୨ଥର ପିଅନ୍ତୁ, ହାତ ଗୋଡ, ଅଣ୍ଟା ବିନ୍ଧା, ରକ୍ତର ଅଭାବ, ମୋଟାପଣ ଚର୍ବି ୯୦ବର୍ଷ ପର୍ଯ୍ୟନ୍ତ ହେବନାହିଁ

ବନ୍ଧୁଗଣ ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ କଷ୍ଟ ରହୁଅଛି, ଅଣ୍ଟା ଏବଂ ବେକରେ ଯଦି କଷ୍ଟ ରହୁଅଛି, ଯଦି ଏହି ପ୍ରକାରର ହାଡ଼ ସମ୍ବନ୍ଧିତ କୈାଣସି କଷ୍ଟ ରହୁଥାଏ ଅବା ମୁଣ୍ଡବିନ୍ଧା ଯଦି ହେଉଅଛି ଆଜି ଆମେ ଆପଣଙ୍କୁ ଏକ ଏମିତି ରେମିଡି ବନେଇବା ଶିଖେଇବି ଯାହାର ସେବନ ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ। ଅନେକ ଥର ଆମ ଆଣ୍ଠୁ ଗଣ୍ଠିରେ କଷ୍ଟ ଅନୁଭୂତ ହୋଇଥାଏ। ମାଂସପେଶୀ କାଞ୍ଚି ହୋଇ ରୁହେ, ଶୀରରେ କଷ୍ଟ ଅନୁଭୂତ ହୁଏ ଏବଂ ଅନେକ ଥର ବିନା କାରଣରେ ଆମ ମୁଣ୍ଡ ବିନ୍ଧିଥାଏ। ଏମିତି ହେବାଦ୍ବାରା ଆମେ ବୁଝିପାରି ନଥାଉ ଆମକୁ ହେଲା କ’ଣ? ଏହା କ୍ୟାଲସିଅମର ଅଭାବ କାରଣରୁ ହୋଇପାରେ। କ୍ୟାଲସିଅମର ଅଭାବ କାରଣରୁ ଆମ ଅଣ୍ଟା ଏବଂ ବେକରେ କଷ୍ଟ ଅନୁଭୂତ ହୋଇଥାଏ। ଆଜି ଆମେ ଆପଣଙ୍କ ପାଇଁ ଯେଉଁ ରେମିଡି ନେଇ ଆସିଛି ଏହାର ସେବନ କେବଳ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ, ଆପଣଙ୍କୁ ବହୁତ ଆରାମ ମିଳିବ।

ସୁଣ୍ଠି:

ଏଥିପାଇଁ ଆମକୁ ପ୍ରଥମ ସାମଗ୍ରୀ ଆବଶ୍ୟକ ତାହା ଅଟେ ସୁଣ୍ଠି ପାଉଡର।ସୁଣ୍ଠି ଶୁଖିଲା ଅଦା ବା ଡ୍ରାଏ ଜିଞ୍ଜରକୁ କୁହାଯାଏ। ଏହା ଆପଣଙ୍କୁ କୈାଣସି ବି ଗ୍ରୋସରୀ ଷ୍ଟୋରରୁ ବହୁ ସହଜରେ ମିଳିଯିବ। ଏହାକୁ ଆଣି ଆପଣ ଏହି ପରି ଭାବେ ଗୁଣ୍ଡ କରି ଦିଅନ୍ତୁ।ଶହେ ରୋଗର ଗୋଟିଏ ଔଷଧ ଅଟେ ସୁଣ୍ଠି ପାଉଡର ବା ଡ୍ରାଏ ଜିଞ୍ଜର ପାଉଡର। ବହୁତ ଅଧିକ ପାୱାରଫୁଲ ଡାଇଜେଷ୍ଟିକ ଏନଜାଇମ ମିଳିଥାଏ ଅଦାରୁ। ଯାହାକି ଆମକୁ ଥଣ୍ଡା, କାଶ ଏବଂ ଜ୍ୱରରୁ ବଞ୍ଚାଇ ଥାଏ। ଆମର ୟୁମୁନିଟି ବା ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ ଅଦା। ସୁଣ୍ଠି ପାଉଡରର ପ୍ରୟୋଗ କରିବା ଦ୍ଵାରା ଆପଣ ଅନେକ ପ୍ରକାର ଇମ୍ଫେକ୍ସନରୁ ବଞ୍ଚିକି ରହିବେ। ଆପଣଙ୍କ ପାଖରେ ଯଦି ସୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଦାର ପ୍ରୟୋଗ ଏଥିରେ କରି ପାରିବେ।

ପାନମଧୁରୀ:

ଦ୍ଵିତୀୟ ଜିନିଷ ଆମେ ଏଥିରେ ବ୍ୟବହାର କରିବା ତାହା ଅଟେ ପାନମଧୁରୀ। ପାନମଧୁରୀ ଆମ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ। ଆମ ଶରୀରକୁ ଥଣ୍ଡା ପହଞ୍ଚାଇ ଥାଏ ଏବଂ ଆମ ଡାଇଜେସନକୁ ଠିକ କରିଥାଏ ପାନମଧୁରୀ, ସାଥିରେ ଏହା ଆମ ୟୁମୁନିଟିକୁ ମଧ୍ୟ ବଢାଇଥାଏ। ଗ୍ୟାସ ଭଳି ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ।

ଏହି କ୍ଷୀରକୁ ମିଠା କରିବା ପାଇଁ ଆମେ ଏଥିରେ ପ୍ରୟୋଗ କରିବା ମିଶ୍ରି। ଆପଣ ଧଳା ମିଶ୍ରିର ପ୍ରୟୋଗ କରି ପାରିବେ। ମୁଁ ଏଠାରେ ତାଳ ମିଶ୍ରିର ପ୍ରୟୋଗ କରୁଅଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ଆମ ଶରୀରକୁ ଥଣ୍ଡା ପହଞ୍ଚାଇ ଥାଏ ଏବଂ ସାଥିରେ ଏହା ଆମ ହାତ, ଗୋଡର ଜ୍ବଳନକୁ କମ କରିଥାଏ। ମିଶ୍ରିର ସେବନ ଦ୍ଵାରା ଆମର ହିମଗ୍ଲୋବିନ ଲେବଲ ମଧ୍ୟ ବଢ଼ିଥାଏ। କ୍ଷୀରକୁ ମିଠା କରିବା ପାଇଁ ଆପଣ କେବେ ଚିନିର ପ୍ରୟୋଗ କରନ୍ତୁ ନାହିଁ, ତାହା ବଦଳରେ ଆପଣ ମିଶ୍ରିର ପ୍ରୟୋଗ କରନ୍ତୁ।

ଏବେ ଆମେ ଏକ ପାତ୍ରରେ ଏକଗ୍ଲାସ କ୍ଷୀର ନେବା ଏବଂ ତାହାକୁ ଗରମ ହେବାକୁ ଦେବା। ଆପଣ କିଛିଦିନ ପର୍ଯ୍ୟନ୍ତ ଏହାକୁ ସେବନ କରନ୍ତୁ, ଆପଣ ଦେଖିବେ ଆପଣଙ୍କ ମୁଣ୍ଡବିନ୍ଧା, ମାଂସପେଶୀରେ କଷ୍ଟ ଅବା ହାଡ ଜନିତ କୈାଣସି ବି ସମସ୍ୟା ଅଛି ସେଥିରୁ ଆପଣଙ୍କୁ ବହୁତ ଆରାମ ମିଳିବ। ଏହି କ୍ଷୀରକୁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ।

ଏବେ ଆପଣ ଏଥିରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ। ଏବେ ଆପଣ ଏଥିରେ ଅଧା ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ। ଯଦି ଆପଣଙ୍କ ପାଖରେ ସୁଣ୍ଠି ପାଉଡର ନାହିଁ ତେବେ ଆପଣ ଅଦାକୁ ଛେଚି ଏଥିରେ ପକେଇ ପାରିବେ ଏହାଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଥଣ୍ଡା, କାଶ ଏବଂ ଜ୍ୱରରୁ ଆରାମ ମିଳିଥାଏ।ହାଡ ଜନିତ କଷ୍ଟ ଦୂର ହେବା ସାଥିରେ ଆପଣଙ୍କ ପାଦରେ ଯେଉଁ କଷ୍ଟ ହୁଏ ସେଥିରୁ ମଧ୍ୟ ଆପଣଙ୍କୁ ଆରାମ ମିଳିବ। ଏବେ ଆପଣ ଏହାକୁ ମିଠା କରିବା ପାଇଁ ଏଥିରେ ଅଳ୍ପ ମିଶ୍ରି ମିଶାନ୍ତୁ। ପିଲାଙ୍କ ପାଇଁ ଯଦି ବନାଉଛନ୍ତି ତେବେ ଆପଣ ଏହାକୁ ଟିକେ ଅଧିକ ମିଠା କରନ୍ତୁ। ପିଲାଙ୍କୁ ଯଦି ଆପଣ ଏହାର ସେବନ କରାଇବେ ତେବେ ସେମାନଙ୍କର ମେମୋରୀ ଶାର୍ପ ହୋଇଥାଏ।

ବହୁ ପୂରାତନ କାଳରୁ ଏହାର ପ୍ରୟୋଗ ହୋଇଆସୁଛି। ଆପଣ ଏହାକୁ କୈାଣସି ସମୟରେ ସେବନ କରି ପାରିବେ।ଏହାର ଏମିତି କୈାଣସି ନିୟମ ନାହିଁ ଯେ ଆପଣ କେବଳ ଏହାକୁ ରାତିରେ ସେବନ କରିବେ, ଆପଣ ଏହାକୁ କୈାଣସି ସମୟରେ ସେବନ କରି ପାରିବେ।

ବନ୍ଧୁଗଣ ଆମେ ଏଥିରେ ଯେଉଁ ମିଶ୍ରି ଏବଂ ପାନମଧୁରୀର ପ୍ରୟୋଗ କରିଲେ ତାହା ଆମ ଆଖିର ଆଲୋକ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଯେଉଁ ମାନଙ୍କର ପିଲା ଚଷମା ବ୍ୟବହାର କରୁଛନ୍ତି ସେମାନେ ନିଜ ପିଲାଙ୍କୁ ନିହାତି ଏହାର ସେବନ କରାନ୍ତୁ। ଏହାକୁ ଆପଣ ୫-୭ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମରେ ଭଲ ଭାବରେ ଫୁଟାନ୍ତୁ। ଯେମିତି ସୁଣ୍ଠି ପାଉଡର, ପାନମଧୁରୀ ଏବଂ ମିଶ୍ରିର ସମସ୍ତ ପୋଷକତତ୍ତ୍ଵ ଏଥିରେ ଭଲ ଭାବରେ ମିଶିଯିବ।

ଆପଣ ଏହାକୁ ସପ୍ତାହରେ ୪ଥର ପିଅନ୍ତୁ। ଆପଣ ଚାହିଁଲେ ଏହାକୁ କଣ୍ଟିନ୍ୟୁ କରି ପାରିବେ। ଏହାର ସେବନ ଦ୍ଵାରା ଆପଣ ପୂରା ଦିନ ଏନର୍ଜେଟିକ ଅନୁଭବ କରିବେ। ବହୁତ ଥର ଆପଣ ଦେଖିଥିବେ ଶରୀରରେ ଗଣ୍ଠ୍ୟା ଏବଂ ଗାଉଟ ଭଳି ରୋଗ ହୋଇଥାଏ। ଏହାର ସେବନ ଦ୍ଵାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଥାଏ। ଚେଷ୍ଟା କରନ୍ତୁ ଏହାକୁ ଗରମ ଗରମ ସେବନ କରିବା ପାଇଁ। ଗରମ ଗରମ ଏହାର ସେବନ ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ୫-୭ମିନିଟ ଏହାକୁ ଭଲ ଭାବରେ ଫୁଟାଇବା ପରେ ଆପଣ ଏହାକୁ ଏକ ଗ୍ଲାସକୁ ଢାଳି ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ଛାଣିକି ପିଇ ପାରିବେ।ବଡ଼ ଲୋକମାନେ ଏହାକୁ ପିଅନ୍ତୁ ଏବଂ ପାନମଧୁରୀକୁ ଚୋବେଇ ଖାଇ ନିଅନ୍ତୁ।

ପାନମଧୁରୀ କ୍ଷୀରରେ ଫୁଟିବା ଦ୍ଵାରା ଏହା ଫୁଲିଯାଏ ଏବଂ ଏହାର ସ୍ବାଦ ମଧ୍ୟ ବଢ଼ିଥାଏ। କ୍ଷୀର ସହିତ ଆମେ ଯେତେବେଳେ ପାନମଧୁରୀ ମିଶାଇ ସେବନ କରନ୍ତି ତେବେ ଏହା ଆମ ଶରୀର ପାଇଁ ଆହୁରି ଅଧିକ ଲାଭଦାୟକ ହୋଇଥାଏ। ପିଲାଙ୍କୁ ଯେତେବେଳେ ଦେଉଛନ୍ତି ଆପଣ ଏହାକୁ ଛାଣିକରି ଦେଇ ପାରିବେ। ଏହାର ସେବନ କରନ୍ତୁ ଏବଂ ଆପଣଙ୍କୁ କ’ଣ ରେଜାଲ୍ଟ ମିଳିଲା ମୋତେ କମେଣ୍ଟ କରି ନିହାତି ଜଣାନ୍ତୁ।

Leave a Reply

Your email address will not be published. Required fields are marked *