ବର୍ତ୍ତମାନ ଗୃହ ପାଳିତ କୁକୁରର କରନ୍ତୁ ବୀମା, ରୋଗ ହେଉ କିମ୍ବା ଚୋରୀ ମିଳିବ ରିକଭରି।

ବର୍ତ୍ତମାନ ଆପଣ ସାଧାରଣ ମଣିଷଙ୍କ ପରି ନିଜ କୁକୁରର ମଧ୍ୟ ବୀମା କରାଇ ପାରିବେ। ଯଦି କୁକୁରକୁ ରୋଗ ହୋଇଯିବ ତେବେ ଚିକିତ୍ସାର ଖର୍ଚ୍ଚ ମିଳିବ। ଖାଲି ଏତିକି ନୁହେଁ ଯଦି କୁକୁର ଗାୟବ ହୋଇଯାଏ ଅଥବା ଚୋରୀ ହୋଇଯାଏ ତାହେଲେ ମଧ୍ୟ ଏଥିରେ ରିକଭରି ମିଳିବାର ପ୍ରାବଧାନ ରହିଛି।

ଯଦି ଆପଣ କୁକୁର ପାଳିବାର ସୌଖିନ ଅଟନ୍ତି, ତେବେ ବର୍ତ୍ତମାନ ଆପଣ ନିଜର କୁକୁରର ଚିକିତ୍ସାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଆପଣ ସାଧାରଣ ମଣିଷଙ୍କ ପରି ନିଜ କୁକୁରର ମଧ୍ୟ ବୀମା କରାଇ ପାରିବେ। ଯଦି କୁକୁର ଅସୁସ୍ଥ ହୋଇଯିବ ତେବେ ଚିକିତ୍ସା ପାଇଁ ଖର୍ଚ୍ଚ ମିଳିବ। ଖାଲି ଏତିକି ନୁହେଁ କୁକୁର ଗାୟବ ହୋଇଗଲେ କିମ୍ବା ଚୋରୀ ହୋଇଗଲେ ମଧ୍ୟ ଏହାର ରିକଭରି ମିଳିବାର ପ୍ରାବଧାନ ରହିଛି।

ଦେଶରେ ପ୍ରଥମଥର ପାଇଁ ଏପରି ଅନନ୍ୟ ରିଟେଲ ପଲିସି ଲଞ୍ଚ କରାଯାଇଛି। ଏହାକୁ ଜେନେରାଲ ଇନସୁରାନ୍ସ କମ୍ପାନୀ ବଜାଜ ଆଲିୟାଞ୍ଜ ଲଞ୍ଚ କରାଇଛି। ବଜାଜ ଆଲିୟାଞ୍ଜ କହିଛି ଯେ, ଲୋକମାନେ ନିଜ ଗୃହ ପାଳିତ କୁକୁର ପାଇଁ ଯଦି ପଲିସି କରିବାକୁ ଚାହୁଁଥାନ୍ତି ତେବେ ସେମାନେ ବର୍ତ୍ତମାନ ଏହି ପଲିସି କରି ପାରିବେ। ୩ ମାସରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ କୁକୁରର ପଲିସି କ୍ରୟ କରି ପାରିବେ।

କମ୍ପାନୀ ଏହି ପଲିସିର ନାମ ବଜାଜ ଆଲିୟାଞ୍ଜ ପେଟ ଡଗ ଇନସୁରାନ୍ସ ରଖିଛନ୍ତି। ବଜାଜ ଆଲିୟାଞ୍ଜ କହିଛି ଯେ, ଏହି ପଲିସିରେ ସମସ୍ତ ପ୍ରକାରର କୁକୁର ସମ୍ବନ୍ଧିତ କଭର ଶାମିଲ ରହିଛି। ଏଥିରେ କୁକୁରର ସର୍ଜରୀରେ ହେଉଥିବା ଖର୍ଚ୍ଚ ଠାରୁ ଆରମ୍ଭ କରି ହସ୍ପିଟାଲରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ମୋର୍ଟାଲିଟି ବେନିଫିଟ କଭର, ଟର୍ମିନାଲ ଡିଜିଜ କଭର, ଶରୀର କଭର, କୁକୁରର ଚୋରୀ କିମ୍ବା ଗାୟବ ହୋଇଯିବାକୁ ନେଇ କଭର ମଧ୍ୟ ଶାମିଲ ରହିଛି।

କୁକୁରକୁ ହେଉଥିବା ସମସ୍ତ ରୋଗ ଗୁଡିକ ଏହି ପଲିସି ଭିତରେ ରହିଥାଏ। ବଜାଜ ଆଲିୟାଞ୍ଜ କହିଛି ଯେ, ଏହାର ପ୍ରିମିୟମ ୩୧୫ ଟଙ୍କାରୁ ଆରମ୍ଭ ହେବ। ତେବେ ଏହା କୁକୁରର ବୟସ, ଆକାର ଏବଂ ଲିଙ୍ଗ ଆଧାରରେ ନିର୍ଦ୍ଧାରିତ କରାଯିବ। ଯଦି ଆରଏଫଆଇଡି ଟ୍ୟାଗ ଥିବା କୁକୁର ହୋଇଥିବ ତେବେ ପ୍ରିମିୟମ ଉପରେ ୫ ପ୍ରତିଶତର ରିହାତି ମିଳିବ। ଯେଉଁଥିରେ ଛୋଟ କୁକୁର, ମଧ୍ୟମ ଆକାରର କୁକୁର ଏବଂ ବଡ଼ ଆକାରର କୁକୁର ସହିତ ଆଉ ଏକ ବିକଳ୍ପ ରହିଛି।

ବଜାଜ ଆଲିୟାଞ୍ଜ ମୁତାବକ, ଅସ୍ତ୍ରୋପଚାରରେ ୫୦,୦୦୦ ଟଙ୍କାର କଭର ମିଳିବ। ଫେକ୍ଚର ହେଲେ ୫,୦୦୦ ଟଙ୍କା ଏହାପରେ ହସ୍ପିଟାଲରେ ଭର୍ତ୍ତି କରାଇଲେ ୧୦,୦୦୦ ଟଙ୍କାର କଭର ଦିଆଯିବ। କୁକୁର ଗାୟବ ହୋଇଗଲେ କିମ୍ବା ଚୋରୀ ହୋଇଗଲେ ମଧ୍ୟ କଭର ମିଳିବ। ଏଥିରେ କୁକୁରର ଓପିଡ଼ି ଖର୍ଚ୍ଚ ମଧ୍ୟ ଶାମିଲ ରହିଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *