ମାତା ରାଣୀ ଙ୍କର ଆଗମନ ହୋଇସାରିଛି ଅର୍ଥାତ ନବରାତ୍ରି ର ଆରମ୍ଭ ହୋଇସାରିଛି। ଏହି ବର୍ଷ ର ନବରାତ୍ରି ୧୭ ଅକ୍ଟୋବର ଶନିବାର ଠାରୁ ହୋଇସାରିଛି। ଏବଂ ଏହା ଆସନ୍ତା ୨୫ ତାରିଖ ସୋମବାର ପର୍ଯ୍ୟନ୍ତ ପାଳନ କରାଯିବ। ହିନ୍ଦୁ ସମାଜ ରେ ଏହି ସମୟ କୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଇଥାଏ। କେବଳ ଏତିକି ନୁହେଁ ଭକ୍ତ ମାନେ ମଧ୍ୟ ଏହି ଦିନ କୁ ଚାତକ ପରି ଚାହିଁ ରହିଥାନ୍ତି। ନବରାତ୍ରି ର ଏହି ୯ ଦିନରେ ଭକ୍ତ ମାନେ ମା ଙ୍କୁ ପ୍ରସନ୍ନ କରିଥାନ୍ତି। ଏବଂ ମା ପ୍ରସନ୍ନ ହୋଇ ତାଙ୍କର ସମସ୍ତ ଇଛା ପୁରଣ କରନ୍ତି। ଏହି ୯ ଦିନରେ ମାଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ। ଏବଂ ଦଶମି ଦିନ ଦଶହରା ନାମ ରେ ପ୍ରସିଧ୍ଧ ହୋଇଥାଏ।
ନବରାତ୍ରି ବର୍ଷକୁ ୪ଥର ଆସିଥାଏ ପୌଷ ,ଚୈତ୍ର ,ଆଶାଢ ,ଆଶ୍ବିନ ମାସ ର ପ୍ରତିପଦ ରୁ ଆରମ୍ଭ ହୋଇ ଏହା ନବନୁଯାଏ ପାଳନ କରାଯାଇଥାଏ। ନବରାତ୍ରି ର ଏହି ୯ ଟି ରାତ୍ରି ରେ ତିନୋଟି ଦେବୀ ଙ୍କୁ ଯଥା ମହାଲକ୍ଷ୍ମୀ ,ମା ସରସ୍ବତୀ ଏବଂ ମା ର୍ଦୁଗା ଙ୍କର ୯ଟି ସ୍ବରୂପ କୁ ପୂଜା କରାଯାଇଥାଏ। ଯାହାକୁ ନବର୍ଦୁଗା କୁହାଯାଇଥାଏ। କୁହାଯାଏ ଯେ ମା ର୍ଦୁଗା ଶିବ ଙ୍କୁ ସ୍ବାମୀ ଙ୍କ ରୂପରେ ପାଇବା ପାଇଁ ଯେଉଁ ଭାବେ କଠିନ ତପସ୍ୟା କରିଥିଲେ। ଠିକ ସେହି ପରି ମହିଳା ମାନେ ସେହି ୯ ଦିନ ରେ ମା ର୍ଦୁଗା ଙ୍କୁ ପୂଜା କରିଥାନ୍ତି।
ବିଶେଷ ବର ପ୍ରଦାନ କରିଥାନ୍ତି। କିନ୍ତୁ ଅନେକ ଥର ଅଜାଣତ ରେ ଭୁଲ ହୋଇଯାଇଥାଏ ଯାହା ଦ୍ବାରା ମା ଦୁର୍ଗା ପୂଜା ରେ ଅସନ୍ତୁଷ୍ଟ ହୋଇଥାନ୍ତି ତେଣୁ ସେହି ସବୁ ଭୁଲ ଠାରୁ ସାବଧାନ ରହିବା ଉଚିତ୍। ତେବେ ଆସନ୍ତୁ ଯାଣିବା ନବରାତ୍ରି ସମୟ ରେ ମହିଳା ଏବଂ ପୁରୁଷ ମାନେ କ’ଣ କ’ଣ ସର୍ତକତା କରିବା ଉଚିତ୍।
୧- ମା ଆପଣଙ୍କୁ ବ୍ରତ ଏବଂ ପୂଜା ପାଠ କରିବାକୁ ବାଧ୍ୟ କରି ନଥାନ୍ତି। କିନ୍ତୁ ଯଦି ଆପଣ କରୁଛନ୍ତି ଆପଣମାନେ ସମ୍ପୁଣ୍ଣ ର୍ସଧ୍ଧା, ଭକ୍ତି ଏବଂ ବିଶ୍ବାସ ର ସହିତ କରନ୍ତୁ। ମା ଙ୍କର ଆରଧନା କରୁଥିବା ମମୟ ରେ ମନ ରେ କୌଣସି ପ୍ରକାର ର ଆଶକାଂ କିମ୍ବା ର୍ଦୁଭାବନା ବିଲକୁଲ ବି କରନ୍ତୁ ନାହିଁ କାରଣ ଆଶକାଂ ବା ର୍ଦୁଭାବନା ଥାଏ ମନ ସାନ୍ତ ହୋଇପାରେ ନାହିଁ। ଅସାନ୍ତ ମନ ରେ ପୂଜା କରିବା ଦ୍ବରା କୌଣସି ବି ଫଳ ମିଳି ନଥାଏ। ମନ ରେ ସବୁବେଳେ ମା ଙ୍କ ର ସମ୍ମାନ ଭାବନା ରଖିଥାନ୍ତୁ।
୨ – ନବରାତ୍ରି ରେ କୌଣସି ପ୍ରକାର ର ଅପଶବ୍ଦ ର ପ୍ରୟୋଗ ଅଥବା ଗାଳି ଦେବା ବା କଳି କରିବା ବା ଚୁଗୁଲୀ କରିବା ଇତ୍ୟାଦି ଖରାପ ଶବ୍ଦ ମୁହଁ ରୁ ବାହାର କରନ୍ତୁ ନାହିଁ। କାରଣ ଆମେ ମୁହଁ ରେ ମାତା ଙ୍କ ପବିତ୍ର ନାମ ସ୍ମରଣ , ମନ୍ତ୍ର ଯପ ଏବଂ ଆଚରଣ ଇତ୍ୟାଦି କରିଥାଉ। ତେଣୁ ମୁହଁ ରୁ ବାହାରୁ ଥିବା ପ୍ରତ୍ୟକ ଶବ୍ଦ ପବିତ୍ର ହେବା ଦରକାର।
୩ – ନବରାତ୍ରି ରେ କୌଣସି ନିଶା ଦ୍ରବ୍ୟ କିମ୍ବା ଆମିଁସ ଖାଇବା ମନା ହୋଇଥାଏ। କାରଣ ଏହା ଦ୍ବାରା ମନୁଷ୍ୟ ର ମନ ଏବଂ ମସ୍ତିଷ୍କ ଉପରେ ନିୟତ୍ରଣ ନଥାଏ। ସେଥିପାଇଁ ଆପଣ ଯେତେ ସମ୍ଭବ ସ୍ବାତିକ ଆହର ଖାଇବା କୁ ଚେଷ୍ଟା କରନ୍ତୁ ଏବଂ ଖଟା ଜାତୀୟ ଜିନିଷ ଯମା ବି ସେବନ କରନ୍ତୁ ନାହିଁ।
୪ – କୌଣସି ଅସହାୟ ଲୋକ ଏବଂ କନ୍ୟା ଙ୍କୁ ଖାଲି ହାତରେ ଯିବା କୁ ଦିଅନ୍ତୁ ନାହିଁ। କାହାର ବି ସାହାର୍ଯ୍ୟ କରିବା ଦ୍ବାରା ମା ର୍ଦୁଗା ପ୍ରସନ୍ନ ହୋଇଥାନ୍ତି। ତେଣୁ କୌଣସି ବ ଅସହାୟ ଲୋକ ଙ୍କୁ ସାହାର୍ଯ୍ୟ କଲେ ମା ଙ୍କ କୃପା ଆପଣଙ୍କୁ ନିଶ୍ଚିତ ପ୍ରାପ୍ତ ହେବ। ଏବଂ କନ୍ୟା ତ ମାଙ୍କ ର ସ୍ବୟଂ ସ୍ବରୂପ ହୋଇଥାନ୍ତି। ଏହି ଦିନ ମାନଙ୍କ ରେ ମା କନ୍ୟା ଙ୍କର ରୂପରେ ବିଚରଣ କରିଥାନ୍ତି , ଏଣୁୁ ଯଦି କୌଣସି କନ୍ୟା ଆମ ଘରୁ ଯଦି ଖାଲି ହାତରେ ଚାଲିଯାଏ ତେବେ ଆପଣ ବୁଝି ଯାଅନ୍ତୁ କି ମା ଙ୍କୁ ଅମେ ଖାଲି ହାତରେ ଯିବା କୁ ଦେଲୁ। ତେଣୁ ଆପଣ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକମାନଙ୍କୁ ଦାନ କରନ୍ତୁ।
୫ – ଏହି ଦିନ ମାନଙ୍କରେ ନଖ କଟିବା, ବାଳ କାଟିବା, ଅନୁଚିତ୍ ହୋଇଥାଏ। କାରଣ ନଖ ଏବଂ ବାଳ ର ବଢେଇ ବାରେ ଆମ ଶରୀର ର ର୍ଉଜା ର ପ୍ରୟୋଗ ହୋଇଥାଏ। ଏଣୁ ଏହି ସମୟ ରେ ଉପବାସ କରୁଥିବା ଲୋକଙ୍କୁ ଶକ୍ତି ର ବହୁତ ଆବଶ୍ୟକତା ହୋଇଥାଏ।
୬ – ଚମଡା ର ବସ୍ତୁ ଯେପରି ପର୍ସ,ବେଲ୍ଟ ଇତ୍ୟାଦି ର ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ସବୁ ପଶୁ ପକ୍ଷୀ ମାନଙ୍କୁ ମାରିକି କରାଯାଇଥାଏ। ଯାହା ମା ଙ୍କୁ କେବେ ବି ଭଲ ଲାଗିନଥାଏ।
୭ – କଳସ କିମ୍ବା ଅଖଣ୍ଡ ଦୀପ କୁ ଯଦି ଘରେ ରଖିଛନ୍ତି ତେବେ ତାକୁ ଛାଡି ଘରକୁ ବନ୍ଦ କରି କୁଆଡେ ଯିବା ଅନୁଚିତ୍ ହୋଇଥାଏ। କଳସ ଯିଏ କି ଆମର ଆସ୍ଥା ମାଙ୍କର ସମ୍ମାନ ର ପ୍ରତିକ ହୋଇଥାଏ। ଯଦି କୌଣସି ପଶୁ ପକ୍ଷୀ ର ଧକ୍କା ରେ ପଡିଯାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ ବିପଦ ଆଣିପାରେ। କାରଣ ଏଥିରେ ମା ସ୍ବୟଂ ବିରାଜମାନ କରିଥାନ୍ତି।
୮ – ମା ଙ୍କର ନାମ ସ୍ମରଣ କରିବା , ପାଠ କରିବା, ମନ୍ତ୍ର ଯପ କରିବା ଆଦି ପୂରା ନିୟମ ସହ କରିବା ଉଚିତ୍। ଯଦି ଅତି ଆବଶ୍ୟକ ନ ପଡେ ତେବେ ମଝିରୁ ଉଠିବେ ନାହିଁ ଏବଂ କାହା ସହିତ କଥା ର୍ବାତ୍ତା କରିବା ଅନୁଚିତ୍ ହୋଇଥାଏ।
୯ – ଦିନରେ ଜମା ବି ଶୁଅନ୍ତୁ ନାହିଁ। କାରଣ ସେହି ବିଷ୍ଣୁପୁରାଣ ଅନୁସାରେ ନବରାତ୍ରି ର ସମୟ ରେ ଦିନ ରେ ଶୋଇବା ବର୍ଜୀତ ଅଟେ।
୧୦ – ମାସିକ ର୍ଧମ ସମୟ ରେ ମନ୍ଦିର ଏବଂ ଧର୍ମ ସ୍ଥାନ କୁ ଯିବା ଅନୁଚିତ୍ ହୋଇଥାଏ। ସମ୍ପୁଣ୍ଣ ନାରୀ ଜାତି ମା ଙ୍କର ସ୍ବରୂପ ହୋଇଥାନ୍ତି। ସେଥିପାଇଁ ର୍ସବଦା ନାରୀ ମାନଙ୍କ ର ସମ୍ମାନ କରିବା ଉଚିତ୍।
ମା ଦୁର୍ଗାଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମା ଦୁର୍ଗତି ନାଶିନୀ “