ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ଖବର ପୁରା ଦେଶକୁ ଦୋହଲାଇ ଦେଇଥିଲା । ସୁଶାନ୍ତ ଙ୍କ ମୃତ୍ୟୁ ର ଯାଞ୍ଚ ଆଗକୁ ବଢିଛି । ଏହା ସହିତ ଜଡିତ ବିବାଦୀୟ କେସ ମଧ୍ୟ ସାମ୍ନା କୁ ଆସିଛି।ଏହି ବିବାଦ ମଧ୍ୟ ରୁ ଗୋଟେ ସୁଶାନ୍ତ ସିଂ ଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମଧ୍ୟ ଅଛି । ଦିଶା ଙ୍କ ମୃତ୍ୟୁ ସୁଶାନ୍ତଙ୍କ ମୃତ୍ୟୁ ର କିଛି ଦିନ ପୂର୍ବରୁ ୮ ଜୁନ ୨୦୨୦ ରେ ହୋଇଥିଲା । ଏହି ମାମଲାକୁ ମହାରାଷ୍ଟ୍ର ପୋଲିସ ଆତ୍ମହତ୍ୟା ବୋଲି କହିଥିଲା । ଯାହା ଉପରେ ସୁଶାନ୍ତ ସିଂ ଙ୍କ ସାଙ୍ଗ ସୁନିଲ ଶୁକ୍ଲା ବୟାନ ଦେଇଛନ୍ତି । ସୁନିଲ ଏବେ ବମ୍ବେ ହାଇକୋର୍ଟ କୁ ଏହି କେସ ନେଇ ପହଞ୍ଚିଛନ୍ତି ଏବଂ CBI ଯାଞ୍ଚ ପାଇଁ କହିଛନ୍ତି।
ଦିଶା ଙ୍କ ମୃତ୍ୟୁ ମୁମ୍ବାଇ ମଲାଜ ର ଏକ ଆପାର୍ଟମେଣ୍ଟ ରେ ୧୪ ତାଲା ରୁ ପଡିକି ହୋଇଥିଲା।ସୁଶାନ୍ତ ଙ୍କ ମୃତ୍ୟୁ ପରେ ଏହି ଘଟଣା କୁ ନେଇ ଚର୍ଚ୍ଚା ହୋଇଥିଲା।ଏବଂ ଲାଗୁଥିଲା କି ଏହି ଦୁଇ ଜଣଙ୍କ ମୃତ୍ୟୁ ରେ କିଛି ସାମଞ୍ଜସ୍ୟ ଅଛି। ସୁନିଲ କହିଛନ୍ତି କି ମୁମ୍ବାଇ ପୋଲିସ ଦିଶା ସାଲିଆନ ଙ୍କ ମୃତ୍ୟୁ ର ଯାଞ୍ଚ କରୁଥିବା ସମୟରେ ଏଭଳି କଥା ଉପରେ ବିଚାର କରିଛନ୍ତି।
କହିଦବାକୁ ଚାହୁଁଛୁ କି କୋର୍ଟରେ ରେ କଥିତ ଭାବରେ କୁହାଯାଇଛି କି ସୁନିଲ ଶୁକ୍ଲା ଙ୍କ ପାଖରେ କିଛି ଡକୁମେଣ୍ଟ ଅଛି ଯାହା ପ୍ରମାଣ କରୁଛି କି ସୁଶାନ୍ତ ଏବଂ ଦିଶା ମାର୍ଚ୍ଚ ଏବଂ ଏପ୍ରିଲ ରେ ବହୁତ ଥର ପରସ୍ପର କୁ ଭେଟିଥିଲେ। ସେ ପୁଣି କହିଛନ୍ତି କି CBI ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାକୁ ଯାଞ୍ଚ କରୁଛି। ଏମିତିରେ ବି ଦିଶା ସାଲିଆନଙ୍କର ମୃତ୍ୟୁ ମାମଲାର ଯାଞ୍ଚ କରାଯାଉଛି ।