ଗୋଟିଏ ଦିନରେ ଆମେ ଅନେକ ଥର ମୁଦ୍ରାର ନେଣଦେଣ କରିଥାଉ। କିନ୍ତୁ କ’ଣ ଆପଣ ମୁଦ୍ରା ଉପରେ ଅଙ୍କିତ କରାଯାଇଥିବା ଖାସ ଚିହ୍ନ ଉପରେ ଲକ୍ଷ କରିଛନ୍ତି? ଯଦି ଆପଣଙ୍କ ପାଖରେ ଏବେ ବି କୈାଣସି ମୁଦ୍ରା ମହଜୁଦ ରହିଛି ତାହେଲେ ତାକୁ ଦେଖନ୍ତୁ, ଯେଉଁଠାରେ ମୁଦ୍ରାର ଉତ୍ପାଦନ ବର୍ଷ ବିଷୟରେ ଲେଖା ହୋଇଥାଏ ତାର ତଳେ କୈାଣସି ଡଟ, ଷ୍ଟାର କିମ୍ବା ପୁଣି କଟା ହୋଇଥିବା ହୀରା ଭଳି ଚିହ୍ନ ଦେଖା ଯାଉଥିବ?
ଆମ ଦେଶରେ ଅନେକ ପ୍ରକାରର ପେମେଣ୍ଟର ସୁବିଧା ଉପସ୍ଥିତ ରହିଛି। ଯେଉଁଠାରେ ଆପଣ କ୍ୟାଶ, ଚେକ, ନେଟ ବ୍ୟାଙ୍କିଙ୍ଗ, ଡିଜିଟାଲ ଟ୍ରାଂଜେକ୍ଶନ ଭଳି ଅନେକ ପ୍ରକାରରେ ପେମେଣ୍ଟ କରି ପାରିବେ। ପରିଶେଷରେ, ଭାରତରେ ସବୁଠାରୁ ଅଧିକ ଟଙ୍କାର ବ୍ୟବହାର କରାଯାଇଥାଏ।ଦେଶରେ ଡିଜିଟାଲ ପେମେଣ୍ଟର ଆରମ୍ଭ ପରଠାରୁ କ୍ୟାଶର ବ୍ୟବହାରରେ ହାଲୁକା କମୀ ତ ଆସିଛି କିନ୍ତୁ ଏହା ଏବେବି ମୋଡ଼ ଅଫ ପେମେଣ୍ଟରେ ସବୁଠାରୁ ଉପରେ ରହିଛି।କ୍ୟାଶରେ ଆମେ ନୋଟ ଏବଂ ମୁଦ୍ରାର ସାହାଯ୍ୟରେ ନେଣଦେଣ କରିଥାଉ। ଉପସ୍ଥିତ ସମୟରେ ଆମ ଦେଶରେ2000, 500, 200, 100, 50, 20, 10, 5, 2 ଏବଂ 1 ଟଙ୍କିଆ ନୋଟ ପ୍ରଚଳିତ ହେଉଛି। ଏହା ବ୍ୟତୀତ ଯଦି ମୁଦ୍ରାର କଥା କହିବା ତ ଭାରତରେ1, 2, 5, 10, 20 ଟଙ୍କାର ମୁଦ୍ରା ପ୍ରଚଳନ ହେଉଛି।
ସବୁ ମୁଦ୍ରା ଉପରେ ଅଙ୍କନ କରାଯାଇଥାଏ ଅଲଗା-ଅଲଗା ଚିହ୍ନ
ଗୋଟିଏ ଦିନରେ ଆମେ ଅନେକ ଥର ମୁଦ୍ରାର ନେଣଦେଣ କରିଥାଉ। କିନ୍ତୁ କ’ଣ ଆପଣ ମୁଦ୍ରା ଉପରେ ଅଙ୍କିତ କରାଯାଇଥିବା ଖାସ ଚିହ୍ନ ଉପରେ ଲକ୍ଷ କରିଛନ୍ତି? ଯଦି ଆପଣଙ୍କ ପାଖରେ ଏବେ ବି କୈାଣସି ମୁଦ୍ରା ମହଜୁଦ ରହିଛି ତାହେଲେ ତାକୁ ଦେଖନ୍ତୁ, ଯେଉଁଠାରେ ମୁଦ୍ରାର ଉତ୍ପାଦନ ବର୍ଷ ବିଷୟରେ ଲେଖା ହୋଇଥାଏ ତାର ତଳେ କୈାଣସି ଡଟ, ଷ୍ଟାର କିମ୍ବା ପୁଣି କଟା ହୋଇଥିବା ହୀରା ଭଳି ଚିହ୍ନ ଦେଖା ଯାଉଥିବ?ଏମିତି ବି ହୋଇପାରେ କି ସେଠାରେ କିଛି ବି ଦେଖାଯାଏ ନାହିଁ।ଏସବୁ ପଛରେ ଗୋଟିଏ ଖାସ କାରଣ ରହିଥାଏ ଯାହା ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଯାଉଛୁ।
ଦେଶର ସବୁଠାରୁ ପୁରୁଣା ମିଣ୍ଟ ହେଉଛି କୋଲକାତା
କୈାଣସି ମୁଦ୍ରା ଉପରେ ଇୟର ଅଫ ପ୍ରଡକ୍ସନର ତଳେ ଦେଖାଯାଉଥିବା ଏହି ଅଲଗା-ଅଲଗା ଚିହ୍ନ ବାସ୍ତବରେ ଏହି କଥା ଆଡ଼କୁ ଇଶାରା କରିଥାଏ କି ଏହା ଦେଶର କେଉଁ ସହରରେ ବନା ହୋଇଛି। ଆଜ୍ଞା ହଁ, ଏହି ଚିହ୍ନର ଚିହ୍ନଟ ମିଣ୍ଟ(Mint)ରେ ହୋଇଥାଏ।ଭାରତରେ ପାଖାପାଖି ୪ମିଣ୍ଟ ରହିଛି ଅର୍ଥାତ ଦେଶର କେବଳ ୪ଟି ସହରରେ ହିଁ ମୁଦ୍ରା ପ୍ରସ୍ତୁତ କରା ଯାଇଥାଏ। ଏହି ସହର ମାନଙ୍କ ମଧ୍ୟରେ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ନୋଏଡା ଅନ୍ତର୍ଭୁକ୍ତ ଅଟେ।କୋଲକାତା ଦେଶର ସବୁଠାରୁ ପୁରୁଣା ମିଣ୍ଟ ଅଟେ। କୋଲକାତା ମିଣ୍ଟର ସ୍ଥାପନ 1757ରେ ହୋଇଥିଲା।
ନୋଏଡାରେ ସ୍ଥାପିତ ହୋଇଥିଲା ଚତୁର୍ଥ ଏବଂ ଶେଷ ମିଣ୍ଟ
କୋଲକାତାରେ ପ୍ରସ୍ତୁତ ମୁଦ୍ରା ଉପରେ କୈାଣସି ବି ପ୍ରକାରର କୈାଣସି ଚିହ୍ନ ନଥାଏ।ଯଦି ଆପଣଙ୍କ ହାତରେ ଯେଉଁ ମୁଦ୍ରା ରହିଛି ଏବଂ ତା ଉପରେ କୈାଣସି ବି ପ୍ରକାରର କୈାଣସି ଚିହ୍ନ ନାହିଁ ତାହେଲେ ଏହାର ମାନେ ସେଇଟା କୋଲକାତା ମିଣ୍ଟରେ ପ୍ରସ୍ତୁତ ହୋଇଛି।ମୁମ୍ବାଇ ମିଣ୍ଟର ମୁଦ୍ରା ଉପରେ କଟା ହୋଇଥିବା ହୀରା ଅଙ୍କିତ କରା ଯାଇଥାଏ।ଏହା ବ୍ୟତୀତ ମୁମ୍ବାଇ ମିଣ୍ଟର ମୁଦ୍ରା ଉପରେ B କିମ୍ବା M ମଧ୍ୟ ଅଙ୍କନ କରାଯାଇଥାଏ।ମୁମ୍ବାଇ ମିଣ୍ଟର ସ୍ଥାପନା ବର୍ଷ1829ରେ ହୋଇଥିଲା। ହାଇଦ୍ରାବାଦ ମିଣ୍ଟର ସ୍ଥାପନା ବର୍ଷ1903ରେ ହୋଇଥିଲା। ହାଇଦ୍ରାବାଦ ମିଣ୍ଟରେ ପ୍ରସ୍ତୁତ ହୋଇଥିବା ମୁଦ୍ରା ଉପରେ ଷ୍ଟାର ଚିହ୍ନ ଅଙ୍କନ କରାଯାଇଥାଏ।ଏହା ବ୍ୟତୀତ ନୋଏଡା ମିଣ୍ଟର ସ୍ଥାପନା ବର୍ଷ 1984ରେ ହୋଇଥିଲା।ନୋଏଡା ମିଣ୍ଟର ମୁଦ୍ରା ଉପରେ ଗୋଟିଏ ସାଧାରଣ ଡଟ ବନା ହୋଇଥାଏ।