୋଲି କରି କହିଥିଲେ ତାଙ୍କୁ ମଧ୍ୟ ଏପରି ଖରାପ କଥା କହି ଆକ୍ଷେପ କରିବା ଠିକ୍ ନୁହେଁ ବୋଲି ନିର୍ଦ୍ଦେଶକ ବିଶ୍ୱଜିତ୍ କହିଛନ୍ତି ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ନିଶା ମହାରଣାଙ୍କୁ ଲୋକେ ଖରାପ କଥା ଶୁଣାଇବା ସହିତ ତାଙ୍କ ବାପା ମାଙ୍କୁ ମଧ୍ୟ ଖରାପ କଥା କହୁଛନ୍ତି । ଥରେ ଚିନ୍ତା କରନ୍ତୁ ସେ ଯଦି ଆପଣଙ୍କ ବାପା ମାଆ ହୋଇ ଥାଆନ୍ତେ , ତେବେ କଣ ଆପଣ ଶୁଣାଇ ଥାଆନ୍ତେ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି କି , ପୁଅ ଝିଅ ପରସ୍ପର ପ୍ରତି ଆକୃଷ୍ଟ ହୋଇଥାନ୍ତି । ଆଉ ଏହା ମଧ୍ୟ ସାଧାରଣ କଥା ।

ସ୍ଵାମୀ ବିବେକାନନ୍ଦଙ୍କ ପରେ ଆଉ ଏପରି କେହି ମଣିଷ ନାହିଁ , ଯାହାକୁ ଛୁଇଁବା ପରେ ଆକୃଷ୍ଟ ହୁଅନ୍ତି ନାହିଁ । ତେଣୁ ଏହି କଥାକୁ ବଡ କରି କିଛି ଲାଭ ନାହିଁ । ଏହି କଥା ଦ୍ଵାରା ନିଶା ମହାରଣାଙ୍କ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପଡୁଚି । ଆଉ ସେ ମଧ୍ୟ ମାନସିକ ଚିନ୍ତାରେ ରହୁଛନ୍ତି । ତେଣୁ ଏପରି କଥା କହିବା ଆଉ ଏପରି କଥା ବିଷୟରେ ଆଲୋଚନା କରିବା ବନ୍ଦ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *