ବନ୍ଧୁଗଣ ଏହା ଆମେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ସୌର ମଣ୍ଡଳରେ ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟଦେବଙ୍କଠୁ ହିଁ ପ୍ରାପ୍ତ କରିଥାନ୍ତି। ଏବଂ ଏହାବି ଯାଉଛନ୍ତି ଯେ ଆମ ସମସ୍ତଙ୍କର କୁଣ୍ଡଳି ଉପରେ କେଉଁ ନାଁ କେଉଁ ଗ୍ରହର ପ୍ରଭାବର କାରଣରୁ ଆମର କାର୍ଯ୍ୟ ସଫଳ କିମ୍ବା ଅସଫଳ ହୋଇଥାଏ। ଆମେ ସବୁବେଳେ ପ୍ରାୟତଃ ପ୍ରୟାସ କରିଥାଉ ଆମର ଗ୍ରହ ଶାନ୍ତ ରହୁ ଏବଂ ଆମର କାର୍ଯ୍ୟରେ କୌଣସି ପ୍ରକାରର ବାଧା ସୃଷ୍ଟି ନହେଉ।
ଏଥିପାଇଁ ଆମେ ବୁଧବାରକୁ ବୁଧ ଗ୍ରହ, ଗୁରୁବାରରେ ବ୍ରୁହସ୍ପୋତି, ଶୁକ୍ରବାରରେ ଶୁକ୍ର ଦେବ ତଥା ଶନିବାରରେ ଶନିଦେବଙ୍କର ଉପାସନା କରିଥାଉ। କିନ୍ତୁ ଯେବେ ରବିବାରର କଥା ଆସେ ତ ଆମେ ସମସ୍ତେ ରବିବାରକୁ କେବଳ ଆମେ ଛୁଟିର ବାର ମାନିକରି ଆରମ୍ଭ କରିବାକୁ ଲାଗିଯାଇଥାଉ। ଏବଂ ଏମିତି କାର୍ଯ୍ୟ କରିଥାଉ ଯାହା ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ। ଆପଣଙ୍କୁ ଏହା ଜଣେଇ ଦେଉଛୁ ଯେ ରବିବାର ଦିନ କେବଳ ଛୁଟି ଆଉ ନିଦ୍ରାର ନୁହେଁ କିନ୍ତୁ ସୂର୍ଯ୍ୟ ଦେବଙ୍କର ବାର ମାନାଯାଇଥାଏ। ଛୁଟି ହେବା କାରଣରୁ ଏହି ଦିନ ଆମେ କିଛି ଏମିତି କାର୍ଯ୍ୟ କରିଥାଉ ଯାହାକୁ ଶାସ୍ତ୍ରରେ ମନା କରାଯାଇଛି।
ଏବଂ ଯେବେ ଆମର କୁଣ୍ଡଳିରେ ସୂର୍ଯ୍ୟ ଦେବ ନିଜର ଦିଶା ବଦଳାଇ ଥାନ୍ତି ତ ସମସ୍ୟାରେ ପଡ଼ି ଯାଇଥାନ୍ତି। ଯଦି ଆପଣଙ୍କର କୁଣ୍ଡଳିରେ ସୂର୍ଯ୍ୟଦେବଙ୍କ ଦିଶା ଠିକ ନାହିଁ ତ ଆପଣଙ୍କୁ ବି ରବିବାର ଦିନ ଏମିତି କିଛି କାର୍ଯ୍ୟ ଅଛି ଯାହା କରିବା ଅନୁଚିତ ଅଟେ। ଯାହା ଦ୍ବାରା ଆପଣଙ୍କର ଉପରେ ସୂର୍ଯ୍ୟଦେବ ଅପ୍ରସନ୍ନ ହୋଇଥାନ୍ତି। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କିଛି ଏମିତି କାର୍ଯ୍ୟ ବିଷୟରେ ଯାହା ରବିବାର ଦିନ କେବେ କରିବା ଉଚିତ ନୁହେଁ। ନଚେତ ମନୁଷ୍ୟକୁ ସୂର୍ଯ୍ୟଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିପାରେ। ତ ଆସନ୍ତୁ ଜାଣିବା କଣ ସେହିସବୁ କାମ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।
ରବିବାର ଦିନ ଭୁଲରେ ଅଶ୍ୱସ୍ତ ଗଛରେ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏମିତି ମାନାଯାଇଥାଏ କି ଏହି ଦିନ ଅଶ୍ୱସ୍ତ ଗଛରେ ଜଳ ଅର୍ପଣ କରିବା ଦ୍ବାରା ଅନିଷ୍ଟ ହୋଇଥାଏ। ଯଦି ଆପଣ ଚାହାନ୍ତି ଅଶ୍ୱସ୍ତ ଗଛ ମୂଳରେ ଘିଅର ଦୀପଟିଏ ଅବଶ୍ୟ ଜଳେଇ ପାରିବେ। କିମ୍ବା ଧୂପ ଦୀପ ମଧ୍ୟ କରିପାରିବେ। ପରନ୍ତୁ ଜଳ ଭୁଲରେ ମଧ୍ୟ ଅର୍ପଣ କରନ୍ତୁ ନାହିଁ।
ଆମେ ସମସ୍ତେ ଜାଣିଛୁ କି ରବିବାରର ଦିନ ଆରାମ କରିବା ଭାବି କରି ପ୍ରତ୍ୟକ ବ୍ୟକ୍ତି ଡେରି ପର୍ଯ୍ୟନ୍ତ ସୋଇଥାନ୍ତି। କିନ୍ତୁ ଯଦି ଆପଣଙ୍କୁ ସୂର୍ଯ୍ୟଙ୍କୁ ଶକ୍ତିଶାଳି ବନେଇବାର ଅଛି ତ କମସେକମ ରବିବାର ଦିନ ସୂର୍ଯ୍ୟଦେବ ପୁର୍ବରୁ ଉଠି କରି ସ୍ନାନ ଆଦି କାର୍ଯ୍ୟ ପରେ ସୂର୍ଯ୍ୟଦେବଙ୍କୁ ତମ୍ବାର ପାତ୍ରରେ କୁକୁମ ଏବଂ ଚାଉଳ ପକେଇ କରି ଜଳ ଅର୍ପଣ କରନ୍ତୁ। ଏବଂ ପୁରା ମନରେ ସୂର୍ଯ୍ୟଦେବଙ୍କୁ ଉପାସନା କରନ୍ତୁ। ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ଅବଶ୍ୟ ପ୍ରାପ୍ତ ହେବ।
ବାଳ କାଟିବା :
ରବିବାର ଦିନ ନିଜର ବାଳ କେବେବି କାଟନ୍ତୁ ନାହିଁ। ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ। ଏବଂ ସୂର୍ଯ୍ୟଦେବଙ୍କୁ ଆପଣଙ୍କ ରାଶିରେ ଶକ୍ତିଶାଳୀ କରିବା ପାଇଁ ସୂର୍ଯ୍ୟ ଦେବଙ୍କୁ ରାଶି ତେଲ ଅବଶ୍ୟ ଚଢାନ୍ତୁ। ଯଦି ଆପଣ ରବିବାର ଦିନ ଏହି ଉପାୟ କରୁଛନ୍ତି ତ ଆପଣଙ୍କର ଭବିଷ୍ୟତରେ ଆସିବାକୁ ଥିବା କେତେକ ସଙ୍କଟରୁ ଆପଣ ମୁକ୍ତି ପାଇ ପାରିବେ।
ଏବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ।
ମସୁର ଡାଲି:
ଆମର ହିନ୍ଦୁ ଧର୍ମରେ ଆପଣ ଦେଖିଥିବେ କି କୌଣସିବି ସନ୍ଥ ମହାପୁରୁଷଙ୍କୁ ମସୁରର ଡାଲିର କୌଣସି ବ୍ୟଞ୍ଜନ ଚଢା ଯାଇନଥାଏ। ମସୁର ଡାଲିକୁ ଶାସ୍ତ୍ରରେ ରବିବାର ଦିନ ଖାଇବାକୁ ମନା କରାଯାଇଥାଏ। ଏବଂ ରବିବାର ସୂର୍ଯ୍ୟ ଦେବଙ୍କ ଉପାସନାର ଦିନ ହୋଇଥାଏ। ଏଥି ପାଇଁ ସୂର୍ଯ୍ୟଦେବଙ୍କୁ ପୁଜା କରୁଥିବା ଉପାସକ ମାନଙ୍କୁ ମସୁର ଡାଲି ବିଲକୁଲବି ଖାଇବା ଉଚିତ ନୁହେଁ। ମସୁର ଡାଲିକୁ ନାକାରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଦେଖାଯାଇଥାଏ।
ପିଆଜ ରସୁଣ:
ଏହାକୁ ବି ରବିବାର ଦିନ ଭୋଜନରେ ବ୍ୟବହାର କରିବା ଉଚିତ ନୁହେଁ। ଯଦି ଆପଣଙ୍କର କୁଣ୍ଡଳିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଠିକ ନାହିଁ ତ ଆପଣ କିଛି ଦିନ ପାଇଁ ପିଆଜ ରସୁଣର ସେବନ କରନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଯଦି ଆପଣ ସନ୍ତାନ ପ୍ରାପ୍ତିର ଇଛା ରଖୁଛନ୍ତି ଏବଂ ସୂର୍ଯ୍ୟଦେବଙ୍କ ସମାନ ତେଯସି ସନ୍ତାନର ପ୍ରାପ୍ତି କରିବାକୁ ଚାହୁଁଛନ୍ତି ଆପଣ ରବିବାର ଦିନ ସଂଧ୍ୟା ପର୍ଯ୍ୟନ୍ତ ବ୍ରତର ପାଳନ କରନ୍ତୁ। ଏବଂ ସନ୍ଧ୍ୟା ବେଳେ ବିନା ଲୁଣ ଯୁକ୍ତ ଭୋଜନର ସେବନ କରନ୍ତୁ। ଏହି ଉପାୟ ଆପଣ ସନ୍ତାନ ପ୍ରାପ୍ତି ପାଇଁ କରିପାରିବେ।
ଶାଗ:
ରବିବାର ଦିନ ଲାଲ ଶାଗର ଭୋଜନ କରନ୍ତୁ ନାହିଁ: କାରଣ ମାନାଯାଏ କି ଲାଲ ଶାଗ ଜଲଦି ଉଠି ଥାଏ ଏବଂ ଜଲଦି ନଷ୍ଟ ମଧ୍ୟ ହୋଇଯାଇଥାଏ। ଏଥି ପାଇଁ ଏହି ଅଳ୍ପ ଆୟୁ ଵାଲା ବ୍ୟଞ୍ଜନର ସେବନ କରିବା ଉଚିତ ନୁହେଁ।
ମାଛ:
ରବିବାର ଦିନ ମାଛର ସେବନ କରିବା ଆଦୌ ଉଚିତ ନୁହେଁ ଏହାକୁ ଅନିଷ୍ଟ ମାନାଯାଇଥାଏ। ଏମିତିରେତ ଆମିଷ ସେବନ ଶାସ୍ତ୍ରରେ ଅନୁଚିତ କୁହାଯାଇଛି। କିନ୍ତୁ ଯେଉଁ ଲୋକ ଏହାର ସେବନ କରିଥାନ୍ତି ସେମାନଙ୍କୁ ରବିବାର ଦିନ ମାଛର ସେବନ ବିଲକୂଲବି କରିବା ଉଚିତ ନୁହେଁ।
ଆମେ ଆପଣଙ୍କୁ ଜଣେଇଲୁକି ରାଶିତେଲ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିପାରିବେ। କିନ୍ତୁ ରବିବାର ଦିନ ରାଶି ତେଲ ଭୋଜନରେ ଉପଯୋଗ କରନ୍ତୁ ନାହିଁ। ଯଦି ଆପଣ ନିରବ ରହିବାକୁ ଚାହୁଁଛନ୍ତି ତ ରବିବାର ଦିନ ଲୁଣ ଏବଂ ରାଶି ତେଲ ଭୋଜନରେ ଉପଯୋଗ କରନ୍ତୁ ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।