ଡିଜେ ବୟ ଆଜେକ୍ସ ସାଙ୍ଗ ଖୋଲିଲେ ସବୁ ଗୁମର , କହିଲେ ସବୁ ସତ ….

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଗୋଟିଏ ଚର୍ଚ୍ଚା। ପୁଣି ଥରେ ଜୀବନ ହାରିଲେ ଆଉ ଜଣେ ଯୁବ ଡିଜେ ବୟ। ହଠାତ୍ ତାଙ୍କର ଆତ୍ମ-ହତ୍ୟା ମାମଲା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । କାହିଁକି ସେ ଏପରି କଲେ ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ହଠାତ୍ ଏପରି ଘର ମଧ୍ୟରୁ ଫାଶୀରେ ଝୁଲୁଥିବା ସମୟରେ ତାଙ୍କ ମୃତ ଦେହ ଉଦ୍ଧାର ଗତକାଲି କରା ଯାଇଥିଲା ।

ଆଉ ଏହା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ତାଙ୍କୁ ଭୁବନେଶ୍ବର ୬ ନମ୍ୱର୍ ହସ୍ପିଟାଲ ପଠାଇ ଦିଆ ଯାଇଥିଲା । ତେବେ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବା ସମୟରେ ମିଡ଼ିଆ ଆଗରେ ତାଙ୍କର ଜଣେ ବନ୍ଧୁ ସବୁ କଥା ଖୋଲି କରି କହି ଦେଇଥିଲେ । କାହିଁକି ନା ତାଙ୍କୁ ସବୁ କଥା ଜଣା ଥିଲା ଆଉ ବର୍ତ୍ତମାନ ସେ କହିଛନ୍ତି , ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ , ଯାହା ଫଳରେ ଦୋଷୀ ଦଣ୍ଡ ପାଇବେ।

ତେବେ ତାଙ୍କ କହିବା ଅନୁଯାୟୀ , ଡିଜେ ଆଜେକ୍ସ ଅନେକ ବର୍ଷ ଧରି ଜିଜ୍ଞାଶା ନାମକ ଜଣେ ଝିଅଙ୍କୁ ଭଲ ପାଇ ଆସୁଥିଲେ । ଆଉ ସେହି ଝିଅ ମଧ୍ୟ ତାଙ୍କୁ ଭଲ ପାଉଥିଲେ । କିନ୍ତୁ ଝିଅର ଆଉ କେଉଁଠି ମଧ୍ୟ ପ୍ରେମ ଚାଲିଥିଲା । ଏପରିକି ଜିଜ୍ଞାଶା ଆଜେକ୍ସଙ୍କୁ ଅନେକ ମିଛ କଥା ମଧ୍ୟ କହି ଚାଲିଥିଲେ । ଯାହା ବିଷୟରେ ଆଜେକ୍ସ କିଛି ବି ଜାଣି ପାରୁ ନଥିଲେ । କାହିଁକି ନା ସେ ଆଖି ବନ୍ଦ କରି ଜିଜ୍ଞାଶାଙ୍କୁ ଭଲ ପାଇ ବସିଥିଲେ । ତେବେ ଆଜେକ୍ସଙ୍କ ପରେ ଜିଜ୍ଞାଶା ରଶ୍ମି ନାମକ ଆଉ ଜଣେ ପୁଅକୁ ଭଲ ପାଉଥିଲେ । ତାଙ୍କ ପଇସା ପାଇବା ପାଇଁ ଜିଜ୍ଞାଶା ଆଜେକ୍ସଙ୍କୁ ଧୋକା ଦେବାରେ ଲାଗିଥିଲେ । ଆଉ ଏପରିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।

ତେବେ ଏସବୁ ବିଷୟରେ ଯେପରି ହେଉ ନା କାହିଁକି ଆଜେକ୍ସଙ୍କୁ ଜଣା ପଡିଥିଲା । ଆଉ ଏହି କଥା ବିଷୟରେ ଭଲ ଭାବରେ ସବୁକିଛି ପଚାରିବା ପାଇଁ ଆଜେକ୍ସ ଜିଜ୍ଞାଶାଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ ରାତି ସାରା ଛିଡା ହେବା ପରେ ମଧ୍ୟ ଜିଜ୍ଞାସା ଆସି ନଥିଲେ ।

ଆଉ ଅନେକ ସମୟ ପରେ ଜିଜ୍ଞାସା ତାଙ୍କୁ ଦେଖା କରିବା ପାଇଁ ଆସିଥିଲେ । ତେବେ ସେହି ଠାରେ ହିଁ ଜିଜ୍ଞାସାଙ୍କୁ ସବୁ କଥା ଖୋଲି କରି ପଚାରିଥିଲେ ଡିଜେ। ତାଙ୍କ କହିବା ଅନୁସାରେ ଜିଜ୍ଞାସା କିଛି ବି ମାନି ନଥିଲେ ଆଉ ଓଲଟା କରି ତାଙ୍କୁ ଗୋଟିଏ ଚାପୁଡା ମଧ୍ୟ ମାରିଥିଲେ । ଯାହାକୁ ସହି ପାରି ନଥିଲେ ଆଜେକ୍ସ । କଣ ପାଇଁ ଏମିତି କରିଦେଲେ ମଧ୍ୟ ସେ କଥା କାହାକୁ ଜଣା ନାହିଁ ।

ତେବେ ଏହାପରେ ସେ ଘରକୁ ଆସି ଯାଇ ଥିଲେ । ଆଉ ଏହାପରେ ବେଡସିଟ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ବୋଲି ତାଙ୍କ ସାଙ୍ଗ ଖୋଲାଖୋଲି ଭାବରେ କହିଛନ୍ତି । ଅନ୍ୟ ପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି କି , ଜିଜ୍ଞାସାଙ୍କ ପ୍ରେମିକ ରଶ୍ମି ଅନେକ ଥର ଆଜେକ୍ସଙ୍କୁ ଧମକ ଦେଇଥିଲେ କି , ଲୋକ ଲଗାଇ ତାଙ୍କୁ ହତ୍ୟା କରିଦେବେ ଆଉ ତାଙ୍କର କେହି କିଛି କରିପାରିବେ ନାହିଁ ।

ତେଣୁ ଏହା ପୂର୍ବ ରଚିତ ଯୋଜନା ଥିଲା ଆଜେକ୍ସଙ୍କୁ ମାରିବା ପାଇଁ ବୋଲି ତାଙ୍କ ସାଙ୍ଗ କହିଛନ୍ତି । ଆଗକୁ ଏମିତି ଯେମିତି ନ ହେଉ ଆଉ ସେଥିପାଇଁ ପୋଲିସ ଏହା ଉପରେ ତଦନ୍ତ ଚଳାଉ ଆଉ ଏହାପରେ କଠୋର ପଦକ୍ଷେପ ଗ୍ରହଣ କରୁ ବୋଲି ଆଜେକ୍ସଙ୍କ ବନ୍ଧୁ କହିଛନ୍ତି ।

Leave a Reply

Your email address will not be published. Required fields are marked *