Doctors save 4yr old Boy: ପିଲାମାନଙ୍କୁ ନେଇ ବହୁତ ସାବଧାନତା ରକ୍ଷା କରିବାର ଆବଶ୍ୟକତା ରହିଥାଏ। ପିଲାମାନେ ଅଜାଣତରେ କେବେକେବେ ଏମିତି ଭୁଲ କରି ଦେଇଥାନ୍ତି ଯାହାର ପରିଣାମ ବହୁତ ଖରାପ ହୋଇପାରେ। ଚେନ୍ନାଇରେ ଗୋଟିଏ ଛୁଆ ସହିତ ହୋଇଥିବା ଏମିତି ହିଁ ଘଟଣା ଅଭିଭାବକଙ୍କ ସହିତ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି।୧୪ଘଣ୍ଟାର ଚେଷ୍ଟା ପରେ ଡାକ୍ତର ଛୋଟ ଛୁଆଟିର ଜୀବନ ବଞ୍ଚେଇ ଛନ୍ତି।
ରୀଲା ଡାକ୍ତରଖାନାର ସିନିୟର ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ ଡାକ୍ତର ଆର ରବି WION/Zee Mediaକୁ ଜଣାଇଛନ୍ତି କି ଚେନ୍ନାଇରେ ଗୋଟିଏ ଚାରିବର୍ଷର ଛୁଆ ପେନ୍ସିଲ ବ୍ୟାଟେରୀ ଗିଳି ଦେଇଛି। ଖୁସିର କଥା ଏହା ଅଟେ କି ଏହି ବିଷୟରେ ପିଲାଟି ସଙ୍ଗେସଙ୍ଗେ ନିଜ ବାପାମାଆଙ୍କୁ ଜଣାଇ ଦେଇଥିଲେ। ପିଲାଟି ଦ୍ବାରା ୫ ସେଣ୍ଟିମିଟର ଲମ୍ବା ବ୍ୟାଟେରୀ ଗିଳିବାର ସୂଚନା ମିଳିଛି ମାଆବାପା ତତ୍କାଳ ଡାକ୍ତରଙ୍କ ପାଖକୁ ଯିବାପାଇଁ ସ୍ଥିର କରିଥିଲେ।
ଟିକିଏ ବିଳମ୍ବ ନେଇ ଯାଇଥାନ୍ତା ପିଲାଟିର ଜୀବନ
ଡାକ୍ତର କହିଛନ୍ତି କି ପିଲାଟି ଘରେ ଖେଳୁଥିବା ସମୟରେ ଭୁଲରେ ରିମୋକ କଣ୍ଟ୍ରୋଲରେ ବ୍ୟବହାର କରାଯାଉଥିବା ବ୍ୟାଟେରୀକୁ ଗିଳି ଦେଇଥିଲେ।ଏକ୍ସ-ରେ ଜଣା ପଡ଼ିଛି କି ବ୍ୟାଟେରୀ ପିଲାଟିର ପେଟରେ ପଶି ଯାଇଥିଲା। ଡାକ୍ତର ଏଣ୍ଡୋସ୍କୋପି ମାଧ୍ୟମରେ ବ୍ୟାଟେରୀକୁ ବାହାର କରିବାରେ ସଫଳତା ହାସଲ କରିଛନ୍ତି। ପିଲାଟି ପେଟରେ ପଶିଥିବା ବ୍ୟାଟେରୀକୁ ବାହାର କରିବା ପାଇଁ ପାଖାପାଖି ୧୪ ଘଣ୍ଟା ଲାଗି ଯାଇଥିଲା ଏବଂ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା। ପିଲାଟି ୫ ସେମି ଲମ୍ବା ଏବଂ ୧.୫ ସେମି ଚଉଡ଼ା ବ୍ୟାଟେରୀ ଗିଳି ଦେଇଥିଲା। ବ୍ୟାଟେରୀ ପିଲାଟିର ଖାଦ୍ୟନଳୀ ଆକାରର ବଡ଼ ଥିଲା।
#Chennai – without surgery, doctors save 4yr old who ingested 5cm-long AA battery, which ws nearly the size of his food pipe
Batt was lodged in stomach, had risk of corroding in contact with acid
Rela hospital Docs performed endoscopy with a 'Roth net' & removed foreign object pic.twitter.com/jmsnfXwUgH
— Sidharth.M.P (@sdhrthmp) February 14, 2022
ବହୁତ ଚେଷ୍ଟା ପରେ ଡାକ୍ତର ବଞ୍ଚେଇଲେ ପିଲାଟିର ଜୀବନ
ଏଣ୍ଡୋସ୍କୋପି ମାଧ୍ୟମରେ ମଧ୍ୟ ଏହାକୁ ବାହାର କରିବାରେ ମଧ୍ୟ ବହୁତ ମୁସ୍କିଲର ସାମ୍ନା କରିବା ପାଇଁ ପଡ଼ିଥିଲା। ବ୍ୟାଟେରୀ ବାହାର କରିବା ସମୟରେ ଆନ୍ତରିକ ଅଙ୍ଗରେ କ୍ଷତି ପହଞ୍ଚିବାର ସମ୍ଭାବନା ରହିଥିଲା।ଏହା ସହିତ ବ୍ୟାଟେରୀରୁ ପେଟରେ ସୃଷ୍ଟି ହେଉଥିବା ଏସିଡ ଦ୍ଵାରା ଜଙ୍ଗ ଲାଗିବାର ମଧ୍ୟ ବିପଦ ରହିଥିଲା। ଡାକ୍ତର ଗୋଟିଏ ରୋଥ ନେଟର ବ୍ୟବହାର କରି ଏଣ୍ଡୋସ୍କୋପି କରିବା ସମୟରେ ପୂରା ଚିକିତ୍ସାକୁ ରୂପ ଦେଇଛନ୍ତି। ଡାକ୍ତରଙ୍କ ଅନୁସାରେ କିଛି ଖାସ ପ୍ରକାରର ଟ୍ୟୁମରକୁ ମଧ୍ୟ ଏହି ନେଟର ବ୍ୟବହାର ଦ୍ଵାରା ହଟା ଯାଇ ପାରିବ।
ପିଲାମାନଙ୍କ ପ୍ରତି ଏହି ସାବଧାନତା ରକ୍ଷା କରିବା ଆବଶ୍ୟକ
ଡାକ୍ତର ରବି ପିଲାମାନଙ୍କ ପ୍ରତି ଅଭିଭାବକଙ୍କୁ ସାବଧାନ ରହିବା କଥା କହିବା ସମୟରେ କହିଛନ୍ତି କି ପିଲା ଅଜାଣତରେ ବଟନ, ମୁଦ୍ରା, ଛୋଟ ବ୍ୟାଟେରୀ ଭଳି ଛୋଟଛୋଟ ଜିନିଷ ଗିଳି ଦେଇଥାନ୍ତି।ସେ ମାଆ ବାପାଙ୍କୁ ଉପଦେଶ ଦେଇଛନ୍ତି କି ସେମାନେ ଏମିତି ଜିନିଷକୁ ଯଥା ସମ୍ଭବ ଛୋଟ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ ଏବଂ ପିଲାମାନଙ୍କୁ ବଡ଼ ଆକାରର ଖେଳନା ହିଁ ଦିଅନ୍ତୁ।ସେ କହିଛନ୍ତି କି ବିଶେଷ ଭାବରେ ଛୋଟ ପିଲାମାନଙ୍କ ପାଖରୁ ଛୁଞ୍ଚି, କାଚର ଟୁକୁଡା, ଚୁମ୍ବକ ଏବଂ ଔଷଧକୁ ଦୂରେଇ ରହିବା ଉଚିତ।