zoom କଲ ର କେସ ର ଶେଷ ଶୁଣାଣି ବେଳେ ଓକିଲ ବିଲେଇ ଭଳି ହେଇଯାଇ ଥିଲେ। ଜର୍ଜ ଦେଖି ଏହା କହିଲେ

ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ବହୁତ ଜୋର ରେ ପ୍ରସାରିତ ହେଉଛି। ଏହି ଭିଡିଓ ଟି ଆମେରିକା ର ଟେକ୍ସସ (texas) ରେ ଜଣେ ଜର୍ଜ ଏବଂ ଓକିଲ ଙ୍କ ମଧ୍ୟରେ ଚାଲିଥିଲା ଏକ କେସ ର ଶୁଣାଣି। ସେହି ଭିଡିଓ zoom କଲ ରେ ଜର୍ଜ ଙ୍କୁ ଏକ ବିରାଡ଼ି ନଜରରେ ଆସିଛି।

ସୋସିଆଲ ମିଡ଼ିଆ ରେ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଭିଡିଓ ଟି ଆମେରିକା ର ଟେକ୍ସସ ( texas) ରୁ ଆସିଛି। ଯାହାକି ଏକ କେସ ର ଶୁଣାଣି ହେଉଥିଲା ଜର୍ଜ ଓ ଓକିଲଙ୍କ ମଧ୍ୟରେ। ଓକିଲ ନିଜର ଫୋନ ରେ zoom ଫିଲଟର ର ବ୍ୟବହାର କରିଥିଲେ, ଯେତେବେଳେ କେସ ର ଶୁଣାଣି ହେଉଥିଲା। ତେଣୁ ଓକିଲଙ୍କ ଫୋଟୋ ବଦଳରେ ବିରାଡ଼ି ର ଫୋଟୋ ଆସି ଯାଇଥିଲା। ଜର୍ଜ ପଚାରିବାରୁ ଓକିଲ କହିଲେକି ” ମୁଁ ବିରାଡ଼ି ନୁହଁ “। ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଏତେ ଶୀଘ୍ର ପ୍ରବାହିତ ହେଉଛିକି, ବର୍ତ୍ତମାନ ଯାଏଁ ୨୧ ଲକ୍ଷ ରୁ ଅଧିକ ଦେଖିସାରିଲେଣି।

ଟେକ୍ସସ ( texas) ର କୋର୍ଟ ରେ ଏକ କେସ ର ଶୁଣାଣି ବେଳେ ଓକିଲ କ୍ୟାଟ ଫିଲଟର ବ୍ୟବହାର କରିଥିଲେ। ଯାହାଦ୍ୱାରା କି ଜର୍ଜ ଙ୍କୁ ଓକିଲଙ୍କ ବଦଳରେ ବିରାଡ଼ି ନଜର ଆସିଥିଲେ। ଓକିଲ ନିଜ ସ୍କ୍ରିନ ରୁ ଅଟର୍ନ ରୋଡ଼ ପାର୍ଟନ ଙ୍କୁ କ୍ୟାଟ ଫିଲଟର ହଟାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିରେ ଜର୍ଜ ସାହାଯ୍ୟ କରିଥିଲେ ବୋଲି ଶୁଣାଯାଉଛି। ଜର୍ଜ ପାର୍ଟନ ଙ୍କୁ କହିଲେ କି “ଆପଣ ଭିଡିଓ ସେଟିଂ ରେ ଫିଲଟର ବ୍ୟବହାର କରିଛନ୍ତି ବୋଲି ମତେ ଲାଗୁଛି”।

ଏହି ଭିଡିଓ ରେ ଯେତେବେଳେ ଓକିଲ ଜର୍ଜ ଙ୍କୁ କହିଲେକି ” ମୁଁ ବିରାଡ଼ି ନୁହଁ “, ସେତେବେଳେ ବହୁତ ମଜା ଲାଗିଥିଲା ଲୋକମାନଙ୍କୁ। ସେ ପରେ କହିଥିଲେ କି ” ମୁଁ ମୋ ଆସିଷ୍ଟାଣ୍ଟ କୁ ଡାକିଛି। ସେ ସବୁ ଠିକ କରିବା ପ୍ରୟାସ ରେ ଜାରି ରହିଛି ” । ପାର୍ଟନ କହିଲେକି ” ମୁଁ ଲାଇଭ ରେ ଅଛି ଆଉ ମୁଁ ବିରାଡ଼ି ନୁହଁ”। ଏହି କଥାଗୁଡିକ ଲୋକ ମାନଙ୍କୁ ଅଧିକ ଆନନ୍ଦିତ କରିଛି। ସେଥିପାଇଁ ତ ଏହି ଭିଡିଓ କୁ ୬୦ ଲକ୍ଷରୁ ଅଧିକ ଥର ଦେଖା ସାରିଲାଣି। ଲୋକମାନେ ଏହାକୁ ଟ୍ୱିଟର ରେ ଭି ସେୟାର କରୁଛନ୍ତି।

Leave a Reply

Your email address will not be published. Required fields are marked *