ଭାରତରେ ଆଜିର ସମୟରେ ଲୋକମାନେ ଅନଲାଇନ ହିଁ ଟଙ୍କାର ଲେଣଦେଣ କରିବାରେ ବିଶ୍ୱାସ କରିଥାନ୍ତି | ଟଙ୍କା ନେଇ ବୁଲିବା ସୁରକ୍ଷିତ ହୋଇନଥାଏ ଏବଂ ଲୋକମାନେ ସାଙ୍ଗରେ ଟଙ୍କା ଧରି ବୁଲିବାକୁ ମଧ୍ୟ ପସନ୍ଦ କରିନଥାନ୍ତି | ଯେବେଠାରୁ ଭାରତ କେସଲେସ ହୋଇଛି ସେବେଠାରୁ ଲୋକମାନେ ନୋଟ ପ୍ରତି ବହୁତ କମ ଆଗ୍ରହ ଦେଖାଉଛନ୍ତି | ନୂତନ ୫୦୦ ଏବଂ ୨ ହଜାର ନୋଟ ଏବେ ପ୍ରତ୍ୟେକଙ୍କ ପାଖରେ ରହିଛି କିନ୍ତୁ କିଛି ଏପରି ମଧ୍ୟ ଲୋକ ରହିଛନ୍ତି ଯେଉଁମାନେ ଏବେ ମଧ୍ୟ ପୁରୁଣା ଟଙ୍କାରେ ନିଜର ଆଗ୍ରହ ଦେଖାଉଛନ୍ତି | ଏହି ନୋଟ କିଛି ବର୍ଷ ପୂର୍ବରୁ ଭାରତରେ ଚାଲୁଥିଲା କିନ୍ତୁ ଏହାପରେ ଏସବୁ ପରିବର୍ତ୍ତେ ନୂତନ ନୋଟ ଆସିଯାଇଥିଲା | ହେଲେ ଅନେକ ଲୋକ ରହିଛନ୍ତି ଯେଉଁ ମାନଙ୍କ ପାଖରେ ବର୍ତ୍ତମାନ ମଧ୍ୟ ପୁରୁଣା ନୋଟ ରହିଛି | ଏମିତିରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିପରି ଏହି ପୁରୁଣା ନୋଟ ଗୁଡିକ ଜରିଆରେ ଆପଣ ମାଲାମାଲ ହୋଇପାରିବେ |
ବ୍ରିଟିଶ ଇଣ୍ଡିଆ ସମୟରେ ଏପରି ଅନେକ ନୋଟ ଚାଲୁଥିଲା ଯେଉଁଗୁଡିକ ବିଷୟରେ ବର୍ତ୍ତମାନ ଅନେକ ଲୋକଙ୍କୁ ସୂଚନା ମଧ୍ୟ ନାହିଁ | ଏହି ନୋଟ ଗୁଡିକୁ ସେହି ସମୟରେ ବହୁତ ବ୍ୟବହାର କରାଯାଉଥିଲା କିନ୍ତୁ ପୁଣି ଏହା ସ୍ଥାନରେ ନୂତନ ପ୍ରକାରର ନୋଟ ବ୍ୟବହାର କରାଗଲା |
ଏଥିମଧ୍ୟରୁ ଗୋଟିଏ ହେଉଛି ଦଶ ଟଙ୍କିଆ ନୋଟ | ଏହି ନୋଟରେ ଗୋଟିଏ ପାର୍ଶ୍ବରେ ଅଶୋକ ସ୍ଥମ୍ଭ ଚିତ୍ରିତ ରହିଥିଲା | ସିଂହର ତିନୋଟି ମୁହଁ ଥିବା ଏହି ନୋଟ ଅନେକ ବର୍ଷ ପୂର୍ବରୁ ଚାଲୁଥିଲା |
ଏହି ବିଶେଷ ନୋଟ ଉପରେ ସି ଡି ଦେଶମୁଖଙ୍କର ହସ୍ତାକ୍ଷର ରହିଛି | ଏଥିସହିତ ଏହାପୂର୍ବରୁ ଏଡିସନରେ ଛପା ଯାଇଥିଲା | ସି ଡି ଦେଶମୁଖଙ୍କୁ ୧୯୪୩ରେ ବ୍ରିଟିଶମାନେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର କରାଇଥିଲେ |
ଏହି ଦଶ ଟଙ୍କା ନୋଟ ପଛରେ ଏକ ନୌକାର ଫୋଟୋ ରହିଥିଲା | ଏହାଛଡା ଏଥିରେ ଉଭୟ ପାର୍ଶ୍ବରେ ଇଂରାଜୀରେ ରୁପିଜ ୧୦ ଏବଂ ୧୦ ରୁପିଜ ଲେଖା ଯାଇଛି | ଏହି ନୋଟ ଆଜିର ସମୟରେ ଦୁର୍ଲଭ ଭାବରେ ଗଣା ଯାଉଛି |
ଏମିତିରେ ଯଦି ଆପଣଙ୍କର ପାଖରେ ମଧ୍ୟ ୧୦ ଟଙ୍କାର ଏହି ନୋଟ ଅଛି ତେବେ ଗୋଟିଏ ନୋଟ ବଦଳରେ ଆପଣ ୨୦ ରୁ ୨୫ ହଜାର ଟଙ୍କା ଅର୍ଜନ କରିପାରିବେ | ଏହାକୁ ବିକ୍ରି କରିବା ପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ପଡିବ ନାହିଁ |
ଘରେ ବସି ଆପଣ ଅନଲାଇନରେ ହିଁ ଏହାକୁ ବିକ୍ରି କରି ପାରିବେ | ଇଣ୍ଡିଆମର୍ତ୍ତ, ସପକ୍ଲୁଜ ଏବଂ ମରୁଧର ଆର୍ଟସର ୱେବସାଇଟରେ ଆପଣ ଏହି ନୋଟ ଗୁଡିକୁ ବିକ୍ରି କରି ପାରିବେ | ପ୍ରତ୍ୟେକ ସାଇଟରେ ଆପଣ ଏହି ନୋଟ ବଦଳରେ ଟଙ୍କା ଉପାର୍ଜନ କରି ପାରିବେ |
କାଁଇନବଜାର ଡଟ କମରେ ଆପଣଙ୍କୁ ଏହି ଗୋଟିଏ ନୋଟ ବଦଳରେ ୨୫ ହଜାର ଟଙ୍କା ମିଳିବ | ତେବେ ମୂଲ୍ୟ ନୋଟର ସ୍ଥିତି ଉପରେ ନିର୍ଭର କରିବ | ଯଦି ସେ କଟା ଫଟା ନୁହେଁ ତେବେ ଆପଣଙ୍କୁ ଭଲ ପରିମାଣର ଟଙ୍କା ମିଳିଯିବ |
ସେହିପରି ପୁରୁଣା ସମୟରେ ଚାଲୁଥିବା କଳା ରଙ୍ଗର ୧୦ ଟଙ୍କିଆ ନୋଟ ବଦଳରେ ଆପଣଙ୍କୁ ୧୩ ରୁ ୧୪ ହଜାର ଟଙ୍କା ମିଳି ପାରିବ | ଅନଲାଇନରେ ଏହି ନୋଟ ଗୁଡିକର ଡିମାଣ୍ଡ ବହୁତ ଅଧିକ ରହିଛି |
ଏମିତିରେ ଯଦି ଆପଣଙ୍କ ପାଖରେ ଏହି ନୋଟ ଅଛି ତେବେ ଆପଣ କେବଳ ଏହି ସାଇଟ ଗୁଡିକୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ | ଏହାପରେ ଯେମିତି ହିଁ ଆପଣ ସେଲର ହୋଇଯିବେ ଏହାର ଫୋଟୋ ଏବଂ ମୂଲ୍ୟ ସହିତ ଏହାକୁ ସେଲରେ ଲଗାଇ ଦିଅନ୍ତୁ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।