ନୋରା ଫତେହୀ(nora fatehi)ଙ୍କ ଡ୍ୟାନ୍ସ ସ୍କିଲ୍ସକୁ ଯେତେ ପ୍ରଶଂସା କରିଲେ ବି କମ ହେବ। ଏମିତିରେ ଡ୍ୟାନ୍ସ ଏବଂ ଅଭିନୟ ବ୍ୟତିତ ତାଙ୍କ ଡ୍ରେସିଂ ସେନ୍ସବି ବହୁତ ଭଲ।ସେ ଦିନକୁ ଦିନ ଫୈଶନେବଲ ହୋଇ ଯାଉଛନ୍ତି। ପ୍ରସିଦ୍ଧ ହେବା ପରେ ତାଙ୍କ ଆଲମାରୀରେ ଇଣ୍ଟରନ୍ୟାସନାଲ ଲଗଜରୀ ବ୍ରାଣ୍ଡ ମଧ୍ୟ ଜାଗା ବନାଇ ନେଇଛି। ଏହି ସମୟରେ ତାଙ୍କର ଏକ ଆଉଟଫିଟ ଦେଖି ନିଅନ୍ତୁ। ଏହି ଆଉଟଫିଟରେ ସେ ଯେଉଁ ପର୍ସ ବହନ କରିଥିଲେ ଏବଂ ଯେଉଁ ହିଲ୍ସ ପିନ୍ଧିଥିଲେ ତାର ଦାମ ଶୁଣିଲେ ଆପଣଙ୍କର ହୋଶ ଉଡିଯିବ।
ଏହି ସମୟରେ ନୋରାଙ୍କୁ ରମେଶ ତୌରାନୀଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଭିନେତ୍ରୀ ପ୍ରେଟୀ ଏବଂ କ୍ୟୁଟ ଫ୍ରକ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ। ତାଙ୍କର ଏହି ଶିଫନ କପଡ଼ାରେ ପ୍ରସ୍ତୁତ ଆଉଟଫିଟ ଲାଇଟ ପର୍ପଲ ରଙ୍ଗର ଥିଲା।ତା ଉପରେ ମାଇକ୍ରୋ ଫ୍ଲୋରଲ ପ୍ରିଣ୍ଟ ଏହାର ସୁନ୍ଦରତାକୁ ବଢାଇ ଦେଉଥିଲା। ଏହି ଡ୍ରେସ ଉପରେ ନୋରା ଧଳାରଙ୍ଗର ଛୋଟ ବ୍ୟାଗ ଧରିଥିଲେ।ଏହା ଏକ ସୁନ୍ଦର ଚମଡା ପ୍ରସ୍ତୁତ ବ୍ୟାଗ ଥିଲା ଯାହା ଉପରେ YSL ଇନିଶଲ୍ସ ଧାତୁର ଲୋଗ ପ୍ରସ୍ତୁତ ହୋଇ ଲାଗିଥିଲା।
ଏହି ଲୁକକୁ ସଂପୂର୍ଣ୍ଣ କରିବା ପାଇଁ ନୋରା ଏକଦମ ସଠିକ ଫୁଟୱୟର ପିନ୍ଧିଥିଲେ।ଏହା ନ୍ୟୁଡ ରଙ୍ଗର ପମ୍ପ୍ସ ଥିଲା ଯାହା ଅଭିନେତ୍ରୀଙ୍କ ନଳୀଗୋଡକୁ ଭଲ ଭାବରେ ଆକର୍ଷଣୀୟ କରାଉଥିଲା।ନୋରା ଏହି ସମୟରେ ଯେଉଁ ପର୍ସ ଧରିଥିଲେ ତାହା saint Laurentର ଥିଲା।ଏହା ଦୁନିଆର ସବୁଠାରୁ ବଡ ସ୍ତର (ବ୍ରାଣ୍ଡ)ର ଅଟେ।ଧଳା ଚମଡା ଛୋଟ ବ୍ୟାଗଟି ଫ୍ରାନ୍ସୀସୀ ଲଗଜରୀ ଫେସନ ହାଉସର ଅଟେ।ଯାହାର ମୂଲ୍ୟ ପାଖାପାଖି ୨,୪୫୦ଡଲାର୍ସ ଅଥବା ପାଖାପାଖି ୧,୭୯,୨୦୪ଟଙ୍କା ଅଟେ।
ସେହି ନୋରାଙ୍କ ହିଲ୍ସର କଥା କହିବା ତ ସେ Christian Louboutinରୁ ଆଣିଥିଲେ। ଏହି ବ୍ରାଣ୍ଡଟି ଫୁଟଓୟରମାନଙ୍କ ମଧ୍ୟରେ ଦୁନିଆର ସର୍ବୋଚ୍ଚ ସ୍ତରରେ ସାମିଲ ହୋଇଛି। ଏହି ଷ୍ଟାଇଲିଶ ହିଲ୍ସ (ସ୍ଟିଲେଟୋଜ)ର ମୂଲ୍ୟ ୭୪୫ଡଲାର୍ସ ଅଟେ। ଏହାକୁ ଭାରତୀୟ ଟଙ୍କାରେ ବଦଳା ଯିବତ ନୋରାଙ୍କର ଏହି ନ୍ୟୁଡ ପମ୍ପ୍ସ ପାଖାପାଖି ୫୪,୪୮୪ ଟଙ୍କାର ଅଟେ।
ନୋରା ଫତେହୀଙ୍କର ବର୍ତ୍ତମାନ ବଲିଉଡରେ ନାମୀଦାମୀ ନାମ ରହିଛି। ତାଙ୍କୁ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିରେ ପରିଚୟ ବିଗ ବସକୁ ଆସିବା ପରେ ହିଁ ମିଳିଥିଲା। ଏହାପରେ ସେ କେତେ ଡ୍ୟାନ୍ସ ରିୟାଲିଟୀ ଶୋରେ ଯୋଗ ଦେଇଛନ୍ତି। ପୁଣି ସେ ସିନେମାରେ ଆଇଟମ ଗୀତ କରିବା ପାଇଁ ଯିବାକୁ ଲାଗିଥିଲେ। ବହୁତ ଶୀଘ୍ର ଏହି ଆଇଟମ ଗୀତ ତାଙ୍କୁ ପ୍ରସିଦ୍ଧ କରି ଦେଇଛି ଏବଂ ତାଙ୍କର ବଜାରରେ ମୂଲ୍ୟ ବଢି ଯାଇଛି।
୨୮ବର୍ଷୀୟ ନୋରା ଶେଷଥର ‘ଷ୍ଟ୍ରୀଟ ଡ୍ୟାନ୍ସର 3ଡୀ’ରେ ନଜର ଆସିଥିଲେ। ଏହି ସିନେମାରେ ସେ ଡ୍ୟାନ୍ସ ସହିତ ଅଭିନୟ ମଧ୍ୟ କରିଥିଲେ।ସେ ଆରମ୍ଭରୁ କାନାଡାରେ ରହୁଛନ୍ତି।
ଶୋଶିଆଲ ମିଡ଼ିଆରେ ନୋରାଙ୍କ ଡ୍ୟାନ୍ସ ମୁଭ୍ସକୁ ବହୁତ ପସନ୍ଦ କରାଯାଇଥାଏ। ଇନଷ୍ଟାଗ୍ରାମରେ ତାଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି। ଏଠାରେ ତାଙ୍କୁ ଦୁଇକୋଟି ବାରଲକ୍ଷରୁ ଅଧିକ ଲୋକ ଫୋଲୋ କରିଛନ୍ତି।